Odisha Elections 2024

୯୨୮ ଅଙ୍ଗନୱାଡି କେନ୍ଦ୍ରର ନାହିଁ ନିଜସ୍ବ ଗୃହ

ଭଦ୍ରକ,୫।୫ (ସନାତନ ରାଉତ)ଭଦ୍ରକ ଜିଲାରେ ୯୨୮ ଅଙ୍ଗନୱାଡି କେନ୍ଦ୍ରର ନିଜସ୍ବ ଗୃହ ନିର୍ମାଣ ହୋଇପାରି ନାହିଁ। ଫଳରେ ନିକଟସ୍ଥ ସ୍କୁଲ, କମ୍ୟୁନିଟି ସେଣ୍ଟର ଓ ଅଙ୍ଗନୱାଡି କର୍ମୀଙ୍କ ଘରେ କେନ୍ଦ୍ର ଚାଲିଛି। ବିଭାଗୀୟ ସୂଚନା ଅନୁଯାୟୀ, ୨୦୨୪ ମାର୍ଚ୍ଚ ସୁଦ୍ଧା ଜିଲାର ୭ଟି ବ୍ଲକରେ ୨୪୩୫ଟି ଅଙ୍ଗନୱାଡି କେନ୍ଦ୍ରର ନିଜସ୍ବ ଗୃହ ନିର୍ମାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ସେଥିମଧ୍ୟରୁ ୨୪୨୩ଟି କେନ୍ଦ୍ରର ଗୃହ ନିର୍ମାଣ ନିମନ୍ତେ ଅନୁଦାନ ମଞ୍ଜୁର ହୋଇସାରିଛି। ଏପର୍ଯ୍ୟନ୍ତ ମୋଟ ୧୫୦୬ଟି କେନ୍ଦ୍ରର ଗୃହ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ୨୬୮ଟି କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ଅପରପକ୍ଷେ ୨୧୩ ଟି କେନ୍ଦ୍ରର ଗୃହ ନିର୍ମାଣ ଲାଗି ଏଯାଏ ଜାଗା ଚିହ୍ନଟ ହୋଇପାରି ନାହିଁ।
ଭଦ୍ରକ ସଦର ବ୍ଲକର ୪୫୦ଟି ଅଙ୍ଗନୱାଡି କେନ୍ଦ୍ର ମଧ୍ୟରୁ ୪୪୪ଟି ପାଇଁ ଅନୁଦାନ ମିଳିଥିବା ବେଳେ ୨୪୪ କେନ୍ଦ୍ରର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଭଣ୍ଡାରିପୋଖରୀ ବ୍ଲକରେ ୨୪୦ଟି କେନ୍ଦ୍ର ପାଇଁ ଆର୍ଥିକ ମଞ୍ଜୁରୀ ମିଳିଥିବା ବେଳେ ସେଥିମଧ୍ୟରୁ ୨୦୧, ବନ୍ତ ବ୍ଲକରେ ୨୩୮ଟି କେନ୍ଦ୍ରକୁ ଅନୁଦାନ ମିଳିଥିବା ବେଳେ ୧୫୧ଟିର ନିର୍ମାଣ କାର୍ଯ୍ୟ ସରିଛି। ସେହିପରି ଚାନ୍ଦବାଲି ବ୍ଲକରେ ୪୨୮ କେନ୍ଦ୍ର ମଧ୍ୟରୁ ୨୭୬ଟିର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଧାମନଗର ବ୍ଲକରେ ଆର୍ଥିକ ମଞ୍ଜୁରୀ ମିଳିଥିବା ୩୫୩ଟି କେନ୍ଦ୍ର ମଧ୍ୟରୁ ୧୬୮ଟିର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ତିହିଡ଼ି ବ୍ଲକରେ ଅନୁଦାନ ମିଳିଥିବା ୩୦୪ ଅଙ୍ଗନୱାଡି କେନ୍ଦ୍ର ମଧ୍ୟରୁ ୨୦୨, ବାସୁଦେବପୁର ବ୍ଲକରେ ଆର୍ଥିକ ମଞ୍ଜୁରୀ ମିଳିଥିବା ୪୧୯ଟି କେନ୍ଦ୍ର ମଧ୍ୟରୁ ୨୬୪ଟିର ନିର୍ମାଣ କାର୍ଯ୍ୟ ସରିଛି। ଅପରପକ୍ଷେ ବାସୁଦେବପୁରରେ ୧୧ଟି କେନ୍ଦ୍ରର ଗୃହ ନିର୍ମାଣ ପାଇଁ ଜମି ଚିହ୍ନଟ ହୋଇପାରି ନ ଥିବାବେଳେ ଭଦ୍ରକ ବ୍ଲକରେ ୯୧, ବନ୍ତରେ ୩, ଚାନ୍ଦବାଲିରେ ୨୮, ଧାମନଗରରେ ୩୯ ଓ ତିହିଡ଼ିରେ ୪୧ଟି ଗୃହ ନର୍ମାଣ ଲାଗି ଜମି ଚିହ୍ନଟ ହୋଇପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ବଡ଼ ଷ୍ଟେଶନ୍‌ରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍‌

ଛତ୍ରପୁର,୧୮/୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବଡ଼ ଷ୍ଟେଶନ ଠାରେ ଏକମାଲବାହି ଟ୍ରେନ ଲାଇନଚ୍ୟୁତ ହୋଇଛି। ଟ୍ରେନର ୩ ବଗି ଲାଇନଚ୍ୟୁତ ହୋଇଥିବା ବେଳେ ରେଳବାଇ...

ପ୍ରଚାର ଶେଷଦିନରେ କମାଲ ଦେଖାଇଲା ବିଜେଡି

ପୁରୁଷୋତ୍ତମପୁର,୧୮ା୫(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଥିବା ବେଳେ ଏଥିଲାଗି ଶନିବାର ପ୍ରଚାର ଶେଷ ହୋଇଛି।...

ଖଲ୍ଲିକୋଟ ହିଂସାର ତଦନ୍ତ ପାଇଁ ଗଠନ ହେଲା ଏସ୍‌ଆଇଟି ଟିମ୍‌: ସୂଚନା ଦେଲେ ଆରକ୍ଷୀ ମହାନିର୍ଦ୍ଦେଶକ

ଛତ୍ରପୁର,୧୮ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଖଲ୍ଲିକୋଟ ହିଂସାର ତଦନ୍ତ ପାଇଁ ଏସ୍‌ଆଇଟି ଟିମ୍‌ ଗଠନ କରାଯାଇଛି। ଦକ୍ଷିଣାଞ୍ଚଳ ମହାନିର୍ଦ୍ଦେଶକ ଜୟନାରାୟଣ ପଙ୍କଜ ଏହି ଟିମ୍‌କୁ ତଦାରଖ...

ଜୟଦେବ ମିଛ କହୁଛନ୍ତି, ଦମ୍‌ ଅଛି ପ୍ରମାଣ ଦିଅନ୍ତୁ: ବିଡିଓ

ହାଟଡିହୀ,୧୮ା୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ହାଟଡିହୀ ବ୍ଲକ ଅଧୀନ କେ. ବାଲିପାଳ ପଞ୍ଚାୟତର ତଅଁଳ ଗ୍ରାମରେ ବିଜେଡି ପକ୍ଷରୁ ଲୋକ ପ୍ରତିନିଧି...

ଜବାଗଡ଼ ନଦୀଘାଟରେ ଡଙ୍ଗାବୁଡ଼ି ଘଟଣା: ଆଜି ଉଦ୍ଧାର ହେଲା ନିଖୋଜ ଯୁବକଙ୍କ ମୃତଦେହ

କୋରାପୁଟ,୧୮ା୫(ଅମିତାଭ ବେହେରା): କୋରାପୁଟ ଜିଲା ନନ୍ଦପୁର ବ୍ଲକର ବିଲାପୁଟ ପଞ୍ଚାୟତ ଜବାଗଡ଼ ନଦୀଘାଟରେ ଗତ ଗୁରବାର ଡଙ୍ଗାବୁଡି ଘଟଣାରେ ନିଖୋଜ ଥିବା ସୁକୁ ପ୍ରଧାନୀ (୩୫)ଙ୍କ...

ଭାଜପା ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ନବୀନ, ଭିଡିଓ ଜାରି କରି ବର୍ଷିଲେ

ଭୁବନେଶ୍ୱର,୧୮।୫: ପୁଣି ଏକ ଭିଡିଓ ଜାରି କରି ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି, ଓଡ଼ିଶା ପ୍ରସଙ୍ଗରେ କହିବା ଆଗରୁ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପୋଲିଂ କର୍ମଚାରୀ ପ୍ରସ୍ତୁତ, ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

ଛତ୍ରପୁର,୧୮ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆସନ୍ତା ୨୦ ତାରିଖରେ ମତଦାନ ଅନୁଷ୍ଠିତ ହେବ। ଏହିଦିନ ଗଞ୍ଜାମ ଜିଲାରେ ଆସିକା ଲୋକ...

୩୪ ନଂ ଜୋନ୍‌ରେ କେନ୍ଦ୍ର ସରକାରଙ୍କ ଗ୍ୟାରେଣ୍ଟିକୁ ନେଇ ପ୍ରାର୍ଥୀଙ୍କ ଭୋଟ୍‌ ଭିକ୍ଷା

ହାଟଡିହୀ,୧୮।୫(ଶୁଭକାନ୍ତ ନାୟକ)କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ର ଅଧୀନ ହାଟଡିହୀ ବ୍ଲକର ୩୪ନଂ ଜୋନ୍‌ ଅଧୀନ ୭ଟି ପଞ୍ଚାୟତରେ ଭାଜପା ପକ୍ଷରୁ ନିର୍ବାଚନୀ ପ୍ରଚାର କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri