ଟି-ଶାର୍ଟ ବାରଣ

ଇନ୍ଦ୍ରଧନୁର ସାତ ରଙ୍ଗ। ଯଦି ରଙ୍ଗସବୁ ଗୋଟିଏ ହୋଇଥାଆନ୍ତା, ତାହା ହେଲେ ତାହାର ସୌନ୍ଦର୍ଯ୍ୟ ରହି ନ ଥାଆନ୍ତା। ଭାରତର ସୌନ୍ଦର୍ଯ୍ୟ ତା’ର ବିବିଧତା ଭିତରେ ରହିଛି। ଆଜି କିଛି ଶକ୍ତି ବିବିଧତା ମଧ୍ୟରେ ଥିବା ସୁନ୍ଦରତାକୁ ଦେଖିପାରୁ ନାହାନ୍ତି। ନିଜେ ଯାହା ପସନ୍ଦ କରିଥାଆନ୍ତି, ତାହାକୁ ଅନ୍ୟମାନଙ୍କ ଉପରେ ଲଦିଦେବାକୁ ଚାହୁଁଥିବାରୁ ସମାଜରେ ବିଭେଦତା ବଢ଼ୁଛି। ବିଗତ କିଛି ବର୍ଷ ହେବ ଭାରତରେ ଅସହିଷ୍ଣୁତା ଓ ଅସମାନତା ବଢ଼ି ଚାଲିବା ପଛରେ କିଛି ବ୍ୟକ୍ତିବିଶେଷଙ୍କ ମନମୁଖି ଆଚରଣ ଦାୟୀ।
୧୫ ମାର୍ଚ୍ଚ ୨୦୨୧ରେ ଗୁଜରାଟ ବିଧନସଭାକୁ କଂଗ୍ରେସ ବିଧାୟକ ବିମଳ ଚୁଡାସ୍ମା ଟି-ଶାର୍ଟ ପିନ୍ଧି ଆସିବା ପରେ ବାଚସ୍ପତି ରାଜେନ୍ଦ୍ର ତ୍ରିବେଦୀ ତାଙ୍କୁ ଗୃହରୁ ବାହାରିଯିବା ପାଇଁ କହିଥିଲେ। ଶାର୍ଟ କିମ୍ବା କୁର୍ତ୍ତା ପିନ୍ଧି ଆସିଲେ ତାଙ୍କୁ ଗୃହ ପ୍ରବେଶ କରିବାର ସୁଯୋଗ ମିଳିବ ବୋଲି କୁହାଯାଇଥିଲା। ବାଚସ୍ପତିଙ୍କ ଏତାଦୃଶ ବ୍ୟବହାର ବିରୋଧରେ ସେ ପ୍ରତିବାଦ କରିଥିଲେ। ସେ ଯୁକ୍ତି ଦର୍ଶାଇଥିଲେ, ଯେହେତୁ ବିଧାୟକଙ୍କ ପାଇଁ କୌଣସି ଡ୍ରେସ୍‌ କୋଡ୍‌ ନାହିଁ ସେହେତୁ ତାଙ୍କୁ ବିଦା କରିବାର କୌଣସି ଯାଥାର୍ଥତା ନାହିଁ। ସେ ଆହୁରି କହିଥିଲେ ଯେ, ନିର୍ବାଚନ ବେଳେ ଟି-ଶାର୍ଟ ପିନ୍ଧି ପ୍ରଚାର କରିଥିଲେ ଓ ଲୋକଙ୍କ ସମର୍ଥନ ପାଇ ବିଜୟଲାଭ କରିଥିଲେ। ତାଙ୍କୁ ଗୃହରୁ ଏଥିପାଇଁ ବିଦା କରାଯିବାର ମାନେ ତାଙ୍କ ଭୋଟରଙ୍କୁ ଅସମ୍ମାନ କରାଯାଉଛି ବୋଲି ଚୁଡାସ୍ମା କହିବା ପରେ ଏହାକୁ ନେଇ ଚର୍ଚ୍ଚା ହେଲାଣି। ଉଲ୍ଲେଖଯୋଗ୍ୟ ଯେ, ଏହି ଘଟଣା ପୂର୍ବରୁ ଗତ ସପ୍ତାହରେ ମଧ୍ୟ ଚୁଡାସ୍ମା ଟି-ଶାର୍ଟ ପିନ୍ଧି ଆସିଥିବା ବେଳେ ବାଚସ୍ପତି ତାଙ୍କୁ ତାଗିଦ କରିଥିଲେ।
ଉପରିଲିଖିତ ଘଟଣାକ୍ରମକୁ ଦେଖିଲେ ଭାରତର ନେତାମାନେ ବିଧାନସଭା ହେଉ ବା ସଂସଦରେ ଅଣପ୍ରସଙ୍ଗ ଉପରେ ଅଧିକ ସମୟ ଦେଉଛନ୍ତି। ଲୋକ ପ୍ରତିନିଧି ଜନକଲ୍ୟାଣକାରୀ ଚିନ୍ତାକୁ ମୂଳକରି ତର୍କ ସ୍ତରକୁ ଆସିବା କଥା। ଦୁଃଖର ବିଷୟ ଯେ ଲୋକ ସଭା, ରାଜ୍ୟ ସଭାଠାରୁ ଆରମ୍ଭ କରି ସବୁ ବିଧାନସଭା ପର୍ଯ୍ୟନ୍ତ ଏଭଳି ବାତାବରଣ ସୃଷ୍ଟି କରିବାକୁ ଦିଆଯାଉ ନାହିଁ। ଗଣତନ୍ତ୍ରର ସର୍ବୋଚ୍ଚ ମନ୍ଦିର ହେଲା ବ୍ୟବସ୍ଥାପକ ସଭା। ଏଥିରେ ଉଭୟ ପାର୍ଲାମେଣ୍ଟ ଓ ବିଧାନସଭା ଆସୁଛି। ଆଜିର ରାଜନୈତିକ ସ୍ଥିତିରେ ବିଧାୟକମାନଙ୍କୁ ଗୌଣ କରିଦେବାର ଏକ ଭିତିରି ଉଦ୍ଦେଶ୍ୟ ରହୁଥିବା ଭଳି ମନେହେଉଛି। ସ୍ବୀକାର କରିବାକୁ ହେବ ଯେ ଭାରତୀୟ ରାଜନୀତିରେ ଯେଉଁମାନେ ନିର୍ବାଚନ ଜିତିକରି ଲୋକପ୍ରତିନିଧି ହେଉଛନ୍ତି, ସେମାନେ ଉଚ୍ଚଶିକ୍ଷିତ ଓ ଉଚ୍ଚକୋଟୀର ବୋଲି ଦାବି କରିପାରିବେ ନାହିଁ। ଏହା ସତ୍ତ୍ୱେ ନିର୍ବାଚନ ଜିତିବା ପରେ ପ୍ରମାଣ ମିଳୁଛି ଯେ, ଲୋକସମ୍ପର୍କ ରଖିବାକୁ ହେଲେ ଶିକ୍ଷାର ପ୍ରୟୋଜନ ନାହିଁ। ଜନସାଧାରଣ ଯାହା ଉପରେ ବିଶ୍ୱାସ ରଖିଲେ ସେହି ବ୍ୟକ୍ତି ସେମାନଙ୍କ ପ୍ରତିନିଧି ହୋଇପାରୁଛନ୍ତି। ବିଶ୍ୱାସଭାଜନ ହୋଇପାରୁଥିବା ବ୍ୟକ୍ତିଙ୍କୁ ପଙ୍ଗୁ କରିଦେଲେ ଜନସାଧାରଣଙ୍କ କ୍ଷତି ଘଟୁଛି। ସାଧାରଣ ନାଗରିକର ସ୍ବର ସଂସଦରେ ପହଞ୍ଚିପାରୁ ନାହିଁ। ଯଦି କେହି ବିରୋଧାଭାସ ଉଠାଉଛି ତେବେ ତାକୁ କ୍ଷୁଦ୍ର ଆଳରେ ଅକାମୀ କରିଦିଆଯାଉଛି। ଉଦାହରଣ ସ୍ବରୂପ, ଗୁଜରାଟ ବିଧାନସଭା ସଦସ୍ୟ ଚୁଡାସ୍ମା ଯଦି କଂଗ୍ରେସ ସଦସ୍ୟ ପରିବର୍ତ୍ତେ ଭାଜପା ଦଳର ହୋଇଥାନ୍ତେ ବାଚସ୍ପତି ତ୍ରିବେଦୀ ହୁଏତ କଠୋର ପଦକ୍ଷେପ ନେବା ପୂର୍ବରୁ ଅନେକ ଚିନ୍ତା କରିଥାନ୍ତେ। ଏହା କହିବା ପଛରେ ମୁଖ୍ୟ କାରଣ ହେଲା ବିଧାନସଭା ବା ସଂସଦରେ ସଦସ୍ୟଙ୍କ ପାଇଁ ପ୍ରବେଶ ସକାଶେ ଡ୍ରେସ୍‌କୋଡ୍‌ ବା ପୋଷାକ ନିୟମ ସମ୍ବିଧାନରେ ଉଲ୍ଲିଖିତ ନାହିଁ। ସେଥିରୁ ବୁଝିବାକୁ ହେବ ଯେ, ଭଦ୍ର ଭାବେ ଲୁଗା ପିନ୍ଧି ଯେକୌଣସି ସଦସ୍ୟ ଗୃହ ଭିତରକୁ ପ୍ରବେଶ କରିପାରିବେ। ତେଣୁ ଚୁଡାସ୍ମାଙ୍କ ଟି-ଶାର୍ଟ ପ୍ରତି ବାଚସ୍ପତିଙ୍କ କଠୋର ଦୃଷ୍ଟି ରହିବାର କୌଣସି କାରଣ ନ ଥିଲା। କିନ୍ତୁ ବାସ୍ତବରେ ଗୁଜରାଟ ବାଚସ୍ପତିଙ୍କ ପଦକ୍ଷେପ ଏକ ଗଭୀର ସମସ୍ୟାର ଝଲକ ମାତ୍ର ଦେଖାଉଛି। ଆଜିର ଭାରତରେ କଣ୍ଟ୍ରୋଲ ବା ସବୁକିଛି ନିୟନ୍ତ୍ରଣ କରିବାର ଏକ ମାରାତ୍ମକ ଉଦ୍ୟମ ଜୋର୍‌ସୋର୍‌ରେ ଚାଲିଛି। ଏ ଦେଶରେ ସର୍ବଦା ଲୋକେ କ’ଣ ଖାଇବେ, କ’ଣ ପିନ୍ଧିବେ, କ’ଣ ଦେଖିବେ, କେଉଁ ଧର୍ମ ଓ ଠାକୁରଙ୍କୁ ପୂଜା କରିବେ ଆଦି ବିଷୟକୁ ପ୍ରବଳ ଗୁରୁତ୍ୱ ଦିଆଯାଉଛି। ଲଭ୍‌ ଜିହାଦ ହେଉଛି ଏହାର ଅନ୍ୟ ଏକ ଜ୍ୱଳନ୍ତ ଉଦାହରଣ। ପ୍ରେମ କରିବା ଆଗରୁ ଜାତି କିମ୍ବା ଧର୍ମକୁ ଦେଖିବାକୁ ବାଧ୍ୟ କରାଯାଉଛି। ରେଫ୍ରିଜରେଟରରେ କେଉଁ ମାଂସ ରଖି ପରିବାର ଖାଉଛି, ତାହା ମଧ୍ୟ ବାହ୍ୟ ବ୍ୟକ୍ତି ତନଖି ପାରିବ। ବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ପଢ଼ାଯାଉଥିବା ବିଷୟଗୁଡ଼ିକୁ ପରିବର୍ତ୍ତନ କରି ଏକ ବିକୃତ ପାଠ୍ୟକ୍ରମ ସୃଷ୍ଟି କରାଗଲାଣି। ଅନୁରୂପ ଭାବେ ଭାଷାଗୁଡ଼ିକୁ ମାରିଦିଆଯାଇ କେବଳ ହିନ୍ଦୀକୁ ପ୍ରୋତ୍ସାହନ ଦିଆଯିବା ଭଳି ଅନେକ ବିଷୟ ଉପୁଜିଲାଣି, ଯେଉଁଥିରୁ ହୃଦ୍‌ବୋଧ ହେଉଛି ଯେ ଭାରତର ବିବିଧତାକୁ ଧ୍ୱଂସ କରିବାର ସବୁ ବ୍ୟବସ୍ଥା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି…

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri