ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି।
ପ୍ରାୟ ୨୧୮ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ପ୍ରକଳ୍ପ ନିର୍ମାଣ ହେବ ବୋଲି ସୂଚନା ମିଳିଛି। ଏଥିସହ ସେ ସୁଖୋଇ ପ୍ରକଳ୍ପର ଅନୁଧ୍ୟାନ କରିଥିଲେ। ବେଙ୍ଗାଲୁରୁରୁ ଆସିଥିବା ହାଲ୍‌ର ବରିଷ୍ଠ ପଦାଧିକାରୀଙ୍କ ସହ ପ୍ରାୟ ଅଧଘଣ୍ଟା ଧରି ଆଲୋଚନା କରିଥିଲେ। ଏହି ଅବସରରେ ହାଲ୍‌ ଦ୍ୱାରା ନିର୍ମାଣ କରାଯାଇଥିବା ୨୦୦୦ ତମ ଏରୋ ଇଞ୍ଜିନକୁ ବାୟୁସେନାକୁ ହସ୍ତାନ୍ତର କରାଯାଇଥିଲା। ଏହି ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, କୋରାପୁଟ ଜିଲାପାଳ ମନୋଜ ସତ୍ୟୱାନ ମହାଜନ, ଏସ୍‌ପି ରୋହିତ ବର୍ମାଙ୍କ ସହ ହାଲ୍‌ର ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।
ସୂଚନାନୁଯାୟୀ, ଅପରାହ୍ନ ରେ ପ୍ରତିରକ୍ଷା ମନ୍ତ୍ରୀ ସିଂ ସେନା ହେଲିକପ୍ଟର ଯୋଗେ ସୁନାବେଡା ଟିଟିଏସ୍‌ସ୍ଥିତ ହେଲିପ୍ୟାଡ୍‌ରେ ଓହ୍ଲାଇଥିଲେ। ସେଠାରୁ ସଡ଼କ ପଥରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ସୁଖୋଇ ଇଞ୍ଜିନ ଡିଭିଜନକୁ ଯାଇଥିଲେ। ପ୍ରତିରକ୍ଷା ମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ସୁନାବେଡାରେ ୩୦ ପ୍ଲାଟୁନ ଫୋର୍ସ ସହ ୮ଜଣ ଡିଏସ୍‌ପି, ୩ ଏଏସ୍‌ପି ଓ ଦକ୍ଷିଣାଞ୍ଚଳ ରେଞ୍ଜ ଡିଆଇଜି ଅଖିଳେଶ୍ୱର ସିଂହ, କୋରାପୁଟ ଏସ୍‌ପି ରୋହିତ ବର୍ମା ପ୍ରମୁଖ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥା ତଦାରଖ କରିଥିଲେ।

ପ୍ରକାଶ ଯେ, ଭାରତର ହାଲ୍‌ ଓ ଫ୍ରାନ୍ସର ସାଫରନ ଆର୍‌ଡିଡେନ ୧ଏଚ୍‌୧ର ମିଳିତ ଜ୍ଞାନକୌଶଳରେ ବିକଶିତ ଶକ୍ତି ଏକ ଲାଇଟ ହେଲିକପ୍ଟର ଇଞ୍ଜିନ। ଯାହା ସେନାର ଧ୍ରୁବ ଓ ପ୍ରଚଣ୍ଡ ପରି ଲାଇଟ କମ୍ପାକ୍ଟ ହେଲିକପ୍ଟରରେ ବ୍ୟବହୃତ ହୋଇଥାଏ। ପୂର୍ବରୁ ହାଲ୍‌ ବର୍ଷକୁ ମାତ୍ର ୮୦ଟି ଇଞ୍ଜିନ ଉତ୍ପାଦନ କରିବା କ୍ଷମତା ରହିଥିବାବେଳେ ସୁନାବେଡ଼ାରେ ଶକ୍ତିର ଦ୍ୱିତୀୟ ପ୍ରକଳ୍ପ ଆରମ୍ଭ ହେଲେ ଏହାର ଉତ୍ପାଦନ କ୍ଷମତା ୧୮୦କୁ ବୃଦ୍ଧି ପାଇବ। ଯାହାକି ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି କରିବାରେ ସହାୟକ ହେବ ବୋଲି ମତପ୍ରକାଶ ପାଇଛି।

Dharitri – Odisha’s No.1 Odia Daily


Enter your email to get our daily news in your inbox.

All Right Reserved By Dharitri.Com

୮୯ ବଲ୍‌ରେ ୮୫ ରନ, ଟେଷ୍ଟରେ ଆକ୍ରମଣାତ୍ମକ ବ୍ୟାଟିଂ ପଛର ଗୁମର ଖୋଲିଲେ ଜଶସ୍ବୀ ଜୟସ୍ବାଲ୍‌

ଓ୍ବେଲିଂଟନ,୨୧।୧୧: ଯେଉଁ ପିଚ୍‌ରେ ବ୍ୟାଟ୍ସମ୍ୟାନ୍‌ ଗୋଟିଏ ଗୋଟିଏ ରନ ସଂଗ୍ରହ କରିବା କଷ୍ଟକର ହୋଇପଡ଼ିଥିଲା, ସେହି ପିଚ୍‌ରେ ଆକ୍ରମଣାତ୍ମକ ବ୍ୟାଟିଂ କରି ସମସ୍ତଙ୍କୁ ଚକିତ କରିଛନ୍ତି ଭାରତୀୟ…

ଅଷ୍ଟ୍ରେଲିଆ କ୍ରିକେଟରେ ହଲଚଲ: କମିନ୍ସଙ୍କ ସମର୍ଥନରେ ଦେଲେ ଅବସର ଚେତାବନୀ

ନୂଆଦିଲ୍ଲୀ,୨୧।୧୧: ଉସମାନ ଖୱାଜା ସାଣ୍ଡପେପର୍‌ ବିବାଦକୁ ନେଇ କରିଥିବା ଦାବି ପରେ ଅଷ୍ଟ୍ରେଲିଆ କ୍ରିକେଟ ଦଳରେ ବଡ଼ ଝଡ଼ ସୃଷ୍ଟି ହୋଇଛି। ଏହି ଘଟଣାକୁ ନେଇ ଖେଳାଳିମାନେ…

ଭାରତର ପ୍ରଥମ ସ୍ବଦେଶୀ ଏଚ୍‌୫ଏନ୍‌୧ ଟିକା ଶୁଭାରମ୍ଭ

ନୂଆଦିଲ୍ଲୀ,୨୨ା୧୧:କୁକୁଡ଼ାମାନଙ୍କୁ ଅତ୍ୟଧିକ ସଂକ୍ରାମକ ଆଭିଆନ୍‌ ଇନ୍‌ଫ୍ଲୁଏଞ୍ଜା (ଏଚ୍‌ପିଏଆଇ) ବା ବାର୍ଡ ଫ୍ଲୁରୁ ରକ୍ଷା କରିବା ଲକ୍ଷ୍ୟରେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ ଶୁକ୍ରବାର ଦେଶର…

ଏସିଆ କପ ଫାଇନାଲରେ ଭାରତ-ପାକିସ୍ତାନ ମ୍ୟାଚ ରଦ୍ଦ: ପାକିସ୍ତାନକୁ ଚାମ୍ପିୟନ ଘୋଷଣା, ରାଗରେ ଭାରତ କଲା ଏମିତି…

ନୂଆଦିଲ୍ଲୀ,୨୧।୧୧: ମେନ୍ସ ବ୍ଲାଇଣ୍ଡ କ୍ରିକେଟ ଏସିଆ କପ ୨୦୨୬ର ଫାଇନାଲ ମ୍ୟାଚ ଶୁକ୍ରବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାର ଥିଲା। ହେଲେ ବାଂଲାଦେଶର ଢାକାରେ ଲଗାତାର…

ଏସ୍‌ଏସ୍‌ବି ଜୁନିୟର ଆସିଷ୍ଟାଣ୍ଟ, କ୍ଲର୍କ ପରୀକ୍ଷା ଘୁଞ୍ଚିଲା: ଏହି ଦିନ ହେବ ପରୀକ୍ଷା

ଭୁବନେଶ୍ୱର,୨୧ା୧୧(ସୁଚିସ୍ମିତା ସାହୁ):ବାତ୍ୟା ‘ଅକ୍ୱାନ’ର ପ୍ରଭାବକୁ ଦୃଷ୍ଟିରେ ରଖି ଷ୍ଟେଟ ସିଲେକ୍ସନ ବୋର୍ଡ (ଏସ୍‌ଏସ୍‌ବି) ପକ୍ଷରୁ ଜୁନିୟର ଆସିଷ୍ଟାଣ୍ଟ ଓ ଜୁନିୟର କ୍ଲର୍କ ପଦବୀ ପାଇଁ ହେବାକୁ ଥିବା…

ଛୋଟ ସାଥୀକୁ ଗିଳିଦେଲା ବିଶାଳକାୟ ତାରା: ମହାକାଶରେ ବିରଳ ଦୃଶ୍ୟ

ଓ୍ବାଶିଂଟନ,୨୧ା୧୧:ମହାକାଶ ବିଜ୍ଞାନ ଇତିହାସରେ ପ୍ରଥମ ଥର ପାଇଁ ଜ୍ୟୋତିର୍ବିଜ୍ଞାନୀମାନେ ଏକ ବିଶାଳକାୟ ତାରା ନିଜର ଛୋଟ ସାଥୀ ତାରାକୁ ଗିଳିିଦେଇ ନିଜ ଭିତରେ ମିଶାଇଦେବାର ବିରଳ ଘଟଣାକୁ…

୧ ଲକ୍ଷ ୧୫ ହଜାରକୁ ଖସିଲା ସୁନା

ନୂଆଦିଲ୍ଲୀ,୨୧ା୧୧: ସୁନା ଓ ରୁପା ଦରରେ ଲଗାତର ହ୍ରାସ ଜାରି ରହିଛି। ଇଣ୍ଡିଆନ ବୁଲିୟନ ଜୁଏଲର୍ସ ଆସୋସିଏଶନ(ଆଇବିଜେଏ)ର ସୂଚନା ଅନୁଯାୟୀ ଶୁକ୍ରବାର ୧୦ ଗ୍ରାମ (୨୪ କ୍ୟାରେଟ)…

କୃତ୍ରିମ ଚନ୍ଦ୍ର ମାଟିରେ ଆଳୁ ଚାଷ କଲେ ବୈଜ୍ଞାନିକ

ୱାଶିଂଟନ, ୨୧ା୧୧: କୃତ୍ରିମ ଚନ୍ଦ୍ର ମାଟିରେ ପୁଷ୍ଟିକର ଏବଂ ଖାଇବା ଉପଯୋଗୀ ଆଳୁ ଚାଷ କରିବାରେ ବୈଜ୍ଞାନିକମାନେ ସଫଳତା ହାସଲ କରିଛନ୍ତି। ନାସା ସହାୟତାରେ ଓରେଗନ୍‌ ଷ୍ଟେଟ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?