ନୀତିର ଠିକାଦାର

ସନ୍ଧ୍ୟାରେ ଜଣେ ଯୁବତୀ ଓ ଯୁବକ ରାସ୍ତାକଡ଼ରେ ଠିଆ ହୋଇ କଥା ହେଉଥିଲେ। ହଠାତ୍‌ କିଛି ଲୋକ ସେମାନଙ୍କୁ ଘେରିଗଲେ। ପ୍ରଶ୍ନ ଆରମ୍ଭ- କିଏ ତୁମେ? ଏଠାରେ କାହିଁକି ଠିଆ ହୋଇଛ? ଘରେ ଜାଣନ୍ତି? ଘଟଣାଟି ଦେଖି ଲାଗୁଥିଲା, ଯେମିତି ସହରରେ ଚୋରି, ଡକାୟତି କିମ୍ବା ଅପରାଧ ହୋଇଯାଇଛି। କିନ୍ତୁ ନା! ଦୁଇଜଣ ମଣିଷ କେବଳ କଥା ହେଉଥିଲେ। ଜଣେ ‘ନୈତିକ ପୋଲିସ୍‌’ ମୋବାଇଲ୍‌ ବାହାର କରି ଭିଡିଓ କରୁଥିଲେ। ଲାଗୁଥିଲା, ତାଙ୍କୁ ଯେମିତି ‘ନୈତିକ ପୋଲିସ ବିଭାଗ-ସ୍ବଘୋଷିତ ବିଶେଷ ଶାଖା’ରୁ ଡ୍ୟୁଟି ମିଳିଛି! ସବୁଠାରୁ ମଜାର କଥା- ଏହି ବିଭାଗର କୌଣସି ୟୁନିଫର୍ମ ନାହିଁ, ନିଯୁକ୍ତି ପତ୍ର ନାହିଁ, ପରୀକ୍ଷା ନାହିଁ, ପ୍ରଶିକ୍ଷଣ ନାହିଁ, କେବଳ ଅତ୍ୟଧିକ ଆତ୍ମବିଶ୍ୱାସ ଥିଲେ ହେଲା! ଏହି ଘଟଣା ଆମକୁ ଏକ ଗମ୍ଭୀର ପ୍ରଶ୍ନ ପଚାରେ- ନୀତି ରକ୍ଷାକରିବା ନାମରେ ଆମେ କେବେଠାରୁ ଅନ୍ୟମାନଙ୍କ ଜୀବନର ସ୍ବଘୋଷିତ ଇନ୍ସପେକ୍ଟର ହୋଇଗଲୁ?
ସମାଜରେ ନୀତି ଓ ମୂଲ୍ୟବୋଧ ଆବଶ୍ୟକ। କିନ୍ତୁ ଆଜିକାଲି କିଛି ଲୋକଙ୍କ ଆଚରଣ ଦେଖି ଲାଗେ, ଯେମିତି ସେମାନଙ୍କ ପାଖରେ ନୈତିକତାର ରିମୋଟ୍‌ ଅଛି। କିଏ କ’ଣ ପିନ୍ଧିବ- ସେମାନେ କହିବେ। କିଏ କାହା ସହ ବନ୍ଧୁତ୍ୱ କରିବ- ସେମାନେ ନିଷ୍ପତ୍ତି ନେବେ। କିଏ କେତେବେଳେ ବାହାରେ ରହିବ- ସେମାନେ ନିର୍ଦ୍ଧାରଣ କରିବେ। କେବଳ ଗୋଟିଏ କଥା ବାକି- କାଲିଠାରୁ ସମସ୍ତଙ୍କ ଆଲାର୍ମ କେତେବେଳେ ବାଜିବ, ସେଥିପାଇଁ ମଧ୍ୟ ନୋଟିସ୍‌ ଜାରି କରିଦିଅନ୍ତୁ!
ମୋରାଲ୍‌ ପୋଲିସିଂର ସବୁଠାରୁ ଅଦ୍ଭୁତ ଦିଗ ହେଉଛି- କେହି କେମିତି ପୋଷାକ ପିନ୍ଧିଛନ୍ତି, ତାହା ଦେଖି ତାଙ୍କ ଚରିତ୍ରର ମାର୍କଶିଟ୍‌ ପ୍ରସ୍ତୁତ କରିଦିଆଯାଏ। ଯେମିତି-ପୋଷାକ ଛୋଟ, ଚରିତ୍ରର ମାର୍କ କମ୍‌! ପୋଷାକ ଲମ୍ବା, ଚରିତ୍ରର ମାର୍କ ଅଧିକ! ଏମିତି ହିସାବ କଲେ ତ ଚରିତ୍ର ଗଠନ ନୁହେଁ, ପୋଷାକ ଆଧାରିତ ଚରିତ୍ର ମୂଲ୍ୟାଙ୍କନ ପାଇଁ ଏକ ନୂଆ ବୋର୍ଡ ଖୋଲିବାକୁ ପଡ଼ିବ!
କିନ୍ତୁ ସତ କଥା ହେଉଛି- ଜଣେ ମଣିଷର ଚରିତ୍ର ତାଙ୍କ ପୋଷାକର ଲମ୍ବରେ ନୁହେଁ, ତାଙ୍କ ଆଚରଣର ଗଭୀରତାରେ ମପାଯାଏ। ପ୍ରେମ ଦେଖିଲେ ସାଇରନ୍‌ ବାଜେ! ଦୁଇଜଣ ଯୁବକ-ଯୁବତୀ ଏକାଠି ବସିଲେ-ସନ୍ଦେହ। କଥା ହେଲେ-ଅଧିକ ସନ୍ଦେହ। ହସିଲେ-ସନ୍ଦେହ ନିଶ୍ଚିତ! କିଛି ମୋରାଲ୍‌ ପୋଲିସଙ୍କ ଆଚରଣ ଦେଖି ଲାଗେ, ଯେମିତି ଦୁଇଜଣ ଯୁବକ-ଯୁବତୀ ହସିଲେ ହିଁ ସହରର ନୈତିକତାର ଆଲାର୍ମ ବାଜିଯାଏ! ବନ୍ଧୁତ୍ୱ ଓ ପ୍ରେମ ମାନବଜୀବନର ସ୍ବାଭାବିକ ଭାବନା। ସମସ୍ୟା ସେତେବେଳେ ଆସେ, ଯେତେବେଳେ ଅନ୍ୟର ବ୍ୟକ୍ତିଗତ ସମ୍ପର୍କକୁ ନିଜର ସାମାଜିକ ଅନୁମତିର ଆବଶ୍ୟକତା ଥିବା ବୋଲି ଭାବାଯାଏ। ପୂର୍ବରୁ ମୋରାଲ୍‌ ପୋଲିସିଂ ପାଇଁ ରାସ୍ତାକୁ ଯିବାକୁ ପଡ଼ୁଥିଲା। ଏବେ ସ୍ମାର୍ଟଫୋନ୍‌ ଥିଲେ ଘରେ ବସି ମଧ୍ୟ ଡ୍ୟୁଟି କରିହେବ! ଗୋଟିଏ ଫଟୋ ଦେଖିଲେ- ମନ୍ତବ୍ୟ। ଗୋଟିଏ ଭିଡିଓ ଦେଖିଲେ-ରାୟ। ଗୋଟିଏ ଘଟଣା ଶୁଣିଲେ- ଚରିତ୍ରର ରିପୋର୍ଟ! ଅର୍ଥାତ୍‌ ନ୍ୟାୟାଳୟରେ ତଦନ୍ତ ହେବା ପୂର୍ବରୁ ଫେସବୁକ୍‌ କୋର୍ଟରେ ରାୟ ପ୍ରସ୍ତୁତ!
ବିପଜ୍ଜନକ କଥା ହେଉଛି- ସତ୍ୟ ଜାଣିବାର ଧୈର୍ଯ୍ୟ ଆମର କମିଯାଉଛି, କିନ୍ତୁ ରାୟ ଦେବାର ଉତ୍ସାହ ବଢ଼ିଯାଉଛି। ତେବେ ନୈତିକତାର ଅର୍ଥ ଅନ୍ୟକୁ ନିୟନ୍ତ୍ରଣ କରିବା ନୁହେଁ। ନୈତିକତା ଅର୍ଥ-ନିଜକୁ ନିୟନ୍ତ୍ରଣ କରିବା। ଅନ୍ୟର ପୋଷାକ ଉପରେ ମନ୍ତବ୍ୟ କରିବା ସହଜ; ନିଜ ଭାଷାକୁ ସଂଯମ କରିବା କଷ୍ଟକର। ଅନ୍ୟର ବନ୍ଧୁତ୍ୱକୁ ପ୍ରଶ୍ନ କରିବା ସହଜ; ନିଜର ଅସହିଷ୍ଣୁତାକୁ ପ୍ରଶ୍ନ କରିବା କଷ୍ଟକର। ଅନ୍ୟକୁ ‘ସଂସ୍କାର’ର ପାଠ ପଢ଼ାଇବା ସହଜ; ନିଜ ଆଚରଣରେ ସଂସ୍କାର ଦେଖାଇବା କଷ୍ଟକର। ଆମେ କେଉଁ ସମାଜ ଚାହୁଁଛୁ? ଏକ ଏମିତି ସମାଜ, ଯେଉଁଠି ପ୍ରତ୍ୟେକ ମଣିଷ ଅନ୍ୟର ଜୀବନକୁ ନଜର ରଖିବ? ନା ଏକ ଏମିତି ସମାଜ, ଯେଉଁଠି ଆମେ ଭିନ୍ନତାକୁ ସମ୍ମାନ କରିବା ଶିଖିବା? ଆମକୁ ନୀତିର ପ୍ରହରାଦାର ଦରକାର, କିନ୍ତୁ ସ୍ବଘୋଷିତ ନୈତିକ ପୋଲିସ୍‌ ନୁହେଁ। ଆମକୁ ଦରକାର ଏମିତି ପରିବାର, ଯେଉଁଠି ପିଲାମାନଙ୍କୁ କେବଳ ଏହା କରନି କୁହାଯିବ ନାହିଁ, ବରଂ କାହିଁକି କରନି ବୁଝାଯିବ। ଆମକୁ ଦରକାର ଏମିତି ଶିକ୍ଷା, ଯେଉଁଠି ନୈତିକତା ମାନେ ଅନ୍ୟକୁ ଜଜ୍‌ କରିବା ନୁହେଁ, ନିଜକୁ ଜଜ୍‌ କରିବା ବୋଲି ଶିଖାଯିବ। ସମାଜର ପ୍ରତ୍ୟେକ ମଣିଷ ଯଦି ଅନ୍ୟର ଜୀବନର ଇନ୍ସପେକ୍ଟର ହୋଇଯାଏ, ତେବେ ଆମ ନିଜ ଜୀବନର ଦାୟିତ୍ୱ କିଏ ନେବ? ତେଣୁ ଆସନ୍ତୁ, ଅନ୍ୟର ପୋଷାକ ମାପିବା ପୂର୍ବରୁ ନିଜ ଚରିତ୍ରର ମାପନେବା। ଅନ୍ୟର ଜୀବନରେ ନାକ ଗଳାଇବା ପୂର୍ବରୁ ନିଜ ବିବେକକୁ ଥରେ ପଚାରିବା। କାରଣ ନୈତିକତାର ସବୁଠାରୁ ବଡ଼ ପରୀକ୍ଷା ଅନ୍ୟକୁ ଠିକ୍‌ କରିବାରେ ନୁହେଁ- ନିଜକୁ ଠିକ୍‌ ରଖିବାରେ। ଆଉ ଯଦି ତଥାପି ‘ମୋରାଲ୍‌ ପୋଲିସ୍‌’ ହେବାର ବହୁତ ଇଚ୍ଛା ଥାଏ, ତେବେ ପ୍ରଥମ ଡ୍ୟୁଟିଟା ନିଜ ଉପରେ ହିଁ ଦିଅନ୍ତୁ! ନୈତିକତାର ଧଣ୍ଡା ଧରିବା ପୂର୍ବରୁ ନିଜ ବିବେକକୁ ଥରେ ଜଗାନ୍ତୁ।
ଶିକ୍ଷୟିତ୍ରୀ, ଡି.ଏ.ଭି. ପବ୍ଲିକ୍‌ ସ୍କୁଲ, ପୁରୀ
ମୋ: ୭୮୫୪୮୦୨୮୦୫

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଙ୍ଗଲରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ହାତୀମାନେ ଜନବସତି ଆଡ଼କୁ ମୁହଁାଉଛନ୍ତି। ଫସଲ ଓ ଧନଜୀବନ ରକ୍ଷା କରିବା ପାଇଁ ମଣିଷ ସେମାନଙ୍କର ମୁକାବିଲା କରୁଛି।…

ବୈଶ୍ୱିକ କ୍ଷୁଧା ସୂଚକାଙ୍କରେ ଭାରତ

ଚଳିତ ୨୦୨୬ ମସିହାରେ ଗଣନା କରାଯାଇଥିବା ବୈଶ୍ୱିକ କ୍ଷୁଧା ସୂଚକାଙ୍କରେ ୧୨୨ଟି ଦେଶ ମଧ୍ୟରେ ଭାରତ ୧୦୩ତମ ସ୍ଥାନ ଅଧିକାର କରିଛି। ଏ କ୍ଷେତ୍ରରେ ଅର୍ଥନୈତିକ ଦୃଷ୍ଟିକୋଣରୁ…

ରହସ୍ୟଘେରରେ ନିଖୋଜ ଶିଶୁ

ସଭ୍ୟତାର କ୍ରମବିକାଶ ସହ ତାଳ ଦେଇ ଅନେକ ଅରୁଚିକର ଘଟଣା ପ୍ରତ୍ୟହ ସଂଘଟିତ ହୋଇ ଆମ ସଂସ୍କୃତି, ଐତିହ୍ୟ ଓ ଉଚ୍ଚ ପରମ୍ପରା ପ୍ରତି ଆହ୍ବାନ ସୃଷ୍ଟି…

କଥା ଓ କାମରେ ପ୍ରଭେଦ

ହିନ୍ଦୁତ୍ୱବାଦୀ ଚିନ୍ତାଧାରାରେ ଥିବା ଭାରତ ସମ୍ପୂର୍ଣ୍ଣ ଭାବେ ଏକ ସମ୍ପ୍ରଦାୟଭିତ୍ତିକ ରାଷ୍ଟ୍ର ନୁହେଁ ବୋଲି ମୁଁ ପୂର୍ବରୁ ଲେଖିଛି। ମୋ ଯୁକ୍ତି ହେଉଛି, ୨୦୦୮ ପୂର୍ବରୁ ନେପାଳ…

ଅନ୍ତର୍ଜାତୀୟ ରାଜନୀତିରେ ବିକ୍ଷୋଭ

ବିଶୃଙ୍ଖଳା, ବିକ୍ଷୋଭ, ବ୍ୟସ୍ତତା ଓ ବିପଯର୍‌ୟୟ ଆଜି ସର୍ବବ୍ୟାପୀ। ପୃଥିବୀବ୍ୟାପୀ ଏହି ବିପର୍ଯ୍ୟୟର ଅନ୍ତର୍ନିହିତ କାରଣ ଓ ଉଦ୍ଦେଶ୍ୟ ବୁଝିବା କଷ୍ଟକର। ଯେଉଁମାନଙ୍କ ଦୃଷ୍ଟିଭଙ୍ଗୀ ସଂକୀର୍ଣ୍ଣ, ସୀମାବଦ୍ଧ…

ଏଆଇ ଭସ୍ମାସୁର ନ ହେଉ

୧୯୫୦ ଦଶକରେ ପ୍ରଖ୍ୟାତ ଇଂରେଜ ଗଣିତଜ୍ଞ ଆଲାନ ଟର୍ନିଙ୍ଗ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ପାକ୍ଷିକ ବିଜ୍ଞାନ ପତ୍ରିକା ମାଇଣ୍ଡରେ ‘କମ୍ପ୍ୟୁଟର ଯନ୍ତ୍ର ଓ ବୁଦ୍ଧିମତ୍ତା’ ଶୀର୍ଷକ ଏକ ଆଲେଖ୍ୟରେ…

ବିଶ୍ୱାସ କମୁଛି

ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟକାଳ ବୃଦ୍ଧି ପ୍ରକ୍ରିୟା ଜାରି ରହିଛି। ଏହି କ୍ରମରେ ସମ୍ପ୍ରତି ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂହଙ୍କ କାର୍ଯ୍ୟକାଳକୁ ମୋଦି ସରକାର ୩୧…

ବିପର୍ଯ୍ୟୟ ପୀଡ଼ିତଙ୍କ ସେବା

ବିପର୍ଯ୍ୟୟ କେବେ ଆସିବ, କେଉଁଠି ଆସିବ ଏବଂ କେତେ ଜୀବନକୁ ପ୍ରଭାବିତ କରିବ, ତାହା କେହି ଜାଣିନାହାନ୍ତି। ବନ୍ୟାର ପ୍ରଖର ସ୍ରୋତ, ବାତ୍ୟାର ତାଣ୍ଡବ, ଭୂସ୍ଖଳନ, ଅଗ୍ନିକାଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?