ନାଉଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ଉପରେ ନଜର

ଜଗତ୍‌ସିଂହପୁର ଅଫିସ, ୨୫ା୧: ପଞ୍ଚାୟତ ନିର୍ବାଚନ ନେଇ ପ୍ରାର୍ଥତ୍ପତ୍ର ଯାଞ୍ଚ ପରେ ପ୍ରାର୍ଥୀ ତାଲିକା ଘୋଷଣା ସରିଛି। ୨୫ ତାରିଖରେ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ଓ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ତା’ପରେ ପ୍ରାର୍ଥୀମାନେ ରଣାଙ୍ଗନରେ ଅବତୀର୍ଣ୍ଣ ହେବେ। ଏହି ନିର୍ବାଚନରେ ନାଉଗାଁ ପଞ୍ଚାୟତ ସମିତି କାହା ଦଖଲକୁ ଯିବ ଏବେ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଗତ ପଞ୍ଚାୟତ ନିର୍ବାଚନରେ ଜିଲାର ଏହା ଏକମାତ୍ର ବ୍ଲକ, ଯେଉଁଠି ବିଜେଡି ସମର୍ଥିତ ସମିତି ସଭ୍ୟଙ୍କ ସଂଖ୍ୟା ଅଧିକ ଥାଇ ସୁଦ୍ଧା କଂଗ୍ରେସ ଦଖଲକୁ ଯାଇଥିଲା। ସେତେବେଳେ ବିଜେଡି ଉପରେ ଅସନ୍ତୁଷ୍ଟ ଭାରି ପଡ଼ିଥିଲେ। ଚଳିତ ନିର୍ବାଚନରେ ସେଭଳି ସ୍ଥିତି ନ ଉପୁଜିବା ପାଇଁ ବିଜେଡି ଜିଲା ସଭାପତି ତଥା ଜଗତ୍‌ସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ବିଶେଷ ସତର୍କତା ଅବଲମ୍ବନ କରୁଥିବା ବେଳେ କୌଣସି ପରିବର୍ତ୍ତନ ଆସୁ ନ ଥିବାନେଇ ରାଜନୈତିକ ସମୀକ୍ଷକମାନେ ସମ୍ଭାବ୍ୟ ପରିସ୍ଥିତିକୁ ନେଇ ଆକଳନ କରୁଛନ୍ତି।
୨୦୧୭ ପଞ୍ଚାୟତ ନିର୍ବାଚନରେ ନାଉଗାଁ ବ୍ଲକର ୧୬ ପଞ୍ଚାୟତ ମଧ୍ୟରୁ ବିଜେଡି ସମର୍ଥିତ ସମିତି ସଭ୍ୟ ପ୍ରାର୍ଥୀ ୯ଟି ଜିତିଥିଲେ। ସେଗୁଡିକ ହେଲା ଅଲଣା, ଗଜରାଜପୁର, କୋରୁଅ, ଘୋଡ଼ାଂଶ, ଗଳଧାରୀ, ବଛାଳୋ, ଓସକଣା, ନାଉଗାଁ ଓ ତିରୁଣା। ସେହିପରି କଂଗ୍ରେସ ସପକ୍ଷରେ ଯାଇଥିବା ୬ଟି ଆସନ ହେଲା ନୂଆଗାଁ, ରୋହିଆ, ଡେରିକି, ବାଂଶ, ଡାବର ଓ ଶିଖର। ଭାଜପା ସପକ୍ଷରେ କେବଳ ଜାମୁଗାଁ ଆସନଟି ଯାଇଥିଲା। ନିର୍ବାଚନ ପରେ ନାଉଗାଁ ପଞ୍ଚାୟତ ସମିତି ବିଜେଡି କବ୍‌ଜାକୁ ଯିବା ଏକପ୍ରକାର ନିଶ୍ଚିତ ହୋଇଯାଇଥିଲା। ଦଳୀୟ ନେତୃତ୍ୱ ବାଂଶ ପଞ୍ଚାୟତ ସମିତି ସଭ୍ୟା ଏଲିନା ଦାସଙ୍କୁ ଅଧ୍ୟକ୍ଷ କରିବାକୁ ଚିନ୍ତା କରିଥିଲେ। କିନ୍ତୁ ଅସନ୍ତୁଷ୍ଟ ବିଜେଡି ତଥା ନାଉଗାଁ ସମିତି ସଭ୍ୟ ଜଗନ୍ନାଥ ଦାଶ ଓ ଗଳଧାରୀ ସମିତି ସଭ୍ୟ ପ୍ରଭାତ ସ୍ବାଇଁ ଦଳ ପାଇଁ କାଳ ସାଜିଥିଲେ। ସେମାନେ ବିଜେଡି ନେତୃତ୍ୱଙ୍କ ବିରୋଧରେ ଯାଇ ବିରୋଧୀ ପ୍ରାର୍ଥୀଙ୍କ ସହ ହାତ ମିଳାଇଥିଲେ। ବିଜେଡି ନେତୃତ୍ୱ ଯେତେ ବୁଝାଶୁଝା କରିଥିଲେ ସୁଦ୍ଧା କୌଣସି ଫଳ ମିଳି ନ ଥିଲା। ଶେଷରେ କଂଗ୍ରେସ ଓ ଭାଜପା ସମର୍ଥନରେ ନାଉଗାଁ ସଭ୍ୟ ଦାଶ ଅଧ୍ୟକ୍ଷ ପଦବୀ ହାତେଇ ନେଇଥିଲେ। ଏହି ଘଟଣା ଜଗତ୍‌ସିଂହପୁର ଜିଲା ରାଜନୀତିରେ ନୂଆ ସମୀକରଣ ସୃଷ୍ଟି କରିଥିବାରୁ ଏଥର ବିଜେଡି ନେତୃତ୍ୱ ଗୁରୁତର ଭାବେ ଚିନ୍ତା କରୁଛନ୍ତି। କାରଣ ଏଥର ମଧ୍ୟ ଏଲିନା ଅଧ୍ୟକ୍ଷ ଦୌଡ଼ରେ ଅଛନ୍ତି। ସେ ଘୋଡ଼ାଂଶ ପଞ୍ଚାୟତ ସମିତି ସଭ୍ୟ ପ୍ରାର୍ଥୀ ହୋଇଛନ୍ତି। ତାଙ୍କ ବାଦ୍‌ ରୋହିଆ, ଶିଖର, ନାଉଗାଁ ଓ ଘୋଡ଼ାଂଶ ସମିତି ସଭ୍ୟ ପ୍ରାର୍ଥୀ ମଧ୍ୟ ଅଧ୍ୟକ୍ଷ ପଦବୀ ପାଇଁ ଆଶାୟୀ ରହିଛନ୍ତି। ଏ ସବୁ କେବଳ ନାଉଗାଁ ବିଜେଡିରେ ୨ ଗୋଷ୍ଠୀ କାରଣରୁ ଘଟୁଛି। ୨ ଗୋଷ୍ଠୀ ସବୁ ପଞ୍ଚାୟତରେ ପ୍ରାର୍ଥୀ ଦେଇଛନ୍ତି। ସେମାନେ ପରସ୍ପର ଉପରେ ଯେଉଁଭଳି ଭାବେ ଭାରି ପଡୁଛନ୍ତି ତାହା ଦଳ ପାଇଁ ବିପଦ ସୃଷ୍ଟି କରୁଛି। ଏପରି କି ଗୋଟିଏ ଗୋଟିଏ ପଞ୍ଚାୟତରେ ଏକାଧିକ ବିଜେଡି ଅସନ୍ତୁଷ୍ଟ ପ୍ରାର୍ଥୀ ହୋଇଛନ୍ତି ବୋଲି ଚର୍ଚ୍ଚା ହେଉଛି। ଏହାଦ୍ୱାରା ବିଜେଡି ଭୋଟ ବିଭାଜନ ହେବା ସମ୍ଭାବନା ଥିବାରୁ ଅସନ୍ତୁଷ୍ଟମାନେ ଯେପରି ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର କରିବେ ସେନେଇ ବିଧାୟକ ମୁଦୁଲି ସମସ୍ତ କୌଶଳ ପ୍ରୟୋଗ କରିଚାଲିଛନ୍ତି। ସୂଚନା ଅନୁଯାୟୀ, ଜଣେ ସମିତି ସଭ୍ୟ ପ୍ରାର୍ଥୀ ୨ ଦିନ ହେବ ଘର ଛାଡ଼ି ଅନ୍ୟତ୍ର ଗୋପନ ସ୍ଥାନରେ ରହିଛନ୍ତି। ସେ ଗତଥର ସଭ୍ୟ ହୋଇଥିଲେ। ଏଥର ମଧ୍ୟ ପଞ୍ଚାୟତରେ ତାଙ୍କର ପ୍ରଭାବ ରହିଛି। ତାଙ୍କୁ ଦଳୀୟ ମହଲରୁ ଡାକରା ଆସିଥିବାରୁ କାଳେ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ପାଇଁ ବାଧ୍ୟ କରାଯିବ ସେନେଇ ସେ ୨୫ ତାରିଖ ପର୍ଯ୍ୟନ୍ତ ଆତ୍ମଗୋପନରେ ରହିବାକୁ ନିଷ୍ପତ୍ତି ନେଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। ତାଙ୍କଭଳି ଏକାଧିକ ପ୍ରାର୍ଥୀ ନାଉଗାଁ ଛାଡ଼ି ଦେଇଥିବାରୁ ଦଳୀୟ ନେତୃତ୍ୱ ଏବେ ଅଡୁଆରେ ପଡିଛନ୍ତି। ଆଗକୁ ପରିସ୍ଥିତି କେଉଁ ମୋଡ଼ ନେଉଛି ତାହା ଦେଖିବାକୁ ବାକି ରହିଲା।
ଏ ସମ୍ପର୍କରେ ବିଜେଡି ଜିଲା ସଭାପତି ମୁଦୁଲି କହିଛନ୍ତି, ପାଖାପାଖି ୪ ପଞ୍ଚାୟତର ଅସନ୍ତୁଷ୍ଟ ପ୍ରାର୍ଥୀ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର କରିବାର ଅଛି। ଏକାଧିକ ପଞ୍ଚାୟତରେ ଜଣେ ହିସାବରେ ଦଳୀୟ ପ୍ରାର୍ଥୀ ଅଛନ୍ତି। ଗତ ନିର୍ବାଚନ ସମୟରେ ବ୍ଲକ ଅଧ୍ୟକ୍ଷ ଦାଶ ଅସନ୍ତୁଷ୍ଟ ଥିଲେ ସୁଦ୍ଧା ବିଧାନସଭା ନିର୍ବାଚନ ବେଳେ ସେ ବିଜେଡିରେ ସାମିଲ ହୋଇଥିଲେ। ଏଣୁ ଦଳ ସେଭଳି କିଛି କ୍ଷତି କରିନାହିଁ କି କରିବାର ସମ୍ଭାବନା ମଧ୍ୟ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଝଲସିଲା ମନ୍ଦିର ପ୍ରାଙ୍ଗଣ

ପାଟଣା,୧୭।୯(ବୀର କିଶୋର ଦାଶ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ବିଭିନ୍ନ ମନ୍ଦିର ଏବଂ ଧାର୍ମିକ ଅନୁଷ୍ଠାନରେରେ ଗୁରୁବାର ସନ୍ଧ୍ୟାରେ ପ୍ରଦୀପ…

ଉଜ୍ଜୈନରୁ ଅହମଦାବାଦ, ବଙ୍ଗଳାରୁ ଓଡ଼ିଶା ପର୍ଯ୍ୟନ୍ତ ଝଲସିଲା ସାରା ଦେଶ; ମୋଦିଙ୍କ ଜନ୍ମଦିନରେ ଜଳିଲା କୋଟି କୋଟି ଦୀପ

ନୂଆଦିଲ୍ଲୀ,୧୭।୯: ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୬ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ସ୍ବତନ୍ତ୍ର ଅବସରକୁ ପାଳନ କରିବା ପାଇଁ ସାରା ଦେଶରେ ‘ସେବା-ସଂକଳ୍ପ ଅଭିଯାନ’…

NHAI ଉପରେ ସୁପ୍ରିମକୋର୍ଟଙ୍କ ପ୍ରଭାବ: ପ୍ରତି ୧୦୦ କିଲୋମିଟରରେ ଗୋଟିଏ ‘ପଶୁ ଆଶ୍ରୟସ୍ଥଳ’ ନିର୍ମାଣ କରାଯିବ

ନୂଆଦିଲ୍ଲୀ,୧୭।୯: ଜାତୀୟ ରାଜପଥରେ ବୁଲୁଥିବା ବୁଲା ପଶୁଙ୍କ ସମସ୍ୟା ଦେଶର ଅନେକ ରାଜ୍ୟକୁ ପ୍ରଭାବିତ କରୁଛି। ଏହି ପଶୁମାନଙ୍କ ଯୋଗୁ ଘଟୁଥିବା ଦୁର୍ଘଟଣାକୁ ନେଇ ସ୍ବତଃପ୍ରବୃତ୍ତ ଭାବେ…

ପାଣିରେ ବୁଡ଼ି ଚାଲିଗଲା ଯୁବତୀଙ୍କ ଜୀବନ

ଲାଞ୍ଜିଗଡ଼, ୧୭ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ଅଞ୍ଚଳର ଏକ ନାଳପାଣିରେ ବୁଡି ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ…

ମହିଳାଙ୍କ ଅଶ୍ଳୀଳ ଫଟୋ ଭାଇରାଲ, ଧରାପଡ଼ିଲେ ଅଭିଯୁକ୍ତ

ବଞ୍ଚୋ,୧୭।୯(ପ୍ରଦୋଷ ବିଶ୍ୱାଳ ): ଜଣେ ମହିଳାଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରିବା ଅଭିଯୋଗରେ କେନ୍ଦୁଝର ଜିଲା ଘସିପୁରା ଥାନା ପୋଲିସ ଗୁରୁବାର ଜଣେ ଯୁବକଙ୍କୁ ଗିରଫ କରିଛି।…

ଇତିହାସ ରଚିଲେ ଅଭିଷେକ ଶର୍ମା; ଦ୍ରୁତତମ ଶତକର ରେକର୍ଡ ସ୍ଥାପନ କଲେ

ନୂଆଦିଲ୍ଲୀ,୧୭।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ଅଭିଷେକ ଶର୍ମା ମାତ୍ର ୩୦ଟି ବଲରେ ଶତକ ହାସଲ କରିଛନ୍ତି। ଏହି ସଫଳତା ସହିତ ସେ ଭାରତ…

ହସ୍ପିଟାଲରୁ ମହିଳାଙ୍କ ମୃତଦେହ ଜବତ, ବିଷକ୍ରିୟା ସନ୍ଦେହ…

ଦିଗପହଣ୍ଡି,୧୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଗୁରୁବାର ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ଗ୍ରାମର ପ୍ରହଲ୍ଲାଦ ସେଠୀଙ୍କ ସ୍ତ୍ରୀ ସାବିତ୍ରୀ ସେଠୀ(୪୫)ଙ୍କ ମୃତଦେହ ବ୍ରହ୍ମପୁର ବଡ଼…

ବର୍ଷା, ପବନରେ ଭୁଶୁଡ଼ିଲା ପୂଜା ପେଣ୍ଡାଲ

ରାଉରକେଲା,୧୭।୯: ସୁନ୍ଦରଗଡ଼ ଜିଲା ରାଉରକେଲା ସହରେ ଗୁରୁବାର ସନ୍ଧ୍ୟାରେ ପ୍ରବଳ ବର୍ଷା, ପବନରେ ଏକ ପୂଜା ପେଣ୍ଡାଲ ଭୁଶୁଡ଼ି ପଡିଛି। ସିଭିଲ ଟାଉନ୍‌ସିପ ଅଞ୍ଚଳରେ ଥିବା ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?