Posted inଖେଳ

ଅବସର ପୂର୍ବରୁ ରୋହିତ ଶର୍ମାଙ୍କୁ ଟାର୍ଗେଟ ଦେଲେ ସୁନୀଲ ଗାଭାସ୍କର! ‘ହିଟମ୍ୟାନ’ଙ୍କୁ କହିଲେ…

ନୂଆଦିଲ୍ଲୀ,୫।୧୦: ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ଷ୍ଟାର୍‌ ବ୍ୟାଟର ରୋହିତ ଶର୍ମାଙ୍କ ନିକଟରେ ଏକ ସ୍ବତନ୍ତ୍ର ଅନୁରୋଧ ରଖିଛନ୍ତି। ଗାଭାସ୍କର ଆଶା ବ୍ୟକ୍ତ କରିଛନ୍ତି ଯେ ରୋହିତ ଯେତେବେଳେ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବେ, ସେତେବେଳେ ତାଙ୍କର ଦିନିକିଆ (ODI) ଶତକ ସଂଖ୍ୟା ତାଙ୍କ ବୟସଠାରୁ ଅଧିକ ହେବା ଉଚିତ। ଏ ସମ୍ପର୍କରେ ନିଜର ଉଦାହରଣ ଦେଇ ଗାଭାସ୍କର କହିଛନ୍ତି ଯେ, ସେ ଯେତେବେଳେ ଅବସର ନେଇଥିଲେ, ସେତେବେଳେ ତାଙ୍କର ଟେଷ୍ଟ ଶତକ ସଂଖ୍ୟା ତାଙ୍କ ବୟସଠାରୁ ଅଧିକ ନଥିଲା।
ଉଲ୍ଲେଖନୀୟ ଯେ, ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚରେ ରୋହିତ ଶର୍ମା ଏକ ଚମତ୍କାର ଇନିଂସ ଖେଳିଥିଲେ। ‘ହିଟମ୍ୟାନ’ ଭାବେ ପରିଚିତ ରୋହିତ ୯୨ ରନ ସଂଗ୍ରହ କରିଥିଲେ ମଧ୍ୟ ଶତକ ହାସଲ କରିବାରୁ ବଞ୍ଚିତ ହୋଇଥିଲେ। ଦ୍ୱିତୀୟ ମ୍ୟାଚରେ ଶତକ ହାସଲ କରିଥିବାରୁ ଗାଭାସ୍କର ଆଶା କରିଥିଲେ ଯେ ରୋହିତ ତୃତୀୟ ମ୍ୟାଚରେ ମଧ୍ୟ ଆଉ ଏକ ଶତକ ହାସଲ କରିବେ, ଯାହା ଫଳରେ ତାଙ୍କର ମୋଟ ଶତକ ସଂଖ୍ୟା ୩୬ରେ ପହଞ୍ଚିପାରିଥାନ୍ତା। ତେବେ, ଏକ ଶଟ ଖେଳିବା ପ୍ରୟାସରେ ରୋହିତ ଆଉଟ ହୋଇଯାଇଥିଲେ, ଯାହା ଗାଭାସ୍କରଙ୍କୁ ନିରାଶ କରିଥିଲା।
ଷ୍ଟାର୍‌ ସ୍ପୋର୍ଟସ ସହ କଥାବାର୍ତ୍ତା ବେଳେ ଗାଭାସ୍କର କହିଲେ, ‘ରୋହିତ ୯୨ ରନରେ ଆଉଟ ହୋଇଗଲେ। ସେ ଶତକ ହାସଲ କରିପାରିନଥିବାରୁ ମୁଁ ନିରାଶ ହୋଇଥିଲି। ଏହା ସମ୍ଭବ ଯେ ୨୦୨୭ ବିଶ୍ୱକପ ପରେ ରୋହିତ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇପାରନ୍ତି। ଯେତେବେଳେ ସେ ଅବସର ନେବାକୁ ନିଷ୍ପତ୍ତି ନେବେ, ମୁଁ ବ୍ୟକ୍ତିଗତ ଭାବେ ଚାହେଁ ଯେ ତାଙ୍କର ଦିନିକିଆ ଶତକ ସଂଖ୍ୟା ତାଙ୍କ ବୟସଠାରୁ ଅଧିକ ହେଉ। ଯଦି ଏପରି ହୁଏ, ତେବେ ତାହା ଖେଳାଳିଙ୍କ କ୍ୟାରିୟରର ଗୁଣବତ୍ତା ଏବଂ ସେ ବଜାୟ ରଖିଥିବା ମାନଦଣ୍ଡକୁ ପ୍ରତିଫଳିତ କରିବ।’
ପୂର୍ବତନ ଭାରତୀୟ ଅଧିନାୟକ ଆହୁରି ମଧ୍ୟ କହିଲେ, ‘ସେଥିପାଇଁ ମୁଁ ଚାହେଁ ଯେ ରୋହିତ ସେହି ମାଇଲଖୁଣ୍ଟ ହାସଲ କରନ୍ତୁ। ମୁଁ ମୋର ଅନ୍ତର୍ଜାତୀୟ କ୍ୟାରିୟରର ଶେଷ ବର୍ଷଗୁଡ଼ିକରେ ଯେତିକି ଶତକ ହାସଲ କରିବାକୁ ଚାହୁଁଥିଲି, ତାହା କରିପାରିନଥିଲି; ମୁଁ ତିନିଥର ୯୦ ରନ ବର୍ଗରେ ଆଉଟ ହୋଇଥିଲି। ଯଦି ମୁଁ ସେଗୁଡ଼ିକୁ ଶତକରେ ପରିଣତ କରିପାରିଥାନ୍ତି, ତେବେ ମୋର ଶତକ ସଂଖ୍ୟା ମୋ ବୟସ ସହିତ ସମାନ ହୋଇଥାନ୍ତାଯାହାକି ୩୮ ହୋଇଥାନ୍ତା।’
ୱେଷ୍ଟଇଣ୍ଡିଜ ବିପକ୍ଷରେ ରୋହିତ ଚମତ୍କାର ବ୍ୟାଟିଂ କରିଥିଲେ। ସେ ଦ୍ୱିତୀୟ ମ୍ୟାଚରେ ଶତକ ହାସଲ କରିଥିଲେ ମଧ୍ୟ ତୃତୀୟ ମ୍ୟାଚରେ ଶତକ ପୂରଣ କରିବାରୁ ବଞ୍ଚିତ ହୋଇଥିଲେ। ନିଜ କ୍ୟାରିୟରରେ ବର୍ତ୍ତମାନ ସୁଦ୍ଧା ରୋହିତ ମୋଟ ୨୯୧ଟି ଦିନିକିଆ ମ୍ୟାଚ ଖେଳି ୪୯.୨୭ର ଚମତ୍କାର ହାରାହାରି ସହ ୧୨,୧୨୦ ରନ ସଂଗ୍ରହ କରିଛନ୍ତି। ଏହି ସମୟ ମଧ୍ୟରେ ସେ ୩୫ଟି ଶତକ ଏବଂ ୬୩ଟି ଅର୍ଦ୍ଧଶତକ ହାସଲ କରିଛନ୍ତି।

Dharitri – Odisha’s No.1, Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ଟ୍ରାଭେଲ ବଜାର; ଶୁଭାରମ୍ଭ ହେଲା ଓଡ଼ିଶା ମାଇସ୍ ଇନସେଣ୍ଟିଭ ପୋର୍ଟାଲ

ଭୁବନେଶ୍ୱର,୫ା୧୦(ସୌମ୍ୟରଞ୍ଜନ ରାଉତ): ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରରେ ଘରୋଇ ପୁଞ୍ଜିନିବେଶକୁ ବ୍ୟାପକ କରାଯିବ। ଶିଳ୍ପ ବିଶେଷଜ୍ଞ, ହସ୍ପିଟାଲିଟି ଲିଡର୍ସ ଓ ଟୁରିଜମ୍‌ ଷ୍ଟେକ୍‌ ହୋଲ୍ଡର୍ସଙ୍କ ସହଯୋଗରେ ରାଜ୍ୟ ସରକାର…

ରାସ୍ତା ପାର ହେଉଥିବା ବେଳେ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଧକ୍କା ଦେଲା ଟ୍ରକ, ରାସ୍ତାରେ….

ପାଟଣା,୫ା୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଚିଲିଦାସ୍ଥିତ ଏବିସିଡିଆର ଅଙ୍ଗିକଳା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ…

ନୂଆପଡ଼ାରେ କଲରାପତରିଆ ବାଘର ଆତଙ୍କ: ଘରେ ପଶି ଗୋଟିଏ ପରିବାରର ୬ ଜଣଙ୍କୁ କଲା ଲହୁଲୁହାଣ

ନୂଆପଡ଼ା,୫ା୧୦(ମକାରୁ ବେମାଲ): ନୂଆପଡ଼ା ଜିଲା ଖରିଆର ରୋଡ଼-ଛତିଶଗଡ଼ ସୀମାନ୍ତ କୋମାଖାନ ଥାନା ଝିଟିକି ଗାଁରେ ବାଘ ଆତଙ୍କ ଖେଳିଯାଇଛି। ଶନିବାର ରାତିରେ ଏକ କଲରାପତରିଆ ବାଘ ଆକ୍ରମଣରେ…

‘ଅତିକମରେ ୧୦ଟି ସନ୍ତାନ ଜନ୍ମ କରନ୍ତୁ’ – ହିନ୍ଦୁମାନଙ୍କୁ ଏମିତି କହିଲେ ମୌଲାନା ସାଜିଦ ରଶିଦି, ଉଠିଲାଣି ବିବାଦ

ନୂଆଦିଲ୍ଲୀ,୫।୧୦: ଇମାମ ଆସୋସିଏସନର ସଭାପତି ମୌଲାନା ସାଜିଦ ରଶିଦି ସନ୍ତାନ ଜନ୍ମ କରିବା ସମ୍ବନ୍ଧରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସଂଘ ଏବଂ ଅନ୍ୟ କିଛି ସଂଗଠନ…

ଫ୍ଲାଇଦୁବାଇ କକ୍‌ପିଟ୍‌ ଆକ୍ରମଣ ମାମଲାରେ ଚାଞ୍ଚଲ୍ୟକର ଖୁଲାସା; ସତ ମାନିଲେ ଓମାନୀ ପାଇଲଟ, ଉଭୟ ଇଞ୍ଜିନ୍ ବନ୍ଦ କରି….

ନୂଆଦିଲ୍ଲୀ,୫ା୧୦:ଦୁବାଇରୁ ତେଲ ଅଭିଭ୍‌ ଯାଉଥିବା ଫ୍ଲାଇଦୁବାଇର ଫ୍ଲାଇଟ୍‌ FZ1073ର କକ୍‌ପିଟ୍‌ ଆକ୍ରମଣ ମାମଲାରେ ପ୍ରତିଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ସେପ୍ଟେମ୍ବର ୩୦ରେ ଘଟିଥିବା ଏହି…

ଦଳ ଛାଡ଼ିଥିବା ନେତାଙ୍କୁ ମମତାଙ୍କ ଅଲ୍ଟିମେଟମ; ୧୫ ଦିନ ଭିତରେ ଫେରିଆସ, ନହେଲେ…..

କୋଲକାତା,୫ା୧୦: ବିଧାନସଭା ନିର୍ବାଚନ ଫଳାଫଳ ପରେ ପ୍ରଥମ ଥର ପାଇଁ ଉତ୍ତର ଦିନାଜପୁର ଜିଲା ଚୋପଡ଼ାରେ ମମତା ବାନାର୍ଜୀ ସମର୍ଥିତ ତୃଣମୂଳ କଂଗ୍ରେସ ନିଜର ସାଂଗଠନିକ ଶକ୍ତି…

ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଉଠିଲା ପ୍ରଶ୍ନ? ଲକ୍ଷ୍ମଣଙ୍କ ବିଦାୟ, ଗମ୍ଭୀରଙ୍କ ଆଗମନରେ ବଦଳିଯିବ କି ପରିସ୍ଥିତି? ଜାଣନ୍ତୁ…

ନୂଆଦିଲ୍ଲୀ,୫।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ହେବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚରେ କ’ଣ ବୈଭବ ସୂର୍ଯ୍ୟବଂଶୀ ଖେଳିବେ? ଏହି ପ୍ରଶ୍ନ ନିଶ୍ଚିତ ଭାବରେ ତାଙ୍କର ସମସ୍ତ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଓଡ଼ିଶାରେ ତିନି ବର୍ଷ ଯାଏ ଖୋଲିବନି ନୂଆ ମଦ ଦୋକାନ

ଭୁବନେଶ୍ବର,୫।୧୦: ଭୁବନେଶ୍ୱରରେ ‘ଜୀବନ ଜିନ୍ଦାବାଦ-୨.୦’ର ଶୁଭାରମ୍ଭ ହୋଇଛି । ଏହି ଅବସରରେ ରାଜ୍ୟରୁ ନିଶା ମୂଳପୋଛ ପାଇଁ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି । ଆଗାମୀ ୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?