ଗଣତି ପୂର୍ବରୁ ଅଳ୍ପ ବ୍ୟବଧାନ ଚର୍ଚ୍ଚା

ଛେଣ୍ଡିପଦା,୨୫।୨(ସ୍ବ.ପ୍ର.) ଅନୁଗୋଳ ଜିଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗ୍ରହଣ ପ୍ରକ୍ରିୟା ଗତ ୨୨ ତାରିଖରୁ ଶେଷ ହୋଇଥିବା ବେଳେ ଏବେ ଫଳାଫଳକୁ ସମସ୍ତଙ୍କ ଅପେକ୍ଷା। ଷ୍ଟ୍ରଙ୍ଗ ରୁମ୍‌ରେ ସିଲ୍‌ ହୋଇ ରହିଥିବା ଭୋଟ ବାକ୍ସ ଆସନ୍ତା ୨୬ ରୁ ୨୮ ତାରିଖରେ ଖୋଲାଯିବାକୁ ଥିଲେ ହେଁ ଏବେଠାରୁ ବିଜୟ-ପରାଜୟ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି। ବିଶେଷକରି ଅଳ୍ପ ବ୍ୟବଧାନରେ କିଏ ଜିତିବେ ଓ ହାରିବେ ତାହା ଏବେ ଛେଣ୍ଡିପଦା ବ୍ଲକରେ ଚର୍ଚ୍ଚାର ବିଷୟ ହୋଇଛି।
ଛେଣ୍ଡିପଦା ବ୍ଲକର ୩୪ଟି ପଞ୍ଚାୟତ ସହ ୪ଟି ଜିଲାପରିଷଦ ଜୋନ୍‌ ପାଇଁ ୧୮ ତାରିଖରେ ଭୋଟଗ୍ରହଣ ସରିଯାଇଛି। ୧୪ଜଣ ଜିଲା ପରିଷଦ ପ୍ରାର୍ଥୀ, ୮୧ ସମିତିସଭ୍ୟ ପ୍ରାର୍ଥୀ, ୯୯ ସରପଞ୍ଚ ଓ ୮୧୭ ୱାର୍ଡସଭ୍ୟ ପ୍ରାର୍ଥୀଙ୍କୁ ମିଶାଇ ମୋଟ ୧୦୧୧ ଜଣଙ୍କ ଭାଗ୍ୟ ଭୋଟ ବାକ୍ସରେ ବନ୍ଦ ରହିଛି। ବିଶେଷକରି ଜିଲା ପରିଷଦ ପ୍ରାର୍ଥୀମାନଙ୍କୁ ନେଇ ଅଧିକ ଆଲୋଚନା ହେଉଛି। ଏଠାରେ ୩ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପ୍ରାର୍ଥୀ ଥିଲେ ମଧ୍ୟ ମୁଖ୍ୟତଃ ବିଜେଡି ଓ ଭାଜପା ମଧ୍ୟରେ କଡ଼ା ମୁକାବିଲା ହୋଇଛି। ଶାସକ ବିଜେଡିକୁ କିପରି ଗାଦିଚ୍ୟୁତ କରାଯିବ ତାହା ଭାଜପାର ମୁଖ୍ୟ ଯୋଜନା ରହିଥିଲା। ମତଦାନକୁ ଇତିମଧ୍ୟରେ ୬ଦିନ ବିତି ଯାଇଥିଲେ ମଧ୍ୟ ମିଳିଥିବା ଭୋଟ୍‌ ନେଇ ୩ ଦଳର ନେତାମାନେ ଠିକ୍‌ ଆକଳନ କରିପାରୁ ନାହାନ୍ତି। କେଉଁ ଦଳର ପ୍ରାର୍ଥୀ କେତେ ଭୋଟ ପାଇଛନ୍ତି ତାହାର ଅନୁମାନ ଲଗାଇପାରୁ ନାହାନ୍ତି। ତଥାପି ୧୫ ନଂ. ଜୋନ୍‌ ଭାଜପା ଓ ୧୭ ନଂ ଜୋନ୍‌ ବିଜେଡି ଭାଗରେ ପଡ଼ିବ ବୋଲି ଚର୍ଚ୍ଚା ହେଉଛି। ୧୪ ନଂ. ଜୋନ୍‌ ଏବଂ ୧୬ନଂ. ଜୋନ୍‌ରେ ଭାଜପା ଓ ବିଜେଡି ମଧ୍ୟରେ ଅଳ୍ପ ବ୍ୟବଧାନରେ ହାର-ଜିତ ରହିବ ବୋଲି ଆଶଙ୍କା କରାଯାଉଛି। ତେବେ ୪ଟି ଜୋନ୍‌ରୁ କେଉଁ ଦଳ କେତୋଟି ହାତେଇବ ତାହା ୨୮ ତାରିଖ ସୁଦ୍ଧା ଜଣାପଡ଼ିଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରମିଳା ପ୍ରଥମ ମହିଳା ବାଚସ୍ପତି

ଭୁବନେଶ୍ୱର,୨୨ା୯: ପ୍ରଥମ ମହିଳା ବାଚସ୍ପତି ଭାବେ ବରିଷ୍ଠ ବିଧାୟିକା ପ୍ରମିଳା ମଲ୍ଲିକ ଶୁକ୍ରବାର ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଅନ୍ୟ କେହି ନାମାଙ୍କନପତ୍ର ଭରି ନ ଥିବାରୁ...

ଗଞ୍ଜାମରେ ସୁସ୍ଥ ହେଲେଣି ୩୦୨ ଆକ୍ରାନ୍ତ: ଆଉ ୮୯ କରୋନା ଆକ୍ଟିଭ

ଛତ୍ରପୁର, ୨୮।୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ ବର୍ତ୍ତମାନ ସୁଦ୍ଧା ୩୯୪ ଜଣଙ୍କଠାରେ କରୋନା ପଜିଟିଭ୍‌ ମିଳିଛି। ଏଥିରୁ ୩୦୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ସେହିଭଳି...

ଶନିବାର, ରବିବାର ଶଟ୍‌ଡାଉନ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୋମବାର ବଡ ଘୋଷଣା...

ରାଜ୍ୟରେ ପୂରଣ ହେବ ୪,୭୯୦ କନଷ୍ଟେବଳ ପଦବୀ

ଭୁବନେଶ୍ୱର,୨୩।୧୨(ବ୍ୟୁରୋ): ଓଡ଼ିଶାରେ ପୋଲିସରେ ଖାଲି ଥିବା କନେଷ୍ଟବଳ ପଦବୀ ମଧ୍ୟରୁ ୪,୭୯୦ଟି କନଷ୍ଟେବଳ ପଦବୀ ପୂରଣ ପାଇଁ ୪ଟି ପର୍ଯ୍ୟାୟରେ ଖୁବଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବ...

ସଡ଼କ ଦୁର୍ଘଟଣାରେ ୨ ମୃତ: କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ପାଟଣା,୨୫।୧୦(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ଖିରେଇଟାଙ୍ଗିରୀ ଶିଶୁ ମନ୍ଦିର ନିକଟରେ ରବିବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା...

ଗର୍ଭବତୀ, ସ୍ତନ୍ୟପାନ କରାଉଥିବା ମହିଳା ନେଇ ପାରିବେ ନାହିଁ କରୋନା ଟିକା

ଭୁବନେଶ୍ୱର,୫।୫: ଗର୍ଭବତୀ, ସ୍ତନ୍ୟପାନ କରାଉଥିବା ମହିଳା କରୋନା ଟିକା ନେଇ ପାରିବେ ନାହିଁ। ବୁଧବାର ଏହି ସୂଚନା ଦେଇଛନ୍ତି ଏସ୍‌ବି ମେଡିକାଲ ସ୍ତ୍ରୀ ଏବଂ ପ୍ରସୂତି...

ରାଜ୍ୟ ସରକାରଙ୍କ କୋଭିଡ ହେଲ୍ପ ଡେସ୍କ ଶୁଭାରମ୍ଭ: ହ୍ବାଟ୍‌ସଆପ୍‌ରେ ମିଳିପାରିବ କରୋନା ସମ୍ପର୍କିତ ସୂଚନା

ଭୁବନେଶ୍ୱର, ୨୨।୪(ବ୍ୟୁରୋ): କରୋନା ମହାମାରୀ ସହ ମୁକାବିଲା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି କ୍ରମରେ ଲୋକଙ୍କ ପାଖରେ କରୋନା...

ସସ୍ମିତ ପାତ୍ର ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲକୁ ମନୋନୀତ

ଭୁବନେଶ୍ୱର,୨୪ା୭(ବ୍ୟୁରୋ)- ରାଜ୍ୟ ସଭା ପାଇଁ ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଉପାଧ୍ୟକ୍ଷ ପ୍ୟାନଲର ପୁନର୍ଗଠନ କରିଛନ୍ତି। ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ରଙ୍କୁ ଏହି...

Advertisement
Archives

Model This Week