ବିକଳାଙ୍ଗ କୁଷ୍ଠ ରୋଗୀଙ୍କ ସଫଳତାର ସହ ଅସ୍ତ୍ରୋପଚାର: ୧୩,୫୦୦ ପ୍ରୋତ୍ସାହନ ରାଶି ପ୍ରଦାନ

କୋରାପୁଟ,୧୦।୨(ଅମିତାଭ ବେହେରା): କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ସଫଳତାର ସହ ଚାରି ଜଣ ବିକଳାଙ୍ଗ କୁଷ୍ଠ ରୋଗୀଙ୍କ ଅସ୍ତ୍ରୋପଚାର ହୋଇଛି। ରାଜ୍ୟ ତରଫରୁ ଶଲ୍ୟ ବିଶେଷଜ୍ଞ ଡାକ୍ତର ଲକ୍ଷ୍ମୀକାନ୍ତ କର୍ମୀ ଏବଂ ଫିଜିଓଥେରାପିଷ୍ଟ କେ. ଈଶ୍ବର ରାଓ ଆସିଥିଲେ। କୋରାପୁଟ ଜିଲା କେମିତି କୁଷ୍ଠ ମୁକ୍ତ ହେବ, ସେ ଲକ୍ଷ୍ୟ ନେଇ ଜିଲାର ମୁଖ୍ୟ ଚିକିତ୍ସା ଏବଂ ଜନସାସ୍ଥ୍ୟ ଅଧିକାରୀ ଡ. ବରୋଦା କାନ୍ତ ମିଶ୍ର , ଅତିରିକ୍ତ ମୁଖ୍ୟ ସାସ୍ଥ୍ୟ ଅଧିକାରୀ ଡ. ମୁକ୍ତିକାନ୍ତ ଖଟୁଆ ଏବଂ ଜିଲା କାର୍ଯ୍ୟକ୍ରମ ପରିଚାଳକ ଶୁଭକାନ୍ତ ଗନ୍ତାୟତଙ୍କ ତତ୍ତାବଧାନରେ ଏକ ଜିଲାସ୍ତରୀୟ ଟିମ ଗଠନ କରାଯାଇଛି। ଯେଉଁଥିରେ ଜିଲାର କୁଷ୍ଠ ରୋଗ ପରାମର୍ଶଦାତା ଡ. ରାକେଶ ଚନ୍ଦ୍ର କଲେତ ,ବି ଭାସ୍କର ରାଓ (ଜିଲା ଏନ ଏମ ଏସ) ଏବଂ ସହଯୋଗୀ ଷ୍ଟାଫ ସମସ୍ତେ କୋରାପୁଟ ଜିଲାର ପ୍ରତ୍ୟେକ ବ୍ଲକ , ଗ୍ରାମ ପରିଦର୍ଶନ କରି କୁଷ୍ଠ ରୋଗୀଙ୍କୁ ଚିହ୍ନଟ କରି ସେମାନଙ୍କୁ ଉଚିତ୍‌ ସେବା ଯୋଗାଇଦେବା ହେଉଛି ଏକ ମାତ୍ର ଲକ୍ଷ୍ୟ।

ସୂଚନା ଥାଉକି, ଗତ ୨୦୨୩-୨୪ ବର୍ଷରେ ୫ ଜଣଙ୍କ ଅସ୍ତ୍ରୋପଚାର ହେଇଥିବା ବେଳେ ଚଳିତ ୨୦୨୫ ବର୍ଷରେ କୋରାପୁଟ ଜିଲାରେ ୪ ଜଣ ବିକଳାଙ୍ଗ କୁଷ୍ଠ ରୋଗୀଙ୍କୁ ସଫଳତାର ସହ ଅସ୍ତ୍ରୋପଚାର କରାଯାଇଛି ଏବଂ ସରକାରଙ୍କ ପ୍ରୋତ୍ସାହନ ରାଶି ୧୨୦୦୦ ଏବଂ ଯାତାୟାତ ଖର୍ଚ୍ଚ ବାବଦକୁ ୧୫୦୦ ଦିଆଯାଉଛି। ଆସନ୍ତା ତିନି ମାସ ମଧ୍ୟରେ ଆଉ ୪ ଜଣଙ୍କ ନାମ ଅସ୍ତ୍ରୋପଚାର ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ଏହି ଅସ୍ତ୍ରୋପଚାରରେ ଲେପ୍ରା ସୋସାଇଟି କୋରାପୁଟ ତରଫରୁ ପ୍ରୋଜେକ୍ଟ ଅଫିସର ନେତ୍ରାନନ୍ଦ ସାହୁ ଏବଂ ଫିଜିଓଥେରାପିଷ୍ଟ ଅନିଲ ବାବୁ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଗୋଷ୍ଠୀ ସଂଘର୍ଷ: ସାମାନ୍ୟ କଥା କଟାକଟିରୁ ଭୁଜାଲି-ଛୁରୀ ମାଡ଼; ୮ ଗୁରୁତର, ୨ ଜଣଙ୍କ ଅବସ୍ଥା…

ବରଗଡ଼,୧୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ୍ ଥାନା ଅନ୍ତର୍ଗତ ପାତିକାରପଲ୍ଲୀ ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଭୟାବହ ଗୋଷ୍ଠୀ ସଂଘର୍ଷ ଘଟିଯାଇଛି। ସାମାନ୍ୟ କଥା କଟାକଟିକୁ କେନ୍ଦ୍ର…

ବାତ୍ୟାର ରୂପ ନେବ ଲଘୁଚାପ ନା ହେବ ଝଡ଼ବର୍ଷା? ଓ୍ବାର୍ନିଂ ଜାରି କରି ସତର୍କ କଲା…

ଭୁବନେଶ୍ୱର, ୧୮ା୯(ବନ୍ଦନା ସେଠୀ) – ଉତ୍ତର ଥାଇଲାଣ୍ଡ ଉପରେ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ରପତ୍ତନଠାରୁ ୯.୪ କି.ମି ଉଚ୍ଚତା ପର୍ଯ୍ୟନ୍ତ ବିସ୍ତୃତ ରହିଛି। ଶନିବାର…

ଗଣେଶ ମେଢ଼ ଭସାଣି ବେଳେ ପୁଣି ବଡ଼ ଦୁର୍ଘଟଣା: ଜେନେରେଟର ନିଆଁରେ ପୋଡ଼ି ୫ ଶିଶୁ ଗୁରୁତର

ପୁରୁଷୋତ୍ତମପୁର,୧୮।୯(ସବିତା ମିଶ୍ର): ଗଣେଶ ମେଢ଼ ଭସାଣି ଶୋଭାଯାତ୍ରା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଯାଇଛି। ପ୍ରତାପୁର ରୁଷିକୂଲ୍ୟା ନଦୀରେ ଭସାଣି ବେଳେ…

ବେଆଇନ ବାଣ ବିକ୍ରି ଅଭିଯୋଗରେ ପୋଲିସର ଅତର୍କିତ ଚଢ଼ାଉ: ୧ ଲକ୍ଷରୁ ଊର୍ଦ୍ଧ୍ୱ ବାଣ ଜବତ

ଗଜପତି,୧୭।୯(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ସହରରେ ବେଆଇନ ବାଣ ବିକ୍ରି ଅଭିଯୋଗ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ବାଣ ବିକ୍ରି ପାଇଁ ଆବଶ୍ୟକ ଅନୁମତି ନ ଥାଇ…

ଗୁରୁତର ରୋଗୀଙ୍କୁ ଧମକ ଦେଇ ଡିସଚାର୍ଜ ଅଭିଯୋଗ

ଗୁଡ଼ାରି, ୧୮/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବାରେ ଅବହେଳା ଓ ଦୁର୍ବ୍ୟବହାର ଭଳି ଏକ ଅଭିଯୋଗ ଶୁକ୍ରବାର ସାମ୍ନାକୁ ଆସିଛି।…

ସିଙ୍ଗାରି ଅଞ୍ଚଳରେ ୨ ହାତୀଙ୍କ ଉପଦ୍ରବ: ବାଣ ଫୁଟାଇ ଜଙ୍ଗଲକୁ ଘଉଡ଼ାଇଲା ବନ ବିଭାଗ!

କଲ୍ୟାଣସିଂହପୁର, ୧୮/୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତ ସାନବାମୁଣଗୁଡ଼ା ଅଞ୍ଚଳରେ ୨ଟି ଜଙ୍ଗଲୀ ହାତୀ ପଶି ଆସିବା ଯୋଗୁଁ ସ୍ଥାନୀୟ…

ଦିଗପହଣ୍ଡିରେ ବିଷ୍ଣୁ ଗୋସ୍ୱାମୀ ମହାରାଜଙ୍କ ଜନ୍ମ ମହୋତ୍ସବ: ଯୋଗଦେଲେ ବିଧାୟକ

ଦିଗପହଣ୍ଡି,୧୮|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ କୃଷ୍ଣ ଚୈତନ୍ୟ ଆଶ୍ରମର ଆଚାର୍ଯ୍ୟ ତଥା ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଭାଗବତ ପ୍ରଚାରକ ଭକ୍ତି ବିଚାର ଶ୍ରୀ…

ଦିଗପହଣ୍ଡିର ବିଭିନ୍ନ ପର୍ଯ୍ୟଟନ ସ୍ଥଳର ବିକାଶ ପାଇଁ ଜିଲାପାଳଙ୍କ ଉପସ୍ଥିତିରେ ବିଧାୟକଙ୍କ ସମୀକ୍ଷା 

ଦିଗପହଣ୍ଡି,୧୮|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ରହିଥିବା ବିଭିନ୍ନ ପର୍ଯ୍ଯଟନୀସ୍ଥଳ ଗୁଡ଼ିକର ଉନ୍ନତି କରାଯିବା ନେଇ ଶୁକ୍ରବାର ଦିଗପହଣ୍ଡି ବ୍ଲକ ଖମାରୀଗାଁ ପଞ୍ଚାୟତ ଘୋଡାହାଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?