Odisha Elections 2024

ଭଲ ଲୋକଙ୍କୁ ଭୋଟ ଦିଅନ୍ତୁ: ମୁଖ୍ୟମନ୍ତ୍ରୀ

ପାରଳାଖେମୁଣ୍ଡି, ୫।୫ (ଗିରିଧାରୀ ପରିଛା):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶନିବାର ଗଜପତି ଜିଲା ପାରଳାଖେମୁଣ୍ଡିଠାରେ ନିର୍ବାଚନ ପ୍ରଚାର କରିଛନ୍ତି। ଆୟୋଜିତ ସମାବେଶରେ ଜିଲାର ଦୁଇ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଓ ବ୍ରହ୍ମପୁର ଲୋକସଭା କ୍ଷେତ୍ରର ଏମପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜନୀତିରେ ଜନବିରୋଧୀ ଓ ଅପରାଧ ପୃଷ୍ଠଭୂମି ଥିବା ବ୍ୟକ୍ତି ବିଶେଷଙ୍କ ସ୍ଥାନ ନାହିଁ। ଏଣୁ ଭଲ ଲୋକଙ୍କୁ ଚିହ୍ନନ୍ତୁ ଓ ଭୋଟ ଦିଅନ୍ତୁ। ସମାବେଶରେ ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ କହିଥିଲେ ଯେ, କେନ୍ଦ୍ର ସରକାର ଦେଶରେ ବାର୍ଷିକ ଦୁଇ କୋଟି ନିଯୁକ୍ତି ସୁଯୋଗ ଯୋଗାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତେବେ ଗତ ଦଶ ବର୍ଷ ମଧ୍ୟରେ ୨୦କୋଟି ନିଯୁକ୍ତି ମିଳିବା କଥା। ସେହି ପରିପ୍ରେକ୍ଷୀରେ ଓଡ଼ିଶା ଭାଗରେ ୮୦ଲକ୍ଷ ନିଯୁକ୍ତି ମିଳିବା କଥା। ତେବେ କେନ୍ଦ୍ର ସରକାର ୮୦ଲକ୍ଷ ନିଯୁକ୍ତିର ହିସାବ ଦେଇପାରିବେ କି ବୋଲି ପ୍ରଶ୍ନ କରିଛନ୍ତି। ଏଥିସହ ମୋହନା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଅନ୍ତର୍ଯ୍ୟାମୀ ଗମାଙ୍ଗ ଓ ପାରଳାଖେମୁଣ୍ଡି ବିଧାୟକ ପ୍ରାର୍ଥୀ ରୂପେଶ ପାଣିଗ୍ରାହୀ ଓ ବ୍ରହ୍ମପୁର ଏମପି ପ୍ରାର୍ଥୀ ଭୃଗୁ ବକ୍ସିପାତ୍ରଙ୍କୁ ଆସନ୍ତା ୧୩ ତାରିଖରେ ଭୋଟ ଦେବା ପାଇଁ ଅନୁରୋଧ କରିଛନ୍ତି। ସେହିପରି ନାଁ ନନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଗତ ୧୦ ବର୍ଷ ହେଲା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବାକୁ ଚେଷ୍ଟାକରି ଅସଫଳ ହୋଇଥବା ଜଣେ ବ୍ୟକ୍ତି କିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶର ଭାଷା ବୁଝି ପାରିବ। ଯିଏ ନିଜ ଦଳୀୟ ଲୋକଙ୍କ ସମ୍ମୁଖରେ ବିଶ୍ୱାସଭାଜନ ହୋଇପାରିନାହାନ୍ତି ସେ ମୁଖ୍ୟମନ୍ତ୍ରୀଙ୍କ ସହ ସମକକ୍ଷ ହେବା ଚିନ୍ତା କରିବା ପୂର୍ବରୁ ନିଜ ଦଳକୁ ସଜାଡ଼ିବା ଆବଶ୍ୟକ ବୋଲି କହିଛନ୍ତି। ମୁଁ ବିକାଶର ଯେତେ ଭାଷା କହିଲେ ବି ଆପଣ ବୁଝି ପାରୁ ନାହାନ୍ତି। ପୁରୀ ଶ୍ରୀମନ୍ଦିର ରୂପାନ୍ତରଣ କଥା କହିଲେ ଆପଣ ବୁଝି ପାରୁନାହାନ୍ତି। ସ୍କୁଲ ରୂପାନ୍ତରଣ କଥା ଆପଣଙ୍କୁ ଅବୁଝା ହେଉଛି। ତେଣୁ ଆପଣଙ୍କ ରାଜନୈତିକ ଭାଷାରେ ବୁଝାଇବାକୁ ପଡ଼ୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ବଡ଼ ଷ୍ଟେଶନ୍‌ରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍‌

ଛତ୍ରପୁର,୧୮/୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବଡ଼ ଷ୍ଟେଶନ ଠାରେ ଏକମାଲବାହି ଟ୍ରେନ ଲାଇନଚ୍ୟୁତ ହୋଇଛି। ଟ୍ରେନର ୩ ବଗି ଲାଇନଚ୍ୟୁତ ହୋଇଥିବା ବେଳେ ରେଳବାଇ...

ପ୍ରଚାର ଶେଷଦିନରେ କମାଲ ଦେଖାଇଲା ବିଜେଡି

ପୁରୁଷୋତ୍ତମପୁର,୧୮ା୫(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଥିବା ବେଳେ ଏଥିଲାଗି ଶନିବାର ପ୍ରଚାର ଶେଷ ହୋଇଛି।...

ଖଲ୍ଲିକୋଟ ହିଂସାର ତଦନ୍ତ ପାଇଁ ଗଠନ ହେଲା ଏସ୍‌ଆଇଟି ଟିମ୍‌: ସୂଚନା ଦେଲେ ଆରକ୍ଷୀ ମହାନିର୍ଦ୍ଦେଶକ

ଛତ୍ରପୁର,୧୮ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଖଲ୍ଲିକୋଟ ହିଂସାର ତଦନ୍ତ ପାଇଁ ଏସ୍‌ଆଇଟି ଟିମ୍‌ ଗଠନ କରାଯାଇଛି। ଦକ୍ଷିଣାଞ୍ଚଳ ମହାନିର୍ଦ୍ଦେଶକ ଜୟନାରାୟଣ ପଙ୍କଜ ଏହି ଟିମ୍‌କୁ ତଦାରଖ...

ଜୟଦେବ ମିଛ କହୁଛନ୍ତି, ଦମ୍‌ ଅଛି ପ୍ରମାଣ ଦିଅନ୍ତୁ: ବିଡିଓ

ହାଟଡିହୀ,୧୮ା୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ହାଟଡିହୀ ବ୍ଲକ ଅଧୀନ କେ. ବାଲିପାଳ ପଞ୍ଚାୟତର ତଅଁଳ ଗ୍ରାମରେ ବିଜେଡି ପକ୍ଷରୁ ଲୋକ ପ୍ରତିନିଧି...

ଜବାଗଡ଼ ନଦୀଘାଟରେ ଡଙ୍ଗାବୁଡ଼ି ଘଟଣା: ଆଜି ଉଦ୍ଧାର ହେଲା ନିଖୋଜ ଯୁବକଙ୍କ ମୃତଦେହ

କୋରାପୁଟ,୧୮ା୫(ଅମିତାଭ ବେହେରା): କୋରାପୁଟ ଜିଲା ନନ୍ଦପୁର ବ୍ଲକର ବିଲାପୁଟ ପଞ୍ଚାୟତ ଜବାଗଡ଼ ନଦୀଘାଟରେ ଗତ ଗୁରବାର ଡଙ୍ଗାବୁଡି ଘଟଣାରେ ନିଖୋଜ ଥିବା ସୁକୁ ପ୍ରଧାନୀ (୩୫)ଙ୍କ...

ଭାଜପା ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ନବୀନ, ଭିଡିଓ ଜାରି କରି ବର୍ଷିଲେ

ଭୁବନେଶ୍ୱର,୧୮।୫: ପୁଣି ଏକ ଭିଡିଓ ଜାରି କରି ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି, ଓଡ଼ିଶା ପ୍ରସଙ୍ଗରେ କହିବା ଆଗରୁ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପୋଲିଂ କର୍ମଚାରୀ ପ୍ରସ୍ତୁତ, ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

ଛତ୍ରପୁର,୧୮ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆସନ୍ତା ୨୦ ତାରିଖରେ ମତଦାନ ଅନୁଷ୍ଠିତ ହେବ। ଏହିଦିନ ଗଞ୍ଜାମ ଜିଲାରେ ଆସିକା ଲୋକ...

୩୪ ନଂ ଜୋନ୍‌ରେ କେନ୍ଦ୍ର ସରକାରଙ୍କ ଗ୍ୟାରେଣ୍ଟିକୁ ନେଇ ପ୍ରାର୍ଥୀଙ୍କ ଭୋଟ୍‌ ଭିକ୍ଷା

ହାଟଡିହୀ,୧୮।୫(ଶୁଭକାନ୍ତ ନାୟକ)କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ର ଅଧୀନ ହାଟଡିହୀ ବ୍ଲକର ୩୪ନଂ ଜୋନ୍‌ ଅଧୀନ ୭ଟି ପଞ୍ଚାୟତରେ ଭାଜପା ପକ୍ଷରୁ ନିର୍ବାଚନୀ ପ୍ରଚାର କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri