Posted inଖେଳ

କ୍ରିକେଟର୍‌ମାନେ ‘ଶୂନ’ରେ ଆଉଟ୍‌ ହେଲେ କେମିତି ଥାଏ ସ୍ତ୍ରୀଙ୍କ ପ୍ରତିକ୍ରିୟା

କ୍ରିକେଟର୍‌ଙ୍କ ସ୍ତ୍ରୀ ଏବଂ ଗର୍ଲଫ୍ରେଣ୍ଡ ମ୍ୟାଚ୍‌ ଦେଖିବା ପାଇଁ ଷ୍ଟାଡିୟମକୁ ଯିବା କିଛି ନୂଆ କଥା ନୁହେଁ। ଆଜିକାଲି କ୍ରିକେଟର୍‌ମାନେ ଗସ୍ତ ସମୟରେ ସାଥିରେ ଗର୍ଲଫ୍ରେଣ୍ଡ ଏବଂ ସ୍ତ୍ରୀଙ୍କୁ ନେଉଛନ୍ତି। ଏହି କାରଣରୁ ଅନେକଥର ମଧ୍ୟ ସେମାନେ ସୋସିଆଲ ମିଡିଆରେ ଟ୍ରୋଲ ମଧ୍ୟ ହେଉଛନ୍ତି। କେବଳ କ୍ରିକେଟର୍‌ମାନେ ନୁହେଁ, ସେମାନଙ୍କ ସ୍ତ୍ରୀମାନେ ମଧ୍ୟ ଟ୍ରୋଲର ଶିକାର ହୋଇଥାନ୍ତି। ନିକଟରେ ଏହାର ସବୁଠୁ ଅଧିକ ଶିକାର ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ହୋଇଛନ୍ତି। ଏହାସତ୍ତ୍ୱେ ଅନୁଷ୍କା ଷ୍ଟାଡିୟମରେ ଉପସ୍ଥିତ ରହି ବିରାଟଙ୍କୁ ଚିୟର କରିବା ଦେଖାଯାଏ। କିନ୍ତୁ ଜାଣନ୍ତି କି, ସ୍ବାମୀ ମାନେ କୌଣସି ମ୍ୟାଚ୍‌ରେ ଶୂନରେ ଆଉଟ୍‌ ହେଲେ ସ୍ତ୍ରୀଙ୍କ ପ୍ରତିକ୍ରିୟା କେମିତି ଥାଏ। ନିକଟରେ ଏହାର ଖୁଲାସା କରିଛନ୍ତି ଭାରତୀୟ କ୍ରିକେଟର୍‌ ସୁରେଶ ରାଇନାଙ୍କ ସ୍ତ୍ରୀ ପ୍ରିୟଙ୍କା ଚୌଧୁରୀ। ଟେଲିଭିଜନର କମେଡି ଶୋ’ ଦ କମିଲ ଶର୍ମାରେ ଉଭୟ ପହଞ୍ଚିଥିଲେ। କପିଲ ପ୍ରିୟଙ୍କାଙ୍କୁ ପଚାରିଥିଲେ ସ୍ବାମୀମାନେ କୌଣସି ମ୍ୟାଚ୍‌ରେ ଶୂନରେ ଆଉଟ୍‌ ହେଲେ ଷ୍ଟାଡିୟମରେ ଉପସ୍ଥିତ ଥିବା ସ୍ତ୍ରୀଙ୍କ ପ୍ରତିକ୍ରିୟା କେମିତି ଥାଏ। ଏହାର ଜବାବରେ ପ୍ରିୟଙ୍କା କହିଥିଲେ, ଏହାସତ୍ତ୍ୱେ ଆମେ ସମସ୍ତେ ଟିମ୍‌କୁ ସପୋର୍ଟ କରିଥାଉ। କାରଣ ଟିମ୍‌କୁ ଚିୟର କରିବା ହେଉଛି ଆମ କାମ। ଏକଥା ଶୁଣି ସୁରେଶ ରାଇନା ପରିହାସ ଛଳରେ କହିଥିଲେ, ଶୁନରେ ଆଉଟ୍‌ ହେଲେ ସ୍ତ୍ରୀଙ୍କ ମନ ଦୁଃଖ ଥାଏ କିନ୍ତୁ ସେମାନେ କୁହନ୍ତି ନାହିଁ। ସୂଚନାଯୋଗ୍ୟ, ରାଇନା ଏବେ କ୍ରିକେଟରୁ ବିରତି ନେଇ ପରିବାର ସହ ସମୟ ବିତାଉଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ : ପ୍ରସ୍ତୁତି ସମୀକ୍ଷା ପାଇଁ ଦୁବାଇରେ ଗାଙ୍ଗୁଲି

ନୂଆଦିଲ୍ଲୀ,୧୦।୯(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପ୍ରସ୍ତୁତି ନେଇ ସମୀକ୍ଷା କରିବାକୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ଦୁବାଇରେ ପହଞ୍ଚିଛନ୍ତି।...

ଫାଇନାଲରେ ବୋଲିଂ କରିବେ କି କୋହଲି

ନୂଆଦିଲ୍ଲୀ,୧୩।୬: ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଜୁନ ୧୮ ରୁ ୨୨ ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଟାଇଟଲ ମ୍ୟାଚ...

ଆଇପିଏଲ୍‌ ପୂର୍ବରୁ ଆରସିବିକୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୧।୮ : ଆଇପିଏଲ ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଦଳର ମୁଖ୍ୟ କୋଚ୍‌ ସାଇମନ କାଟିଚ୍‌ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣରୁ...

ହାର୍ଟ ଅପରେଶନ କରିବେ ଲେହମ୍ୟାନ

ସିଡ୍‌ନୀ, ୫।୨ (ଏଏଫ୍‌ପି): ପୂର୍ବତନ ଅଷ୍ଟ୍ରେଲିଆ କ୍ରିକେଟର୍‌ ତଥା କୋଚ୍‌ ଡାରେନ ଲେହମ୍ୟାନ ହାର୍ଟ ବାଇପାସ ଅପରେସନ କରିବେ। ବୁଧବାର ଛାତିରେ କଷ୍ଟ ଅନୁଭବ କରିବା...

ଆଇପିଏଲ ବାୟୋ-ବବ୍‌ଲ ସମ୍ପୂର୍ଣ୍ଣ ସୁରକ୍ଷିତ ନ ଥିଲା

କୋଲକାତା, ୨୩।୫(ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୪ତମ ସଂସ୍କରଣ ପାଇଁ ବାୟୋ-ବବ୍‌ଲ ଗତବର୍ଷ ୟୁଏଇ (ୟୁନାଇଟେଡ ଆରବ ଏମିରେଟ୍ସ)ପରି ସମ୍ପୂର୍ଣ୍ଣ ସୁରକ୍ଷିତ ନ ଥିଲା।...

ପଞ୍ଚାବ ଆଗରେ ୧୭୫ ରନ୍‌ର ଟାର୍ଗେଟ୍‌

ମୋହାଲି,୨୦।୪: ମୋହାଲି ସ୍ଥିତ ପଞ୍ଜାବ କ୍ରିକେଟ ଆସୋସିଏଶନ ଆଇଏସ୍‌ ବିନ୍ଦ୍ରା ଷ୍ଟାଡିୟମରେ ଗୁରୁବାର ଖେଳାଯାଉଥିବା ଆଇପିଏଲ୍‌ର ୨୭ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍ସ ଅଧିନାୟକ ସାମ କୁରାନ...

ଶ୍ରୀଲଙ୍କା ପାଇଁ ବିଜୟ ଲକ୍ଷ୍ୟ ୧୬୮ ରନ…

ମେଲବୋର୍ନ,୨୯।୧୦ : ଟି-୨୦ ବିଶ୍ୱକପରେ ଶନିବାର ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ନ୍ୟୁଜିଲାଣ୍ଡ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ୍‌ ଖେଳାଯାଉଛି। ଦୁଇ ଦଳ ମଧ୍ୟରେ ପ୍ରଥମ ସ୍ଥାନ ପାଇଁ...

ରୋହିତ ସମ୍ପୂର୍ଣ୍ଣ ଫିଟ୍‌ ନାହାନ୍ତି: ଗାଙ୍ଗୁଲି

ନୂଆଦିଲ୍ଲୀ : ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ୱ ନେଇଥିବା ରୋହିତ ଶର୍ମାଙ୍କ ଫିଟ୍‌ନେସ୍‌କୁ ନେଇ ଆଲୋଚନା ଜୋର ଧରିଛି। ବିଶେଷ...

Advertisement
Archives

Model This Week