ଆନ୍ଧ୍ରକୁ ଧାନ ଚାଲାଣ ସନ୍ଦେହ: ତହସିଲଦାର ଅଟକାଇଲେ ୪ ଧାନ ବୋଝେଇ ଗାଡ଼ି

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ତହସିଲଦାର ଅନୀତା କୁମାରୀ ସାହୁଙ୍କ ନେତୃତ୍ୱରେ ସୋମବାର ଏନଫୋର୍ସମେଣ୍ଟ ସ୍କ୍ବାର୍ଡ ଦିଗପହଣ୍ଡି- ଚିକିଟି ମୁଖ୍ୟରାସ୍ତାର କଲ୍ୟାଣପୁର ନିକଟରୁ ୪ଟି ଧାନବୋଝେଇ ଗାଡ଼ି ଜବତ କରି ଦିଗପହଣ୍ଡି ଥାନାକୁ ହସ୍ତାନ୍ତର କରିଥିଲେ। ଆନ୍ଧ୍ରକୁ ଧାନ ଚାଲାଣ ହେଉଥିବା ସନ୍ଦେହରେ ପିକ୍‌ଅପ ଭ୍ୟାନ ନଂ. ଓଡ଼ି ୦୭ -୬୫୬୩, ଓଡ଼ି ୩୩ ପି – ୬୧୪୮, ଓଡ଼ି ୧୩ ଜି – ୩୮୩୯ ଏବଂ ଟାଟା ଏସି ଡାଲାଗାଡ଼ି ନଂ. ଓଡ଼ି ୦୭ ପି – ୧୯୭୦କୁ ଅଟକ ରଖି ଥାନାକୁ ନେଇଥିଲେ। ପରେ ଚାଲାଣ ସମ୍ପର୍କିତ ନଥିପତ୍ର ଯାଞ୍ଚପରେ ସେଗୁଡିକ ପଞ୍ଜିକୃତ ଚାଷୀଙ୍କ ପୁରୁଣା ଧାନ ଏବଂ ଷ୍ଟିମ ଦେବା ଉଦ୍ଦେଶ୍ୟରେ ମିଲକୁ ଚାଲାଣ ହେଉଥିବା ଜଣାପଡିବାରୁ ଚାଷୀଙ୍କ ଠାରୁ ସ୍ବିକାରୋକ୍ତି ସଂଗ୍ରହ ପରେ ଛାଡ଼ି ଦିଆଯାଇଥିବା ତହସିଲଦାର କହିଛନ୍ତି। ଅପରପକ୍ଷରେ ଦିଗପହଣ୍ଡି ଅଞ୍ଚଳରେ ଚାଷୀ ଅଭାବୀ ଧାନବିକ୍ରିର ଶିକାର ହେଉଛି। ଧାନ ଅମଳ ସରିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଏଯାଏଁ ଧାନ ମଣ୍ଡି ଖୋଲିନାହିଁ। ଚାଷୀଙ୍କ ଉତ୍ପାଦିତ ଧାନକୁ ସାଇତି ରଖିବାରେ ସମସ୍ୟା, ଚଳିତ ବର୍ଷ ଏଫଏକ୍ୟୁ ମାନକୁ କଡ଼ାକଡ଼ି କରାଯିବା ସମେତ ବିଭିନ୍ନ କାରଣକୁ ନେଇ ଚାଷୀ ଖଳାମୂଳେ ବ୍ୟବସାୟୀଙ୍କୁ କମ ମୂଲ୍ୟରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଥିବା ଅଭିଯୋଗ ହୋଇଛି। ଏ ନେଇ ତହସିଲଦାରଙ୍କୁ ପଚାରିବାରୁ ଆସନ୍ତା ୨୩ ତାରିଖରୁ ଦିଗପହଣ୍ଡି ବ୍ଲକ ଏବଂ ଏନ୍‌ଏସି ଇଲାକାରେ ୨୧ଟି ଧାନମଣ୍ଡି ଖୋଲାଯିବା ସହ କୋଟିନଡ଼ା ଏବଂ ଚୌଧୁରୀ ଟିକରପଡ଼ା ପଞ୍ଚାୟତରେ ପଞ୍ଜିକୃତ ୨  ମହିଳା ସୟଂ ସହାୟିକା ଗୋଷ୍ଠୀ ଚାଷୀଙ୍କ ଠାରୁ ସରକାରଙ୍କ ନିର୍ଦ୍ଧାରିତ ଦରରେ ସିଧାସଳଖ ଧାନ କ୍ରୟ କରିବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ଆଖି ବୁଜିଛନ୍ତି ଗୁରୁ, ହେଲେ ଆଦର୍ଶକୁ ଭୁଲିନାହାନ୍ତି ଶିଷ୍ୟ: ପ୍ରତିମୂର୍ତ୍ତୀ ଗଢ଼ି ଗୁରୁଦିବସ ପାଳିଲା…

ପୁରୁଷୋତ୍ତମପୁର,୫।୯ (ସବିତା ମିଶ୍ର): ଗୁରୁଙ୍କ ଶରୀର ନ ଥାଇପାରେ, କିନ୍ତୁ ତାଙ୍କ ଆଦର୍ଶ ଆଜି ବି ଜୀବନ୍ତ। ଏହି ବାକ୍ୟକୁ ସତ୍ୟରେ ପରିଣତ କରିଛନ୍ତି ଗଞ୍ଜାମ ଜିଲା…

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri