Posted inଜାତୀୟ

ସୁପରଟେକ୍‌ ଟୁଇନ୍‌ ଟାଓ୍ବାର ଭଙ୍ଗାରେ ସମସ୍ୟା,ବିସ୍ଫୋରକ ସାମଗ୍ରୀ ପାଇଁ ମିଳିଲାନି ଏନଓସି…

ନୋଏଡା, ୨।୮ : ନୋଏଡାର ସେକ୍ଟର -୯୩ -ଏ ରେ ଅବସ୍ଥିତ ସୁପରଟେକ ଏମେରାଲ୍ଡ କୋର୍ଟର କୋଠାଗୁଡ଼ିକୁ ଅଗଷ୍ଟ ୨୧ ଅପରାହ୍ନ ୨ଟା ୩୦ ସମୟରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଭାଙ୍ଗିବାକୁ ପଡିବ। ତେବେ ଏନଓସି ନ ଥିବାରୁ ମଙ୍ଗଳବାର ବିସ୍ଫୋରକ ରଖିବା କାର୍ଯ୍ୟ ସମ୍ଭବ ହୋଇ ପାରି ନାହିଁ।

କୋଠା ଭଙ୍ଗା ପାଇଁ ଅଗଷ୍ଟ ୨ ରୁ ୧୦ ହଜାର ଗର୍ତ୍ତରେ ବିସ୍ଫୋରକ ଲଗାଇବା କାମ ଆରମ୍ଭ ହେବାର ଥିଲା। ସୁପରଟେକ ଏବଂ ଏଡିଫିସ ଇଞ୍ଜିନିୟରିଂ ହରିୟାଣାର ପାଲୱଲରୁ ବିସ୍ଫୋରକ ସାମଗ୍ରୀ ନୋଏଡା ଆଣି ଟୁଇନ ଟାୱାରରେ ଲଗାଇବା ପାଇଁ ଏପର୍ଯ୍ୟନ୍ତ ଆବଶ୍ୟକ ଏନଓସି ହାସଲ କରି ନାହିଁ। ଫଳରେ ଏବେ କୋଠା ଭଙ୍ଗା କାମରେ ବାଧା ସୃଷ୍ଟି ହୋଇଛି। କୁହାଯାଉଛି ଯେ ଏନଓସି ପାଇବା ପରେ ବିସ୍ଫୋରକ ଲଗାଇବା କାମ ଆରମ୍ଭ ହେବ।

ସୁପରଟେକ ଏମେରାଲ୍ଡର ଉଭୟ ଆପେକ୍ସ-ସିଆନ ଟାୱାରଗୁଡିକୁ କଳା ଏବଂ ଧଳା ଜିଓ ଫାଇବର ଟେକ୍ସଟାଇଲରେ ଆବୃତ କରାଯାଇଛି। ଯାହାଫଳରେ ବିସ୍ଫୋରଣ ଯୋଗୁ ଆବର୍ଜନାଗୁଡିକ ଭାଙ୍ଗିବା ସମୟରେ ବାହାରକୁ ଆସିପାରିବ ନାହିଁ। ଜିଓ ଫାଇବର ଟେକ୍ସଟାଇଲରେ ଏଟିଏସର ସାତୋଟି ଟାୱାର ମଧ୍ୟ ଆଚ୍ଛାଦିତ ହୋଇଛି। ସମସ୍ତ ପ୍ରସ୍ତୁତି ଶେଷ ହେବା ସତ୍ତ୍ୱେ ଟୁଇନ ଟାୱାରରେ ବିସ୍ଫୋରକ ଲଗାଇବା କାମ ଆରମ୍ଭ ହୋଇ ପାରିନାହିଁ। ଭାଙ୍ଗିବା ପାଇଁ ପାଲୱଲରୁ ପ୍ରାୟ ୩୫୦୦ ବିସ୍ଫୋରକ ସାମଗ୍ରୀ ଆଣାଯିବ। ପାଲୱଲରୁ ଏତେ ପରିମାଣର ବିସ୍ଫୋରକ ସାମଗ୍ରୀ ଆଣିବା ପାଇଁ ଏନଓସି ଆବଶ୍ୟକ।

ଏନେଇ ନୋଏଡା ପୋଲିସ ବିସ୍ଫୋରକ ନିୟନ୍ତ୍ରକ ଆଗ୍ରା ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶାବଳୀ ମଧ୍ୟ ଆବଶ୍ୟକ କରୁଛି। ଏହାର ନିର୍ଦ୍ଦେଶାବଳୀ ଗ୍ରହଣ ନହେବା ପର୍ଯ୍ୟନ୍ତ ନୋଏଡା ପୋଲିସ ଏନଓସି ଦେଇପାରିବେ ନାହିଁ। ସୁପରଟେକ ମ୍ୟାନେଜମେଣ୍ଟ କହିଛି ଯେ ଆଗ୍ରା କାର୍ଯ୍ୟାଳୟ ସହିତ ନିରନ୍ତର ଆଲୋଚନା ଚାଲିଛି। ଦୁଇଟି ଭ୍ୟାନରେ ପାଲୱଲରୁ ବିସ୍ଫୋରକ ସାମଗ୍ରୀ ଅଣାଯିବ। ଗୋଟିଏରେ ଜେଲାଟିନ ଷ୍ଟିକ ଏବଂ ଅନ୍ୟଟିରେ ଡିଟୋନେଟର ରହିବ। ଏହାକୁ ପୋଲିସର ତତ୍ତ୍ୱାବଧାନରେ ଅଣାଯିବ।

ଆଗ୍ରା ଠାରୁ ଆସୁଥିବା ନିର୍ଦ୍ଦେଶାବଳୀକୁ ନୋଏଡା ପୋଲିସ ମଧ୍ୟ ଅପେକ୍ଷା କରିଛି। ବିଲଡର ମ୍ୟାନେଜମେଣ୍ଟ କହିଛି ଯେ ୩୨ ମହଲାର ଦୁଇଟି ଟାୱାରରେ ବିସ୍ଫୋରକ ସାମଗ୍ରୀ ସ୍ଥାପନ କରାଯିବ। ଏଥିପାଇଁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଦିଆଯାଇଥିବା ଷ୍ଟାଟସ ରିପୋର୍ଟରେ ଅଗଷ୍ଟ ୨ରୁ ବିସ୍ଫୋରକ ଲଗାଇବାକୁ କୁହାଯାଇଥିଲା। ଅଗଷ୍ଟ ୨୧ରେ ଏହି ବିସ୍ଫୋରଣ ହେବାକୁ ଥିବାବେଳେ ଏହା ପୂର୍ବରୁ ମଧ୍ୟ ଅନେକ ପ୍ରକାରର ସୁରକ୍ଷା ବ୍ୟବସ୍ଥା କରିବାକୁ ପଡିବ। ଅପରପକ୍ଷରେ ନୋଏଡା ପ୍ରାଧିକରଣର ଏସିଇଓ ପ୍ରବୀଣ କୁମାର ମିଶ୍ର କହିଛନ୍ତି ଯେ ବିସ୍ଫୋରକ ସାମଗ୍ରୀ ଆଣିବା ପାଇଁ ଏନଓସି ପାଇଁ ବ୍ୟବସ୍ଥା କରାଯାଉଛି। ଟୁଇନ ଟାୱାର ଭାଙ୍ଗିବାର ସମ୍ପୂର୍ଣ୍ଣ କାର୍ଯ୍ୟ ସମୟ ସୀମା ମଧ୍ୟରେ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ବଳାତ୍କାର ଅଭିଯୋଗକୁ ନେଇ ତାତିଲେ ଛାତ୍ରୀଛାତ୍ର, କ୍ୟାମ୍ପସ୍‌ରେ ଭଙ୍ଗାରୁଜା

ଫଗଓ୍ବାରା,୨୭ା୯: ପଞ୍ଜାବର ଫଗଓ୍ବାରାସ୍ଥିତ ଲଭ୍‌ଲି ପ୍ରଫେସନାଲ ୟୁନିଭର୍ସିଟି (ଏଲ୍‌ପିୟୁ)ର ଜଣେ ଛାତ୍ରୀଙ୍କୁ କ୍ୟାମ୍ପସ୍‌ ଭିତରେ ଜଣେ ବାହାର ଲୋକ ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ଏହାକୁ…

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

କୋଟପାଡ଼ରେ ବନ୍ୟା ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ, ପୀଡ଼ିତଙ୍କୁ ନେଇ କଲେ ବଡ଼ ଘୋଷଣା

କୋରାପୁଟ,୨୭।୯(ଅମିତାଭ ବେହେରା ): କୋରାପୁଟ ଜିଲାର ବନ୍ୟା ପ୍ରଭାବିତ କୋଟପାଡ଼ ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ପାଗଳ ହନୁ ମାଙ୍କଡ କାମୁଡାରେ ଅନେକ ଆହତ ; ବନ ବିଭାଗର ଉଦ୍ୟମ ବିଫଳ, ଆତଙ୍କିତ ଗାଁ ଲୋକେ

ଦିଗପହଣ୍ଡି,୨୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମରେ ପାଗଳ ହନୁ ମାଙ୍କଡର ଉପଦ୍ରବ ଦେଖିବାକୁ ମିଳିଛି । ୮ରୁ ଉର୍ଦ୍ଧ୍ବ ଲୋକ ଆହତ…

ପିକଅପ୍ ଧକ୍କାରେ ଶିଶୁଙ୍କ ମୃତ୍ୟୁ; କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ, ଟାୟାର ଜାଳି ଆନ୍ଦୋଳନ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ମେକ୍ସପିକଅପ୍ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁକୁ ନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସଂଧ୍ଯ୍ଯାରେ ଉତ୍ତେଜନା ଦେଖାଦେଇଛି । ଚାଙ୍ଗୁଡ଼ିଆପଦର ସାହିର…

ଗାଡ଼ି ଚାଳକଙ୍କ ପାଇଁ ଆସିଲା କଡ଼ା ନିୟମ, ଏହା ନଥିଲେ ୧ ଅକ୍ଟୋବରଠୁ ମିଳିବନି ପେଟ୍ରୋଲ-ଡିଜେଲ

ନୂଆଦିଲ୍ଲୀ,୨୭।୯: ଦିଲ୍ଲୀ-NCRରେ ବଢ଼ୁଥିବା ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାକୁ ପ୍ରଶାସନ ଓ ପରିବହନ ବିଭାଗ ପକ୍ଷରୁ ଅକ୍ଟୋବର ୧ରୁ କଡ଼ା ନିୟମ ଲାଗୁ କରାଯିବାକୁ ଯାଉଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?