ଭଙ୍ଗା ଆଜବେଷ୍ଟସ ତଳେ ଛାତ୍ରୀଛାତ୍ର

ବଇଣ୍ଡା,୩ା୩(ଡି.ଏନ.ଏ.): କୋଭିଡ୍‌ କାରଣରୁ ୨ ବର୍ଷ ବନ୍ଦ ରହିଲା ପ୍ରାଥମିକ ବିଦ୍ୟାଳୟ। ହେଲେ ଅବ୍ୟବସ୍ଥିତ ଭିତ୍ତିଭୂମିରେ ପରିବର୍ତ୍ତନ କଲେନି ରାଜ୍ୟ ସରକାର। ଫଳରେ ଦୀର୍ଘଦିନ ପରେ ସ୍କୁଲକୁ ଆସିଥିବା କୁନି କୁନି ଛାତ୍ରୀଛାତ୍ର ଅତ୍ୟନ୍ତ ବିପଦସଙ୍କୁଳ ଅବସ୍ଥାରେ ଆଜବେଷ୍ଟସ ତଳେ ଖୋଲାମେଲାରେ ବସି ପାଠ ପଢ଼ିବାକୁ ବାଧ୍ୟ ହେଉଛନ୍ତି। ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ପେଡିପଥର ପ୍ରାଥମିକ ବିଦ୍ୟାଳୟର ଏପରି ସମସ୍ୟା ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଭରିଦେଇଛି। ବୁଧବାର ସେମାନେ ଅନୁଗୋଳ ଜିଲାପାଳଙ୍କଠାରେ ଏ ନେଇ ଆଭିଯୋଗ କରିବା ସହ ତୁରନ୍ତ ଆବଶ୍ୟକ ଶ୍ରେଣୀଗୃହ ବ୍ୟବସ୍ଥା ପାଇଁ ଦାବି କରିଛନ୍ତି।
ଅଭିଯୋଗପତ୍ରରେ ଦର୍ଶାଯାଇଛି, ୧୯୩୬ ମସିହାରେ ଗ୍ରାମବାସୀଙ୍କ ପକ୍ଷରୁ ଏହି ବିଦ୍ୟାଳୟ ସ୍ଥାପନ କରାଯାଇଥିଲା। ବର୍ତ୍ତମାନ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ୮୯ ଛାତ୍ରୀଛାତ୍ର ଏଠାରେ ପଢୁଛନ୍ତି। ୫ ଜଣ ଶିକ୍ଷୟିତ୍ରୀ ଶିକ୍ଷକ ଥିବାବେଳେ ପିଲାଙ୍କ ପାଇଁ ଆବଶ୍ୟକ ଶ୍ରେଣୀଗୃହ ନାହିଁ। ୫ଟି ଶ୍ରେଣୀ ପାଇଁ ୨ଟି ଛାତ ଘର ଓ ୨ଟି ଟାଇଲ ଘର ରହିଛି। ସେଥିରୁ ଗୋଟିଏ ଅଫିସ ଭାବେ ବ୍ୟବହାର ହେଉଥିବାରୁ ସ୍ଥାନାଭାବ ଦେଖାଦେଇଛି। ଫଳରେ ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ୨ଟି ଟାଇଲ ଘରେ ଶିକ୍ଷାଦାନ କରାଯାଉଛି। ତଥାପି ଜାଗା ନିଅଣ୍ଟ ପଡ଼ୁଥିବାରୁ ଏକ ଆଜବେଷ୍ଟସ ତଳେ ଖୋଲାରେ ପିଲାଙ୍କୁ ବସାଯାଉଛି। ବିଦ୍ୟାଳୟର ଏପରି ଅବସ୍ଥା ଦେଖି ଅଭିଭାବକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଥିସହ ଦୀର୍ଘଦିନ ହେବ ସ୍କୁଲରେ ପିଇବା ପାଣି ସମସ୍ୟା ଲାଗିରହିଛି। ନଳକୂଅ କିମ୍ବା ପାଇପ୍‌ ଜଳ ବ୍ୟବସ୍ଥା କରାଯାଉ ନ ଥିବାରୁ କୁନି କୁନି ଛାତ୍ରୀଛାତ୍ରମାନେ ଅତ୍ୟନ୍ତ ବିପଦପୂର୍ଣ୍ଣ ଭାବେ ରାଜ୍ୟ ରାଜପଥ ପାର୍‌ହୋଇ ନଳକୂଅକୁ ପାଣି ପିଇବା ପାଇଁ ଯାଉଛନ୍ତି। ଚତୁଃପାଶର୍‌ବ ପାଚେରି ନ ଥିବାବେଳେ ସ୍ଥାୟୀ ଖେଳପଡିଆ ନାହଁି। ଫଳରେ ଏଠାରେ କ୍ରୀଡ଼ାରେ ବିକାଶ ହୋଇପାରୁନାହିଁ। ତୁରନ୍ତ ନୂତନ ଶ୍ରେଣୀ ଗୃହ ନିର୍ମାଣ ସହ ଲାଗିରହିଥିବା ସମସ୍ତ ସମସ୍ୟା ସମାଧାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏ ନେଇ ପ୍ରଧାନ ଶିକ୍ଷୟିତ୍ରୀ ସୁଭଦ୍ରା ନାୟକ କହିଛନ୍ତି, ପୁରାତନ ଟାଇଲ ଗୃହଗୁଡିକ ମରାମତି କରିବା ପାଇଁ ଅର୍ଥ ମଞ୍ଜୁର ହୋଇଛି। ମରାମତି କାର୍ଯ୍ୟ ଖୁବ୍‌ଶୀଘ୍ର କରାଯିବ। ଆଠମଲ୍ଲିକ ବ୍ଲକ ଶିକ୍ଷା ଅଧିକାରୀ ଦାଶରଥୀ ଶୁଣ୍ଢୀ କହିଛନ୍ତି, ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ପାଣି ପାଇଁ ଡହଳବିକଳ

ବଇଣ୍ଡା,୨୫।୪(ପରିକ୍ଷିତ ସାହୁ)ସାରା ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ। ଅଧିକାଂଶ ସମୟରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବାବେଳେ ଏବେ ଅନେକ ଅଞ୍ଚଳରେ ପାଣି ସମସ୍ୟା ଦେଖିବାକୁ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ସମ ରଣନୀତିରେ ବିଜେଡି-ଭାଜପା

ବଇଣ୍ଡା,୨୨ା୪(ପରିକ୍ଷିତ ସାହୁ):ଅନୁଗୋଳ ଜିଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଆସନ୍ତା ମେ ୨୫ରେ ହେବ ଭୋଟଗ୍ରହଣ। ଏଥର ଏହି ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ପରିବର୍ତ୍ତନ...

ସ୍ବଳ୍ପ ଖର୍ଚ୍ଚରେ ଅଧିକ ରୋଜଗାର ବାଟ ଦେଖାଉଛନ୍ତି ଶିକ୍ଷକ

ଛେଣ୍ଡିପଦା,୨୧ା୪(ଅଜିତ ଧଳ)ଶିକ୍ଷକତାରୁ ଟିକେ ସମୟ ପାଇଲେ ଲାଗିପଡ଼ନ୍ତି ଚାରା ଉତ୍ପାଦନରେ। ନିଜ ଫାର୍ମରେ ଥିବା ବିଭିନ୍ନ ଗଛରୁ କଲମୀକରଣ କରିବା ସହିତ କିପରି ସେଥିରୁ ଭଲ...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri