କ୍ୟାନସର ପରେ ଏବେ ଏଚଆଇଭି ଏଡସର ସଫଳ ଚିକିତ୍ସାର ସନ୍ଧାନ ମିଳିଲା…

ତେଲ ଅଭିବ୍‌, ୧୫।୬ : କର୍କଟ ପରେ ବୈଜ୍ଞାନିକମାନେ ଏବେ ଏଚଆଇଭି ଏଡସ ସଫଳ ଚିକିତ୍ସାର ସନ୍ଧାନ ମିଳିଛି। ସେମାନେ ଏଭଳି ଟିକା ତିଆରି କରିବାରେ ସଫଳତା ହାସଲ କରିଛନ୍ତି, ଯାହାର କେବଳ ଗୋଟିଏ ଡୋଜ୍‌ ନେବା ଦ୍ୱାରା ଏଚଆଇଭି ଏଡସ ଭୂତାଣୁକୁ ନଷ୍ଟ କରାଯାଇ ପାରିବ। ଇସ୍ରାଏଲର ତେଲ ଆଭିବ ବିଶ୍ୱବିଦ୍ୟାଳୟର ଗବେଷକମାନଙ୍କ ଦ୍ୱାରା ପ୍ରସ୍ତୁତ ଏହି ଟିକାକରଣର ଲ୍ୟାବ ଫଳାଫଳ ବେଶ୍‌ ସଫଳ ହୋଇଛି।

ବୈଜ୍ଞାନିକମାନେ ଶରୀରରେ ଥିବା ଟାଇପ-ବି ଧଳା ରକ୍ତ କୋଷିକାର ଜିନ୍‌ରେ କିଛି ପରିବର୍ତ୍ତନ କରିଥିଲେ, ଯାହା ଏଚଆଇଭି ଭୂତାଣୁକୁ ନଷ୍ଟ କରି ଦେଇଥିଲା। ଏହି ସଫଳତା ଦ୍ୱାରା ଏଚଆଇଭି ଏଡସ ଭଳି ସମସ୍ୟାର ଚିକିତ୍ସା ମଧ୍ୟ ସମ୍ଭବ ହୋଇ ପାରିବ ବୋଲି ବୈଜ୍ଞାନିକମାନେ କହିଛନ୍ତି।

ଏଚଆଇଭି-ଏଡସ ପାଇଁ ଏପର୍ଯ୍ୟନ୍ତ କୌଣସି ଉପଶମ ନାହିଁ। ତଥାପି, ଔଷଧ ସହିତ ଏହି ରୋଗ ସଂକ୍ରମଣ ବନ୍ଦ ହୋଇପାରେ ଏବଂ ଏଚଆଇଭି ସଂକ୍ରମିତ ବ୍ୟକ୍ତି ଦୀର୍ଘ ଦିନ ଧରି ବଞ୍ଚି ରହି ପାରନ୍ତି। ଏଡସ ଏଚଆଇଭି ଅର୍ଥାତ ହ୍ୟୁମାନ ଇମ୍ୟୁନୋଡେଫିସିଏନ୍ସି ଭାଇରସ ଦ୍ୱାରା ବ୍ୟାପିଥାଏ।

ଏହି ଭୂତାଣୁ ଶରୀରର ପ୍ରତିରକ୍ଷା ପ୍ରଣାଳୀ ଉପରେ ଆକ୍ରମଣ କରିଥାଏ। ଯଦି ଏହାର ଚିକିତ୍ସା କରା ନ ଯାଏ ତେବେ ଏଡସ ହୋଇପାରେ। ଏକ ଆକଳନ ଅନୁଯାୟୀ, ୨୦୨୦ ରେ ପୃଥିବୀର ପ୍ରାୟ ୩.୭ କୋଟୀ ଲୋକ ଏହା ଦ୍ୱାରା ଆକ୍ରାନ୍ତ ହୋଇଥିଲେ। ଏହା ମୁଖ୍ୟତଃ ଅସୁରକ୍ଷିତ ଯୌନ ସମ୍ପର୍କ, ସଂକ୍ରମିତ ରକ୍ତ, ସଂକ୍ରମିତ ଛୁଞ୍ଚିର ବ୍ୟବହାର ଏବଂ ଏଚଆଇଭି ସଂକ୍ରମିତ ଗର୍ଭବତୀ ମାଙ୍କ ଠାରୁ ପିଲାଙ୍କ ସଂକ୍ରମିତ ହୋଇଥାଏ।

ଡାକ୍ତର ଆଦି ବାର୍ଜେଲଙ୍କ ନେତୃତ୍ୱରେ ଏକ ଦଳ ବି କୋଷିକା ବ୍ୟବହାର କରିଥିଲେ। ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ଏହି କୋଷିକାଗୁଡ଼ିକ ରୋଗ ପ୍ରତିଷେଧକ ଶକ୍ତି ପାଇଁ ଆଣ୍ଟିବଡି ସୃଷ୍ଟି କରିଥାନ୍ତି। ଏହି ଧଳା କୋଷିକାଗୁଡ଼ିକ ଅସ୍ଥି ମଜ୍ଜା ବା ବୋନ୍‌ ମ୍ୟାରୋରେ ସୃଷ୍ଟି ହୋଇଥାଏ।

ଏଗୁଡିକ ପରିପକ୍ୱ ହୋଇଗଲେ, ରକ୍ତ ମାଧ୍ୟମରେ ଶରୀରର ବିଭିନ୍ନି ଅଂଶରେ ପହଞ୍ଚନ୍ତି। ବୈଜ୍ଞାନିକମାନେ ଏହି ବି କୋଷିକାଗୁଡ଼ିକର ଜିନ ପରିବର୍ତ୍ତନ କରି ଏଚଆଇଭି ଭୁତାଣୁର କିଛି ଅଂଶ ସହିତ ଯୋଗାଯୋଗ କରିଥିଲେ। ପରେ ଏଚଆଇଭି ଭାଇରସ ନଷ୍ଟ ହୋଇଯାଇଥିଲା। ଏହି ଅନୁସନ୍ଧାନର ତଥ୍ୟ ଭିତ୍ତିକ ରିପୋର୍ଟ ନେଚର ଜର୍ଣ୍ଣାଲରେ ପ୍ରକାଶିତ ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ପନ୍ଦର ଦିନ ବିତିଗଲେ ବି ସରିଲାନି ଘାଇ ମରାମତି: ଆନନ୍ଦପୁର ସହର ଭିତରକୁ ପୁଣି ପଶିଲା ବନ୍ୟାଜଳ, ଆତଙ୍କିତ…

ବଞ୍ଚୋ,୧୩।୮(ପ୍ରଦୋଷ ବିଶ୍ୱାଳ): ପନ୍ଦର ଦିନ ବିତିଯାଇଥିଲେ ମଧ୍ୟ ଆନନ୍ଦପୁର ରିଙ୍ଗ ରୋଡ୍‌ର ଘାଇ ମରାମତି କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏହାରି ମଧ୍ୟରେ ପୁଣି ଥରେ ରିଙ୍ଗ…

ମନ୍ତ୍ରୀଙ୍କ ଅପେକ୍ଷାରେ ଠିଆ ହୋଇଥିଲେ, ହଠାତ ବେହୋସ୍‌ ହେଲେ ଛାତ୍ରୀ

ମୁମ୍ବାଇ,୧୩।୮: ସିଙ୍ଗରାଉଲି ଜିଲାର ଚିତ୍ରାଙ୍ଗୀ ତହସିଲରେ ଜାତିର ଗର୍ବ ଏବଂ ସମ୍ମାନର ପ୍ରତୀକ ସ୍ବରୂପ ଏକ ‘ତ୍ରିରଙ୍ଗା ଯାତ୍ରା’ (ତ୍ରିରଙ୍ଗା ଶୋଭାଯାତ୍ରା) ଆୟୋଜନ କରାଯାଇଥିଲା; କିନ୍ତୁ, ଯେତେବେଳେ…

ବିଦ୍ୟାଳୟ ରାସ୍ତାରେ ଗଛ ପକାଇ ଅବରୋଧ: ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ, ୪ ଘଣ୍ଟା ପରେ…

ଡୁଙ୍ଗୁରିପାଲି ୧୩।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ନାଇକେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯିବା ରାସ୍ତାରେ ଜଣେ ବ୍ୟକ୍ତି ଗଛ ପକାଇ ଅବରୋଧ କରିବାର…

Chamoli Pipalkoti Tunnel Collapse: ସୁଡଙ୍ଗରେ ହଠାତ ପଶିଗଲା ପାଣି କାଦୁଅ, ଫସି ରହିଛନ୍ତି ୨୦ରୁ ଅଧିକ ଶ୍ରମିକ, ୧୦ ଜୀବିତ ଉଦ୍ଧାର

ଚାମୋଲି,୧୩।୮: ଉତ୍ତରାଖଣ୍ଡର ପର୍ବତମାଳାରେ ପ୍ରକୃତି ପୁଣିଥରେ ତା’ର ବିନାଶକାରୀ ଶକ୍ତି ପ୍ରଦର୍ଶନ କରିଛି। ଚାମୋଲିର ପିପଲକୋଟି ଅଞ୍ଚଳରେ ଏକ ପ୍ରମୁଖ ସୁଡ଼ଙ୍ଗ ପ୍ରକଳ୍ପ ସମୟରେ ଏକ ଦୁର୍ଘଟଣା…

ବିରୋଧୀଙ୍କ ହଟ୍ଟଗୋଳ, ସଂସଦ ଅଚଳ! ଲୋକ ସଭାରେ ୧୯% ଏବଂ ରାଜ୍ୟ ସଭାରେ ୩୯% କାର୍ଯ୍ୟ ସହିତ ମୌସୁମୀ ଅଧିବେଶନ ଶେଷ

ନୂଆଦିଲ୍ଲୀ,୧୩।୮: ଗୁରୁବାର (୧୩ ଅଗଷ୍ଟ, ୨୦୨୬) ଦିନ ଲୋକ ସଭା କାର୍ଯ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖାଯାଇଥିଲା। ମୌସୁମୀ ଅଧିବେଶନ ସମୟରେ, ଲୋକ ସଭାରେ ୧୯…

ଲୋକ ସଭା ଇତିହାସରେ ପ୍ରଥମ ଥର, ଗୃହର କାର୍ଯ୍ୟକାଳ ସମୟରେ ପ୍ରତିଧ୍ୱନିତ ହେଲା ‘ବନ୍ଦେ ମାତରମ’

ନୂଆଦିଲ୍ଲୀ,୧୩।୮: ମୌସୁମୀ ଅଧିବେଶନର ଶେଷ ଦିନରେ ଲୋକ ସଭାର କାର୍ଯ୍ୟକାଳ ‘ବନ୍ଦେ ମାତରମ’ ଗାନ ସହିତ ଆରମ୍ଭ ହୋଇଥିଲା। ଏମିତି ଘଟଣା ସଂସଦରେ ପ୍ରଥମ ଥର ପାଇଁ…

ଟାଟା ଗ୍ରୁପ୍‌ର ପ୍ରକୃତ ମାଲିକ କିଏ? କେଉଁଠାକୁ ଯାଏ ଏତେ ବଡ଼ କମ୍ପାନୀର ଆୟ…ଜାଣିଲେ ହେବେ ତାଜୁବ

ନୂଆଦିଲ୍ଲୀ,୧୩।୮: ଭାରତର ସର୍ବବୃହତ୍ ଏବଂ ସବୁଠାରୁ ଭରସାଯୋଗ୍ୟ ବ୍ୟବସାୟିକ ଗ୍ରୁପ୍‌ଗୁଡ଼ିକ ମଧ୍ୟରେ ‘ଟାଟା ଗ୍ରୁପ୍’ (Tata Group) ଅନ୍ୟତମ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ,…

ନ୍ୟାୟ ଦାବିରେ ଶ୍ୱଶୁର ଘର ଆଗରେ ବସିଲେ ମହିଳା, ସ୍ବାମୀ ବାହାର ରାଜ୍ୟରେ ଅନ୍ୟ ମହିଳାଙ୍କୁ ବିବାହ କରିଥିବା ଅଭିଯୋଗ

ଦିଗପହଣ୍ଡି,୧୩।୮(ଅଶେଷ ନାଥ ମିଶ୍ର): ଶ୍ୱଶୁର ଘର ଆଗରେ ଧାରଣା ଦେଲେ ବୋହୂ । ଦିଗପହଣ୍ଡି ଥାନା ଭୀଷ୍ମଗିରି ଗାଁ ବ୍ରାହ୍ମଣସାହିରେ ଧାରଣା । ସ୍ବାମୀ ବାହାର ରାଜ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri