ନୂଆଦିଲ୍ଲୀ,୩ା୧୦: କଂଗ୍ରେସ ନେତା ଅମରିନ୍ଦର ସିଂ ରାଜା ଓ୍ବାରିଙ୍ଗ୍ ଶୁକ୍ରବାର ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟି ପଞ୍ଜାବ ରାଜ୍ୟ କଂଗ୍ରେସ ସଭାପତି ପଦରୁ ଆନୁଷ୍ଠାନିକ ଭାବେ ଇସ୍ତଫା ଦେଇଛନ୍ତି। ୪ ବର୍ଷ ହେଲା ଓ୍ବାରିଙ୍ଗ୍ ପ୍ରଦେଶ କଂଗ୍ରେସ ସଭାପତି ପଦରେ ରହିଥିବାବେଳେ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଛି। ରାଜ୍ୟ କଂଗ୍ରେସରେ ଦୀର୍ଘଦିନ ହେଲା ଲାଗିରହିଥିତ୍ବା ଅନ୍ତର୍ଦ୍ୱନ୍ଦ୍ୱ କାରଣରୁ ଓ୍ବାରିଙ୍ଗ୍ ଶେଷରେ ଇସ୍ତଫା ଦେଇଛନ୍ତି। କଂଗ୍ରେସ ନିକଟରେ ଏଆଇସିସି ପ୍ରଭାରୀ ପଦରୁ ଭୂପେଶ ବଘେଲଙ୍କୁ ହଟାଇ ତାଙ୍କ ସ୍ଥାନରେ ସଚିନ ପାଇଲଟ୍ଙ୍କୁ ନିଯୁକ୍ତ କରିଥିଲା। ପଞ୍ଜାବର ପୂର୍ବତନ ମନ୍ତ୍ରୀ ବିଜୟ ଇନ୍ଦର ସିଙ୍ଗ୍ଲା ନୂଆ ସଭାପତି ଦୌଡ଼ରେ ଆଗରେ ଥିବା ଜଣାପଡ଼ିଛି।

