ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ କରିଥାଏ। ଯେତେବେଳେ ବି କୌଣସି ଯାତ୍ରୀ ନିଜର କନଫର୍ମ ଟିକେଟ ବାତିଲ କରନ୍ତି, ରେଳବାଇର ଅଟୋମେଟେଡ ସିଷ୍ଟମ ଏକ ର୍ନିଦ୍ଦିଷ୍ଟ କ୍ରମ ଅନୁଯାୟୀ ୱେଟିଂ ଲିଷ୍ଟରେ ଥିବା ଯାତ୍ରୀମାନଙ୍କ ସିଟ କନଫର୍ମ କରିଥାଏ। ଏହି ସମସ୍ତ ୱେଟିଂ କୋଡ ମଧ୍ୟରେ GNWL କନଫର୍ମ ହେବାର ସମ୍ଭାବନା ସବୁଠାରୁ ଅଧିକ ଥିବା ବେଳେ, TQWL କନଫର୍ମ ହେବାର ସମ୍ଭାବନା ସବୁଠାରୁ କମ ରହିଥାଏ। ଏଭଳି ସ୍ଥିତିରେ ଏହି ସମସ୍ତ ୱେଟିଂ ଲିଷ୍ଟ କନଫର୍ମ ହେବାର ଅଙ୍କଗଣିତ ଏବଂ ଚାର୍ଟ ପ୍ରସ୍ତୁତ ହେବା ସହ ଜଡ଼ିତ ୩ଟି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରେଳ ନିୟମ ଜାଣିବା ନିହାତି ଜରୁରୀ।
ରେଳବାଇର ନିୟମ ଅନୁଯାୟୀ ବିଭିନ୍ନ କୋଟା ଏବଂ ଷ୍ଟେସନ ଆଧାରରେ ୱେଟିଂ ଲିଷ୍ଟକୁ ପ୍ରାଥମିକତା ଦିଆଯାଏ। କେଉଁ ୱେଟିଂ ଲିଷ୍ଟ କ୍ଲିୟର ହେବାର ସମ୍ଭାବନା କେତେ, ତାହା ତଳେ ଥିବା ସାରଣୀରୁ ବୁଝନ୍ତୁ:
୧ମ ପ୍ରାଥମିକତା : ଏହା ଟ୍ରେନର ପ୍ରାରମ୍ଭିକ ଷ୍ଟେସନରୁ ବୁକିଂ କରୁଥିବା ଯାତ୍ରୀଙ୍କୁ ମିଳିଥାଏ। ମୁଖ୍ୟ କୋଟାରୁ ସର୍ୱାଧିକ ଟିକେଟ ବାତିଲ ହେଉଥିବାରୁ ଏହା ସବୁଠାରୁ ଶୀଘ୍ର କ୍ଲିୟର ହୁଏ। ।
୨ୟ ପ୍ରାଥମିକତା: ଏହା ରୁଟର ମୁଖ୍ୟ ମଧ୍ୟବର୍ତ୍ତୀ (Intermediate) ଷ୍ଟେସନଗୁଡ଼ିକ ପାଇଁ ଥାଏ। ଏହି ଷ୍ଟେସନଗୁଡ଼ିକର ନିଜସୱ ଛୋଟ ଫିକ୍ସ କୋଟା ଥାଏ, ତେଣୁ ଏହା GNWL ତୁଳନାରେ ଧୀରେ କ୍ଲିୟର ହୁଏ।
୩ୟ ପ୍ରାଥମିକତା: ଏହା କିଛି ଛୋଟ ଷ୍ଟେସନ ମଧ୍ୟରେ ଅଂଶୀଦାର (share) ହୋଇଥାଏ। କେବଳ ସେହି ର୍ନିଦ୍ଦିଷ୍ଟ ପୁଲ୍ଡ ରୁଟ୍ରେ କୌଣସି ଯାତ୍ରୀ ଟିକେଟ ବାତିଲ କଲେ ହିଁ ଏହି ସିଟ କ୍ଲିୟର ହୋଇଥାଏ।
୪ର୍ଥ ପ୍ରାଥମିକତା: ଏହା ଶେଷ ମୁହୂର୍ତ୍ତର ତତ୍କାଳ ବୁକିଂ ଉପରେ ଲାଗୁ ହୁଏ। କେବଳ ଅନ୍ୟ କୌଣସି ତତ୍କାଳ ଟିକେଟ ବାତିଲ ହେଲେ ହିଁ ଏହା କ୍ଲିୟର ହୁଏ। ଏହାକୁ ସାଧାରଣ ବାତିଲ (General Cancellation) ର ଲାଭ ମିଳେ ନାହିଁ।
RAC ହେଲେ ଯାତ୍ରା କରିପାରିବେ: ଯଦି ଆପଣଙ୍କର ୱେଟିଂ ଟିକେଟ ଅପଗ୍ରେଡ ହୋଇ RAC (Reservation Against Cancellation) ରେ ପରିଣତ ହୁଏ, ତେବେ ଆପଣଙ୍କୁ ଟ୍ରେନରେ ଯାତ୍ରା କରିବା ପାଇଁ ୧୦୦% ଅନୁମତି ମିଳିଥାଏ। RAC ରେ ଆପଣଙ୍କୁ ସାଇଡ ଲୋୟର ବର୍ଥରେ ଅନ୍ୟ ଜଣେ ଯାତ୍ରୀଙ୍କ ସହ ଅଧା ସିଟ ଶେୟାର କରିବାକୁ ପଡ଼ିଥାଏ, କିନ୍ତୁ ଆଇନଗତ ଭାବେ ଆପଣ ନିଶ୍ଚିତ ଭାବେ ଟ୍ରେନରେ ଚଢ଼ିପାରିବେ।
୪ ଘଣ୍ଟା ପୂର୍ୱରୁ ଅନ୍ତିମ ଚାର୍ଟ ପ୍ରସ୍ତୁତି:ଟ୍ରେନ ଛାଡ଼ିବାର ଠିକ ୪ ଘଣ୍ଟା ପୂର୍ୱରୁ ଅନ୍ତିମ ରିଜର୍ଭେସନ ଚାର୍ଟ ପ୍ରସ୍ତୁତ କରାଯାଏ। ଏହି ସମୟରେ ବ୍ୟବହାର ହୋଇନଥିବା VIP ଏବଂ ଜରୁରୀକାଳୀନ କୋଟା ଖୋଲିବା ଫଳରେ ୱେଟିଂ ଲିଷ୍ଟ ସବୁଠାରୁ ଶୀଘ୍ର କ୍ଲିୟର ହୋଇଥାଏ।
ୱେଟିଂ ରହିଗଲେ ସୱତଃ ବାତିଲ ହେବ ଇ-ଟିକେଟ: ଯଦି ଚାର୍ଟ ପ୍ରସ୍ତୁତ ହେବା ପରେ ମଧ୍ୟ ଆପଣଙ୍କର ଅନଲାଇନ ଇ-ଟିକେଟ (e-Ticket) ୱେଟିଂ ଲିଷ୍ଟରେ ହିଁ ରହିଯାଏ (ଯେପରିକି GNWL 12), ତେବେ ତାହା ଆପେ ଆପେ ବାତିଲ ହୋଇଯିବ ଏବଂ ସମ୍ପୂର୍ଣ୍ଣ ଟଙ୍କା ଆପଣଙ୍କ ବ୍ୟାଙ୍କ ଖାତାକୁ ଫେରସ୍ତ ଆସିବ। ମନେରଖନ୍ତୁ, ଅନଲାଇନ ୱେଟିଂ ଟିକେଟ ସହିତ ଟ୍ରେନରେ ଯାତ୍ରା କରିବା ବେଆଇନ।

