ପରୀକ୍ଷା ପରିଚାଳନାକୁ ନେଇ ମହର୍ଷି କଲେଜରେ ଛାତ୍ର ଅସନ୍ତୋଷ

ଭୁବନେଶ୍ୱର,୨୧ା୫(ବ୍ୟୁରୋ): ଭୁବନେଶ୍ୱର ଶହୀଦନଗରସ୍ଥିତ ମହର୍ଷି ନାଚୁରାଲ ଲ’ କଲେଜରେ ପରୀକ୍ଷା ପରିଚାଳନାକୁ ନେଇ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଶନିବାର ନିର୍ଦ୍ଧାରିତ ସମୟଠାରୁ ୨ ଘଣ୍ଟା ବିଳମ୍ବରେ ପରୀକ୍ଷା ହେବା ଓ ଏହି ସମୟରେ ପରୀକ୍ଷା ଇନ୍‌ଚାର୍ଜ ଏବଂ ସୁପରିଣ୍ଟେଣ୍ଡେଣ୍ଟ ଛୁଟିରେ ରହିବା ଘଟଣାକୁ ନେଇ ପରୀକ୍ଷା ହଲ୍‌ରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ପିଲାଙ୍କ ପ୍ରତି କଲେଜ କର୍ତ୍ତୃପକ୍ଷ ଅବହେଳା କରିବା ସହ ସେମାନଙ୍କ ଭବିଷ୍ୟତ ନଷ୍ଟ କରୁଥିବା ଯୁକ୍ତ୩ ରାଜନୀତି ବିଜ୍ଞାନ ବିଭାଗ ଶେଷବର୍ଷ ଛାତ୍ରୀଛାତ୍ର ଅଭିଯୋଗ କରି କ୍ୟାମ୍ପସରେ ହୋହଲ୍ଲା କରିଥିଲେ। ସେମାନଙ୍କ ଅଭିଯୋଗ ଅନୁସାରେ, ଶନିବାର ବିଭାଗୀୟ ଛାତ୍ରୀଛାତ୍ର ପ୍ରୋଜେକ୍ଟ ଦାଖଲ କରିବାର ଥିଲା। ପୂର୍ବ ନିର୍ଦ୍ଧାରିତ ୧୦ଟା ୩୦ରେ ଛାତ୍ରୀଛାତ୍ର ଓ ଏକ୍ସଟର୍ନାଲ ପରୀକ୍ଷକ ପହଞ୍ଚତ୍ଥିଲେ ମଧ୍ୟ ଇଣ୍ଟରନାଲ ପରୀକ୍ଷକ ଆସି ନ ଥିଲେ। ପରୀକ୍ଷା ଇନ୍‌ଚାର୍ଜ ଓ ସୁପରିଣ୍ଟେଣ୍ଡେଣ୍ଟ ଛୁଟିରେ ଥିବାବେଳେ ପରୀକ୍ଷା ପରିଚାଳନା ପାଇଁ କେହି ଅଧ୍ୟାପକ ଆସି ନ ଥିବାରୁ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ତେଣୁ ଛାତ୍ରୀଛାତ୍ର ବିଭାଗୀୟ ଅଧ୍ୟାପକଙ୍କୁ ଫୋନ୍‌ରେ ଯୋଗାଯୋଗ କରିଥିଲେ ମଧ୍ୟ ସେ ବ୍ୟକ୍ତିଗତ କାମ କହି ପରୀକ୍ଷା ହଲ୍‌କୁ ଆସି ନ ଥିଲେ। ଏହାକୁ ନେଇ ପରୀକ୍ଷା ହଲ୍‌ରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ୧୨ଟା ୩୦ରେ ପରୀକ୍ଷା ଆରମ୍ଭ ହୋଇଥିଲା। ପିଲାଙ୍କ କହିବା କଥା, ପରୀକ୍ଷା ପୂର୍ବରୁ କଲେଜରେ ପାଠ୍ୟକ୍ରମ ଶେଷ କରାଯାଉ ନାହିଁ। ଛାତ୍ରୀଛାତ୍ର ଅଭିଯୋଗ କଲେ ବାକି ଥିବା ପାଠ୍ୟକ୍ରମ ୟୁୁଟ୍ୟୁବ୍‌ରୁ ପଢ଼ିବା ପାଇଁ ଅଧ୍ୟାପକ କହୁଥିବା ଆଦି ଅଭିଯୋଗ ଉଠାଇ ଛାତ୍ରୀଛାତ୍ରମାନେ ଉତ୍ତେଜିତ ହୋଇପଡିଥିଲେ। ତେବେ ଏ ସଂକ୍ରାନ୍ତରେ କଲେଜ ପ୍ରିନ୍ସିପାଲଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତାଙ୍କ ଟାର୍ଗେଟ୍‌, କହିଲେ ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ…

ଭୁବନେଶ୍ବର, ୨୬।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତା ସମୀର ମହାନ୍ତି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗୁମାସ୍ତା, ରିମୋଟ୍‌...

ଉମରକୋଟରେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲା ପୋଲିସ

ଭୁବନେଶ୍ବର, ୨୬।୪: ଉମରକୋଟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ମାଜିଷ୍ଟ୍ରେଟ ଓ ପୋଲିସ। ପ୍ରଚାର ପାଇଁ ଯାଇଥିବା ବେଳେ ହେଲିକପ୍ଟର ହୋଇଛି।...

ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା। ଶୁକ୍ରବାର ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର,୨୬।୪: ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ୨୮ ତାରିଖରେ ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ନଡ୍ଡାଙ୍କ ଗସ୍ତକୁ ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri