ପାସପୋର୍ଟ ନିୟମରେ ବଡ଼ ପରିବର୍ତ୍ତନ, ୧୫ ବର୍ଷରୁ କମ୍‌ ପିଲାଙ୍କ ପାଇଁ…

ନୂଆଦିଲ୍ଲୀ,୧୮।୯: ପାସପୋର୍ଟକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି ।ବିଦେଶ ମନ୍ତ୍ରଣାଳୟ (MEA) ପାସପୋର୍ଟ ନିୟମରେ କିଛି ପରିବର୍ତ୍ତନ ଘୋଷଣା କରିଛି । ‘ପାସପୋର୍ଟ (ସଂଶୋଧନ) ନିୟମ, ୨୦୨୬’ ଅନୁଯାୟୀ ପାସପୋର୍ଟ ଆବେଦନ ଫି’ ଏବଂ ବୈଧତା ସମ୍ପର୍କିତ ନିୟମରେ ପରିବର୍ତ୍ତନ ହୋଇଛି। ସେପ୍ଟେମ୍ବର ୧୫ରେ ଏହି ନୂଆ ନିୟମ ସରକାରୀ ଗେଜେଟ୍‌ରେ ପ୍ରକାଶ ପାଇବା ସହ ଲାଗୁ ହୋଇଥିବା କୁହାଯାଇଛି । ସାଧାରଣ, ତତ୍କାଳ ଏବଂ ପିସିସି (Police Clearance Certificate) ସମେତ ବିଭିନ୍ନ ପାସପୋର୍ଟ ସେବାର ଫି’ରେ ପରିବର୍ତ୍ତନ କରାଯାଇଛି।

ନୂଆ ନିୟମ ଅନୁଯାୟୀ, ୧୫ ବର୍ଷରୁ କମ୍‌ ବୟସର ପିଲାଙ୍କୁ ଦିଆଯାଉଥିବା ୩୬ ପୃଷ୍ଠାର ସାଧାରଣ ପାସପୋର୍ଟର ବୈଧତା ୫ ବର୍ଷ ପର୍ଯ୍ୟନ୍ତ ରହିବ। ତେବେ ପିଲା ୧୮ ବର୍ଷ ବୟସରେ ପହଞ୍ଚିବା ପୂର୍ବରୁ ଯଦି ଏହି ୫ ବର୍ଷର ଅବଧି ଶେଷ ହୁଏ, ତେବେ ସେହି ଅବଧିକୁ ହିଁ ବୈଧତା ଭାବେ ଧରାଯିବ। ଅର୍ଥାତ୍‌ ୫ ବର୍ଷ କିମ୍ବା ୧୮ ବର୍ଷ ବୟସ—ଯେଉଁଟି ପ୍ରଥମେ ଆସିବ, ସେହି ଅନୁଯାୟୀ ପାସପୋର୍ଟର ବୈଧତା ରହିବ।

ନୂଆ ନିୟମରେ ବୟସ୍କଙ୍କ ସାଧାରଣ ୩୬ ପୃଷ୍ଠାର ପାସପୋର୍ଟ ପାଇଁ ପୂର୍ବରୁ ୧,୫୦୦ ଟଙ୍କା ଫି’ ଦେବାକୁ ପଡ଼ୁଥିବା ବେଳେ ଏବେ ୨,୫୦୦ ଟଙ୍କା ଦେବାକୁ ପଡ଼ିବ। ୬୦ ପୃଷ୍ଠାର ସାଧାରଣ ପାସପୋର୍ଟର ଫି’ ୨,୦୦୦ରୁ ବଢ଼ି ୩,୫୦୦ ଟଙ୍କା ହୋଇଛି। ସେହିପରି ୩୬ ପୃଷ୍ଠାର ତତ୍କାଳ ପାସପୋର୍ଟ ପାଇଁ ଫି’ ୩,୫୦୦ରୁ ବଢ଼ି ୫,୦୦୦ ଟଙ୍କା ହୋଇଛି । ୬୦ ପୃଷ୍ଠାର ତତ୍କାଳ ପାସପୋର୍ଟ ପାଇଁ ଏବେ ୬,୦୦୦ ଟଙ୍କା ଦେବାକୁ ପଡ଼ିବ, ଯାହା ପୂର୍ବରୁ ୪,୦୦୦ ଟଙ୍କା ଥିଲା। ୬୦ ପୃଷ୍ଠାର ପାସପୋର୍ଟ ହଜିଯିବା କିମ୍ବା ନଷ୍ଟ ହୋଇଯିବା ପରେ ତତ୍କାଳ ପରିବର୍ତ୍ତୀ ପାସପୋର୍ଟ ପାଇଁ ମଧ୍ୟ ଫି’ ବଢ଼ିଛି । ପୂର୍ବରୁ ଏଥିପାଇଁ ୫,୫୦୦ ଟଙ୍କା ଦେବାକୁ ପଡ଼ୁଥିବା ବେଳେ ଏବେ ୮,୫୦୦ ଟଙ୍କା ଦେବାକୁ ପଡ଼ିବ ।

ନାବାଳକଙ୍କ ୩୬ ପୃଷ୍ଠାର ନର୍ମାଲ୍‌ ଫ୍ରେଶ୍‌ କିମ୍ବା ରି-ଇସ୍ୟୁ ପାସପୋର୍ଟର ଫି’ ୧,୦୦୦ ଟଙ୍କାରୁ ବଢ଼ି ୧,୭୫୦ ଟଙ୍କା ହୋଇଛି । ୩୬ ପୃଷ୍ଠାର ତତ୍କାଳ ପାସପୋର୍ଟ ପାଇଁ ଏବେ ୩,୦୦୦ ଟଙ୍କା ଦେବାକୁ ପଡ଼ିବ । ତେବେ ୮ ବର୍ଷରୁ କମ୍‌ ବୟସର ପିଲା ଏବଂ ୬୦ ବର୍ଷରୁ ଅଧିକ ବୟସର ବରିଷ୍ଠ ନାଗରିକଙ୍କୁ ନୂଆ (Fresh) ପାସପୋର୍ଟ କରାଇବା ସମୟରେ ୧୦ ପ୍ରତିଶତ ରିହାତି ମିଳିବ। ଏହି ରିହାତି କେବଳ ଫ୍ରେଶ୍‌ ପାସପୋର୍ଟ ପାଇଁ ଲାଗୁ ହେବ ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତାମିଲନାଡୁର ସତ୍ୟମଙ୍ଗଳମ୍‌ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଲାଟାନା ଘାସ ଏବେ ଆଦିବାସୀଙ୍କ ପାଇଁ ଜୀବିକାର ସାହାରା ପାଲଟିଛି। କେବଳ ଏତିକି ନୁହେଁ ଜଙ୍ଗଳ ଅର୍ଥନୀତିକୁ ମଧ୍ୟ ସଶକ୍ତ…

ବିକାଶ ବେଦିରେ ବଳି

ଓଡ଼ିଶାର ଆଦିବାସୀମାନଙ୍କ ଅସ୍ତିତ୍ୱ ଦିନକୁ ଦିନ ଅଧିକ ବିପନ୍ନ ହେଉଥିବା ଦେଖିବାକୁ ମିଳୁଛି। ସେମାନଙ୍କର ମାଟି, ପାଣି, ଜଙ୍ଗଲ, ଝରଣା, ପାହାଡ଼ ଧୀରେ ଧୀରେ ସେମାନଙ୍କ କବଳରୁ…

ନିଜକୁ ଚିହ୍ନିବା

ଓଡ଼ିଆରେ ଗୋଟିଏ ଢଗ ଅଛି, ”ନିଜ ବୁଦ୍ଧିରେ ଶୃଗାଳ ହେବ ପଛେ, ପର ବୁଦ୍ଧିରେ ସିଂହ ହେବନାହିଁ।“ ଏହି ଢଗଟି ପରୋକ୍ଷରେ ପ୍ରସଙ୍ଗ ‘ନିଜକୁ ନିଜେ ଚିହ୍ନିବା’ର…

ଡାଟା ସେଣ୍ଟରକୁ ବିରୋଧ

ଦି ଗ୍ରେଟ୍‌ ରିପ୍ଲେସମେଣ୍ଟ’ ଧାରଣା ଦର୍ଶାଏ ଯେ ସ୍ଥାନୀୟ ଲୋକଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ପ୍ରବାସୀମାନଙ୍କ ଦ୍ୱାରା ହଟାଯାଉଛି। ଫ୍ରାନ୍ସର ଲେଖକ ରେନାଡ୍‌ କାମୁସ ଏହି ଶବ୍ଦ ପ୍ରଥମେ…

ପିକ୍‌ଅପ୍‌ରେ ଚାଲାଣ ହେଉଥିଲେ ୭୫ ଛେଳି, ମାଡ଼ି ବସିଲା ପୋଲିସ,୩ ଜଣଙ୍କୁ ଗିରଫ କରି…

ଦେବଗଡ଼,୧୮ା୯(ଶଶାଙ୍କ ଶେଖର ଝାଙ୍କର): ପିକ୍‌ଅପ୍‌ ଭ୍ୟାନ୍‌ରେ ବେଆଇନ ଛେଳି ଚାଲାଣ ଘଟଣାରେ ଦେବଗଡ଼ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ପିକ୍‌ଅପ୍‌ ଭ୍ୟାନ୍‌ ଚାଳକ…

ବୈଜ୍ଞାନିକଙ୍କୁ ବଡ଼ ସଫଳତା, ମୂଷା ମସ୍ତିଷ୍କରେ ଲାବ୍‌-ନିର୍ମିତ ମାନବ କୋଷିକା ପ୍ରତିରୋପଣ

ନୂଆଦିଲ୍ଲୀ,୧୮।୯ (ପି.ଟି.): ପ୍ରୟୋଗଶାଳାରେ ପ୍ରସ୍ତୁତ ମାନବ ମସ୍ତିଷ୍କର ନରମ କୋଷିକାକୁ ମୂଷା ମସ୍ତିଷ୍କରେ ସଫଳତାର ସହ ପ୍ରତିରୋପଣ କରାଯାଇପାରିଛି। ପ୍ରତିରୋପଣ ପରେ ଏହି ମାନବ କୋଷିକାଗୁଡ଼ିକ ମୂଷା…

ବିପଦସଙ୍କୁଳ ଶ୍ରେଣୀଗୃହରେ ଚାଲିଛି ଐତିହ୍ୟପୂର୍ଣ୍ଣ ଶିକ୍ଷାନୁଷ୍ଠାନ

ସାକ୍ଷୀଗୋପାଳ,୧୮।୯(ପ୍ରଶାନ୍ତ କୁମାର ବାରିକ): ଯେଉଁଠି ଦିନେ ଶିକ୍ଷା ସହ ଶ୍ରମ, ଶୃଙ୍ଖଳା, ସେବା, ସ୍ବାବଲମ୍ବନ ଓ ଦେଶପ୍ରେମର ମନ୍ତ୍ର ଫୁଙ୍କି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ‘ମଣିଷ…

କମିବ ଧାନ ଅମଳ, ବଢ଼ିପାରେ ଚାଉଳ ଦର! ଏବର୍ଷ ୬.୫% ଉତ୍ପାଦନ ହ୍ରାସ ଆଶଙ୍କା

ମୁମ୍ବାଇ,୧୮।୯(ରଏଟର୍ସ): ରାଇସ୍‌ ଏକ୍ସପୋର୍ଟର୍ସ ଆସୋସିଏଶନ (ଚାଉଳ ରପ୍ତାନିକାରୀ ସଂଘ)ର ସଭାପତି ବି.ଭି. କୃଷ୍ଣା ରାଓଙ୍କ ସୂଚନା ଅନୁଯାୟୀ, କମ୍‌ ବର୍ଷା ଯୋଗୁ ଅମଳ ହ୍ରାସ ପାଇବ। ଆକଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?