ନାଏବ ସରପଞ୍ଚ ନିର୍ବାଚନ ବେଳେ ଉତ୍ତେଜନା

ବଲାଙ୍ଗୀର ଅଫିସ/ଦେଓଗାଁ,୧୨ା୩ (ଡି.ଏନ.ଏ.): ଶୁକ୍ରବାର ନାଏବ ସରପଞ୍ଚ ନିର୍ବାଚନ ସମୟରେ ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ସାହାଜବାହାଲ ଏବଂ ବଡ଼ବାହାଲ ଗ୍ରାମ ପଞ୍ଚାୟତରେ ୪ ଜଣ ୱାର୍ଡ ସଭ୍ୟଙ୍କୁ ଅପହରଣ ଅଭିଯୋଗ ହୋଇଛି। ଏହାସହିତ ସାହାଜବାହାଲ ପଞ୍ଚାୟତରେ ଭୋଟବାକ୍ସକୁ କେତେଜଣ ମହିଳା ଛଡ଼ାଇ ନେଇଥିବା ବେଳେ ଦେଷଣ୍ଢ ଗ୍ରାମ ପଞ୍ଚାୟତରେ ଜଣେ ବ୍ୟକ୍ତି ଗ୍ରାମ ପଞ୍ଚାୟତ ଅଫିସରେ ତାଲା ପକାଇ ଦେବାରୁ ଦୀର୍ଘ ସମୟ ଧରି ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏନେଇ ନେଇ ଦେଓଗଁା ଥାନାରେ ୨ଟି ପୃଥକ୍‌ ମାମଲା ରୁଜୁ ହୋଇଛି। ନିରୁପମା ମହାନନ୍ଦଙ୍କ ଅଭିଯୋଗକୁ ଭିତ୍ତିକରି ଥାନାରେ ଏକ ମାମଲା (୩୯/୨୦୨୨) ରୁଜୁ ହୋଇଛି। ତାଙ୍କ ଅଭିଯୋଗ ଅନୁସାରେ ୱାର୍ଡସଭ୍ୟ ଯୁଧିଷ୍ଠିର ଡାଙ୍ଗ ଓ ନାରାୟଣ ଭୋଇଙ୍କୁ ଶିବତଲା ହରଗୌରୀ ମନ୍ଦିର ନିକଟରୁ ୪ ଜଣ ବ୍ୟକ୍ତି ଅପହରଣ କରିନେଇଛନ୍ତି। ସେହିପରି ଭୋଟବାକ୍ସ ଛଡ଼ାଇ ନେବା ଘଟଣାରେ ନିର୍ବାଚନ ଅଧିକାରୀ ଶ୍ୟାମମୋହନ ବଢ଼େଇଙ୍କ ଅଭିଯୋଗକୁ ଭିତ୍ତି କରି ଥାନାରେ ଅନ୍ୟ ଏକ ମାମଲା (ନଂ. ୪୦/୨୦୨୨) ରୁଜୁ କରାଯାଇଛି। ଅଭିଯୋଗ ଅନୁସାରେ କେତେଜଣ ମହିଳା ପଞ୍ଚାୟତ କାର୍ଯ୍ୟାଳୟକୁ ପଶି ଭୋଟବାକ୍ସ, ଭୋଟଦେବା ସିଲ୍‌ ଓ ରେଜିଷ୍ଟର ଆଦି ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି। କାଳେ ଭୋଟ ହୋଇଯିବ ଭାବି ମହିଳାମାନେ ଏଭଳି କାଣ୍ଡ ଭିଆଇଥିବା ଚର୍ଚ୍ଚାର ବିଷୟ ହୋଇଛି। ତୁଷୁରା ଥାନା ବଡ଼ବାହାଲ ଗ୍ରାମପଞ୍ଚାୟତରେ କୋରମ ଅଭାବ ଏବଂ ଉତ୍ତେଜନା କାରଣରୁ ନାଏକ ସରପଞ୍ଚ ନିର୍ବାଚନକୁ ସ୍ଥଗିତ ରଖାଯାଇଥିବା ନିର୍ବାଚନ ଅଧିକାରୀ ନନ୍ଦିକିଶୋର ସାହୁ ସୂଚନା ଦେଇଛନ୍ତି। ମତଦାନ କକ୍ଷରେ ୧୧ଜଣ ୱାର୍ଡ ସଭ୍ୟ ମଧ୍ୟରୁ ନବନିର୍ବାଚିତ ସରପଞ୍ଚ ଜ୍ୟୋତ୍ସ୍ନାମୟୀ ରଣାଙ୍କ ସମେତ ୫ଜଣ ୱାର୍ଡ ସଭ୍ୟାସଭ୍ୟ ଉପସ୍ଥିତ ଥିଲେ। କେତେଜଣ ସ୍ଥାନୀୟ ବ୍ୟକ୍ତି ହଠାତ୍‌ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗଣ୍ଡଗୋଳ କରିବା ସହ ଜଣେ ୱାର୍ଡ ସଭ୍ୟ ଓ ଜଣେ ୱାର୍ଡ ସଭ୍ୟାଙ୍କୁ ଜବରଦସ୍ତି ଅପହରଣ କରି ନେଇଥିଲେ। ଫଳରେ ଏଠାରେ ନିର୍ବାଚନକୁ ସ୍ଥଗିତ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ବନ୍ଦକୁ ସ୍ବତଃସ୍ଫୂର୍ତ୍ତ ସମର୍ଥନ: ଗାଡ଼ି ଚଳାଚଳ ଠପ୍‌

ବରଗଡ଼,୮।୧୧(ପ୍ରେମାନନ୍ଦ ଖମାରୀ): ଗୁରୁବାର ଓଡ଼ିଶା ବନ୍ଦ ଡାକରାକୁ ବରଗଡ଼ରେ ସ୍ବତଃସ୍ଫୂର୍ତ୍ତ ସମର୍ଥନ ମିଳିଛି। ସକାଳୁ ଦୋକାନ, ବଜାର ବନ୍ଦ ରହିଛି । ଗାଡ଼ି ଚଳାଚଳ ଠପ ପଡିଥିବା…

ନାନା ପାଟେକରଙ୍କ ଦେହାନ୍ତର ସାତ ଦିନ ପୂର୍ବରୁ ଏକ ଟୁଇଟ କରିଥିଲେ ପରେଶ ରାୱଲ; କ’ଣ ଥିଲା ସେଥିରେ?ଯାହା ଏବେ ହେଉଛି ଭାଇରାଲ

ମୁମ୍ବାଇ,୮।୧୦: ବରିଷ୍ଠ ହିନ୍ଦୀ ଚଳଚ୍ଚିତ୍ର ଅଭିନେତା ନାନା ପାଟେକରଙ୍କ ପରଲୋକ ଘଟିଛି। ଗୁରୁବାର ସକାଳେ ଗୋଆସ୍ଥିତ ବାସଭବନରେ ଏହି ଲୋକପ୍ରିୟ ଅଭିନେତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା ଏବଂ…

ନାନା ପାଟେକରଙ୍କ ପତ୍ନୀ କିଏ? ଛାଡ଼ପତ୍ର ନ ନେଇ ୩୫ ବର୍ଷ ଧରି ଅଲଗା ରହିବାର କାରଣ କହିଥିଲେ…

ମୁମ୍ବାଇ,୮।୧୦: ବଲିଉଡର ବରିଷ୍ଠ ଅଭିନେତା ନାନା ପାଟେକର ୭୫ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। ୮ ଅକ୍ଟୋବର ୨୦୨୬ରେ ଗୋଆସ୍ଥିତ ତାଙ୍କ ବାସଭବନରେ ତାଙ୍କୁ ହୃଦଘାତ…

ନାନା ପାଟେକରଙ୍କ ପରିବାରରେ କିଏ କିଏ ଅଛନ୍ତି? ପତ୍ନୀଙ୍କଠାରୁ ଅଲଗା ରହୁଥିଲା ବେଳେ ଜଣେ ପୁଅଙ୍କର ମୃତ୍ୟୁ ହୋଇସାରିଛି

ମୁମ୍ବାଇ,୮।୧୦: ବଲିଉଡର ବରିଷ୍ଠ ଅଭିନେତା ନାନା ପାଟେକର ୭୫ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। ମଣିପାଲ ହସ୍ପିଟାଲର ଅଙ୍କୋଲୋଜି ବିଭାଗ ମୁଖ୍ୟ ଡାକ୍ତର ଶେଖର ସାଲକର…

୪ ଦଫା ଦାବିରେ ଓଡ଼ିଶା ବନ୍ଦ, ପଦ୍ମପୁରରେ କଂଗ୍ରେସର ପିକେଟିଂ

ପଦ୍ମପୁର, ୮।୧୦ (ପ୍ରଦୀପ୍ତ ଦାଶ): ୪ ଦଫା ଦାବି ନେଇ କଂଗ୍ରେସ ଓ ‘ଇଣ୍ଡି’ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକର ପ୍ରଭାବ ଗୁରୁବାର ସକାଳୁ…

ଆସିଲା ନାନା ପାଟେକରଙ୍କ ମୃତ୍ୟୁର ଅସଲ କାରଣ! ଡାକ୍ତର କହିଲେ…

ମୁମ୍ବାଇ,୮।୧୦: ବରିଷ୍ଠ ଅଭିନେତା ନାନା ପାଟେକର ଗୁରୁବାର ସକାଳ ୫ଟା୨୦ ସମୟରେ ପରଲୋକ ହୋଇଛି। ହୃଦଘାତ (କାର୍ଡିଆକ ଆରେଷ୍ଟ) ଯୋଗୁ ତାଙ୍କର ମୃତ୍ୟୁ ହୋଇଛି ବୋଲି କୁହାଯାଇଛି।…

ମୌଳିକ ସୁବିଧାରୁ ବଞ୍ଚିତ ୯୯ ଛାତ୍ରୀଛାତ୍ର

ବାଲେଶ୍ୱର,୮।୧୦,(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ହରିପୁର ପଞ୍ଚାୟତରେ ୧୯୫୯ ମସିହାରେ କସିମିଳା ସରକାରୀ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇଥିଲା। ଏଠାରେ ଶିଶୁ ବାଟିକାଠାରୁ ପଞ୍ଚମ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?