‘ଶୁଣାଣିରେ ଭାଗ ନେଇ ନ ଥିଲେ ସତ୍ୟପାଠ ଦାଖଲ କର’

କଟକ ଅଫିସ/କୁଜଙ୍ଗ (ଡି.ଏନ.ଏ.),୧୨ା୩ : ଜଗତ୍‌ସିଂହପୁର ଜିଲା ଏରସମା ବ୍ଲକ ଢିଙ୍କିଆ ଚାରିଦେଶରେ ପ୍ରସ୍ତାବିତ ଜେଏସ୍‌ଡବ୍ଲ୍ୟୁ ପ୍ରକଳ୍ପକୁ ନେଇ ବିବାଦ ଜାରି ରହିଛି। ପ୍ରକଳ୍ପକୁ ବିରୋଧ କରୁଥିବା ଢିଙ୍କିଆ ଗ୍ରାମବାସୀଙ୍କ ଉପରେ ଗତ ଜାନୁୟାରୀ ୧୪ରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନେଇ ହାଇକୋର୍ଟରେ ପୃଥକ୍‌ ଭାବେ ୩ଟି ଅଭିଯୋଗ ହୋଇଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆଇନଜୀବୀ କମିଟି ପକ୍ଷରୁ ଦ୍ୱିତୀୟ ଥର ପାଇଁ ଗତ ୫ ତାରିଖରେ ଉକ୍ତ ଅଞ୍ଚଳରେ ଜନଶୁଣାଣି କରାଯାଇଥିଲା। କିନ୍ତୁ ସେଥିରେ କେତେଜଣ ଗ୍ରାମବାସୀ ଭାଗ ନେଇପାରି ନ ଥିବା ନେଇ ଶୁକ୍ରବାର ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏହାକୁ ଗ୍ରହଣ କରି ହାଇକୋର୍ଟ ଯେଉଁମାନେ ଚାହିଁବେ ସେମାନେ ତାଙ୍କ ଆଇନଜୀବୀଙ୍କ ଜରିଆରେ ସରକାରୀ ଆଇନଜୀବୀଙ୍କ ନିକଟରେ ସତ୍ୟପାଠ ଦାଖଲ କରିପାରିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ସତ୍ୟପାଠରେ ସେମାନେ ଉକ୍ତ ପ୍ରକଳ୍ପକୁ ବିରୋଧ କିମ୍ବା ସମର୍ଥନ କରୁଛନ୍ତି ତାହା ଉଲ୍ଲେଖ କରିପାରିବେ ବୋଲି ହାଇକୋର୍ଟ କହିଛନ୍ତି। ଏହି ସମସ୍ତ ସତ୍ୟପାଠକୁ ଜଗତ୍‌ସିଂହପୁର ଜିଲାପାଳଙ୍କୁ ପ୍ରଦାନ କରାଯିବ। ଜଗତ୍‌ସିଂହପୁର ଜିଲାପାଳ ଏହି ସତ୍ୟପାଠ ସହ ଗତ ୫ ତାରିଖରେ ଅନୁଷ୍ଠିତ ଜନଶୁଣାଣିର ଭିଡିଓକୁ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟକୁ ପଠାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ସେହିପରି ଶୁକ୍ରବାର ଏହି ମାମଲାରେ ଆଇନଜୀବୀ ପ୍ରଶାନ୍ତ ଜେନା ଏବେ ବି ଢିଙ୍କିଆକୁ ପୋଲିସ ଭୟରେ ୩୦ ଜଣ ଲୋକ ଫେରି ନ ଥିବା ନେଇ ଅଦାଲତଙ୍କୁ ଅବଗତ କରିଥିଲେ। କିନ୍ତୁ ଭିଡିଓ କନ୍‌ଫରେନ୍ସ ଜରିଆରେ ହାଜର ହୋଇଥିବା ଜଗତ୍‌ସିଂହପୁର ଏସ୍‌ପି ଅଖିଳେଶ୍ୱର ସିଂ ଆଇନଜୀବୀ ଜେନାଙ୍କ ପକ୍ଷରୁ ଦିଆଯାଇଥିବା ୮୫ ଜଣଙ୍କ ତାଲିକା ମଧ୍ୟରୁ ୮୧ ଜଣ ଫେରି ଆସିଥିବାବେଳେ ଆଉ ମାତ୍ର ୪ ଜଣ ଫେରିନାହାନ୍ତି ବୋଲି ଅଦାଲତଙ୍କୁ କହିଥିଲେ। ଆଉ ଯେଉଁମାନେ ଫେରିନାହାନ୍ତି ବୋଲି କୁହାଯାଉଛି ସେମାନଙ୍କୁ ଜାନୁୟାରୀ ୧୪ ପୂର୍ବରୁ କେତେକ ଆପରାଧିକ ଘଟଣାରେ ଗିରଫ କରାଯାଇଥିବା ନେଇ ଅଦାଲତଙ୍କୁ କହିଥିଲେ। ଏହା ଉପରେ ହାଇକୋର୍ଟ ଜଗତସିଂହପୁର ଏସ୍‌ପିଙ୍କୁ ଯେଉଁମାନଙ୍କୁ ଜାନୁୟାରୀ ୧୪ ପୂର୍ବରୁ ଗିରଫ କରାଯାଇଛି ବୋଲି କୁହାଯାଉଛି ସେମାନଙ୍କ ନାଁରେ କେଉଁସବୁ ଦଫା ଲଗାଯାଇଛି ତାହାର ସବିଶେଷ ତଥ୍ୟ ସତ୍ୟପାଠ ଜରିଆରେ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏସ୍‌. ମୁରଲୀଧର ଏବଂ ବିଚାରପତି ଜଷ୍ଟିସ୍‌ ରାଧିକୃଷ୍ଣ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁକ୍ରବାର ଏହି ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଏପ୍ରିଲ ୭ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି। ସୂଚନାଥାଉ କି ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗତ ୫ ତାରିଖରେ ଆଇନଜୀବୀ ପ୍ରଶାନ୍ତ କୁମାର ଜେନା, ସୁକାନ୍ତ କୁମାର ଦଳାଇ, ଓମ୍‌କାର ଦେବଦାସ, ଜନ୍ମେଜୟ କଟକିଆ ଏବଂ ଦେବକାନ୍ତ ମହାନ୍ତିଙ୍କୁ ନେଇ ଗଠିତ ୫ ଜଣିଆ ଆଇନଜୀବୀ କମିଟି ଢିଙ୍କିଆ ଅଞ୍ଚଳ ପରିଦର୍ଶନ କରି ସେଠାରେ ଜନଶୁଣାଣି କରିଥିଲେ। ଶୁକ୍ରବାର କମିଟି ପକ୍ଷରୁ ହାଇକୋର୍ଟରେ ଏକ ରିପୋର୍ଟ ଦାଖଲ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବଚସାରୁ ଯୁବକଙ୍କୁ ଓଭରବ୍ରିଜ୍‌ ଉପରୁ ତଳକୁ ଠେଲିଦେଲେ ଦୁର୍ବୃତ୍ତ

ଗୋପାଳପୁର, ୧୬ା୫(ନବୀନ ରାଜ ଆଚାରୀ)- ବ୍ରହ୍ମପୁର ପୋଲିସ ଜିଲା ଗତ କିଛି ମାସ ହେଲା ଅଶାନ୍ତ ହୋଇପଡିଛି। ପ୍ରତ୍ୟହ କିଛି ନା କିଛି ଅପରାଧମୂଳକ ଘଟଣା ଘଟି…

କାନାଡାକୁ ବଡ଼ ଝଟ୍‌କା: ମିଳିବନାହିଁ ଆଇସିସି ପାଣ୍ଠି

ଦୁବାଇ,୧୬ା୫: ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ(ଆଇସିସି) ଆସନ୍ତା ୬ ମାସ ପାଇଁ କ୍ରିକେଟ କାନାଡା(ସିସି)କୁ ପରିଚାଳନାଗତ ତ୍ରୁଟି କାରଣରୁ ପାଣ୍ଠି ଯୋଗାଇବ ନାହିଁ। ଏହା କାନାଡା ଭଳି ଆସୋସିଏଟ୍‌…

‘ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୁରନ୍ତ ବହିଷ୍କାର କରାଯାଉ’

ନୂଆଦିଲ୍ଲୀ,୧୬।୫: ଲୋକ ସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ନିଟ (NEET) ପେପର ଲିକ୍‌ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ…

ଆଲେନ-ରଘୁବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ଗୁଜରାଟ ଆଗରେ ୨୪୮ ରନର ବିଶାଳ ଟାର୍ଗେଟ

କୋଲକାତା,୧୬ା୫: ଚଳିତ ଆଇପିଏଲ୍‌ରେ ଶନିବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଓ ଗୁଜରାଟ ଟାଇଟନ୍ସ (ଜିଟି) ପରସ୍ପରକୁ ଭେଟିଛନ୍ତି। ଏହି କର ବା…

ପ୍ରଶ୍ନପତ୍ର ଲିକ୍‌, ଦରବୃଦ୍ଧି ପ୍ରତିବାଦରେ ଗର୍ଜିଲା ବିଜେଡି

ବରଗଡ଼,୧୬।୫(ପ୍ରେମାନନ୍ଦ ଖମାରୀ): ଦେଶରେ ବାରମ୍ବାର ବିଭିନ୍ନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇ ପରୀକ୍ଷା ବାତିଲ ହେଉଥିବା ବେଳେ କିଛି ଦିନ ତଳେ ଏନ୍‌ଇଇଟି ପରୀକ୍ଷାର ପ୍ରଶ୍ନପତ୍ର ଲିକ…

ଆନନ୍ଦପୁରରେ ବିଜେପି SC ମୋର୍ଚ୍ଚାର ନୂତନ ନିଯୁକ୍ତି, ଶାନ୍ତନୁ ସେଠୀଙ୍କୁ ଜିଲା କମିଟିରେ ଦାୟିତ୍ୱ…

ବାଞ୍ଚୋ ,୧୬ା୫(ପ୍ରଦୋଷ କୁମାର ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି(ଭାଜପା) କେନ୍ଦୁଝର ଜିଲା ଏସ୍‌.ସି ମୋର୍ଚ୍ଚା କମିଟିରେ ଆନନ୍ଦପୁର ଅଞ୍ଚଳର ଯୁବ ନେତା ଶାନ୍ତନୁ ସେଠୀଙ୍କୁ ଆଜି…

ଗ୍ରାମାଞ୍ଚଳରେ ତୈଳ ସଙ୍କଟ ଉଗ୍ର: ଥୁଆମୂଳ ରାମପୁର ବ୍ଲକର ୩ଟି ପେଟ୍ରୋଲ ପମ୍ପ ଶୂନ୍ୟ, ଯାତାୟାତ ବିପର୍ଯ୍ୟସ୍ତ

ଥୁଆମୂଳ ରାମପୁର, ୧୬।୫ (ଦୁର୍ଗା କୀର୍ତ୍ତି): ବିଶ୍ୱ ବଜାରରେ ତୈଳ ଅସ୍ଥିରତା ଓ ଆନ୍ତର୍ଜାତିକ ରାଜନୈତିକ ହଲଚଲର ପ୍ରଭାବ ଏବେ ସୁଦୂର ମଫସଲରେ ଅନୁଭୂତ ହେଲାଣି। କଳାହାଣ୍ଡି…

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଚତୁର୍ଥ ସନ୍ତାନ ପାଇଁ ୪୦ ହଜାର

ବିଜୟଓ୍ବାଡ଼ା,୧୬ା୫: ଆନ୍ଧ୍ରପ୍ରଦେଶରେ ତୃତୀୟ ସନ୍ତାନ ଜନ୍ମ ପାଇଁ ୩୦ ହଜାର ଟଙ୍କା ଆର୍ଥତ୍କ ପ୍ରୋତ୍ସାହନ ମିଳିବାକୁ ଥିବାବେଳେ ଚତୁର୍ଥ ସନ୍ତାନ ଜନ୍ମ ହେଲେ ୪୦ ହଜାର ଟଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri