କ୍ୟାନସର ପରେ ଏବେ ଏଚଆଇଭି ଏଡସର ସଫଳ ଚିକିତ୍ସାର ସନ୍ଧାନ ମିଳିଲା…

ତେଲ ଅଭିବ୍‌, ୧୫।୬ : କର୍କଟ ପରେ ବୈଜ୍ଞାନିକମାନେ ଏବେ ଏଚଆଇଭି ଏଡସ ସଫଳ ଚିକିତ୍ସାର ସନ୍ଧାନ ମିଳିଛି। ସେମାନେ ଏଭଳି ଟିକା ତିଆରି କରିବାରେ ସଫଳତା ହାସଲ କରିଛନ୍ତି, ଯାହାର କେବଳ ଗୋଟିଏ ଡୋଜ୍‌ ନେବା ଦ୍ୱାରା ଏଚଆଇଭି ଏଡସ ଭୂତାଣୁକୁ ନଷ୍ଟ କରାଯାଇ ପାରିବ। ଇସ୍ରାଏଲର ତେଲ ଆଭିବ ବିଶ୍ୱବିଦ୍ୟାଳୟର ଗବେଷକମାନଙ୍କ ଦ୍ୱାରା ପ୍ରସ୍ତୁତ ଏହି ଟିକାକରଣର ଲ୍ୟାବ ଫଳାଫଳ ବେଶ୍‌ ସଫଳ ହୋଇଛି।

ବୈଜ୍ଞାନିକମାନେ ଶରୀରରେ ଥିବା ଟାଇପ-ବି ଧଳା ରକ୍ତ କୋଷିକାର ଜିନ୍‌ରେ କିଛି ପରିବର୍ତ୍ତନ କରିଥିଲେ, ଯାହା ଏଚଆଇଭି ଭୂତାଣୁକୁ ନଷ୍ଟ କରି ଦେଇଥିଲା। ଏହି ସଫଳତା ଦ୍ୱାରା ଏଚଆଇଭି ଏଡସ ଭଳି ସମସ୍ୟାର ଚିକିତ୍ସା ମଧ୍ୟ ସମ୍ଭବ ହୋଇ ପାରିବ ବୋଲି ବୈଜ୍ଞାନିକମାନେ କହିଛନ୍ତି।

ଏଚଆଇଭି-ଏଡସ ପାଇଁ ଏପର୍ଯ୍ୟନ୍ତ କୌଣସି ଉପଶମ ନାହିଁ। ତଥାପି, ଔଷଧ ସହିତ ଏହି ରୋଗ ସଂକ୍ରମଣ ବନ୍ଦ ହୋଇପାରେ ଏବଂ ଏଚଆଇଭି ସଂକ୍ରମିତ ବ୍ୟକ୍ତି ଦୀର୍ଘ ଦିନ ଧରି ବଞ୍ଚି ରହି ପାରନ୍ତି। ଏଡସ ଏଚଆଇଭି ଅର୍ଥାତ ହ୍ୟୁମାନ ଇମ୍ୟୁନୋଡେଫିସିଏନ୍ସି ଭାଇରସ ଦ୍ୱାରା ବ୍ୟାପିଥାଏ।

ଏହି ଭୂତାଣୁ ଶରୀରର ପ୍ରତିରକ୍ଷା ପ୍ରଣାଳୀ ଉପରେ ଆକ୍ରମଣ କରିଥାଏ। ଯଦି ଏହାର ଚିକିତ୍ସା କରା ନ ଯାଏ ତେବେ ଏଡସ ହୋଇପାରେ। ଏକ ଆକଳନ ଅନୁଯାୟୀ, ୨୦୨୦ ରେ ପୃଥିବୀର ପ୍ରାୟ ୩.୭ କୋଟୀ ଲୋକ ଏହା ଦ୍ୱାରା ଆକ୍ରାନ୍ତ ହୋଇଥିଲେ। ଏହା ମୁଖ୍ୟତଃ ଅସୁରକ୍ଷିତ ଯୌନ ସମ୍ପର୍କ, ସଂକ୍ରମିତ ରକ୍ତ, ସଂକ୍ରମିତ ଛୁଞ୍ଚିର ବ୍ୟବହାର ଏବଂ ଏଚଆଇଭି ସଂକ୍ରମିତ ଗର୍ଭବତୀ ମାଙ୍କ ଠାରୁ ପିଲାଙ୍କ ସଂକ୍ରମିତ ହୋଇଥାଏ।

ଡାକ୍ତର ଆଦି ବାର୍ଜେଲଙ୍କ ନେତୃତ୍ୱରେ ଏକ ଦଳ ବି କୋଷିକା ବ୍ୟବହାର କରିଥିଲେ। ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ଏହି କୋଷିକାଗୁଡ଼ିକ ରୋଗ ପ୍ରତିଷେଧକ ଶକ୍ତି ପାଇଁ ଆଣ୍ଟିବଡି ସୃଷ୍ଟି କରିଥାନ୍ତି। ଏହି ଧଳା କୋଷିକାଗୁଡ଼ିକ ଅସ୍ଥି ମଜ୍ଜା ବା ବୋନ୍‌ ମ୍ୟାରୋରେ ସୃଷ୍ଟି ହୋଇଥାଏ।

ଏଗୁଡିକ ପରିପକ୍ୱ ହୋଇଗଲେ, ରକ୍ତ ମାଧ୍ୟମରେ ଶରୀରର ବିଭିନ୍ନି ଅଂଶରେ ପହଞ୍ଚନ୍ତି। ବୈଜ୍ଞାନିକମାନେ ଏହି ବି କୋଷିକାଗୁଡ଼ିକର ଜିନ ପରିବର୍ତ୍ତନ କରି ଏଚଆଇଭି ଭୁତାଣୁର କିଛି ଅଂଶ ସହିତ ଯୋଗାଯୋଗ କରିଥିଲେ। ପରେ ଏଚଆଇଭି ଭାଇରସ ନଷ୍ଟ ହୋଇଯାଇଥିଲା। ଏହି ଅନୁସନ୍ଧାନର ତଥ୍ୟ ଭିତ୍ତିକ ରିପୋର୍ଟ ନେଚର ଜର୍ଣ୍ଣାଲରେ ପ୍ରକାଶିତ ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଦିନେଶ ତ୍ରିପାଠୀ କିଏ? ଯାହାଙ୍କ ଯୁଦ୍ଧ ଦକ୍ଷତା ବେଶ୍‌ ପ୍ରସିଦ୍ଧ, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ,୧୯ା୪: ଦିନେଶ ତ୍ରିପାଠୀଙ୍କୁ କେନ୍ଦ୍ର ସରକାର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଦିନେଶ ଏପ୍ରିଲ ୩୦ରେ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବେ...

ଇସ୍ରାଏଲ ଜାହାଜରେ ଥିବା ୧୬ ଭାରତୀୟ ଘରକୁ ଫେରିବେ

ଜେରୁଜେଲମ୍‌,୧୯ା୪: ଭାରତରେ ଇରାନର ରାଷ୍ଟ୍ରଦୂତ ଇରାଜ ଇଲାହୀ କହିଛନ୍ତି, ତାଙ୍କ ଦେଶ ଦ୍ୱାରା ଧରାଯାଇଥିବା ମାଲ୍‌ବାହୀ ଜାହାଜର ଅବଶିଷ୍ଟ ୧୬ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ...

ତେହେରାନ ଯାଉଥିବା ସମସ୍ତ ବିମାନ ବାତିଲ, ଇରାନ କହିଲା ପାଓ୍ବାର ଓ ନ୍ୟୁକ୍ଲିୟର ପ୍ଲାଣ୍ଟ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ

ତେହେରାନ,୧୯।୪: ସିରିଆର ରାଜଧାନୀ ଦମିଶ୍କରେ ଇରାନ ଦୂତାବାସ ଉପରେ ଏୟାର ଷ୍ଟ୍ରାଇକ ପରେ ପଶ୍ଚିମ ଏସିଆର ଅବସ୍ଥା କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ସମଗ୍ର...

ମାନିଲେନି ନେତାନ୍ୟାହୁ: ଇରାନ ଉପରେ ଗୋଟିଏ ପରେ ଗୋଟିଏ ମିଶାଇଲ ମାଡ଼

ଜେରୁଜେଲମ୍‌,୧୯।୪: ଶେଷରେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଛି। ଇରାନର ଅନେକ ସହର ଉପରେ ଇସ୍ରାଏଲ ମିଶାଏଲ ମାଡ କରିଛି। ଇରାନ ଶୁକ୍ରବାର ଏନେଇ ସୂଚନା...

ମିଡଲ ଇଷ୍ଟରେ ହେବ ମହାଯୁଦ୍ଧ! ଇସ୍ରାଏଲ ଆକ୍ରମଣର ଜବାବ ଦେଲା ଇରାନ

ଦୁବଇ,୧୯।୪: ମଧ୍ୟ ପୂର୍ବରେ ଯୁଦ୍ଧର ନିଆଁ ପୁଣି ଜଳିଛି। ଇରାନ ଉପରେ ଆକ୍ରମଣ କରି ଇସ୍ରାଏଲ ଯୁଦ୍ଧ ଘୋଷଣା କରିଛି। ତେବେ ଇରାନ ମଧ୍ୟ ଇସ୍ରାଏଲର...

ହେଲିକପ୍ଟର ଦୁର୍ଘଟଣାରେ କେନିଆର ପ୍ରତିରକ୍ଷା ମୁଖ୍ୟଙ୍କ ସମେତ ୯ ମୃତ୍ୟୁ

ନୈରୋବି,୧୯।୪: ଏକ ହେଲିକପ୍ଟର ଦୁର୍ଘଟଣାରେ ଗୁରୁବାର କେନିଆର ପ୍ରତିରକ୍ଷା ମୁଖ୍ୟ ଫ୍ରାନସିସ ଓମୋଣ୍ଡି ଓଗୋଲାଙ୍କ ମତ୍ୟୁ ଘଟିଛି। ତାଙ୍କ ସହ ହେଲିକପ୍ଟରରେ ଥିବା ୯ଜଣ ଲୋକ...

ଇରାନ୍‌ ଉପରେ ବଦ୍‌ଲା ନେଲା ଇସ୍ରାଏଲ୍‌

ଜେରୁଜେଲମ୍‌,୧୯।୪: ଇସ୍ରାଏଲ ଶୁକ୍ରବାର ଇରାନ ଉପରେ ବଦ୍‌ଲା ନେଇଛି। ଇରାନର ଅନେକ ସହର ଉପରେ ମିଶାଇଲ ମାଡ କରିଛି ଇସ୍ରାଏଲ। ଇରାନର ନ୍ୟୁକ୍ଲିୟର୍‌ ପ୍ଲାଣ୍ଟ ଉପରେ...

ଜାତିସଂଘରେ ସଂସ୍କାର ପ୍ରସ୍ତାବକୁ ଆମେରିକାର ସମର୍ଥନ

ଓ୍ବାଶିଂଟନ,୧୮ା୪: ଏକବିଂଶ ଶତାବ୍ଦୀର ବିଶ୍ୱର ପ୍ରତିଫଳନ ପାଇଁ ସୁରକ୍ଷା ପରିଷଦ ସମେତ ଜାତିସଂଘରେ ସଂସ୍କାର ପ୍ରସ୍ତାବକୁ ଆମେରିକା ସମର୍ଥନ ଜଣାଇଛି। ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri