ନିଜକୁ ଚିହ୍ନିବା

ଓଡ଼ିଆରେ ଗୋଟିଏ ଢଗ ଅଛି, ”ନିଜ ବୁଦ୍ଧିରେ ଶୃଗାଳ ହେବ ପଛେ, ପର ବୁଦ୍ଧିରେ ସିଂହ ହେବନାହିଁ।“ ଏହି ଢଗଟି ପରୋକ୍ଷରେ ପ୍ରସଙ୍ଗ ‘ନିଜକୁ ନିଜେ ଚିହ୍ନିବା’ର ଏକ ଅନୁରୂପ ବ୍ୟକ୍ତ। ସତରେ ନିଜକୁ ନିଜେ ଚିହ୍ନିବା ଏକ ଗୁରୁତ୍ୱପୂଣ୍ଣର୍ର୍ ଏବଂ ଅର୍ଥପୂର୍ଣ୍ଣ ଉପଲବଧି। ସାଧାରଣ ଆଇନାରେ ଆମେ ନିଜକୁ ନିଜେ ଦେଖୁ, ମାତ୍ର ମନର ଆଇନାରେ ହିଁ ନିଜକୁ ନିଜେ ଚିହ୍ନୁ। ଆଇନା ଭାଙ୍ଗିଗଲେ ଯେପରି ନିଜ ମୁହଁ ପରିଷ୍କାର ଭାବେ ଦେଖି ହୁଏନାହିଁ, ଠିକ୍‌ ସେହିପରି ମନର ଦର୍ପଣରେ ଯେତେବେଳେ ତ୍ରୁଟି ଦେଖାଯାଏ, ସେତେବେଳେ ସବୁକିଛି ଓଲଟପାଲଟ ହୋଇଯାଏ। ଆମେ ନିଜକୁ ନିଜେ ଚିହ୍ନିବା କଷ୍ଟ ହୋଇପଡ଼େ। ନିଜ ସ୍ଥିତିରୁ ବାହାରିଯାଇ ଅନ୍ୟର ପ୍ରଲୋଭନରେ ବଡ଼ହବାର ଆଶା କରି ପକେଇବା, ନିଜ କର୍ତ୍ତବ୍ୟକୁ ଭୁଲିଯିବା, ନିଜ ଜୀବନର ବାଟ ଭୁଲି ଅବାଟରେ ଚାଲିଯିବା ଇତ୍ୟାଦି। ଏ ପାର୍ଥତ୍ବ ମଣିଷ ସଦାବେଳେ ସୁଖଶାନ୍ତି ପଛରେ ଧାଇଁଥାଏ। ଦୁଃଖ ଆସିଲେ ବୀତସ୍ପୃହ ହୋଇପଡ଼େ। ନିଜେ କର୍ତ୍ତବ୍ୟଚ୍ୟୁତ ହୋଇ ଦିଗହରା ହୋଇପଡ଼େ। ଏ ମଣିଷ ଯଦି ନିଜକୁ ନିଜେ ଚିହ୍ନି ଯାଆନ୍ତା, ଯଥା ‘ମୁଁ କିଏ ? ମୋର କ’ଣ କରିବାର ଅଛି ? ମୁଁ କାହିଁକି ଏ କାର୍ଯ୍ୟଟି କରିବି ? ଏବଂ ମୁଁ କ’ଣ ନ କରିବା ଉଚିତ ? ଇତ୍ୟାଦିର ଅବଗତ ହୋଇଯାନ୍ତା, ତା ହେଲେ ତାଙ୍କୁ ପାର୍ଥିବ ଭୌତିକ ଦୁଃଖ ଯନ୍ତ୍ରଣା ଭୋଗ କରିବାକୁ ପଡ଼ନ୍ତାନି।
ମଣିଷ ପ୍ରାଚୁର୍ଯ୍ୟ ଓ ଐଶ୍ୱର୍ଯ୍ୟ ପ୍ରଭାବରେ ବନ୍ଧୁତା ବଦଳରେ ଶତ୍ରୁତାର ଆସର ଜନ୍ମାଏ। ହସଖୁସି, ଶାନ୍ତି, ସୁଖ ସବୁ ଉଜୁଡ଼ିଯାଏ। ଏ ସବୁର ମୂଳକାରଣ ହେଉଛି ନିଜକୁ ନିଜେ ନ ଚିହ୍ନିବାର ସ୍ଥିତି, ଯେଉଁ ସ୍ଥିତିରେ ମଣିଷ ତା’ର ନିଜ ସୀମା ଭିତରେ ରହିବାର ପ୍ରବୃତ୍ତିରୁ ଦୂରେଇଯାଏ। ମାତ୍ର ନିଜକୁ ନିଜେ ଚିହ୍ନିଥିବା ଲୋକଟି ନିଜ ସୀମା ଟପିଯାଏନା। ନିଜେ ନିଜର ପରିସୀମା ଭିତରେ ରହି ନିଜକୁ ସଂଯତ କରି ଗଢ଼ିତୋଳେ। ନିଜକୁ ସଂଯତ କରିବା ଫଳରେ କେଉଁ କାର୍ଯ୍ୟ କରିବା ବା ନ କରିବା ନିଷ୍ପତ୍ତି ନିଜେ ନେଇପାରେ। ନିଜକୁ ଚିହ୍ନିଥିବା ଲୋକଟି ଦୃଢ଼ମନା ହୋଇ କାର୍ଯ୍ୟରେ ନିପୁଣତା ପ୍ରଦର୍ଶନ କରିଥାଏ।
ଏଠାରେ ପ୍ରସଙ୍ଗଟିକୁ ନେଇ ଏକ ଗଳ୍ପଟିଏ ଅବତାରଣ କରିବାକୁ ମନେକରେ। ଗୋଟିଏ ଦେଶରେ ରାଜା ଥିଲେ। ରାଜା ପ୍ରଜାମାନଙ୍କୁ ଖୁସିରେ ରଖିଥିଲେ। ରାଜା ଏକ ବିଷ୍ଣୁଙ୍କ ମନ୍ଦିର ତୋଳିଲେ। ମନ୍ଦିରରେ ଠିକ୍‌ ଭାବେ ପୂଜାର୍ଚ୍ଚନା ଚାଲିଲା। ଜଣେ ସାଧୁ ଆସି ମନ୍ଦିରରେ ଆଶ୍ରୟ ନେଲେ। ସାଧୁ ଜଣକ ଦିନରେ ଭିକ୍ଷାବୃତ୍ତି କରି ରାତିରେ ଆସି ମନ୍ଦିରରେ ଠାକୁରଙ୍କ ଆଶ୍ରୟରେ ପଡ଼ିରହନ୍ତି। ଦୈବାତ୍‌ ଦିନେ ମନ୍ଦିରରେ ଥିବା ଠାକୁରଙ୍କ ସୁନାଗହଣା ଚୋରି ହୋଇଗଲା। ରାଜା ବିବ୍ରତ ହୋଇପଡ଼ିଲେ। ଗ୍ରାମର ଲୋକେ ସାଧୁ ଚୋରି କରିଥିବା ସନ୍ଦେହ କଲେ। ରାଜା ମଧ୍ୟ ସାଧୁକୁ ସନ୍ଦେହ କଲେ। ଏହାପରେ ରାଜା ଓ ପ୍ରଜା ମିଶିକରି ସାଧୁକୁ ଭର୍ତ୍ସନା କରି ମନ୍ଦିର ତଥା ଗ୍ରାମରୁ ତଡ଼ିଦେଲେ। ସାଧୁ ଚୋରି ଘଟଣାକୁ ଅସ୍ବୀକାର କରି ମନ୍ଦିର ତଥା ଗାଁ ଛାଡ଼ି ଦୂରକୁ ପଳେଇ ଆସିଲେ। ସାଧୁଜଣକ ଅପବାଦ ସହି ମଧ୍ୟ କିଛି ଅସ୍ଥିର ହୋଇ ନ ଥିଲେ, କାରଣ ସେ ନିଜକୁ ନିଜେ ଚିହ୍ନି ପାରିଥିଲେ ଯେ, ସେ ଚୋରି କରିନାହାନ୍ତି। ମନ୍ଦିର ଦୂରରେ ଥିବା ଏକ ପାହାଡ଼ ଉପରେ କୁଡ଼ିଆଟିଏ କରି ସାଧୁଜଣକ ରହିଲେ। ରାଜ୍ୟକୁ ଭୀଷଣ ବନ୍ୟା ଆସିଲା। ବନ୍ୟା ସ୍ଥିତିରେ ଗାଁ ଛାଡ଼ି ସମସ୍ତେ ପଳାଇବାକୁ ଉଦ୍ୟମ କଲେ। ରାଜା ମଧ୍ୟ ନିଜର ଏକ ଘୋଡ଼ା ଉପରେ ବସି ସେଇ ପାହାଡ଼ ଉପରକୁ ଉଠିଗଲେ। ପାହାଡ଼ ଉପରେ କିଛି ଆଶ୍ରୟ ନ ପାଇ ଶେଷରେ ସାଧୁଙ୍କ କୁଡ଼ିଆରେ ପହଞ୍ଚିଲେ। ରାଜା ସାଧୁଙ୍କୁ ଦେଖି ତାଟସ୍ଥ ହୋଇଗଲେ। ରାଜା ସାଧୁଙ୍କୁ କ୍ଷମା ମାଗି କହିଲେ ଯେ, ‘ମୁଁ ଆପଣଙ୍କୁ ଭୁଲ୍‌ରେ ଗାଁରୁ ତଡ଼ି ଦେଇଥିଲି, ଆପଣ ପ୍ରକୃତରେ ମନ୍ଦିରର ଗହଣା ଚୋରି କରିନାହାନ୍ତି।’ ସାଧୁ କହିଲେ, ‘ମୁଁ ନିଜକୁ ନିଜେ ଚିହ୍ନେ ଏବଂ ଜାଣେ ଯେ ମୁଁ ଚୋରି କରିନାହିଁ। ତେଣୁ ମୁଁ ଗାଁ ଛାଡ଼ି ପଳାଇ ଆସିଲି।’ ଶେଷରେ ସାଧୁ କହିଲେ, ନିଜକୁ ଚିହ୍ନିବା ସହ ନିଜକୁ ନିଜେ ବିଶ୍ୱାସ କରିବା ହେଉଛି ମଣିଷର ବଡ଼ ଧର୍ମ। ମୁଁ ସେହିଧର୍ମ ପାଳନ କରିଛି। ମୁଁ ନିଜକୁ ନିଜେ ଚିହ୍ନି ଆମତ୍ବିଶ୍ୱାସୀ ଥିଲି ଯେ, ମୁଁ ଚୋରି କରିନାହିଁ। ଉପରୋକ୍ତ ଗଳ୍ପଟିରୁ ଆମେ ଏଇ ଶିକ୍ଷା ଉପଲବ୍ଧି କଲେ ଯେ, ସମସ୍ତେ ନିଜକୁ ନିଜେ ଚିହ୍ନିବା ଏବଂ ଏକ ସକାରାତ୍ମକ ଚିନ୍ତାଧାରା ନେଇ ସମାଜରେ ବଞ୍ଚତ୍ ରହିବା।
ଯଚିଦାନନ୍ଦ ଦାଶ
ସିଡିଏ, କଟକ
ମୋ : ୭୦୦୮୬୫୦୬୯୩

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

F-16 ଫାଇଟର ଜେଟ୍‌ ଦୁର୍ଘଟଣା, ହୁତୁହୁତୁ ହୋଇ…

ଓ୍ବାଶିଂଟନ,୧୮।୯: ଆମେରିକାର ମିଚିଗାନରେ ନିୟମିତ ପ୍ରଶିକ୍ଷଣ ଉଡ଼ାଣ ସମୟରେ ଟେକ୍ସାସ ଏୟାର ନ୍ୟାସନାଲ ଗାର୍ଡର ଏକ F-16 ଫାଇଟର ଜେଟ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗ୍ରାଣ୍ଡ ଟ୍ରାଭର୍ସ…

ଏଇ ଭାରତରେ

ତାମିଲନାଡୁର ସତ୍ୟମଙ୍ଗଳମ୍‌ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଲାଟାନା ଘାସ ଏବେ ଆଦିବାସୀଙ୍କ ପାଇଁ ଜୀବିକାର ସାହାରା ପାଲଟିଛି। କେବଳ ଏତିକି ନୁହେଁ ଜଙ୍ଗଳ ଅର୍ଥନୀତିକୁ ମଧ୍ୟ ସଶକ୍ତ…

ବିକାଶ ବେଦିରେ ବଳି

ଓଡ଼ିଶାର ଆଦିବାସୀମାନଙ୍କ ଅସ୍ତିତ୍ୱ ଦିନକୁ ଦିନ ଅଧିକ ବିପନ୍ନ ହେଉଥିବା ଦେଖିବାକୁ ମିଳୁଛି। ସେମାନଙ୍କର ମାଟି, ପାଣି, ଜଙ୍ଗଲ, ଝରଣା, ପାହାଡ଼ ଧୀରେ ଧୀରେ ସେମାନଙ୍କ କବଳରୁ…

ଡାଟା ସେଣ୍ଟରକୁ ବିରୋଧ

ଦି ଗ୍ରେଟ୍‌ ରିପ୍ଲେସମେଣ୍ଟ’ ଧାରଣା ଦର୍ଶାଏ ଯେ ସ୍ଥାନୀୟ ଲୋକଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ପ୍ରବାସୀମାନଙ୍କ ଦ୍ୱାରା ହଟାଯାଉଛି। ଫ୍ରାନ୍ସର ଲେଖକ ରେନାଡ୍‌ କାମୁସ ଏହି ଶବ୍ଦ ପ୍ରଥମେ…

ପାସପୋର୍ଟ ନିୟମରେ ବଡ଼ ପରିବର୍ତ୍ତନ, ୧୫ ବର୍ଷରୁ କମ୍‌ ପିଲାଙ୍କ ପାଇଁ…

ନୂଆଦିଲ୍ଲୀ,୧୮।୯: ପାସପୋର୍ଟକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି ।ବିଦେଶ ମନ୍ତ୍ରଣାଳୟ (MEA) ପାସପୋର୍ଟ ନିୟମରେ କିଛି ପରିବର୍ତ୍ତନ ଘୋଷଣା କରିଛି । ‘ପାସପୋର୍ଟ (ସଂଶୋଧନ) ନିୟମ,…

ପିକ୍‌ଅପ୍‌ରେ ଚାଲାଣ ହେଉଥିଲେ ୭୫ ଛେଳି, ମାଡ଼ି ବସିଲା ପୋଲିସ,୩ ଜଣଙ୍କୁ ଗିରଫ କରି…

ଦେବଗଡ଼,୧୮ା୯(ଶଶାଙ୍କ ଶେଖର ଝାଙ୍କର): ପିକ୍‌ଅପ୍‌ ଭ୍ୟାନ୍‌ରେ ବେଆଇନ ଛେଳି ଚାଲାଣ ଘଟଣାରେ ଦେବଗଡ଼ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ପିକ୍‌ଅପ୍‌ ଭ୍ୟାନ୍‌ ଚାଳକ…

ବୈଜ୍ଞାନିକଙ୍କୁ ବଡ଼ ସଫଳତା, ମୂଷା ମସ୍ତିଷ୍କରେ ଲାବ୍‌-ନିର୍ମିତ ମାନବ କୋଷିକା ପ୍ରତିରୋପଣ

ନୂଆଦିଲ୍ଲୀ,୧୮।୯ (ପି.ଟି.): ପ୍ରୟୋଗଶାଳାରେ ପ୍ରସ୍ତୁତ ମାନବ ମସ୍ତିଷ୍କର ନରମ କୋଷିକାକୁ ମୂଷା ମସ୍ତିଷ୍କରେ ସଫଳତାର ସହ ପ୍ରତିରୋପଣ କରାଯାଇପାରିଛି। ପ୍ରତିରୋପଣ ପରେ ଏହି ମାନବ କୋଷିକାଗୁଡ଼ିକ ମୂଷା…

ବିପଦସଙ୍କୁଳ ଶ୍ରେଣୀଗୃହରେ ଚାଲିଛି ଐତିହ୍ୟପୂର୍ଣ୍ଣ ଶିକ୍ଷାନୁଷ୍ଠାନ

ସାକ୍ଷୀଗୋପାଳ,୧୮।୯(ପ୍ରଶାନ୍ତ କୁମାର ବାରିକ): ଯେଉଁଠି ଦିନେ ଶିକ୍ଷା ସହ ଶ୍ରମ, ଶୃଙ୍ଖଳା, ସେବା, ସ୍ବାବଲମ୍ବନ ଓ ଦେଶପ୍ରେମର ମନ୍ତ୍ର ଫୁଙ୍କି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ‘ମଣିଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?