ପ୍ରଧାନମନ୍ତ୍ରୀ ମୋଦି କେବେ କରିଥିଲେ UPI ପେମେଣ୍ଟ? ଏବେ ଯାଏ କେତେ କରିଛନ୍ତି ଟ୍ରାଞ୍ଜାକ୍ସନ, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୧୮।୯: ନିକଟରେ କେନ୍ଦ୍ର ସରକାର ଘୋଷଣା କରିଛନ୍ତି ଯେ UPI ଦେୟ ଉପରେ ଶୁଳ୍କ ଲାଗିବା ଚର୍ଚ୍ଚା ପରେ ମଧ୍ୟ ପର୍ସନ ଟୁ ପର୍ସନ (P2P) UPI କାରବାର ସମ୍ପୂର୍ଣ୍ଣ ମାଗଣା ରହିବ ଏବଂ MDR କେବଳ ଅଧିକ ମୂଲ୍ୟର ବ୍ୟବସାୟିକ (ମର୍ଚାଣ୍ଟ) କାରବାର ଉପରେ ଲାଗୁ ହେବ। କେନ୍ଦ୍ର ସରକାର ଅକ୍ଟୋବର ୧୫ରୁ ଏହି ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି। ଏହା ଅଧୀନରେ ବ୍ୟବସାୟୀମାନଙ୍କୁ ୨ ହଜାରରୁ ଅଧିକ ଟଙ୍କାର କାରବାର ଉପରେ ୦.୪ ପ୍ରତିଶତ ଶୁଳ୍କ ଦେବାକୁ ପଡ଼ିବ। ୭୫ ହଜାର ବା ତା’ଠାରୁ ଅଧିକ ଦେୟ ଉପରେ ସର୍ୱାଧିକ ୩୦୦ ଟଙ୍କା ପର୍ଯ୍ୟନ୍ତ ଶୁଳ୍କ ଲାଗିବ। ଆଜିକାଲି UPIକୁ ନେଇ ବେଶ ଚର୍ଚ୍ଚା ଚାଲିଛି। ପ୍ରକୃତରେ, ଆମ ଦେଶରେ ଚାହା ଦୋକାନଠାରୁ ଆରମ୍ଭ କରି ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ସବୁଠି UPI ମାଧ୍ୟମରେ ଟଙ୍କା ଦିଆଯାଉଛି। ପ୍ରଧାନମନ୍ତ୍ରୀ ମୋଦି ନିଜେ ଅନେକ ସମୟରେ ଡିଜିଟାଲ ପେମେଣ୍ଟ ଏବଂ UPI ସୁବିଧାକୁ ଲୋକଙ୍କ ମଧ୍ୟରେ ପ୍ରୋତ୍ସାହିତ କରିଆସିଛନ୍ତି। ଏପରି ଏକ ରୋଚକ ଘଟଣା ୨୦୨୪ ମସିହାରେ ଘଟିଥିଲା, ଯାହା ବିଷୟରେ ଆମେ ଆପଣଙ୍କୁ ବିସ୍ତୃତ ଭାବରେ ଜଣାଉଛୁ।

ପ୍ରକୃତରେ ଜାନୁଆରୀ ୨୦୨୪ରେ ଫ୍ରାନ୍ସର ତତ୍କାଳୀନ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋଙ୍କ ଭାରତ ଗସ୍ତରେ ଆସିଥିଲେ। ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଜୟପୁରରେ ରୋଡ ସୋ’ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ UPI ବିଷୟରେ ବୁଝାଇଥିଲେ ଏବଂ ନିଜେ ପେମେଣ୍ଟ ମଧ୍ୟ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଓ ରାଷ୍ଟ୍ରପତି ମାକ୍ରୋଁ ହାୱା ମହଲ ସମ୍ମୁଖରେ ଥିବା ସାହୁ ଚାହା ଦୋକାନରେ ଅଟକି ମସଲା ଚାହାର ମଜା ନେଇଥିଲେ। ସୂଚନା ଅନୁସାରେ, ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଫୋନ ବାହାର କରି QR କୋଡ ସ୍କାନ କରି ଚାହା ପାଇଁ ୨ ଟଙ୍କାର ଟୋକନ ପେମେଣ୍ଟ କରିଥିଲେ, ଯାହା ପରେ ତାଙ୍କୁ କାରବାର ସଫଳ ହେବାର ମେସେଜ ମିଳିଥିଲା। ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ମାକ୍ରୋଁଙ୍କୁ UPI ପେମେଣ୍ଟର ଗୁରୁତ୍ୱ ଏବଂ ଏହା କିପରି କାମ କରେ ତାହା ବୁଝାଇଥିଲେ। ଏହି ସମ୍ପୂର୍ଣ୍ଣ ଆଲୋଚନାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା।

ଜୟପୁର ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋଁଙ୍କୁ ଉପହାର ଦେବା ପାଇଁ ଏକ ହସ୍ତତନ୍ତ (ହ୍ୟାଣ୍ଡିକ୍ରାଫ୍ଟ) ଦୋକାନରୁ ଅଯୋଧ୍ୟା ରାମ ମନ୍ଦିରର ଏକ ପ୍ରତିକୃତି କିଣିଥିଲେ, ଯାହା ପାଇଁ ପ୍ରଧାନମନ୍ତ୍ରୀ ଦୋକାନୀଙ୍କୁ ୫୦୦ ଟଙ୍କା UPI ମାଧ୍ୟମରେ ଦେଇଥିଲେ। ଅର୍ଥାତ୍ ପ୍ରଧାନମନ୍ତ୍ରୀ ମୋଦୀ ଜୟପୁର ଗସ୍ତ ସମୟରେ ଚାହା ପାଇଁ ୨ ଟଙ୍କା ଏବଂ ରାମ ମନ୍ଦିର ପ୍ରତିକୃତି ପାଇଁ ୫୦୦ ଟଙ୍କା UPI ଜରିଆରେ ପୈଠ କରିଥିଲେ। ପ୍ରଧାନମନ୍ତ୍ରୀ ମୋଟ ୫୦୨ ଟଙ୍କାର UPI କାରବାର କରିଥିଲେ। ଅବଶ୍ୟ, ଏହାକୁ ପ୍ରଧାନମନ୍ତ୍ରୀଙ୍କ ମୋଟ UPI କାରବାରରେ ଗଣାଯାଇପାରିବ ନାହିଁ। ଜୟପୁରରେ ପ୍ରଧାନମନ୍ତ୍ରୀ କରିଥିବା ଏହି ପେମେଣ୍ଟ ଏଥିପାଇଁ ମଧ୍ୟ ସୱତନ୍ତ୍ର ଥିଲା, କାରଣ ଏହା ଅନ୍ୟ ଏକ ଦେଶର ରାଷ୍ଟ୍ରପତିଙ୍କ ସମ୍ମୁଖରେ UPIର ମହତ୍ତ୍ୱକୁ ପ୍ରଦର୍ଶନ କରିଥିଲା।

ସେହିପରି, ୧୫ ଅକ୍ଟୋବର ୨୦୨୬ରୁ ଲାଗୁ ହେବାକୁ ଥିବା କିଛି ର୍ନିଦ୍ଦିଷ୍ଟ ବ୍ୟବସାୟିକ କାରବାର ପାଇଁ UPI ମର୍ଚାଣ୍ଟ ଡିସକାଉଣ୍ଟ ରେଟ (MDR)ର ଏକ ନୂତନ ଢାଞ୍ଚା ଉପସ୍ଥାପନ କରାଯାଇଛି, ଯେଉଁଠାରେ ସାଧାରଣ ଗ୍ରାହକଙ୍କ ପାଇଁ UPI ସମ୍ପୂର୍ଣ୍ଣ ମାଗଣା ରହିବ। ଏହି ବ୍ୟବସ୍ଥା ଅଧୀନରେ ୨,୦୦୦ରୁ କମ ମୂଲ୍ୟର ୯୫% UPI କାରବାର ଏବଂ ଛୋଟ ବ୍ୟବସାୟୀ କାରବାର (P2PM) ପୂରାପୂରି ମାଗଣା ରହିବ। ଏହା ସହିତ ଛୋଟ ବ୍ୟବସାୟୀଙ୍କ ମଧ୍ୟରେ UPIର ବ୍ୟବହାର ବୃଦ୍ଧି ପାଇଁ ଏକ ନୂଆ ପାଣ୍ଠି (ଫଣ୍ଡ) ଗଠନ କରିବାକୁ ପ୍ରସ୍ତାବ ରହିଛି। ଏହି ପଦକ୍ଷେପ ଦ୍ୱାରା UPIର ପରିସର ବଢ଼ିବ, ଲୋକେ ଏହାକୁ ନିୟମିତ ଭାବରେ ବ୍ୟବହାର କରିବେ ଏବଂ ଭାରତର ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାରେ କ୍ଷୁଦ୍ର ବ୍ୟବସାୟୀଙ୍କ ଭାଗୀଦାରୀ ବୃଦ୍ଧି ପାଇବ। ଅଧିକ ମୂଲ୍ୟର କାରବାର ଉପରେ ଲାଗୁ ହେଉଥିବା ଉପଯୁକ୍ତ MDR ଶୁଳ୍କ UPI ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ ପକ୍ଷଙ୍କ ମଧ୍ୟରେ ବଣ୍ଟନ କରାଯିବ। ଫଳରେ ନୂଆ ଉପଭୋକ୍ତା ଓ ବ୍ୟବସାୟୀଙ୍କ ନିକଟରେ UPI ପହଞ୍ଚିପାରିବ ଏବଂ ସିଷ୍ଟମର ସୁଦୃଢ଼ତା, ସାଇବର ସୁରକ୍ଷା ତଥା ନୂତନ ଉଦ୍ଭାବନ (ଇନୋଭେସନ)ରେ ପୁଞ୍ଜିନିବେଶକୁ ପ୍ରୋତ୍ସାହନ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

୨୪ ଘଣ୍ଟାରେ ମମତାଙ୍କୁ ଲାଗିଲା ଦ୍ୱିତୀୟ ଝଟକା, ଯାହାକୁ ପ୍ରାର୍ଥୀ ଘୋଷଣା କରିଥିଲେ ସିଏ ଏବେ…

କୋଲକାତା: ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଉପନିର୍ବାଚନକୁ ନେଇ ରାଜନୈତିକ ଘଟଣାକ୍ରମ ଜୋର ଧରିଛି। ମମତା ବାନାର୍ଜୀଙ୍କ ଗୋଷ୍ଠୀ ପକ୍ଷରୁ ନନ୍ଦୀଗ୍ରାମ ପାଇଁ ପ୍ରାର୍ଥୀ ଘୋଷିତ ହୋଇଥିବା ସଞ୍ଚିତା ପ୍ରଧାନ…

ଜାରି ହେଲା ପୌର ନିର୍ବାଚନ ସଂଶୋଧିତ ସମୟସୂଚୀ, ଆସନ୍ତା ୨୪ସୁଦ୍ଧା…

ଭୁବନେଶ୍ୱର,୧୮।୯: ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ଶୁକ୍ରବାର ପୌର ନିର୍ବାଚନ ନେଇ ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ସଂଶୋଧିତ ସମୟସୂଚୀ ଜାରି କରାଯାଇଛି।…

ନିର୍ବାଚନ ପୂର୍ବରୁ ଭାଜପାର ବଡ଼ ଘୋଷଣା: ଏମାନଙ୍କୁ ଦିଆଗଲା ବଡ଼ ଦାୟିତ୍ୱ

ଲକ୍ଷ୍ନୌ,୧୮।୯: ଉତ୍ତରପ୍ରଦେଶ ନିର୍ବାଚନକୁ ନେଇ BJP ପକ୍ଷରୁ ପ୍ରସ୍ତୁତି ତୀବ୍ର କରାଯାଇଛି। ଏହି କ୍ରମରେ ଦଳ ପକ୍ଷରୁ ନୂଆ ସୋସିଆଲ ମିଡିଆ ଟିମର ଘୋଷଣା କରାଯାଇଛି। ଦଳ…

ବାର୍ଦ୍ଧକ୍ୟ ଭତ୍ତାକୁ ନେଇ ଆସିଲା ବଡ଼ ଖବର, ଏଣିକି ୪୫ଦିନରେ ଆକାଉଣ୍ଟକୁ ଆସିବ…

ନୂଆଦିଲ୍ଲୀ,୧୮।୯: ରାଜ୍ୟରେ ବାର୍ଦ୍ଧକ୍ୟ ଭତ୍ତା ପ୍ରତି ତିନି ମାସରେ ୩୦୦୦ ଟଙ୍କା ଦିଆଯାଇଥାଏ। କିନ୍ତୁ ଏବେ ଏହି ୩୦୦୦ ଟଙ୍କାର ଭତ୍ତା କିସ୍ତି ଆକାରରେ ଦିଆଯିବ। ଏହା…

୨୦୨୭ରେ ମେଷ ରାଶିକୁ ଯିବେ ଶନି: ବର୍ଷ ଆରମ୍ଭରୁ ଆର୍ଥିକ ସମସ୍ୟାରେ ବୁଡିରହିବେ ଏହି ରାଶି, ଏମାନଙ୍କ ଉପରେ ଧନବର୍ଷା

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ ଅନୁଶାସନ, କର୍ମ ଓ ନ୍ୟାୟର ଗ୍ରହ ବୋଲି ମନେ କରାଯାଏ। ଅନ୍ୟ ଗ୍ରହଙ୍କ ତୁଳନାରେ ଶନିଙ୍କ ଗତି ଧୀର ହୋଇଥିବାରୁ ତାଙ୍କ…

ବାଡ଼ିକୁ ଗାଈ ଆଣିବା ପାଇଁ ଯାଇଥିଲେ ପୀତାମ୍ବର, ବଜ୍ରପାତ ହେବାରୁ…

ମହାକାଳପଡ଼ା,୧୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପେଟଛେଲା ପଞ୍ଚାୟତ ସ୍ଥାନୀୟ କେନ୍ତିଆ ଗ୍ରାମର ପୀତାମ୍ବର ରାଉତ(୬୦) ନିଜ ବାଡ଼ିକୁ ଗାଈ ଆଣିବାକୁ ଯାଇ ବଜ୍ରପାତର…

ନିର୍ବାଚନ ଆୟୋଗଙ୍କ ବଡ଼ ଘୋଷଣା: ମମତାଙ୍କୁ ମିଳିଲା ନୂଆ ପାର୍ଟି ନାଁ-ଚିହ୍ନ, ଜାଣନ୍ତୁ ଋତବ୍ରତଙ୍କୁ କ’ଣ ଦିଆଗଲା…

କୋଲକାତା,୧୮।୯: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ବିଦ୍ରୋହୀ ନେତା ଋତବ୍ରତ ବାନାର୍ଜୀଙ୍କ ଦୁଇ ଭିନ୍ନ ଗୋଷ୍ଠୀ ପାଇଁ ନିର୍ବାଚନ ଆୟୋଗ ନୂଆ ଦଳୀୟ ନାମ…

ନକଲି ଫେସ୍‌ବୁକ୍‌ ଆଇଡିରେ ଠକି ନେଇଥିଲେ ୨୫ ଲକ୍ଷ ଟଙ୍କା, ୩ ଭଉଣୀଭାଇଙ୍କୁ ବାନ୍ଧିଲା ସାଇବର ପୋଲିସ

ସମ୍ବଲପୁର,୧୮ା୯(ପ୍ରମୋଦ ବହିଦାର): ଫେସ୍‌ବୁକରେ ନକଲି ଆଇଡି ଖୋଲି ଟଙ୍କାକୁ ଦ୍ୱିଗୁଣ କରିଦେବାର ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଦୁଇ ଭଉଣୀଙ୍କ ସହ ଭାଇଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?