ବ୍ରେକଅପ୍‌ ଚର୍ଚ୍ଚା ଭିତରେ ମୁହଁ ଖୋଲିଲେ ଆକୃତି ଅଗ୍ରୱାଲ, ପୃଥ୍ବୀ ଶ’ଙ୍କୁ ନେଇ କହିଲେ…

ନୂଆଦିଲ୍ଲୀ,୧୭।୯: ଟିମ୍‌ ଇଣ୍ଡିଆରୁ ଦୀର୍ଘ ସମୟ ଧରି ଦୂରେ ଥିବା ଭାରତୀୟ ଓପନର ବ୍ୟାଟର ପୃଥ୍ୱୀ ଶ’ଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ତାଙ୍କ ଭାବି ପତ୍ନୀ ଆକୃତି ଅଗ୍ରୱାଲ ଦୁହିଁଙ୍କ ସମ୍ପର୍କ ଶେଷ ହୋଇଥିବା ନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ।

ରିପୋର୍ଟ ଅନୁସାରେ, ପୃଥ୍ୱୀ ଓ ଆକୃତି ପ୍ରାୟ ଦୁଇ ବର୍ଷ ଧରି ସମ୍ପର୍କରେ ଥିଲେ । ଗତବର୍ଷ ମାର୍ଚ୍ଚ ୮ ତାରିଖରେ ଉଭୟଙ୍କ ନିର୍ବନ୍ଧ ହୋଇଥିଲା। ସେତେବେଳେ ଦୁହେଁ ନିଜ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏହାର ଘୋଷଣା କରିଥିଲେ। ଏବେ ଆକୃତି ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ କରି ସମ୍ପର୍କ ଶେଷ କରିବା ନେଇ ଜଣାଇଛନ୍ତି । ସେ କହିଛନ୍ତି ଯେ ଭବିଷ୍ୟତର ଲକ୍ଷ୍ୟ ଓ ପରିସ୍ଥିତି ଭିନ୍ନ ହୋଇଥିବାରୁ ଦୁହେଁ ପରସ୍ପର ସହମତିରେ ଅଲଗା ହେବାର ନିଷ୍ପତ୍ତି ନେଇଛନ୍ତି ।

ଆକୃତି ନିଜ ପୋଷ୍ଟରେ ଉଭୟଙ୍କ ପାଇଁ ଶାନ୍ତି ଓ ଖୁସି କାମନା କରିବା ସହ ଏହି କଠିନ ସମୟରେ ତାଙ୍କ ଗୋପନୀୟତାକୁ ସମ୍ମାନ କରିବାକୁ ଅନୁରୋଧ କରିଛନ୍ତି । ସମ୍ପର୍କ ଭାଙ୍ଗିବାର କାରଣକୁ ନେଇ କୌଣସି ଅଟକଳ କିମ୍ବା ମନଗଢ଼ା କଥା ନ କହିବାକୁ ମଧ୍ୟ ସେ ଅନୁରୋଧ କରିଛନ୍ତି। ଚଳିତ ବର୍ଷ ଜୁଲାଇରେ ଆକୃତି ଇନ୍‌ଷ୍ଟାଗ୍ରାମରେ ‘ଧୋକା’ ଓ ‘ବିଶ୍ୱାସଘାତ’କୁ ନେଇ ଏକ ରହସ୍ୟମୟ ପୋଷ୍ଟ କରିଥିଲେ। ଏହା ପରେ ସୋସିଆଲ ମିଡିଆରେ ପୃଥ୍ୱୀ ଶ’ ତାଙ୍କୁ ଧୋକା ଦେଇଥିବା ଏବଂ ଦୁହିଁଙ୍କ ସମ୍ପର୍କ ଭାଙ୍ଗିଯାଇଥିବା ନେଇ ଚର୍ଚ୍ଚା ହୋଇଥିଲା।

ତେବେ ସେତେବେଳେ ଆକୃତି ଏହି ଖବରକୁ ଖଣ୍ଡନ କରିଥିଲେ। ତାଙ୍କ ପୋଷ୍ଟ ପୃଥ୍ୱୀ ଶ’ଙ୍କୁ ନେଇ ନଥିଲା ବୋଲି ସ୍ପଷ୍ଟ କରିବା ସହ ଉଭୟ ଖୁସିରେ ଏକାଠି ଥିବା ଏବଂ ନିର୍ବନ୍ଧ ଅକ୍ଷୁଣ୍ଣ ରହିଥିବା କହିଥିଲେ। କିନ୍ତୁ ଏବେ ଆକୃତିଙ୍କ ନୂଆ ପୋଷ୍ଟ ପରେ ଉଭୟଙ୍କ ସମ୍ପର୍କ ଶେଷ ହୋଇଥିବା କଥା ସେ ନିଜେ ସ୍ପଷ୍ଟ କରିଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର? ଜାଣନ୍ତୁ କାହିଁକି ହେଉଛି ଏମିତି ଚର୍ଚ୍ଚା

ପାଟନା,୧୭।୯: ବିହାର ରାଜନୀତିରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ଜଡ଼ିତ ମେଣ୍ଟ ପରିବର୍ତ୍ତନର ସମ୍ଭାବନାକୁ ନେଇ ପୁଣିଥରେ ଚର୍ଚ୍ଚା ଜୋର୍‌ ଧରିଛି। ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)…

ହୃଦୟ ବିଦାରକ ଦୃଶ୍ୟ; ଶବ ପାଇଁ ନାହିଁ ଷ୍ଟ୍ରେଚର୍‌! ତଳେ ଘୋଷାଡ଼ି ନେଲେ ମୃତଦେହ

ପାଟନା,୧୭ା୯: ବିହାରର ବକ୍ସରରୁ ମାନବିକତା ଓ ମୃତଦେହର ସମ୍ମାନ ସହ ଜଡ଼ିତ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଲା ଭଳି ଏକ ଭିଡିଓ ସାମ୍ନାକୁ ଆସିଛି । ସୋସିଆଲ…

୧୪ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କଲେ ବିଧାୟକ

ଗୁଡ଼ାରି,୧୭ା୯(ପ୍ରମୋଦ କୁମାର ପତି): ଗୁଡ଼ାରି ଏନ୍‌ଏସି କାର୍ଯ୍ୟାଳୟ ପରିସରରେ ୧୪ ଜଣ ହିତାଧିକାରୀଙ୍କୁ ଆବାସ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି ବିଧାୟକ ସତ୍ୟଜିତ ଗମାଙ୍ଗ। ସହରର ୧୪…

ମୋଦିଙ୍କ ଜନ୍ମଦିନରେ ରେଖା ଗୁପ୍ତାଙ୍କ ବଡ଼ ନିଷ୍ପତ୍ତି: ଦାନ କଲେ ନିଜର ସମସ୍ତ ଅଙ୍ଗ

ନୂଆଦିଲ୍ଲୀ,୧୭।୯: ଦିଲ୍ଲୀରେ ଅଙ୍ଗଦାନକୁ ପ୍ରୋତ୍ସାହିତ କରିବା ପାଇଁ ‘ଷ୍ଟେଟ ଅର୍ଗାନ ଆଣ୍ଡ ଟିସୁ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେସନ’ (SOTO) ନାମକ ଏକ ସରକାରୀ ପ୍ଲାଟଫର୍ମ ସ୍ଥାପନ କରାଯାଇଛି। ମୁଖ୍ୟମନ୍ତ୍ରୀ…

ହତ୍ୟା କରିବା ପରେ ବାଇକ୍‌ ସହ ମୃତଦେହ ଫିଙ୍ଗି ଦେଇଥିଲେ ୧୨ ଅଭିଯୁକ୍ତ, ଆଜି ପୂରା ଘଟଣାର ପର୍ଦ୍ଦାଫାଶ କରି…

ଗୁଣପୁର,୧୭ା୯(ସୁଜାତା ପାଢ଼ୀ/ସଙ୍କେତ ପାତ୍ର): ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଜଗନ୍ନାଥପୁର ପଞ୍ଚାୟତର ନୂଆଲବା ଗ୍ରାମ ନିକଟରେ ଜଣେ ବ୍ୟକ୍ତିଙ୍କ ମୃତଦେହ ମିଳିବା ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଥିଲା।…

ପାକିସ୍ତାନ କ୍ରିକେଟରେ ହଇଚଇ: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମହମ୍ମଦ ରିଜୱାନ

ଇସଲାମାବାଦ,୧୭।୯: ସମ୍ପ୍ରତି ଶେଷ ହୋଇଥିବା ପାକିସ୍ତାନ-ଇଂଲଣ୍ଡ ଟେଷ୍ଟ ସିରିଜ ବିବାଦ ଘେରରେ ରହିଥିଲା। ଦ୍ୱିତୀୟ ଟେଷ୍ଟ ମ୍ୟାଚ ପରେ, ମହମ୍ମଦ ରିଜୱାନ, ଇମାମ-ଉଲ-ହକ ଏବଂ ସଲମାନ ଆଘାଙ୍କ…

ଦିଗପହଣ୍ଡିରେ ଆଶ୍ଚର୍ଯ୍ୟଜନକ ଘଟଣା; ସ୍ୱପ୍ନାଦେଶ ପରେ ମାଟିତଳୁ ମିଳିଲା ମା’ କାଳୀଙ୍କ ମୂର୍ତ୍ତି, ଗାଁ ଲୋକଙ୍କ ପୂଜାର୍ଚ୍ଚନା

ଦିଗପହଣ୍ଡି,୧୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି । ବି.ଯୁଧିଷ୍ଠିର ରେଡ୍ଡୀଙ୍କ ଘର…

ଛତ୍ରପୁର ସହରରେ କୁକୁର-ମାଙ୍କଡ଼ଙ୍କ ଉପଦ୍ରବ, ନିୟନ୍ତ୍ରଣ ପାଇଁ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରି…

ଛତ୍ରପୁର,୧୭ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଜିଲାର ସଦରମହକୁମା ଛତ୍ରପୁର ସହରରେ ବୁଲା କୁକୁର ଓ ମାଙ୍କଡ଼ଙ୍କ ଉପଦ୍ରବ ଦିନକୁ ଦିନ ବଢ଼ୁଥିବା ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?