‘ପାରଳାର ଲଲାମ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ’ ପୁସ୍ତକକୁ ନେଇ ଚର୍ଚ୍ଚା

ପାରଳାଖେମୁଣ୍ଡି, ୪ା୮ (ଡି.ଏନ୍‌.ଏ): ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ ୧୮୫୭ର ସିପାହୀ ବିଦ୍ରୋହ ନା ୧୮୧୭ର ପାଇକ ବିଦ୍ରୋହ, ସେ ସମ୍ପର୍କରେ ଚର୍ଚ୍ଚା ଚାଲିଥିବା ବେଳେ ବିଶିଷ୍ଟ ଐତିହାସିକ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଦ୍ୱାରା ଲିଖିତ ‘ପାରଳାର ଲଲାମ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ’ ପୁସ୍ତକରେ ଭିନ୍ନ ମତ ପ୍ରକାଶ ପାଇଛି। ଉକ୍ତ ପୁସ୍ତକରେ ବ୍ରିଟିଶ ଶାସନ ବେଳର ବିଭିନ୍ନ ସରକାରୀ ବିବରଣୀରେ ଉଲ୍ଲିଖିତ ତଥ୍ୟ ଭିତ୍ତିରେ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ ପାରଳାରୁ ଆରମ୍ଭ ହୋଇଥିଲା ବୋଲି ଉଲ୍ଲେଖ ଅଛି।

ପାରଳାଖେମୁଣ୍ଡିର ରାଜା ଜଗନ୍ନାଥ ନାରୟଣ ଦେବ ଇଂରେଜମାନଙ୍କ ସହ ୧୭୬୭ରୁ ସଶସ୍ତ୍ର ସଂଗ୍ରାମ ଆରମ୍ଭ କରିଥିଲେ। ଏହି ସଂଘର୍ଷ ୧୮୩୪ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ପାରଳାଖେମୁଣ୍ଡିର ରାଜା, ପ୍ରଜା, ପାଇକ, ଦୋରା, ବିଷୋୟୀ ଓ ମଖସାଦାରମାନେ ଅଂଶଗ୍ରହଣ କରିଥିଲେ। ରାଜ୍ୟର ଜନଜାତି ଅର୍ଥାତ ଶବରମାନେ ମଧ୍ୟ ସଂଗ୍ରାମରେ ଅଂଶଗ୍ରହଣ କରିଥିବା ପୁସ୍ତକରେ ଉଲ୍ଲିଖିତ ଅଛି। ଉକ୍ତ ସଂଗ୍ରାମର ଅବଧି ଭାରତର ଅନ୍ୟ ସମସ୍ତ ସ୍ବାଧୀନତା ସଂଗ୍ରାମର ଅବଧିଠାରୁ ଅଧିକ ବୋଲି ଲେଖକ ଦର୍ଶାଇଛନ୍ତି। ଉକ୍ତ ସଂଗ୍ରାମର ଅଂଶ ସ୍ବରୂପ ୧୭୮୦ରେ ବିଶାଖାପାଟଣାରେ ଦେଶୀୟ ସିପାହୀମାନେ ବିଦ୍ରୋହ କରି ୬ ଜଣ ସେନାଧିକାରୀଙ୍କୁ ହତ୍ୟା କରିବା, ସେଠିକାର ଶାସନମୁଖ୍ୟଙ୍କୁ ବନ୍ଦି କରିବା, ପାରଳାଖେମୁଣ୍ଡିର ଦକ୍ଷିଣ-ପଶ୍ଚିମ ଅଞ୍ଚଳକୁ ସ୍ବାଧୀନ କରିବା ସହ ଇଂରେଜ ସେନା ପାରଳା ପରିତ୍ୟାଗ କରିଥିବା ଲେଖକ ପୁସ୍ତକରେ ଉଲ୍ଲେଖ କରିଛନ୍ତି। ଏହି ସଂଗ୍ରାମରେ ମେଜର ବକ୍ରୁର ଓ ଲେଫ୍ଟନାଣ୍ଟ ସିରୋଦ ଓ ଅନେକ ସେନାଧିକାରୀ ଯୁଦ୍ଧରେ ନିହତ ହୋଇଥିଲେ। ପାରଳାର ସଂଗ୍ରାମୀ ବିଶେଷ କରି ଜନଜାତିର ଶବରମାନେ ଏଥିରେ ବହୁ ସଂଖ୍ୟାରେ ପ୍ରାଣବଳି ଦେଇଥିବା ଉକ୍ତ ପୁସ୍ତକରେ ପ୍ରକାଶ ପାଇଛି । ସଂଗ୍ରାମରେ ଅଂଶଗ୍ରହଣ କରିଥିବା ମୁକ୍ତିଯୋଦ୍ଧାମାନଙ୍କ ମଧ୍ୟରୁ ୧୮ ଜଣଙ୍କୁ ଫାଶୀଦଣ୍ଡ, ୨୫ଜଣଙ୍କୁ ଦ୍ୱାପାନ୍ତର (କଳାପାଣି) ଦଣ୍ଡ ଓ ୧୦୩ଜଣଙ୍କୁ ରାଜବନ୍ଦୀ କରାଯାଇଥିଲା। ଏ ସମସ୍ତ ଘଟଣାର ବିବରଣୀ ଓ ସଂପୃକ୍ତ ପୁସ୍ତକର ସଂପାଦକ ମହାପାତ୍ର ଭାରତର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ତଥା ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ଗତ ୧୫.୦୫.୨୦୨୨ରେ ପ୍ରଦାନ କରିବା ସହିତ ଏକ ସ୍ମାରକପତ୍ର ଦେଇଥିଲେ। ଭାରତର ସ୍ବାଧୀନତା ସଂଗ୍ରାମ ଇତିହାସରେ ପାରଳାଖେମୁଣ୍ଡିର ସଂଗ୍ରାମକୁ ସ୍ଥାନଦେବା ଏବଂ ଶହୀଦମାନଙ୍କ ସ୍ମୃତି ରକ୍ଷା ପାଇଁ ବିହିତ ବ୍ୟବସ୍ଥା କରିବାକୁ ସଂପାଦକ ଅନୁରୋଧ କରିଥିଲେ। ଏ ସମ୍ପର୍କରେ ତର୍ଜମା କରି ପଦକ୍ଷେପ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପ୍ରଥମେ ଓଡିଶା ସରକାରଙ୍କୁ ଚିଠି ଆସିଥିଲା। ଏହି ଚିଠି ଆସିବା ପରେ ରାଜ୍ୟ ସରକାରଙ୍କ ଘରୋଇ ବିଭାଗ ପକ୍ଷରୁ ଚିଠି ନଂ. ୨୫୮୨୫ ତାରିଖ ୨୮.୦୭.୨୦୨୨ରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗକୁ ଉକ୍ତ ପୁସ୍ତକରେ ପ୍ରକାଶିତ ତଥ୍ୟ ବିଷୟରେ ତର୍ଜମା କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri