ଗଞ୍ଜାମରେ ଆଖୁ ଚାଷ ନିରାଶାଜନକ

ବ୍ରହ୍ମପୁର,୫।୫(ଅଶୋକ କୁମାର ସାହୁ):ଗଞ୍ଜାମ ଜିଲାରେ ଆଖୁ ଚାଷ ଚଳିତବର୍ଷ ନିରାଶାଜନକ ହୋଇଛି। ୨୦୨୩-୨୪ରେ ଜିଲାରେ ୮୦୧ ହେକ୍ଟର ଆଖୁଚାଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ଥିବାବେଳେ ୬୮୦ ହେକ୍ଟରରେ ଚାଷ ହୋଇଛି। ଆଖୁ ପାଇଁ ପାଣିର ଅଭାବ ହିଁ ଏହାର କାରଣ ବୋଲି କୁହାଯାଇଛି।

ଜିଲାର ୨୨ ବ୍ଲକରୁ ୧୭ ବ୍ଲକରେ ଆଖୁଚାଷ କରାଯାଉଛି। ଏହା ବର୍ଷିକିଆ ଫସଲ ହୋଇଥିବାବେଳେ ଡିସେମ୍ବରଠାରୁ ମାର୍ଚ୍ଚ ମାସ ଭିତରେ ବିହନ ଲଗାଯାଇଥାଏ। ବିଶେଷ କରି ରାୟପୁର ଓ ଆନକାପଲ୍ଲୀ ଅଞ୍ଚଳରୁ ବିହନ ଆଣି ଚାଷୀଙ୍କୁ ଯୋଗାଇ ଦିଆଯାଇଥାଏ। ଜାନୁଆରୀଠାରୁ ଫେବୃଆରୀ ମଧ୍ୟରେ ଆଖୁ ଆଦାୟ ହୋଇଥାଏ। ତେବେ କୃଷି ବିଭାଗ ପକ୍ଷରୁ ଏହି ଚାଷ ପାଇଁ ଆଗ୍ରହ ସୃଷ୍ଟି କରିବାକୁ ଚାଷୀଙ୍କୁ ପ୍ରୋତ୍ସାହିତ କରାଯାଉଛି। ସଅଳ ବିହନ ବୁଣା ପାଇଁ ଚାଷୀଙ୍କୁ ହେକ୍ଟର ପିଛା ୫ହଜାର, ଆଖୁ ବିହନର ଉତ୍ସ ବାବଦରେ ହେକ୍ଟର ପିଛା ୨୫ହଜାର, ମୂଳି ଆଖୁ ପରିଚାଳନା ପାଇଁ ହେକ୍ଟର ପିଛା ୧୨ହଜାର ୫୦୦ ଟଙ୍କା ଓ ବ୍ୟବଧାନ ରୋପଣ ପଦ୍ଧତି ପାଇଁ ହେକ୍ଟର ପିଛା ୨୨ହଜାର ୫୦୦ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଉଛି। ଜିଲାରେ ଛତ୍ରପୁର, ଚିକିଟି, ଗଞ୍ଜାମ, କୁକୁଡାଖଣ୍ଡି, ରଙ୍ଗେଇଲୁଣ୍ଡା ଆଦି ୫ ବ୍ଲକରେ ଆଦୌ ଆଖୁ ଚାଷ କରାଯାଉନାହିଁ। ଚଳିତବର୍ଷ ଆସିକା ଓ ବେଗୁନିଆପଡ଼ା ଓ ଶେରଗଡ଼ ବ୍ଲକରେ ଅଧିକ ଆଖୁ ଚାଷ ହୋଇଛି। ବ୍ୟବଧାନ ରୋପଣ ପଦ୍ଧତିରେ ୨୨୦ ହେକ୍ଟର ଆଖୁ ଚାଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ଥିବାବେଳେ ୧୬୮ ହେକ୍ଟରରେ ଚାଷ କରାଯାଇଛି। ସେହିପରି ମୂଳି ଆଖୁ ପରିଚାଳନା ପାଇଁ ୪୯୮ ହେକ୍ଟର ଲକ୍ଷ୍ୟ ଧାର୍ଯ୍ୟ ଥିବାବେଳେ ୪୨୯ ହେକ୍ଟରରେ ଚାଷ କରାଯାଇଛି। କେବଳ ଆଖୁ ବିହନର ଉତ୍ସ ପଦ୍ଧତିରେ ୮୩ ହେକ୍ଟର ଲକ୍ଷ୍ୟ ଧାର୍ଯ୍ୟ ଥିବାବେଳେ ତାହା ହିଁ ପୂରଣ ହୋଇଛି। ତେବେ ଆଖୁ ପାଇଁ ପର୍ଯ୍ୟାପ୍ତ ପାଣି ଦରକାର ହେଉଥିବାବେଳେ ଚଳିତବର୍ଷ ପାଣିର ଉତ୍କଟ ଅଭାବ ଦେଖାଦେଇଛି। ଜଳ ଉତ୍ସଗୁଡିକ ଗ୍ରୀଷ୍ମ ପ୍ରବାହରେ ଶୁଖିଯାଇଛି। କେନାଲରେ ପାଣି ଆସୁନାହିଁ। ଜଳସେଚନ ବିଭାଗ ପକ୍ଷରୁ ସେଭଳି ସୁବିଧା କରାଯାଇନଥିବାରୁ ଚଳିତବର୍ଷ ଆଖୁ ଚାଷ କମିଯାଇଛି। ଅନ୍ୟପକ୍ଷରେ ଆସିକା ଚିନିକଳ ପକ୍ଷରୁ ଆଖୁ ଚାଷ କରିବା ପାଇଁ ଚାଷୀଙ୍କୁ ପ୍ରୋତ୍ସାହିତ କରାଯାଉଛି। ଆଖୁ ଦେବା ପାଇଁ ଚାଷୀମାନେ ଉକ୍ତ କମ୍ପାନୀରେ ପଞ୍ଜିକରଣ କଲେ କମ୍ପାନୀ ପକ୍ଷରୁ ସେମାନଙ୍କୁ ଚାଷ ନିମନ୍ତେ ଆର୍ଥିକ ସହାୟତା ବି ପ୍ରଦାନର ବ୍ୟବସ୍ଥା ରହିଛି। କମ୍ପାନୀ ଅଧିକ ଦିନ ଚାଲିବା ପାଇଁ ପର୍ଯ୍ୟାୟକ୍ରମେ କିଭଳି ଆଖୁ ମିଳିବ ସେଥିନେଇ ଚାଷୀଙ୍କୁ ବ୍ୟବସ୍ଥିତ ଢଙ୍ଗରେ ଚାଷ କରିବା ପାଇଁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଉଛି। କିନ୍ତୁ ଚଳିତବର୍ଷ ଜଳାଭାବ ହିଁ ଆଖୁ ଫସଲକୁ ଧ୍ୱଂସ କରିଦେଇଛି। ଏ ସମ୍ପର୍କରେ ଜିଲା କୃଷି ବିଭାଗର ଉପ ପ୍ରକଳ୍ପ ନିର୍ଦ୍ଦେଶକ (ଆତ୍ମା) ଅଜିତ କୁମାର ମହାପାତ୍ରଙ୍କୁ ପଚାରିବାରୁ ସେ କହିଲେ ଯେ, ଚଳିତବର୍ଷ ଜଳାଭାବରୁ ଆଖୁଚାଷ ନିରାଶାଜନକ ହୋଇଛି। ପୂର୍ବରୁ ୨୨୦୦ ହେକ୍ଟରରେ ଚାଷ ହେବ ବୋଲି ଲକ୍ଷ୍ୟ ରଖାଯାଇଥିଲା। ତେବେ ବର୍ଷାଭାବରୁ ସରକାରୀ ନିର୍ଦ୍ଦେଶ ଅନୁସାରେ ଏହାକୁ କମାଇ ଦିଆଯାଇଥିଲା। ତଥାପି ତାହା ବି ପୂରଣ ହୋଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

ସୌମ୍ୟରଞ୍ଜନ ମାମଲାରେ ହାଇକୋର୍ଟ ଗଲେ ବିଦ୍ୟାଭାରତୀ: ଆଗୁଆ ଜାମିନ ପାଇଁ ଆବେଦନ, ଅକ୍ଟୋବର ୩୦ ଯାଏ ହାଜର ସମୟ ବୃଦ୍ଧି

କଟକ, ୬।୧୦(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ…

ଛାତ୍ର ସଂସଦ ନିର୍ବାଚନ: ଅଣଛାତ୍ରଙ୍କ ପ୍ରବେଶ ଉପରେ ନଜର

ବ୍ରହ୍ମପୁର,୬ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ଛାତ୍ର ସଂସଦ ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ଘୋଷଣା କରାଯିବା ପରେ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟଗୁଡ଼ିକରେ ରାଜନୈତିକ ମାହୋଲ…

୩ ରାଶି ଉପରେ ରହିବ ରାହୁ-କେତୁଙ୍କ କୃପା: ଘର, ଗାଡ଼ିଠାରୁ ଚାକିରି ଯାଏ ସବୁ ସ୍ୱପ୍ନ ହେବ ପୂରଣ!

ଜ୍ୟୋତିଷ ଶାସ୍ତ୍ରରେ ରାହୁ ଏବଂ କେତୁଙ୍କୁ ଛାୟା ଗ୍ରହ ସହିତ ଅତ୍ୟନ୍ତ ପ୍ରଭାବଶାଳୀ ଗ୍ରହ ଭାବେ ବିବେଚନା କରାଯାଏ। ଏହି ଦୁଇ ଗ୍ରହଙ୍କ ପ୍ରଭାବ ବ୍ୟକ୍ତିଙ୍କ ଜୀବନରେ…

ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା: ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପୂର୍ବରୁ ଆହତ ହେଲେ ଷ୍ଟାର୍ ବୋଲର, CoEରେ ଚାଲିଛି…

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ, ଯେଉଁଠାରେ ତିନୋଟିଯାକ ଫର୍ମାଟ୍‌ରେ ସିରିଜ୍ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?