‘ଗୁଳୁଗୁଳିରେ ଅତିଷ୍ଠ କରୁଛି ପାଓ୍ବାରକଟ୍‌’

ଭୁବନେଶ୍ୱର,୨୧ା୫(ବ୍ୟୁରୋ)- ରାଜ୍ୟରେ କିଛିଦିନ ଧରି ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ଏପରିକି ଭୁବନେଶ୍ୱରରେ ମଧ୍ୟ କିଛିଦିନ ହେବ ତାପମାତ୍ରା ୩୮ଡିଗ୍ରୀ ସେଲସିୟସରୁ ଅଧିକ ରହୁଥିବାବେଳେ ମାତ୍ରାଧିକ ଗୁଳୁଗୁଳି ଅନୁଭୂତ ହେଉଛି। ତେବେ ରାଜଧାନୀରେ ପାଓ୍ବାର କଟ୍‌ ସମସ୍ୟାକୁ ଆହୁରି ବଢ଼ାଇ ଦେଇଛି। ଧନିକ ଶ୍ରେଣୀର ଲୋକମାନେ ଇନ୍‌ଭର୍ଟର ଲଗାଇ ସମସ୍ୟାରୁ ସାମାନ୍ୟ ଉପଶମ ପାଉଥିବାବେଳେ ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକେ ଖରା ଗରମରେ ଛଟପଟ ହେଉଛନ୍ତି। ନୁଆଁଣିଆ ଆଜବେଷ୍ଟସ୍‌ ଘରେ ରହୁଥିବା ବସ୍ତି ବାସିନ୍ଦାଙ୍କ ସମସ୍ୟା ସବୁଠୁ ବେଶି ରହୁଛି। ପଙ୍ଖା ଟିକେ ଚଳାଇ ଦ୍ୱିପହର ବିତାଇଦେବାକୁ ଚାହୁଁଥିବା ଲୋକମାନେ ପାଓ୍ବାର କଟ୍‌ ଯୋଗୁ ଭୋଗୁଥିବା ଯନ୍ତ୍ରଣାକୁ ବଖାଣିଛନ୍ତି।

ବସ୍ତି ଅଞ୍ଚଳରେ ଆମର ଆଜବେଷ୍ଟସ୍‌ ଘର। ଟିକେ ଖରାହେଲେ ଗରମରେ ଘର ଭିତରେ ପଶିହେଉନି।ସେଥିରେ ପୁଣି ପ୍ରତିଦିନ ୧୦ରୁ ୧୨ ଥର ପାଓ୍ବାର କଟ୍‌ ହେଉଛି। ବୟସ୍କ ଓ ଛୋଟଛୋଟ ପିଲାମାନେ ଗରମରେ କଲବଲ ହେଉଛନ୍ତି। ଗରମରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ବାହାରୁଛି। ନେତା ମନ୍ତ୍ରୀ, ବିଦ୍ୟୁତ୍‌ ବିଭାଗ ଅଧିକାରୀ ଶୀତତାପ ନିୟନ୍ତ୍ରିତ କାର୍ଯ୍ୟାଳୟରେ ବସୁଛନ୍ତି, ଶୀତତାପ ନିୟନ୍ତ୍ରିତ ଗାଡ଼ିରେ ଯାଉଛନ୍ତି। ତେଣୁ ସାଧାରଣ ଲୋକଙ୍କ ସମସ୍ୟା ସେମାନେ ବୁଝିପାରୁନାହାନ୍ତି। ପାଓ୍ବାର କଟ୍‌ ହେଉ ନ ଥିବା କହି ବିଭାଗୀୟ ମନ୍ତ୍ରୀ ଦୋଷ ଖସାଉଛନ୍ତି। ରାଜ୍ୟ ସରକାରଙ୍କର ଲୋକଙ୍କ ପ୍ରତି ଯଦି ସାମାନ୍ୟ ଦରଦ ଥାଏ ଦୋଷ ସ୍ବୀକାର କରି ପାଓ୍ବାର କଟ୍‌ ବନ୍ଦ କରିଲେ ଆମ ଭଳି ଲୋକେ ଉପକୃତ ହୋଇପାରନ୍ତୁ।
– ଚିନ୍ତାମଣି ମହାରଣା, ଖଣ୍ଡଗିରିବାରି

ଏଭଳି ଅସହ୍ୟ ଖରା ଗରମରେ ପାୱାର କଟ୍‌ କଟା ଘା’ରେ ଚୂନ ବୋଳିଲା ଭଳି ଲାଗୁଛି। ଦିନରେ ବହୁତ ଥର କରେଣ୍ଟ ଚାଲିଯିବା ହେତୁ ମୋର ବର୍ଷକର ଛୁଆ ଜମା ଶୋଇପାରୁନି, ସେ ଖାଲି କାନ୍ଦୁଛି। ଅନେକ ସମୟରେ ଘୋଷଣା ନ କରି ଘଣ୍ଟା ଘଣ୍ଟା ଧରି କରେଣ୍ଟ କାଟିଦେଉଛନ୍ତି। ଫଳରେ ଆମେ ଜାଣିପାରୁନୁ। ପାଣି ଟାଙ୍କି ଭରିପାରୁନୁ। କେତେବେଳେ ପାଣି ସରିଯାଉଛି, ଆଉ ବିନା ପାଣିରେ ସବୁ କାମ ବନ୍ଦ ରହୁଛି, କିଛି କାମ ଠିକ୍‌ ସମୟରେ ହୋଇପାରୁନି।
-ଶ୍ରଦ୍ଧାଞ୍ଜଳି ପଣ୍ଡା, ଗୃହିଣୀ, ଆଚାର୍ଯ୍ୟବିହାର

ପାଠପଢ଼ା ପାଇଁ ଭୁବନେଶ୍ୱରରେ ଘର ଭଡ଼ା ନେଇ ରହୁଛୁ। ଇନଭର୍ଟର ଲଗାଇବା ସମ୍ଭବ ନୁହେଁ। ଖରା ଓ ଗୁଳୁଗୁଳିରୁ ରକ୍ଷା ପାଇବା ପାଇଁ ପଙ୍ଖା ହିଁ ଏକମାତ୍ର ଭରସା। ହେଲେ ଦିନକୁ ଏତେଥର କରେଣ୍ଟ କଟୁଛି ଯେ ନ କହିବା ଭଲ। ରାତିରେ ଅନେକ ସମୟରେ ଲାଇନ୍‌ କଟିବା ଫଳରେ ଆଦାୈ ଶୋଇ ହେଉନାହିଁ। ଏଥିରେ ପାଠପଢ଼ାରେ କିପରି ମନ ଲାଗିବ। ସହରରେ ଯଦି ଏପରି ଅବସ୍ଥା ଗାଁଗଣ୍ଡାରେ କ’ଣ ପରିସ୍ଥିତି ଥିବ ଭାବି ଚିନ୍ତା ଲାଗୁଛି।
– ଶାନ୍ତନୁ ବେହେରା, ଛାତ୍ର, ନୟାପଲ୍ଲୀ

ବିଜୁଳି ଉତ୍ପାଦନରେ ଓଡ଼ିଶା ଏକ ବଳକା ରାଜ୍ୟ ହୋଇଥିବା ସତ୍ତ୍ୱେ ସରକାର ପ୍ରତ୍ୟେକ ଘରକୁ ବିଦ୍ୟୁତ୍‌ ସଂଯୋଗ କରିବାରେ ବିଫଳ ହୋଇଛନ୍ତି। ଏତେ ଖରା ଗୁଳୁଗୁଳିରେ ବାରମ୍ବାର ପାଓ୍ବାର କଟ୍‌ ହେଉଛି। ସରକାର ପାୱାର କଟ୍‌କୁ ଅନ୍ୟ ଏକ ରୂପ ଦେବାକୁ ପ୍ରୟାସ କରି କହୁଛନ୍ତି ଯେ ପାୱାର ଟ୍ରିପ୍‌ ହେଉଛି। ଏଭଳି କହି ସରକାର ରାଜ୍ୟ ଜନତାଙ୍କୁ ଭୁଆଁ ବୁଲାଉଛନ୍ତି। ଏକ ଘରୋଇ କମ୍ପାନୀ ଅର୍ଥାତ ଟାଟା ପାୱାର ରାଜ୍ୟ ଡିସ୍‌କମ୍‌କୁ ଅଧିକୃତ କରିବା ପରେ ରାଜ୍ୟରେ ବିଦ୍ୟୁତ୍‌ ଯୋଗାଣ ବ୍ୟବସ୍ଥା ଅଧିକ ଶୋଚନୀୟ ହୋଇପଡ଼ିଛି।
– ଅପର୍ଣ୍ଣେଶ ମନ୍ତ୍ରୀ, ପଲିଟିକାଲ ଆନାଲିଷ୍ଟ, ଜାଗମରା

ଏଇ କିଛିଦିନ ହେଲା ଯେମିତି ଖରା ହେଉଛି, ୫ ମିନିଟ୍‌ କରେଣ୍ଟ ଚାଲିଗଲେ ଜୀବନ ଚାଲିଗଲା ଭଳି ଲାଗୁଛି। ଧନୀ ଲୋକମାନଙ୍କ ପାଖରେ ଇନଭର୍ଟର ଅଛି ବୋଲି ଚଳିଯିବେ। ମାତ୍ର ଆମେ ମଧ୍ୟବିତ୍ତ ଶ୍ରେଣୀର ଲୋକ କରେଣ୍ଟ ଆସିବା ଯାଏଁ ଅପେକ୍ଷା କରିଥାଉ। ମାସକୁ ମାସ ଆମେ ଖର୍ଚ୍ଚ କରିଥିବା ବିଦ୍ୟୁତ୍‌ ଶକ୍ତି ହିସାବରେ ବିଲ୍‌ ଦେଇଥାଉ। ଏଥିରେ ସାମାନ୍ୟ ଖିଲାପ ହେଲେ ଫାଇନ୍‌ ମଧ୍ୟ ଦେଇଥାଉ। ମାତ୍ର ଆମେମାନେ ଏହି ଖରା ଗୁଳୁଗୁଳିରେ ଯେଉଁ ସମସ୍ୟା ଦେଇ ଗତି କରୁଛୁ ତାହାର ଫାଇନ୍‌ କିଏ ଦେବ?
– ସୋନାଲି ବେବର୍ତ୍ତା, ଗୃହିଣୀ, ଚନ୍ଦ୍ରଶେଖରପୁର।


Enter your email to get our daily news in your inbox.

All Right Reserved By Dharitri.Com

୧୭ ବର୍ଷୀୟା କୁମକୁମଙ୍କ ହ୍ୟାଟ୍ରିକ୍‌: ଏସିଆନ ଗେମ୍ସରେ ପୁଣି ସ୍ବର୍ଣ୍ଣ ଜିତି ରଚିଲେ ଇତିହାସ

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ତୀରନ୍ଦାଜଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ମାତ୍ର ୧୭ ବର୍ଷ ବୟସରେ କୁମକୁମ ମୋହଦ ଭାରତକୁ ଦେଇଛନ୍ତି ୧୭ତମ ସ୍ବର୍ଣ୍ଣ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ସାଇକେଲରେ ଗାଁକୁ ଯାଉଥିଲେ କଷ୍ଟୁ: ହଠାତ୍‌ ଆକ୍ରମଣ କଲା ବାର୍‌ହା, ଆଉ ତା’ପରେ ଘଟିଲା…

ଦେବଗଡ଼/ରିଆମାଳ ୩।୧୦(ଶଶାଙ୍କ ଶେଖର ଝାଙ୍କର/ବଦ୍ରିନାରାୟଣ ଅଗ୍ରୱାଲା), ୩।୧୦: ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କୁରଡ଼ପୋଷି ଗ୍ରାମରେ ଜଙ୍ଗଲୀ ବାର୍‌ହା ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ…

ଦୀପାବଳି ପୂର୍ବରୁ ଖୁସିଖବର: ରାଶନ କାର୍ଡଧାରୀଙ୍କୁ ମାଗଣା ମିଳିବ ଗ୍ୟାସ ସିଲିଣ୍ଡର! ଜାଣନ୍ତୁ କେମିତି ଉଠାଇବେ ଲାଭ

୩।୧୦: ଦୀପାବଳି ପର୍ବ ପୂର୍ବରୁ ରୋଷେଇ ଗ୍ୟାସ ସିଲିଣ୍ଡରକୁ ନେଇ ସାଧାରଣ ଲୋକଙ୍କ ପାଇଁ ବଡ଼ ଖବର ସାମ୍ନାକୁ ଆସିଛି। ଦିଲ୍ଲୀ ସରକାର ରାଶନ କାର୍ଡଧାରୀ ପରିବାରଙ୍କୁ…

ଆଜି ଭାରତ ପାଇଁ ଐତିହାସିକ ଦିନ: ୨୮ ବର୍ଷ ପରେ ପୁଣି ଦୋହରାଇବ ଇତିହାସ, ୨ ଦେଶ ବିପକ୍ଷରେ…

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ପାଇଁ ଆଜି ଅର୍ଥାତ୍‌ ଅକ୍ଟୋବର ୩ ଏକ ଐତିହାସିକ ଦିନ ହେବାକୁ ଯାଉଛି। ଏହି ଦିନ ଭାରତୀୟ କ୍ରିକେଟ ଟିମ ଗୋଟିଏ ଦିନରେ…

ଅଲ-ଟାଇମ ବେଷ୍ଟ ଫିଲ୍ଡର୍ସ୍‌-୧୧ ଘୋଷଣା: ୪ ଭାରତୀୟଙ୍କୁ ମିଳିଲା ସ୍ଥାନ, ଯୁବରାଜ ବାଦ୍‌

ନୂଆଦିଲ୍ଲୀ,୩।୧୦: କ୍ରିକେଟ୍‌ର ରନ ଓ ଉଇକେଟ ସହ ଫିଲ୍ଡିଂ ମଧ୍ୟ ମ୍ୟାଚ୍‌ର ଗତିପଥ ବଦଳାଇବାରେ ବଡ଼ ଭୂମିକା ନିଏ। ଏକ ଚମତ୍କାର କ୍ୟାଚ, ଦ୍ରୁତ ଥ୍ରୋ କିମ୍ବା…

ମୋଦି, ଶାହା, ଜ୍ଞାନେଶ ‘ଗଣତନ୍ତ୍ର ଧ୍ୱଂସ’ କରିଛନ୍ତି: ରାହୁଲ

ନୂଆଦିଲ୍ଲୀ, ୩।୧୦: ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ…

ଅସୁରକ୍ଷିତ ଶ୍ରେଣୀଗୃହରେ ପାଠପଢ଼ା: ବିଦ୍ୟାର୍ଥୀଙ୍କ ସୁରକ୍ଷା ଚିନ୍ତାରେ ଅଭିଭାବକ

ଜି.ଉଦୟଗିରି,୩ା୧୦(ଚିନ୍ମୟ କୁମାର ସେଠୀ):କନ୍ଧମାଳ ଜିଲା ଜି.ଉଦୟଗିରିରେ ୧୯୩୬ରେ ହବାକ୍‌ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ବହୁ ପୁରାତନ ଏହି ବିଦ୍ୟାଳୟର ଶ୍ରେଣୀଗୃହଗୁଡିକ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?