ବଲିଉଡ୍‌ ଖାଁଙ୍କୁ ଟାର୍ଗେଟ କଲେ ସୁବ୍ରମଣ୍ୟମ

ମୁମ୍ବାଇ,୧୧।୭: ବଲିଉଡ୍‌ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ଏବେବି ସସପେନ୍ସ ଜାରି ରହିଥିବା ବେଳେ ପ୍ରତିଦିନ ଏହାକୁ ନେଇ ସୋସିଆଲ ମିଡିଆରେ ଆଲୋଚନା ସମାଲୋଚନା ଚାଲିଛି। ହେଲେ ଏବେ ଏହାକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ନେତା ସୁବ୍ରମଣ୍ୟମ ସ୍ବାମୀ ପ୍ରଶ୍ନ ଉଠାଇବା ଏହି ମାମଲକୁ ଏକ ନୂଆ ମୋଡ ଦେଇଛି। ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାର ସିବିଆଇ ତଦନ୍ତ ପାଇଁ କେତେଜଣ ସେଲିବ୍ରିଟି ଓ ରାଜନେତା ଦାବି କରୁଥିବା ବେଳେ ସୁବ୍ରମଣ୍ୟମ ସ୍ବାମୀ କହିଛନ୍ତି ଏବେ ବଲିଉଡ୍‌ର ୩ ଖାଁ କାହିଁକି ଚୁପ୍‌ ରହିଛନ୍ତି। ଟୁଇଟରରେ ଆକ୍ଟିଭ ରହୁଥିବା ଏହି ରାଜନେତା ଏବେ ଶାହାରୁଖ, ସଲମାନ ଓ ଆମିର ଖାଁଙ୍କୁ ଟାର୍ଗେଟ କରିଛନ୍ତି। ଟୁଇଟରରେ ସେ ଲେଖିଛନ୍ତି ବର୍ତ୍ତମାନ ବଲିଉଡ୍‌ର ବାହୁବଳୀ ସଲମାନ, ଶାହାରୁଖ ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାରେ କାହିଁକି ଚୁପ୍‌ ରହିଛନ୍ତି। ସେମାନେ କାହିଁକି କିଛି କହୁ ନାହାଁନ୍ତି। ସୂଚନାଯୋଗ୍ୟ, ସୁଶାନ୍ତଙ୍କ ଫ୍ୟାନ୍‌ ଆଜିବି ଏହା ଆତ୍ମହତ୍ୟା ନୁହେଁ ବୋଲି କହିବା ସହ ସୁଶାନ୍ତ ବଲିଉଡ୍‌ରେ କେବଳ ନେପୋଟିଜମ ବା ପ୍ରିୟାପ୍ରୀତି ପୋଷଣର ଶିକାର ହୋଇଛନ୍ତି ବୋଲି କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଷ୍ଟ୍ରପତି ଶାସନ ୬ ମାସ ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରୀ

ନୂଆଦିଲ୍ଲୀ,୨୯ା୬(ପି.ଟି): ଜମ୍ମୁ-କଶ୍ମୀରରେ ଆତଙ୍କବାଦର ମୂଳୋତ୍ପାଟନକୁ ସରକାର ସର୍ବାଧିକ ପ୍ରାଥମିକତା ଦେଉଥିବା ଶୁକ୍ରବାର ଲୋକ ସଭାରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହ କହିଛନ୍ତି। ସେଠାରେ ରାଷ୍ଟ୍ରପତି ଶାସନ...

ନୂତନ ବର୍ଷ ଆରମ୍ଭ ନ ହେଉଣୁ ଅକ୍ଷୟ-ଜାହ୍ନବୀଙ୍କ ହାତରେ ଗୋଟିଏରୁ ବଳି ଗୋଟିଏ ଫିଲ୍ମ

ବମ୍ବେ: ବର୍ଷ ଆରମ୍ଭ ନ ହେଉଣୁ ବଲିଉଡ୍‌ ଅଭିନେତା ତଥା ଅଭିନେତ୍ରୀମାନେ ଗୋଟିଏ ପରେ ଗୋଟିଏ ଫିଲ୍ମ ସାଇନ୍‌ କରିଚାଲିଛନ୍ତି। ଫଳରେ ଏବେ ସେମାନଙ୍କ ହାତରେ...

୧୭ ପଛୁଆ ବର୍ଗଙ୍କୁ ଏସ୍‌ସି ବର୍ଗରେ ସାମିଲ୍‌ କଲେ ଯୋଗୀ ସରକାର

ଲକ୍ଷ୍ନୌ,୨୯।୬: ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟର ୧୭ଟି ପଛୁଆ ବର୍ଗଙ୍କୁ ଏସ୍‌ସି ବର୍ଗରେ ସାମିଲ୍‌ କରିଛନ୍ତି। ଏହାଦ୍ୱାରା ଏଣିକି ଏସବୁ ପଛୁଆ ବର୍ଗ ଏସ୍‌ସି...

୩୦ରେ ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ

ମୁମ୍ବାଇ,୨୭-୧୨: ଆଗାମୀ ଡିସେମ୍ବର ୩୦ରେ ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରାଯିବ। ସେହିଦିନ ମୋଟ ୩୬ ମନ୍ତ୍ରୀ ଶପଥଗ୍ରହଣ କରିବେ ବୋଲି କଂଗ୍ରେସ ସୂତ୍ରରୁ ଜଣାପଡ଼ିଛି। ଏବେ...

ମହାରାଷ୍ଟ୍ର ପାଇଁ ଅଧିକ ଆଲୋଚନା ଆବଶ୍ୟକ

ନୂଆଦିଲ୍ଲୀ,୧୯ା୧୧(ପି.ଟି.)-ମହାରାଷ୍ଟ୍ରରେ ସରକାର ଗଠନ ନେଇ ଅନିଶ୍ଚିତତାର ଅନ୍ତ ଘଟୁନାହିଁ। ଏନ୍‌ସିପି ନେତା ଶରଦ ପାଓ୍ବାର ସୋମବାର ସନ୍ଧ୍ୟାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ତାଙ୍କ ନୂଆଦିଲ୍ଲୀ...

ଡ୍ରାଗନ ନାଲି ଆଖି ଦେଖାଇବାର ୩ ମୁଖ୍ୟ କାରଣ

ନୂଆଦିଲ୍ଲୀ, ୧୭।୬: ଲଦାଖଠାରେ ଭାରତ ଚାଇନା ସୀମାରେ ଥିବା ଗଲଓ୍ବାନ ଘାଟିରେ ଉତ୍ତେଜନା ଦେଖାଦେଇଛି। ତେବେ ସୀମା ବିବାଦ ପଛରେ ଚାଇନାର ନିହିତ ସ୍ବାର୍ଥ ରହିଛି।...

‘ନିଖୋଜ ଏମ୍‌ପିଙ୍କୁ ପ୍ରଶ୍ନ’ ପୋଷ୍ଟର ଭାଇରାଲ: ପ୍ରତିକ୍ରିୟା ରଖିଲେ ସ୍ମୃତି

ଆମେଠି,୨।୬: ଉତ୍ତରପ୍ରଦେଶର ଆମେଠିରେ ଲକ୍‌ଡାଉନ ୫.୦ ଆରମ୍ଭ ହେବା ପରେ ସାଧାରଣ ଜୀବନଯାତ୍ରା ଧିରେ ଧିରେ ସ୍ବାଭାବିକ ହେବାରେ ଲାଗିଛି। ଏହାରି ଭିତରେ ବି ରାଜନୀତି...

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ଯବାନ ଶହୀଦ

ଜମ୍ମୁ,୧୧।୬: ଜମ୍ମୁ-କଶ୍ମୀର ସୀମାର ପୁଞ୍ଚ ସେକ୍ଟରରେ ପାକିସ୍ତାନ ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯିବାରୁ ଜଣେ ଯବାନ ଶହୀଦ ହୋଇଥିବା ସୂଚନା ମିଳିଛି। ପାକିସ୍ତାନ କିଛି...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *