୪୫୦ କୋଟିର ଅଡିଟ୍‌ ଲାଗି ଦାବି କଲା ବିଜଓ୍ବୋଇଏମ୍‌

ଭୁବନେଶ୍ୱର, ୧୭ା୩(ବ୍ୟୁରୋ): ଗତ ୨୦୧୯ ସାଧାରଣ ନିର୍ବାଚନ ଜିତିବା ପାଇଁ ଶାସକ ବିଜେଡି କୋଟି କୋଟି ଟଙ୍କା ବ୍ୟୟ କରି ବିଜୁଯୁବ ବାହିନୀ ଗଠନ କରିଥିଲେ ା ଓଡିଶା ଲୋକଙ୍କ ଝାଳବୁହା ଓ କରଦାତାଙ୍କ ଟିକସ ଅର୍ଥରେ ନିଜ ରାଜନୈତିକ ଫାଇଦା ହାସଲ ଲାଗି ଶାସକ ଦଳ ଯୁବକମାନଙ୍କୁ ବ୍ୟବହାର କଲା ା ଏବେ ଯୁବ ବାହିନୀକୁ ରାଜ୍ୟ ସରକାର ବନ୍ଦ କରି ଲକ୍ଷ ଲକ୍ଷ ଯୁବତୀ, ଯୁବକମାନଙ୍କ ଭବିଷ୍ୟତକୁ ଅନ୍ଧକାର ଭିତରକୁ ଠେଲି ଦେଇଛନ୍ତି। ଯୁବ ବାହିନୀ ନଁାରେ ଗତ ୩ ବର୍ଷରେ ୪୫୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରି ଦଳୀୟ ପ୍ରଚାର ପାଇଁ ରାଜ୍ୟ ରାଜକୋଷରୁ ଖର୍ଚ୍ଚ କରାଯାଇଥିବା ଅର୍ଥର ଅଡିଟ କରିବା ଦାବିରେ ଭାଜପା ଯୁବମୋର୍ଚ୍ଚା (ବିଜଓ୍ବୋଇଏମ୍‌)ର ରାଜ୍ୟ ସଭାପତି ଇରାସିସ ଆଚାର୍ଯ୍ୟଙ୍କ ନେତୃତ୍ୱରେ ମଙ୍ଗଳବାର ଏକ ପ୍ରତିନିଧି ଦଳ ପ୍ରଧାନ ମହାଲେଖାଗାର(ଏଜି)ଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିଛି ା ଗତ ୧୨ ତାରିଖ ବିଧାନସଭାରେ ପ୍ରଶ୍ନ ସଂଖ୍ୟା ୧୫୬୫ରେ ଭାଜପା ବିଧାୟକ ଭବାନୀ ଶଙ୍କର ଭୋଇଙ୍କ ପ୍ରଶ୍ନ ଉତ୍ତରରେ ଯୁବ ଓ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ”ବିଜୁ ଯୁବ ବାହିନୀ“ ଅନୁଷ୍ଠାନିକ ଭାବେ ବନ୍ଦ ହୋଇଥିବା ସ୍ବୀକାର କରିଥିଲେ। ତେବେ ରାଜ୍ୟ ସରକାର ବିଜୁଯୁବ ବାହିନୀ କାହିଁକି ଗଠନ କରିଥିଲେ ଏବଂ ଏହାର ନଁାରେ ବିଗତ ୩ ବର୍ଷରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଦଳୀୟ ପ୍ରଚାର ପାଇଁ ଖର୍ଚ୍ଚ କରି ରାଜ୍ୟବାସୀଙ୍କୁ ପ୍ରତାରିତ କରିଛନ୍ତି ବୋଲି ଇରାସିସ ଅଭିଯୋଗ କରିଛନ୍ତି ା ସେ କହିଛନ୍ତି, ୧୪ ମାର୍ଚ୍ଚ ୨୦୧୮ରେ କ୍ୟାବିନେଟ୍‌ ବୈଠକରେ ଏହା ପାରିତ ହୋଇଥିଲା। ସେତେବେଳେ କୁହାଗଲା ଓଡିଶାରେ ୮ ହଜାର ଯୁବ ବାହିନୀ ତିଆରି ହେବେ। ୬୭୯୯ ଗ୍ରାମ ପଞ୍ଚାୟତ ତଥା ୧୧୪ ଏନଏସି ଓ ମ୍ୟୁନିସିପାଲିଟି ଲାଗି ଆସନ୍ତା ୩ ବର୍ଷ ପାଇଁ ପ୍ରାୟ ୪୫୦ କୋଟି ଟଙ୍କା ବଜେଟ୍‌ ବ୍ୟବସ୍ଥା କରାଯାଇଥିଲା। ସିଏଜିଙ୍କ ନିର୍ଦ୍ଦେଶ ସତ୍ୱେ ରାଜ୍ୟ ସରକାର ୨୦୧୮ରେ ହକି ବିଶ୍ୱକପ ଆଳ ଦେଖାଇ ବିଜୁ ଯୁବ ବାହିନୀ ଅର୍ଥର ଅଡିଟ୍‌ କରି ନ ଥିଲେ ବୋଲି ଇରାସିସ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ପଶି ଆଖିବୁଜା ଗୁଳି ଚଳାଇଲେ, ସ୍ବାମୀ ମୃତ; ସ୍ତ୍ରୀ-ପୁଅ ଆହତ

ମହାକାଳପଡ଼ା,୫ା୩(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅନ୍ତର୍ଗତ ଅଳାଇଲୋ ପଞ୍ଚାୟତ ବବକରପୁର ଗ୍ରାମର ଅରବିନ୍ଦ ମିଶ୍ରଙ୍କ ଘରେ ଶନିବାର ଅପରାହ୍ନର ଦୁଇ ଦୁର୍ବୃତ୍ତ ଅତର୍କିତ ଗୁଳି...

ମାର୍ଚ୍ଚ ପହିଲାରୁ ଯୁକ୍ତଦୁଇ ପରୀକ୍ଷା

ଭୁବନେଶ୍ୱର,୩୧ା୧୨(ବ୍ୟୁରୋ): ମାର୍ଚ୍ଚ ପହିଲାରୁ ଆରମ୍ଭ ହେବ ଯୁକ୍ତଦୁଇ ପରୀକ୍ଷା। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞାନ, କଳା, ବାଣିଜ୍ୟ...

ହୋଟେଲରେ ଲାଗିଲା ନିଆଁ

ଯାଜପୁର ଅଫିସ,୭।୧୨: ଯାଜପୁର ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟ ସାମ୍ନାରେ ଥିବା ଏକ ରୁଚିକା ହେଟେଲରେ ବୁଧବାର ଅଗ୍ନିକାଣ୍ଡ ଘଟିଛି। ସର୍ଟ ସର୍କିଟରୁ ନିଆଁ ଲାଗିଥିବା...

ଗଜା ମରୁଡ଼ି ଆଶଙ୍କା, ବିହନ ଚିନ୍ତାରେ ଚାଷୀ

କେନ୍ଦ୍ରାପଡ଼ା ଅଫିସ, ୨୩ା୬: ଓଡ଼ିଶାକୁ ଗତ ୪ ଦିନ ପୂର୍ବରୁ ମୌସୁମୀ ପ୍ରବାହ ଆରମ୍ଭ ହୋଇଥିବା ପାଣିପାଗ ବିଶେଷଜ୍ଞ ପ୍ରକାଶ କରିଛନ୍ତି। ତେବେ କେନ୍ଦ୍ରାପଡ଼ା ଜିଲାର...

ଗଙ୍ଗୁଆ ପାଇଁ ହେବ ଆନ୍ଦୋଳନ

ଭୁବନେଶ୍ୱର, ୧୪ା୧୧(ବ୍ୟୁରୋ): ଦିନେ ଭୁବନେଶ୍ୱର ଓ ଉପକଣ୍ଠ ଅଞ୍ଚଳବାସୀଙ୍କ ଜୀବନରେଖା ଥିବା ଐତିହ୍ୟ ନଦୀ ଗନ୍ଧବତୀ ଏବେ ଗଙ୍ଗୁଆ ନାଳରେ ପରିବର୍ତ୍ତନ ହୋଇଛି। ସହରର ଆବର୍ଜନା...

ଯାଜପୁର ଜିଲାପାଳଙ୍କ ଉପରେ ଲୋକାୟୁକ୍ତ କ୍ଷୁବ୍ଧ

ଯାଜପୁର ଅଫିସ,୨୨।୨: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନ ବିଭିନ୍ନ କଳାପଥର ଖାଦାନଗୁଡିକର ଏରିଆ ଚିହ୍ନଟ କରି ପିଲର ପୋତାରେ ଆର୍ଥିକ ଅନିୟମିତତା ଅଭିଯୋଗ ଉପରେ...

ପଞ୍ଚାୟତ ଓ ପୌର ନିର୍ବାଚନ ଲାଗି ଅଣ୍ଟା ଭିଡ଼ୁଛି ଭାଜପା: ୩ ନୂଆ କମିଟି ଗଠନ

ଭୁବନେଶ୍ୱର ୨୭।୬(ବ୍ୟୁରୋ): ଦଳୀୟ ସଂଗଠନକୁ ଆହୁରି ଅଧିକ ସୁଦୃଢ଼ କରିବା ପାଇଁ ଭାଜପା ରଣନୀତି ପ୍ରସ୍ତୁତ କରିଛି। ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି...

ପୁଣି ଡରାଇଲାଣି କରୋନା: ରାଜ୍ୟରେ ୫୭୬ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୧୦।୭(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ରବିବାରବାର ୫୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬୯ ଜଣ ପିଲା...

Advertisement
Archives

Model This Week