ବର୍ଷା ହେଲେ ସମ୍ଭବ ହେଉନି ବିଦ୍ୟାଦାନ

ବଇଣ୍ଡା,୧୪ା୭(ପରିକ୍ଷିତ ସାହୁ): ଗୁଣାତ୍ମକ ଶିକ୍ଷାଦାନ ଉପରେ ସରକାର ଗୁରୁତ୍ୱ ଦେଉଥିବା ବେଳେ ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ପାଇକସାହି ପଞ୍ଚାୟତରେ ଥିବା ତାଳବାହାଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରତି ବୁଜି ଦିଆଯାଇଛି ଆଖି। ଏଠାରେ ଶ୍ରେଣୀଗୃହ ଠାରୁ ଆରମ୍ଭ କରି ଶିକ୍ଷକ ଅଭାବ ସମସ୍ୟା ରହିଥିଲେ ମଧ୍ୟ ଦୀର୍ଘବର୍ଷ ହେଲା କରାଯାଉନି ସମାଧାନ। ଏ ନେଇ ଅସନ୍ତୁଷ୍ଟ ଥିବା ବିଦ୍ୟାଳୟ ପରିଚାଳନା କମିଟି ଓ ଗ୍ରାମବାସୀଙ୍କ ପକ୍ଷରୁ ଗୁରୁବାର ଅନୁଗୋଳ ଜିଲାପାଳଙ୍କୁ ଅଭିଯୋଗ କରାଯାଇଛି।
କମିଟି ପକ୍ଷରୁ କୁହାଯାଇଛି, ୧୯୨୯ ମସିହାରେ ସରକାର ତାଳବାହାଳି ଗ୍ରାମରେ ଏହି ସ୍କୁଲ ସ୍ଥାପନ କରିଥିଲେ। ତାଳବାହାଳି, ପୋକଣ୍ଡା, ବିଡିସିଙ୍ଗ ଗ୍ରାମବାସୀ ଏହି ବିଦ୍ୟାଳୟରେ ସେମାନଙ୍କ ପିଲାମାନଙ୍କୁ ପଢ଼ାଉଛନ୍ତି। ଏହି ବିଦ୍ୟାଳୟକୁ ୯୪ ବର୍ଷ ହୋଇଥିଲେ ମଧ୍ୟ ଏହାର ବିକାଶ କରାଯାଉନାହିଁ। ଏଠାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଥିବାବେଳେ ବର୍ତ୍ତମାନ ୧୫୧ ଜଣ ଛାତ୍ରୀଛାତ୍ର ପଢୁଛନ୍ତି। ହେଲେ ଏହି ଶିକ୍ଷାନୁଷ୍ଠାନରେ ଆବଶ୍ୟକ ଶ୍ରେଣୀ ନାହିଁ। ୮ଟି ଶ୍ରେଣୀ ପାଇଁ ମାତ୍ର ୪ଟି କୋଠରି ରହିଛି। ଫଳରେ ପ୍ରତ୍ୟେକ ଶ୍ରେଣୀ ଗୃହରେ ୨ଟି ଲେଖାଏ ଶ୍ରେଣୀର ପିଲାଙ୍କୁ ପଢ଼ାଯାଉଛି। ଦୀର୍ଘବର୍ଷ ପୁରୁଣା ଉକ୍ତ ସ୍କୁଲ ଛାତ ଦୁର୍ବଳ ଅବସ୍ଥାରେ ରହିଥିବାରୁ ବର୍ଷା ହେଲେ ପାଣି ଗଳୁଛି। ତେଣୁ ଏହି ସମୟରେ ପାଠ ପଢ଼ା ବନ୍ଦ ରହୁଛି। ବିଦ୍ୟାଳୟରେ ୬ ଜଣ ଶିକ୍ଷକ ଥିବାବେଳେ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ପଢ଼ାଇବା ପାଇଁ ଅଧିକ ଶିକ୍ଷକଙ୍କ ଆବଶ୍ୟକତା ରହିଛି। ହେଲେ ଏ ଦିଗରେ ଦୃଷ୍ଟି ଦିଆଯାଉ ନାହିଁ। ସେହିପରି ପ୍ରଧାନଶିକ୍ଷକ ପଦବୀ ଖାଲି ପଡିଛି। ପାଚେରି, ଖେଳ ପଡ଼ିଆ ନ ଥିବା ବେଳେ ରୋଷେଇ ଘର ନିର୍ମାଣ ହୋଇପାରୁନାହିଁ। ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଦୀର୍ଘ ମାସ ହେବ ଅଚଳ ହୋଇପଡିଛି। ଏ ସବୁ ସମସ୍ୟାର ସମାଧାନ ପାଇଁ ଶିକ୍ଷା କମିଟି ଓ ଗ୍ରାମବାସୀ ୧୨ ଜାନୁୟାରୀ ୨୦୧୮, ୫ ଅଗଷ୍ଟ ୨୦୨୧ ଓ ୨୨ ମାର୍ଚ୍ଚ ୨୦୨୩ରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜିଲା ପ୍ରଶାସନ, ଆଠମଲ୍ଲିକ ବିଧାୟକଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ମଧ୍ୟ ପଦକ୍ଷେପ ନିଆଯାଇ ନାହିଁ। ତେଣୁ ତୁରନ୍ତ ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ନୂତନ ଶ୍ରେଣୀଗୃହ ନିର୍ମାଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏ ନେଇ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଲମ୍ବୋଦର ଭୋଇ କହିଛନ୍ତି, ସମସ୍ତ ସମସ୍ୟା ସମ୍ପର୍କରେ ଶିକ୍ଷା ବିଭାଗ ଅଧିକାରୀଙ୍କୁ ଅବଗତ କରାଯାଇଛି। ଆଠମଲ୍ଲିକ ବ୍ଲକ ଶିକ୍ଷା ଅଧିକାରୀ ଦାଶରଥି ଶୁଣ୍ଢି କହିଛନ୍ତି, ବିଦ୍ୟାଳୟର ସମସ୍ୟା ସମ୍ପର୍କରେ ସରକାରଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ଖୁବ୍‌ଶୀଘ୍ର ପଦକ୍ଷେପ ନିଆଯିବ।

କୌଣସି ପଦକ୍ଷେପ ନିଆଯାଉ ନାହିଁ
ବିଦ୍ୟାଳୟରେ ଅନେକ ସମସ୍ୟା ଲାଗି ରହିଛି। ହେଲେ ଅଭିଯୋଗ ଉପରେ କୌଣସି ପଦକ୍ଷେପ ନିଆଯାଉ ନାହିଁ। ବହୁ ପୁରାତନ ବିଦ୍ୟାଳୟକୁ ଅବହେଳା କରାଯାଉଥିବାରୁ ଶିକ୍ଷାଦାନରେ ଅସୁବିଧା ସୃଷ୍ଟି ହେଉଛି।
-ରତିରଞ୍ଜନ ରାଉତ, ବିଡିସିଙ୍ଗ
ଅଧିକ ଶିକ୍ଷକ ନିଯୁକ୍ତି କରାଯାଉ
ଆବଶ୍ୟକ ଶ୍ରେଣୀଗୃହ ନ ଥିବା ଯୋଗୁ ଗୋଟିଏ କୋଠରିରେ ୨ଟି ଲେଖାଏ ଶ୍ରେଣୀର ଛାତ୍ରୀଛାତ୍ର ପଢୁଛନ୍ତି। ବର୍ଷା ହେଲେ ଛାତରୁ ପାଣି ଗଳୁଥିବାରୁ ପାଠପଢ଼ା ବନ୍ଦ ରହୁଛି। ୮ମ ଶ୍ରେଣୀ ପିଲାଙ୍କୁ ପଢ଼ାଇବା ପାଇଁ ଶିକ୍ଷକ ନିଯୁକ୍ତି କରାଯାଉ ନାହିଁ।
-ପ୍ରତାପ କୁମାର ପ୍ରଧାନ
୫-ଟି ଅଧୀନକୁ ନିଆଯାଉ
ବିଦ୍ୟାଳୟରେ ଖେଳପଡ଼ିଆ ନ ଥିବା ଯୋଗୁ ଛାତ୍ରୀଛାତ୍ରମାନେ ଖେଳିପାରୁ ନାହାନ୍ତି। ଏହି ପୁରାତନ ବିଦ୍ୟାଳୟ ପ୍ରତି ସରକାର ଦୃଷ୍ଟି ଦେଉ ନ ଥିବାରୁ ସମସ୍ୟାର ସମାଧାନ ହୋଇପାରୁ ନାହିଁ। ତୁରନ୍ତ ୫-ଟି ଅଧୀନକୁ ଏହି ଶିକ୍ଷାନୁଷ୍ଠାନକୁ ନିଆଯାଉ।
-ଦିଲୀପ କୁମାର ପ୍ରଧାନ, ଶିକ୍ଷାବିତ୍‌
୫-ଟି ସଚିବଙ୍କୁ ଦାବିପତ୍ର ଦିଆଯାଇଛି
ତାଳବାହାଳି ବିଦ୍ୟାଳୟ ସମସ୍ୟା ସମ୍ପର୍କରେ ପଞ୍ଚାୟତ ପକ୍ଷରୁ ବହୁବାର ବିଇଓଙ୍କ ଠାରୁ ଆରମ୍ଭ କରି ବିଡିଓ, ଜିଲାପାଳ, ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି। ହେଲେ କୌଣସି ସୁଫଳ ମିଳୁନାହିଁ। ଏ ନେଇ ମଧ୍ୟ ୫-ଟି ସଚିବଙ୍କୁ ଦାବିପତ୍ର ଦିଆଯାଇଛି।
-ନିରୋଜକାନ୍ତ ସାହୁ, ସରପଞ୍ଚ


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?