ପରୀକ୍ଷା ପରିଚାଳନାକୁ ନେଇ ମହର୍ଷି କଲେଜରେ ଛାତ୍ର ଅସନ୍ତୋଷ

ଭୁବନେଶ୍ୱର,୨୧ା୫(ବ୍ୟୁରୋ): ଭୁବନେଶ୍ୱର ଶହୀଦନଗରସ୍ଥିତ ମହର୍ଷି ନାଚୁରାଲ ଲ’ କଲେଜରେ ପରୀକ୍ଷା ପରିଚାଳନାକୁ ନେଇ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଶନିବାର ନିର୍ଦ୍ଧାରିତ ସମୟଠାରୁ ୨ ଘଣ୍ଟା ବିଳମ୍ବରେ ପରୀକ୍ଷା ହେବା ଓ ଏହି ସମୟରେ ପରୀକ୍ଷା ଇନ୍‌ଚାର୍ଜ ଏବଂ ସୁପରିଣ୍ଟେଣ୍ଡେଣ୍ଟ ଛୁଟିରେ ରହିବା ଘଟଣାକୁ ନେଇ ପରୀକ୍ଷା ହଲ୍‌ରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ପିଲାଙ୍କ ପ୍ରତି କଲେଜ କର୍ତ୍ତୃପକ୍ଷ ଅବହେଳା କରିବା ସହ ସେମାନଙ୍କ ଭବିଷ୍ୟତ ନଷ୍ଟ କରୁଥିବା ଯୁକ୍ତ୩ ରାଜନୀତି ବିଜ୍ଞାନ ବିଭାଗ ଶେଷବର୍ଷ ଛାତ୍ରୀଛାତ୍ର ଅଭିଯୋଗ କରି କ୍ୟାମ୍ପସରେ ହୋହଲ୍ଲା କରିଥିଲେ। ସେମାନଙ୍କ ଅଭିଯୋଗ ଅନୁସାରେ, ଶନିବାର ବିଭାଗୀୟ ଛାତ୍ରୀଛାତ୍ର ପ୍ରୋଜେକ୍ଟ ଦାଖଲ କରିବାର ଥିଲା। ପୂର୍ବ ନିର୍ଦ୍ଧାରିତ ୧୦ଟା ୩୦ରେ ଛାତ୍ରୀଛାତ୍ର ଓ ଏକ୍ସଟର୍ନାଲ ପରୀକ୍ଷକ ପହଞ୍ଚତ୍ଥିଲେ ମଧ୍ୟ ଇଣ୍ଟରନାଲ ପରୀକ୍ଷକ ଆସି ନ ଥିଲେ। ପରୀକ୍ଷା ଇନ୍‌ଚାର୍ଜ ଓ ସୁପରିଣ୍ଟେଣ୍ଡେଣ୍ଟ ଛୁଟିରେ ଥିବାବେଳେ ପରୀକ୍ଷା ପରିଚାଳନା ପାଇଁ କେହି ଅଧ୍ୟାପକ ଆସି ନ ଥିବାରୁ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ତେଣୁ ଛାତ୍ରୀଛାତ୍ର ବିଭାଗୀୟ ଅଧ୍ୟାପକଙ୍କୁ ଫୋନ୍‌ରେ ଯୋଗାଯୋଗ କରିଥିଲେ ମଧ୍ୟ ସେ ବ୍ୟକ୍ତିଗତ କାମ କହି ପରୀକ୍ଷା ହଲ୍‌କୁ ଆସି ନ ଥିଲେ। ଏହାକୁ ନେଇ ପରୀକ୍ଷା ହଲ୍‌ରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ୧୨ଟା ୩୦ରେ ପରୀକ୍ଷା ଆରମ୍ଭ ହୋଇଥିଲା। ପିଲାଙ୍କ କହିବା କଥା, ପରୀକ୍ଷା ପୂର୍ବରୁ କଲେଜରେ ପାଠ୍ୟକ୍ରମ ଶେଷ କରାଯାଉ ନାହିଁ। ଛାତ୍ରୀଛାତ୍ର ଅଭିଯୋଗ କଲେ ବାକି ଥିବା ପାଠ୍ୟକ୍ରମ ୟୁୁଟ୍ୟୁବ୍‌ରୁ ପଢ଼ିବା ପାଇଁ ଅଧ୍ୟାପକ କହୁଥିବା ଆଦି ଅଭିଯୋଗ ଉଠାଇ ଛାତ୍ରୀଛାତ୍ରମାନେ ଉତ୍ତେଜିତ ହୋଇପଡିଥିଲେ। ତେବେ ଏ ସଂକ୍ରାନ୍ତରେ କଲେଜ ପ୍ରିନ୍ସିପାଲଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଭାରତ ପାଇଁ ଐତିହାସିକ ଦିନ: ୨୮ ବର୍ଷ ପରେ ପୁଣି ଦୋହରାଇବ ଇତିହାସ, ୨ ଦେଶ ବିପକ୍ଷରେ…

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ପାଇଁ ଆଜି ଅର୍ଥାତ୍‌ ଅକ୍ଟୋବର ୩ ଏକ ଐତିହାସିକ ଦିନ ହେବାକୁ ଯାଉଛି। ଏହି ଦିନ ଭାରତୀୟ କ୍ରିକେଟ ଟିମ ଗୋଟିଏ ଦିନରେ…

ଅଲ-ଟାଇମ ବେଷ୍ଟ ଫିଲ୍ଡର୍ସ୍‌-୧୧ ଘୋଷଣା: ୪ ଭାରତୀୟଙ୍କୁ ମିଳିଲା ସ୍ଥାନ, ଯୁବରାଜ ବାଦ୍‌

ନୂଆଦିଲ୍ଲୀ,୩।୧୦: କ୍ରିକେଟ୍‌ର ରନ ଓ ଉଇକେଟ ସହ ଫିଲ୍ଡିଂ ମଧ୍ୟ ମ୍ୟାଚ୍‌ର ଗତିପଥ ବଦଳାଇବାରେ ବଡ଼ ଭୂମିକା ନିଏ। ଏକ ଚମତ୍କାର କ୍ୟାଚ, ଦ୍ରୁତ ଥ୍ରୋ କିମ୍ବା…

ମୋଦି, ଶାହା, ଜ୍ଞାନେଶ ‘ଗଣତନ୍ତ୍ର ଧ୍ୱଂସ’ କରିଛନ୍ତି: ରାହୁଲ

ନୂଆଦିଲ୍ଲୀ, ୩।୧୦: ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ…

ଅସୁରକ୍ଷିତ ଶ୍ରେଣୀଗୃହରେ ପାଠପଢ଼ା: ବିଦ୍ୟାର୍ଥୀଙ୍କ ସୁରକ୍ଷା ଚିନ୍ତାରେ ଅଭିଭାବକ

ଜି.ଉଦୟଗିରି,୩ା୧୦(ଚିନ୍ମୟ କୁମାର ସେଠୀ):କନ୍ଧମାଳ ଜିଲା ଜି.ଉଦୟଗିରିରେ ୧୯୩୬ରେ ହବାକ୍‌ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ବହୁ ପୁରାତନ ଏହି ବିଦ୍ୟାଳୟର ଶ୍ରେଣୀଗୃହଗୁଡିକ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି।…

ବିମାନ ଯାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଜୀବନ ଦେଇଥିଲେ ନୀରଜା

ନୂଆଦିଲ୍ଲୀ,୩।୧୦: ବର୍ତ୍ତମାନ ସମଗ୍ର ବିଶ୍ୱରେ ଫ୍ଲାଏଦୁବାଇ ବିମାନ ଅପହରଣ ଘଟଣାର ହିରୋ ସ୍ମିତ୍‌ ମଚ୍ଛାରଙ୍କୁ ତାଙ୍କ ଅପୂର୍ବ ସାହସିକତା ପାଇଁ ପ୍ରଶଂସା କରାଯାଉଛି। ତେବେ ଏହି ଘଟଣା,…

ନିଜ ପୁଅଙ୍କୁ ନିୟନ୍ତ୍ରଣ କରିପାରି ନ ଥିବା ଶ୍ୱଶୁରଙ୍କୁ ଦାୟୀ କରାଯାଇପାରିବ ନାହିଁ

ନୂଆଦିଲ୍ଲୀ,୩ା୧୦: ଘରୋଇ ହିଂସା ଆଇନ ଅନୁଯାୟୀ ନିଜ ପ୍ରାପ୍ତବୟସ୍କ ପୁଅଙ୍କୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ଶ୍ୱଶୁରଙ୍କୁ ଦାୟୀ କରାଯାଇପାରିବ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ ରାୟ…

ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ସଭାପତି ପଦରୁ ଓ୍ବାରିଙ୍ଗ୍‌ଙ୍କ ଇସ୍ତଫା

ନୂଆଦିଲ୍ଲୀ,୩ା୧୦: କଂଗ୍ରେସ ନେତା ଅମରିନ୍ଦର ସିଂ ରାଜା ଓ୍ବାରିଙ୍ଗ୍‌ ଶୁକ୍ରବାର ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟି ପଞ୍ଜାବ ରାଜ୍ୟ କଂଗ୍ରେସ ସଭାପତି ପଦରୁ ଆନୁଷ୍ଠାନିକ…

ଫ୍ରାନ୍ସରେ ଛାତ୍ର-ପୋଲିସ ସଂଘର୍ଷ: ୪୦୦ ସ୍କୁଲ ବନ୍ଦ

ପ୍ୟାରିସ୍‌, ୩।୧୦: ଫ୍ରାନ୍ସରେ ଶୁକ୍ରବାର ବିକ୍ଷୋଭ ଆହୁରି ତୀବ୍ରତର ହୋଇଛି। ହାଇସ୍କୁଲ ଛାତ୍ରୀଛାତ୍ରମାନେ ବିଲ୍ଡିଂଗୁଡ଼ିକର ପ୍ରବେଶପଥ ଅବରୋଧ କରିବା, ପୋଲିସ ସହ ସଂଘର୍ଷ କରିବା ଏବଂ କେତେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?