ଜେଲ ଗଲେ କୋଟିପତି ନିର୍ବାହୀ ଯନ୍ତ୍ରୀ

ବ୍ରହ୍ମପୁର ଅଫିସ,୧୨ା୩: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବ୍ରହ୍ମପୁର ଗ୍ରାମ୍ୟ ନିର୍ମାଣ (ବୈଦ୍ୟୁତିକ) ବିଭାଗ ଆମ୍ବପୁଆ କାର୍ଯ୍ୟାଳୟର ନିର୍ବାହୀଯନ୍ତ୍ରୀ ଜଗନ୍ନାଥ ସେଠୀଙ୍କୁ ଶୁକ୍ରବାର ଗିରଫ କରିଛି। ଗତ ବୁଧବାର ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥଙ୍କ ବାସଭବନ ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଏକକାଳୀନ ଚଢ଼ାଉ କରିଥିଲା। ଯାଞ୍ଚ ସରିବା ପରେ ନିର୍ବାହୀ ଯନ୍ତ୍ରୀ ଓ ତାଙ୍କ ପରିବାରବର୍ଗଙ୍କ ନାମରେ ମୋଟ ୭ କୋଟି ୮୩ଲକ୍ଷ ୭ହଜାର ୪୯୮ ଟଙ୍କାର ସ୍ଥାବର, ଅସ୍ଥାବର ସମ୍ପତ୍ତି ଥିବା ନେଇ ଭିଜିଲାନ୍ସ ବିଭାଗ ଆକଳନ କରିଛି। ସେଥିମଧ୍ୟରୁ ୬କୋଟି ୭୯ଲକ୍ଷ ୬୨ହଜାର ୭୪୮ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ରହିଛି। ଯାହାକି ତାଙ୍କ ଆୟ ଠାରୁ ୩୫୮ ପ୍ରତିଶତ ଅଧିକ ବୋଲି ବ୍ରହ୍ମପୁର ଭିଜିଲାନ୍ସ ଏସ୍‌ପି ତ୍ରିଲୋଚନ ସ୍ବାଇଁ ସୂଚନା ଦେଇଛନ୍ତି। କେସ୍‌ ନଂ. ୩/୨୨ରେ ନିର୍ବାହୀ ଯନ୍ତ୍ରୀ ସେଠୀଙ୍କୁ ଶୁକ୍ରବାର ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଛି। ପରେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏହାସହିତ ସେଠୀଙ୍କ ସ୍ତ୍ରୀ ଓ ବଡ଼ପୁଅ ନାମରେ ମଧ୍ୟ ମାମଲା ରୁଜୁ ହୋଇଥିବା ଭିଜିଲାନ୍ସ ସୂତ୍ରରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଚସାରୁ ଯୁବକଙ୍କୁ ଓଭରବ୍ରିଜ୍‌ ଉପରୁ ତଳକୁ ଠେଲିଦେଲେ ଦୁର୍ବୃତ୍ତ

ଗୋପାଳପୁର, ୧୬ା୫(ନବୀନ ରାଜ ଆଚାରୀ)- ବ୍ରହ୍ମପୁର ପୋଲିସ ଜିଲା ଗତ କିଛି ମାସ ହେଲା ଅଶାନ୍ତ ହୋଇପଡିଛି। ପ୍ରତ୍ୟହ କିଛି ନା କିଛି ଅପରାଧମୂଳକ ଘଟଣା ଘଟି…

କାନାଡାକୁ ବଡ଼ ଝଟ୍‌କା: ମିଳିବନାହିଁ ଆଇସିସି ପାଣ୍ଠି

ଦୁବାଇ,୧୬ା୫: ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ(ଆଇସିସି) ଆସନ୍ତା ୬ ମାସ ପାଇଁ କ୍ରିକେଟ କାନାଡା(ସିସି)କୁ ପରିଚାଳନାଗତ ତ୍ରୁଟି କାରଣରୁ ପାଣ୍ଠି ଯୋଗାଇବ ନାହିଁ। ଏହା କାନାଡା ଭଳି ଆସୋସିଏଟ୍‌…

‘ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୁରନ୍ତ ବହିଷ୍କାର କରାଯାଉ’

ନୂଆଦିଲ୍ଲୀ,୧୬।୫: ଲୋକ ସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ନିଟ (NEET) ପେପର ଲିକ୍‌ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ…

ଆଲେନ-ରଘୁବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ଗୁଜରାଟ ଆଗରେ ୨୪୮ ରନର ବିଶାଳ ଟାର୍ଗେଟ

କୋଲକାତା,୧୬ା୫: ଚଳିତ ଆଇପିଏଲ୍‌ରେ ଶନିବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଓ ଗୁଜରାଟ ଟାଇଟନ୍ସ (ଜିଟି) ପରସ୍ପରକୁ ଭେଟିଛନ୍ତି। ଏହି କର ବା…

ପ୍ରଶ୍ନପତ୍ର ଲିକ୍‌, ଦରବୃଦ୍ଧି ପ୍ରତିବାଦରେ ଗର୍ଜିଲା ବିଜେଡି

ବରଗଡ଼,୧୬।୫(ପ୍ରେମାନନ୍ଦ ଖମାରୀ): ଦେଶରେ ବାରମ୍ବାର ବିଭିନ୍ନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇ ପରୀକ୍ଷା ବାତିଲ ହେଉଥିବା ବେଳେ କିଛି ଦିନ ତଳେ ଏନ୍‌ଇଇଟି ପରୀକ୍ଷାର ପ୍ରଶ୍ନପତ୍ର ଲିକ…

ଆନନ୍ଦପୁରରେ ବିଜେପି SC ମୋର୍ଚ୍ଚାର ନୂତନ ନିଯୁକ୍ତି, ଶାନ୍ତନୁ ସେଠୀଙ୍କୁ ଜିଲା କମିଟିରେ ଦାୟିତ୍ୱ…

ବାଞ୍ଚୋ ,୧୬ା୫(ପ୍ରଦୋଷ କୁମାର ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି(ଭାଜପା) କେନ୍ଦୁଝର ଜିଲା ଏସ୍‌.ସି ମୋର୍ଚ୍ଚା କମିଟିରେ ଆନନ୍ଦପୁର ଅଞ୍ଚଳର ଯୁବ ନେତା ଶାନ୍ତନୁ ସେଠୀଙ୍କୁ ଆଜି…

ଗ୍ରାମାଞ୍ଚଳରେ ତୈଳ ସଙ୍କଟ ଉଗ୍ର: ଥୁଆମୂଳ ରାମପୁର ବ୍ଲକର ୩ଟି ପେଟ୍ରୋଲ ପମ୍ପ ଶୂନ୍ୟ, ଯାତାୟାତ ବିପର୍ଯ୍ୟସ୍ତ

ଥୁଆମୂଳ ରାମପୁର, ୧୬।୫ (ଦୁର୍ଗା କୀର୍ତ୍ତି): ବିଶ୍ୱ ବଜାରରେ ତୈଳ ଅସ୍ଥିରତା ଓ ଆନ୍ତର୍ଜାତିକ ରାଜନୈତିକ ହଲଚଲର ପ୍ରଭାବ ଏବେ ସୁଦୂର ମଫସଲରେ ଅନୁଭୂତ ହେଲାଣି। କଳାହାଣ୍ଡି…

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଚତୁର୍ଥ ସନ୍ତାନ ପାଇଁ ୪୦ ହଜାର

ବିଜୟଓ୍ବାଡ଼ା,୧୬ା୫: ଆନ୍ଧ୍ରପ୍ରଦେଶରେ ତୃତୀୟ ସନ୍ତାନ ଜନ୍ମ ପାଇଁ ୩୦ ହଜାର ଟଙ୍କା ଆର୍ଥତ୍କ ପ୍ରୋତ୍ସାହନ ମିଳିବାକୁ ଥିବାବେଳେ ଚତୁର୍ଥ ସନ୍ତାନ ଜନ୍ମ ହେଲେ ୪୦ ହଜାର ଟଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri