Posted inଖେଳ

ଜାତୀୟ ମହିଳା ରେସ୍‌ଲିଂ କ୍ୟାମ୍ପ ଅକ୍ଟୋବର ୧୦ରୁ

ନୂଆଦିଲ୍ଲୀ, ୩୦ା୯ (ପି.ଟି.)-ଜାତୀୟ ମହିଳା ରେସ୍‌ଲିଂ କ୍ୟାମ୍ପ ଅକ୍ଟୋବର ୧୦ରୁ ଲକ୍ଷ୍ନୌସ୍ଥିତ ସାଇ ସେଣ୍ଟରରେ ଆରମ୍ଭ ହେବ। ଏଥିରେ ଯେଉଁମାନ ଅଂଶଗ୍ରହଣ ନ କରିବେ ଜାତୀୟ ଦଳ ପାଇଁ ମନୋନୟନ ବେଳେ ସେମାନଙ୍କ ନାମ ବିଚାରକୁ ନିଆଯିବ ନାହିଁ ବୋଲି ରେସ୍‌ଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଡବ୍ଲ୍ୟୁଏଫ୍‌ଆଇ) ତରଫରୁ ମଙ୍ଗଳବାର ଚେତାବନୀ ଦିଆଯାଇଛି। ଜାତୀୟ କ୍ୟାମ୍ପ ପ୍ରକୃତରେ ସେପ୍ଟେମ୍ବର ୧ରୁ ଆରମ୍ଭ ହୋଇଥାନ୍ତା। କିନ୍ତୁ କରୋନା ଯୋଗୁ ଏହାକୁ ସ୍ଥଗିତ ରଖାଯାଇଥିଲା। ଅଲିମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ୪ ରେସ୍‌ଲରଙ୍କ ମଧ୍ୟରୁ ଦୁଇଜଣ ଭିନେଶ ଫୋଗତ୍‌ ଏବଂ ଦୀପକ ପୁନିଆ କରୋନା ପଜିଟିଭ ହେବା ଦ୍ୱାରା ବହୁ ରେସ୍‌ଲରଙ୍କ ମନରେ ଭୟ ସଞ୍ଚାର ହୋଇଥିଲା। ପରିସ୍ଥିତିର ଅନୁଧ୍ୟାନ ପରେ ଏବଂ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ)ର ପରାମର୍ଶ କ୍ରମେ ଡବ୍ଲ୍ୟୁଏଫ୍‌ଆଇ ଶେଷରେ ୬ଟି ଅଲିମ୍ପିକ କାଟେଗୋରି ଯଥା ୫୦କେଜି, ୫୩ କେଜି, ୫୭ କେଜି, ୬୨, କେଜି, ୬୮ କେଜି ଓ ୭୬ କେଜିରେ କ୍ୟାମ୍ପ ଆରମ୍ଭ କରିବା ଲାଗି ନିଷ୍ପତ୍ତି ନେଇଥିଲା। ଏହା ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ। ସୂଚନାଯୋଗ୍ୟ, ‘ଖେଲୋ ଇଣ୍ଡିଆ ଫିର୍‌ ସେ’ କାର୍ଯ୍ୟକ୍ରମର ଅଂଶବିଶେଷ ସ୍ବରୂପ ଅକ୍ଟୋବର ୫ରୁ ସାଇ ପକ୍ଷରୁ ଯେଉଁ ୯ଟି ଖେଳର କାର୍ଯ୍ୟକଳାପ ଆରମ୍ଭ କରିବା ଲାଗି ନିଷ୍ପତ୍ତି ନେଇଥିଲା ତନ୍ମଧ୍ୟରେ ରେସ୍‌ଲିଂ ଅନ୍ୟତମ ଥିଲା। ରେସ୍‌ଲରମାନଙ୍କୁ ୧୪ ଦିନ କ୍ୱାରାଣ୍ଟାଇନ୍‌ରେ ରହିବାକୁ ପଡ଼ିବ। ନେଗେଟିଭ ଆସିଲେ ଯାଇ ସେମାନଙ୍କୁ ଟ୍ରେନିଂ ପାଇଁ ଅନୁମତି ମିଳିବ ବୋଲି ଡବ୍ଲ୍ୟୁଏଫ୍‌ଆଇ ସହକାରୀ ସମ୍ପାଦକ ବିନୋଦ ତୋମର ପ୍ରକାଶ କରିଛନ୍ତି।2


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୁଣି ହୃଦୟ ଜିତିଲେ ବୈଭବ ସୂର୍ଯବଂଶୀ, କିମ୍ବଦନ୍ତୀ କ୍ରିକେଟରମାନେ ଯାହା କହିଲେ ତାହା ହେଉଛି ଭାଇରାଲ

ନୂଆଦିଲ୍ଲୀ,୧୧।୬: ୨୦୨୬ ତ୍ରିରାଷ୍ଟ୍ରୀୟ A-ସିରିଜର ଏକ ଦୁର୍ବଳ ଆରମ୍ଭ ପରେ ବୈଭବ ସୂର୍ଯ୍ୟବଂଶୀ ତାଙ୍କର ଫର୍ମ ଫେରି ପାଇଛନ୍ତି। ଡାମ୍ବୁଲାରେ ଆଫଗାନିସ୍ତାନ A ବିପକ୍ଷରେ ଭାରତ A…

ଶ୍ରୀଲଙ୍କା ସିରିଜ ପାଇଁ ଟିମ ଇଣ୍ଡିଆ ଘୋଷଣା; ରାହୁଲ ଦ୍ରାବିଡଙ୍କ ପୁଅକୁ ମିଳିଲା ସ୍ଥାନ; ଜାଣନ୍ତୁ କିଏ ହେଲେ ଅଧିନାୟକ

ନୂଆଦିଲ୍ଲୀ,୧୧।୬: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ର ଜୁନିଅର କ୍ରିକେଟ କମିଟି ଗୁରୁବାର (ଜୁନ ୧୧) ଶ୍ରୀଲଙ୍କା ବିପକ୍ଷରେ ଆଗାମୀ ODI ଏବଂ ମଲ୍ଟି ଡେ’…

୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ନୂଆ ଅବତାର ଦେଖି ଖେଳ ଜଗତ ଆଶ୍ଚର୍ଯ୍ୟ: ବଦଳାଇ ଦେଲେ…

ନୂଆଦିଲ୍ଲୀ,୧୧।୬: ବୈଭବ ସୂର୍ଯ୍ୟବଂଶୀଙ୍କୁ ‘ଛକା ମାରିବା ମେଶିନ’ କହିବା ଭୁଲ ହେବ ନାହିଁ। ତାଙ୍କ ଟି୨୦ କ୍ୟାରିୟରରେ ସେ ଚୌକା ଅପେକ୍ଷା ଅଧିକ ଛକା ମାରିଛନ୍ତି। ସେ…

ବଡ ଭୁଲ୍‌ କରିଦେଲେ ବୈଭବ ସୂର୍ଯ୍ୟବଂଶୀ: ଅଳ୍ପକେ…

ନୂଆଦିଲ୍ଲୀ,୧୧।୬: ଆଫଗାନିସ୍ତାନ ଏ ବିପକ୍ଷ ମ୍ୟାଚ୍‌ରେ ଇତିହାସ ରଚିବାରୁ ବୈଭବ ସୂର୍ଯ୍ୟବଂଶୀ ବଞ୍ଚିତ ହୋଇଥିଲେ। ଗୁରୁବାର ଭାରତ ଏ ଏବଂ ଆଫଗାନିସ୍ତାନ ଏ ମଧ୍ୟରେ ଟ୍ରାଏ-ସିରିଜ ମୁକାବିଲାରେ,…

୩୦୦ କିଲୋ ମାଛ, ୬,୦୦୦ କମଳା ଧରି ଫିଫା ବିଶ୍ୱକପ୍‌ରେ ପହଞ୍ଚିଲା ଏହି ଦେଶ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୧।୬: ଫିଫା ବିଶ୍ୱକପ (FIFA ବିଶ୍ୱକପ ୨୦୨୬)ର ୨୩ତମ ସଂସ୍କରଣ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଘଣ୍ଟା ବାକି ଅଛି। ଏଥର ମୋଟ ୪୮ଟି ଦଳ…

ଆଜିଠୁ ଫିଫା ବିଶ୍ୱକପ୍‌: ଭାଗନେବେ ୪୮ ଦେଶ

ମେକ୍ସିକୋ ସିଟି (ମେକ୍ସିକୋ), ୧୧ା୬:ବିଶ୍ୱର ସର୍ବାଧିକ ଲୋକପ୍ରିୟ କ୍ରୀଡ଼ା ଭାବେ ବିବେଚନା କରାଯାଉଥିବା ଫିଫା ବିଶ୍ୱକପ୍‌ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି। ଇତିହାସରେ ପ୍ରଥମଥର ପାଇଁ ଫୁଟ୍‌ବଲ…

ସୂର୍ଯ୍ୟବଂଶୀଙ୍କୁ ପୁଣି ବଡ଼ ସୁଯୋଗ? ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଟିମ୍‌ରେ ମିଳିବ…

ନୂଆଦିଲ୍ଲୀ,୧୦।୬: ତିଲକ ବର୍ମାଙ୍କ ଅଧିନାୟକତ୍ୱରେ, ଭାରତ ଶ୍ରୀଲଙ୍କାରେ ଖେଳାଯାଉଥିବା ତ୍ରି-ସିରିଜର ଏକ ଚମତ୍କାର ଆରମ୍ଭ କରିଛି। ଭାରତୀୟ ଦଳ ସେମାନଙ୍କର ପ୍ରଥମ ମ୍ୟାଚରେ ଆୟୋଜକ ଶ୍ରୀଲଙ୍କା ଏ…

୨୦୨୬ ବିଶ୍ୱକପ୍‌ର କନିଷ୍ଠ, ବୟସ୍କ ଖେଳାଳି ସମ୍ପର୍କରେ ଜାଣନ୍ତୁ…

ଓ୍ବାଶିଂଟନ,୯।୬: ଦିନକ ପରେ ଫିଫା ବିଶ୍ୱକପ୍‌। ବିଶ୍ୱକପ୍‌ ପାଇଁ ଆମେରିକା, କାନାଡା ଏବଂ ମେକ୍ସିକୋରେ ଫୁଟବଲ ପ୍ରେମୀ ଆସି ପହଞ୍ଚି ଯାଇଛନ୍ତି। ପ୍ରସଂଶକ ନିଜ ନିଜ ଦେଶର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri