Posted inଖେଳ

ସନ୍‌ରାଇଜର୍ସର ପ୍ରଥମ ବିଜୟ

ଆବୁଧାବି, ୩୦।୯- ଜନି ବେୟାରଷ୍ଟୋଙ୍କ ଅର୍ଦ୍ଧଶତକ ଏବଂ ରଶିଦ ଖାଁଙ୍କ ଯାଦୁକରୀ ବୋଲିଂ ସହାୟତାରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ପ୍ରଥମ ବିଜୟ ସ୍ବାଦ ଚାଖିଛି। କ୍ରମାଗତ ୨ ପରାଜୟ ପରେ ଦଳ ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସକୁ ୧୫ ରନରେ ପରାସ୍ତ କରିଛି। ହାଇଦ୍ରାବାଦ ପକ୍ଷରୁ ଧାର୍ଯ୍ୟ ୧୬୩ ରନ ବିଜୟ ଲକ୍ଷ୍ୟର ପିଛା କରି ଦିଲ୍ଲୀ ୨୦ ଓଭରରେ ୭ ଉଇକେଟ ହରାଇ ୧୪୭ ରନ କରିବାକୁ ସକ୍ଷମ ହୋଇଥିଲା। ଚଳିତ ଆଇପିଏଲରେ କ୍ୟାପିଟାଲ୍ସର ୩ ମ୍ୟାଚରୁ ଏହା ପ୍ରଥମ ପରାଜୟ।
ବିଜୟ ଲକ୍ଷ୍ୟ ବଡ଼ ନ ଥିଲେ ହେଁ ଶେଖ୍‌ ଜାୟେଦ ଷ୍ଟାଡିୟମର ସ୍ଲୋ ପିଚ୍‌ରେ ଦିଲ୍ଲୀ ଭୁବନେଶ୍ୱର କୁମାରଙ୍କ ପ୍ରଥମ ଓଭରରେ ଓପନର ପୃଥ୍ବୀ ଶ’(୨ ରନ)ଙ୍କ ଉଇକେଟ ହରାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟରେ ପଡ଼ିଥିଲା। ଶିଖର ଧାଓ୍ବନ ଓ ଅଧିନାୟକ ଶ୍ରେୟାସ ଆୟାର ଇନିଂସ ଗଢ଼ିବା ଉଦ୍ୟମରେ ଧୈର୍ଯ୍ୟର ସହିତ ବ୍ୟାଟିଂ କରିଥିଲେ। ଏଭଳି ପିଚ୍‌ରେ ତାରକା ସ୍ପିନର ରଶିଦ ଖାଁଙ୍କୁ ଜଗିରଖି ଖେଳିବା ଆବଶ୍ୟକ ହେଉଥିଲା। ଦ୍ୱିତୀୟ ଉଇକେଟରେ ୪୦ ରନ ଯୋଗ ହେବାପରେ ଆୟାରଙ୍କୁ ପ୍ରଥମ ଶିକାର ବନେଇ ରଶିଦ ପ୍ରଥମ ସଫଳତା ପାଇଥିଲେ। ୨୧ ବଲ୍‌ ଖେଳିଥିବା ଆୟାର ୨ ଚୌକା ସହାୟତାରେ ୧୭ ରନ କରି ପାରିଥିଲେ। ଏହାର ଅଭିଜ୍ଞ ଧାଓ୍ବନଙ୍କ ଉପରରେ ଦଳର ଭାର ପଡ଼ିଥିଲା। ତେବେ ସେ ୩୧ ବଲ୍‌ରୁ ୩୪(୪ ଚୌକା) ରନ କରି ରଶିଦଙ୍କ ବଲ୍‌ରେ ଆଉଟ ହେବାରୁ ଦିଲ୍ଲୀ ଉପରେ ଚାପ ବଢ଼ି ଯାଇଥିଲା। ୬୨ ରନରେ ଦଳ ତୃତୀୟ ଉଇକେଟ ହରାଇଥିଲା। ରନ ହାର ବୃଦ୍ଧି ପାଉଥିବାରୁ ଉଭୟ ରିଷଭ ପନ୍ତ ଓ ଶିମରନ ହେଟମେର ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ୧୫ତମ ଓଭରରୁ ହେଟମେର ୧୬ ରନ ସଂଗ୍ରହ କରିଥିଲେ ହେଁ ୧୬ତମ ଓଭରର ପ୍ରଥମ ବଲ୍‌ରେ ଆଉଟ ହୋଇଥିଲେ। ସେ ୧୨ ବଲ୍‌ରୁ ୨୧(୨ ଛକା) ରନ କରିଥିଲେ। ୧୭ତମ ଓଭରରେ ବୋଲିଂ କରିଥିବା ରଶିଦ ୪ର୍ଥ ବଲ୍‌ରେ ପନ୍ତଙ୍କୁ ଆଉଟ କରି ଦିଲ୍ଲୀ ଆଶାରେ ପାଣି ପକାଇ ଦେଇଥିଲେ। ପନ୍ତ ୨୭ ବଲ୍‌ରୁ ୧ ଚୌକା ଓ ୨ଛକା ସହାୟତାରେ ୨୮ ରନ କରିଥିଲେ। ଶେଷ ଆଶା ମାର୍କୁସ ଷ୍ଟୋଇନିସ ମାତ୍ର ୧୧ ରନ କରି ପାରିଥିଲେ। ସନ୍‌ରାଇଜର୍ସ ବୋଲରଙ୍କ ମଧ୍ୟରେ ରଶିଦ ଖାଁ ୪ ଓଭର ସ୍ପେଲରେ ମାତ୍ର ୧୪ ରନଦେଇ ୩ଟି ଉଇକେଟ ନେଇଥିଲେ। ଭୁବନେଶ୍ୱର କୁମାର ୨ଟି ଏବଂ ଖଲିଲ ଅହମଦ ଓ ଟି. ନଟରାଜନ ଗୋଟିଏ ଲେଖାଏ ଉଇକେଟ ପାଇଥିଲେ।
ଟସ୍‌ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଶ୍ରେୟାସ ଆୟାର ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ଓ୍ବାର୍ନର ଓ ବେୟାରଷ୍ଟୋ ସତର୍କତାର ସହ ଇନିଂସ ଆରମ୍ଭ କରିଥିଲେ। ଦୁଇ ଓପନର ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ ହୋଇଥିଲେ ହେଁ ନିଜ ଷ୍ଟାଇଲରୁ ଦୂରେଇ ରହି ଇନିଂସ ଗଢ଼ିବା ଉପରେ ମନୋନିବେଶ କରିଥିଲେ। ଫଳରେ ପାଓ୍ବାରପ୍ଲେ ୬ ଓଭରରେ ଉଇକେଟ ନ ପଡ଼ିଥିଲେ ହେଁ ମାତ୍ର ୩୮ ରନ ହୋଇ ପାରିଥିଲା। ପ୍ରଥମ ଉଇକେଟରେ ୫୭ ବଲ୍‌ରୁ ୭୭ ରନ ସ୍କୋର ହୋଇଥିବାବେଳେ ଅମିତ ମିଶ୍ରଙ୍କ ବଲ୍‌ରେ ଓ୍ବାର୍ନର କଟ୍‌ ବିହାଇଣ୍ଡ ହୋଇ ଯାଇଥିଲେ। ଅମ୍ପାୟର ପ୍ରଥମେ ଆଉଟ ଦେଇ ନ ଥିଲେ ହେଁ ରିଭ୍ୟୁ ପରେ ନିଷ୍ପତ୍ତି ବଦଳାଇଥିଲେ। ୩୩ଟି ବଲ୍‌ ଖେଳିଥିବା ଏହି ଅଷ୍ଟ୍ରେଲୀୟ ଖେଳାଳି ୩ ଚୌକା ଓ ୨ ଛକା ସହାୟତାରେ ୪୫ ରନ କରିଥିଲେ। ମନୀଷ ପାଣ୍ଡେ ମାତ୍ର ୩ ରନରେ ଆଉଟ ହେବାରୁ ସନ୍‌ରାଇଜର୍ସକୁ ଝଟ୍‌କା ଲାଗିଥିଲା। ବେୟାରଷ୍ଟୋଙ୍କ ସହ କେନ୍‌ ଓ୍ବିଲିୟମସନ ଇନିଂସକୁ ଆଗେଇ ନେଇଥିଲେ। ଅର୍ଦ୍ଧଶତକ ପୂରଣ ପାଇଁ ବେୟାରଷ୍ଟୋ ୪୪ଟି ବଲ୍‌ର ସହାୟତା ନେଇଥିଲେ। ସେ ମୋଟ ୫୩ (୪୮ ବଲ୍‌, ୨ ଚୌକା, ୧ ଛକା)ରନ କରି ୧୮ତମ ଓଭରର ୫ମ ବଲ୍‌ରେ ଆଉଟ ହୋଇଥିଲେ। ବେୟାରଷ୍ଟୋ ଓ ଓ୍ବିଲିୟମସନ ତୃତୀୟ ଉଇକେଟରେ ୫୨ ରନର ଭାଗୀଦାରି ଗଢ଼ିଥିଲେ। ଅନ୍ତିମ ଓଭରର ୪ର୍ଥ ବଲ୍‌ରେ ଆଉଟ ହୋଇଥିଲେ ଓ୍ବିଲିୟମସନ । ସେ ୨୬ ବଲ୍‌ରୁ ୫ ଚୌକା ସହ ୪୧ ରନ କରିଥିବାବେଳେ କାଗିଶୋ ରାବାଡ଼ାଙ୍କ ବଲରେ ଅକ୍ଷର ପଟେଲଙ୍କୁ ମିଡ୍‌ଅନ୍‌ରେ କ୍ୟାଚ ଦେଇ ପ୍ୟାଭିଲିୟନ ଫେରିଥିଲେ। ଜମ୍ମୁ କଶ୍ମୀର ଅଲରାଉଣ୍ଡର ଅବଦୁଲ ସମଦ ୧୨(୭ ବଲ, ୧ ଚୌକା, ୧ ଛକା) ଓ ଅଭିଷେକ ଶର୍ମା ୧ ରନରେ ଅପରାଜିତ ରହିଥିବାବେଳେ ହାଇଦ୍ରାବାଦ ୨୦ ଓଭରରେ ୪ ଉଇକେଟ ହରାଇ ୧୬୨ ରନ କରିଥିଲା। ଦିଲ୍ଲୀ ପକ୍ଷରୁ ରାବାଡ଼ା ଓ ଅମିତ ମିଶ୍ର ୨ଟି ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ସନ୍‌ରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୧୬୨/୪(ବେୟାରଷ୍ଟୋ-୫୩, ଓ୍ବାର୍ନର-୪୫, ଓ୍ବିଲିୟମସନ-୪୧, ରାବାଡ଼ା-୨/୨୧, ଅମିତ-୨/୩୫)। ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୧୪୭/୭(ଧାଓ୍ବନ-୩୪, ପନ୍ତ-୨୮, ହେଟମେର-୨୧, ରଶିଦ-୩/୧୪, ଭୁବନେଶ୍ୱର-୨/୨୫, ଟି. ନଟରାଜନ-୧/୨୯, ଖଲିଲ-୧/୪୩)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଜସ୍ଥାନର କ୍ରମାଗତ ଦ୍ୱିତୀୟ ବିଜୟ

ଜୟପୁର,୨୮ା୩: ଜୟପୁରର ସଓ୍ବାଇ ମାନସିଂ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ୯ତମ ଆଇପିଏଲ୍‌ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୨ ରନ୍‌ରେ ହରାଇ କ୍ରମାଗତ ଦ୍ୱିତୀୟ ବିଜୟୀ ହୋଇଛି...

ଦିଲ୍ଲୀକୁ ୧୮୬ ରନର ଟାର୍ଗେଟ୍‌ ଦେଲା ରାଜସ୍ଥାନ

ଜୟପୁର,୨୮।୩: ଦିଲ୍ଲୀ କ୍ୟାପିଟାଲ ଏବଂ ରାଜସ୍ଥାନ ରୟାଲ ମଧ୍ୟରେ ଖେଳାଯାଉଥିବା ୯ମ ମ୍ୟାଚରେ ଦିଲ୍ଲୀକୁ ୧୮୬ ରନର ଲକ୍ଷ୍ୟ ଦେଇଛି ରାଜସ୍ଥାନ। ଏହି ମ୍ୟାଚ ଜୟପୁରର...

କେଶବ ମହାରାଜଙ୍କୁ ଦଳରେ ସାମିଲ କଲା ରାଜସ୍ଥାନ ରୟାଲ୍ସ, କେକେଆର ଆଣିଲା ୧୬ ବର୍ଷ ବୟସ୍କ ଆଫଗାନିସ୍ତାନ ସ୍ପିନର

ନୂଆଦିଲ୍ଲୀ ,୨୮।୩: ଆହତ ପ୍ରସିଦ୍ଧ କ୍ରିଷ୍ଣାଙ୍କ ସ୍ଥାନରେ ବଦଳ ଖେଳାଳି ଭାବେ ରାଜସ୍ଥାନ ରୟାଲ୍ସ ଦକ୍ଷିଣ ଆଫ୍ରିକାର ସ୍ପିନର କେଶବ ମହାରାଜଙ୍କୁ ଦଳରେ ସାମିଲ କରିଛି।...

ଇତିହାସ ରଚିଲେ ରିଷଭ ପନ୍ତ, ଏଭଳି କରିବାରେ ହେଲେ ୭ମ ଖେଳାଳି

ଜୟପୁର,୨୮।୩: ୨୦୨୪ ଆଇପିଏଲର ୧୭ ତମ ସିଜନରେ ପ୍ରାୟ ପ୍ରତ୍ୟେକ ମ୍ୟାଚରେ ନୂଆ ରେକର୍ଡ ସୃଷ୍ଟି ହେଉଛି । ଜୟପୁରର ସୱାଇ ମାନ ସିଂ ଷ୍ଟାଡିୟମରେ...

ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖରାପ ଖବର, ଏହି ଗୁରୁତ୍ୱପୂର୍ଣ୍ଣ ଖେଳାଳିଙ୍କ ଫେରିବା କଷ୍ଟକର

ନୂଆଦିଲ୍ଲୀ,୨୮।୩: ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ପରାଜୟ ପରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଆଉ ଏକ ଖରାପ ଖବର ଆସିଛି। ଦଳର ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ଯାଦବ...

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଭିଲିଆନ୍‌ ସଜେଇଲେ ଏହି କ୍ରିକେଟର୍‌: କହିଦେଲେ ଏମିତି କଥା

ହାଇଦ୍ରାବାଦ୍‌,୨୮।୩: ମୁମ୍ବାଇ ଇଣ୍ଡିଆନ୍ସକୁ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ପରାଜୟର ସାମ୍ନା କରିବାକୁ ପଡିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱକୁ ନେଇ ପ୍ରଶ୍ନ ଉଠିଛି। ଏଥି ସହ ବର୍ତ୍ତମାନ...

ରୋହିତଙ୍କୁ ସମ୍ଭାଳିବାକୁ ପଡିଲା ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକତ୍ୱ! ପାଣ୍ଡ୍ୟାଙ୍କୁ କହିଲେ…

ନୂଆଦିଲ୍ଲୀ,୨୮।୩: ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ସନରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୩ ଉଇକେଟ୍‌ ହରାଇ ୨୭୭ ରନ୍‌ ସଂଗ୍ରହ କରିଥିଲା। ଆଇପିଏଲ ଇତିହାସରେ ଏହା ହେଉଛି...

ପାଣ୍ଡ୍ୟାଙ୍କୁ ଗାଳି, ଗାଏକଓ୍ବାଡଙ୍କ ପାଇଁ ତାଳି…ଅଧିନାୟକ ଦାୟିତ୍ୱ କିଭଳି ଦିଆଯାଏ ଧୋନୀଙ୍କଠାରୁ ଶିଖିବା ଉଚିତ

ନୂଆଦିଲ୍ଲୀ,୨୮।୩: ଆଇପିଏଲ୍‌ରେ ମାର୍ଚ୍ଚ ୨୪ ଏବଂ ୨୬ର ଦୃଶ୍ୟ ବହୁତ କିଛି ବୟାନ କରୁଛି। ପ୍ରଥମେ ମାର୍ଚ୍ଚ ୨୪ ବିଷୟରେ କଥା ହେବା। ଏହି ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri