ବିଏମ୍‌ସି ଅବସରପ୍ରାପ୍ତ କର୍ମଚାରୀ ଅବହେଳିତ

ଭୁବନେଶ୍ୱର,୨୧ା୫ (ବ୍ୟୁରୋ): ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୀତ ଆଇନ୍‌ ଅଧୀନରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପରିଚାଳିତ ହେଉଛି। ବିଏମ୍‌ସି କର୍ମଚାରୀମାନେ ସରକାରୀ କର୍ମଚାରୀଙ୍କ ଭଳି ସମସ୍ତ ସୁବିଧା ପାଉଛନ୍ତି। ସେହିପରି ସରକାରୀ ନିୟମ ଅନୁଯାୟୀ ସମସ୍ତ ଦଣ୍ଡବିଧାନ ଓ ଅନ୍ୟାନ୍ୟ ବ୍ୟବସ୍ଥା ରହିଛି। ମାତ୍ର ଗ୍ରାଚ୍ୟୁଟି ଓ ପେନ୍‌ଶନ କ୍ଷେତ୍ରରେ ଅବହେଳା କରାଯାଉଥିବା ଅଭିଯୋଗ ହେଉଛି। ଅନ୍ୟ ସରକାରୀ କର୍ମଚାରୀ ଅବସର ତଥା ମୃତ୍ୟୁକାଳୀନ ଗ୍ରାଚ୍ୟୁଇଟି ସର୍ବାଧିକ ୧୫ଲକ୍ଷ ଟଙ୍କା ପାଉଥିବାବେଳେ ଏମାନଙ୍କୁ ମାତ୍ର ୮ଲକ୍ଷ ଟଙ୍କା ଦିଆଯାଉଛି। ଏହାକୁ ନେଇ ବିଏମ୍‌ସିରେ କାର୍ଯ୍ୟରତ ଓ ଅବସରପ୍ରାପ୍ତ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି। ଏହି ଅସଙ୍ଗତିକୁ ଦୂର କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ବାରମ୍ବାର ସରକାରଙ୍କୁ ଦାବି କରାଯାଉଥିଲେ ବି କୌଣସି ସୁଫଳ ମିଳୁନାହିଁ। ଏ ବାବଦରେ ସରକାରଙ୍କୁ ଚିଠି ମଧ୍ୟ ଲେଖା ସରିଛି। ଅପରପକ୍ଷେ ଗ୍ରାଚ୍ୟୁଟି ଟଙ୍କା ବୃଦ୍ଧି କରିବା ନିମନ୍ତେ ଜାନୁୟାରୀରେ ବସିଥିବା ବିଏମ୍‌ସି କର୍ପୋରେଶନ ବୈଠକରେ ମଧ୍ୟ ଅନୁମୋଦିତ ହୋଇଛି। କର୍ପରେଟରମାନେ ଏହାକୁ ସର୍ବସମ୍ମତିକ୍ରମେ ପାସ୍‌ କରିଛନ୍ତି। କେବଳ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହାକୁ ଅନୁମୋଦନ କରିବା ପରେ ବିଏମ୍‌ସି ତା’ ନିଜ ପାଣ୍ଠିରୁ ଗ୍ରାଚ୍ୟୁଟି ପ୍ରଦାନ କରିବ। ବିଏମ୍‌ସି ପକ୍ଷରୁ ଇତି ମଧ୍ୟରେ ଉକ୍ତ ବିଭାଗକୁ ବାରମ୍ବାର ଚିଠି କରାଯାଇଥିଲେ ବି କୌଣସି ଉତ୍ତର ମିଳୁନାହଁ। ପୂର୍ବରୁ ସଂଘ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀଙ୍କୁ ଭେଟିଥିବାବେଳେ ଶନିବାର ପୁନର୍ବାର ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଏଥିସହ ସୋମବାର ମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଥିବା ସଂଘ ପକ୍ଷରୁ ସୂଚନା ଦିଆଯାଇଛି।
ସେହିପରି ଅବସରପ୍ରାପ୍ତ ବିଏମ୍‌ସି କର୍ମଚାରୀଙ୍କୁ ପେନ୍‌ସନ୍‌ ବହି ମିଳୁନାହିଁ। ଫଳରେ ସେମାନଙ୍କୁ କେଉଁଠାରୁ ଋଣ ମିଳିପାରୁନାହିଁ। ରାଜ୍ୟର ଏତେବଡ଼ ପୌର ସଂସ୍ଥାରେ କାମ କରି ଏଭଳି ସମସ୍ୟା ଦେଇ ଗତି କରିବା ନିହାତି ପକ୍ଷେ ଲଜ୍ଜାର ବିଷୟ ବୋଲି ସଂଘ ସମ୍ପାଦକ ବ୍ରଜ ପଣ୍ଡା କହିଛନ୍ତି। ରାଜ୍ୟ ସରକାରଙ୍କ ଓଡ଼ିଶା ସିଭିଲ ସର୍ଭିସ ଆକ୍ଟ ୨୦୧୬ ସେକ୍ସନ ୧୮ ଅନୁଯାୟୀ, ମ୍ୟୁନିସିପାଲ କର୍ମଚାରୀମାନେ ସରକାରୀ କର୍ମଚାରୀଙ୍କ ପରି ସମସ୍ତ ସୁବିଧା ପାଇବେ। ମାତ୍ର ପୌର କର୍ମଚାରୀଙ୍କ କ୍ଷେତ୍ରରେ ଗ୍ରାଚ୍ୟୁଇଟି ୮ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ୨୦୨୦ ଜାନୁୟାରୀ ୧୬ରେ ନଗର ଉନ୍ନୟନ ବିଭାଗର ରେଜୁଲେଶନ ନଂ. ୧୪୧୪ରେ ପ୍ରକାଶ ପାଇଥିଲା। ଏହାକୁ ପୌର କର୍ମଚାରୀ ବିରୋଧ କରିବା ସହ ଏହାର ସଂଶୋଧନ ଦାବି କରୁଥିବାବେଳେ ଏନେଇ କୌଣସି ସମାଧାନ ବାହାରି ପାରୁନାହିଁ। ଦାବି ସମ୍ପର୍କରେ ବିଏମ୍‌ସି ବିଭାଗୀୟ ଅଧିକାରୀଙ୍କଠାରୁ ଆରମ୍ଭ କରି ମେୟର ପର୍ଯ୍ୟନ୍ତ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରାଯାଇଛି। ଗୋଟେପଟେ ନଗର ଉନ୍ନୟନ ବିଭାଗ ହାତ ବାନ୍ଧି ବସିଥିବାବେଳେ ବିଏମ୍‌ସି ଅଧିକାରୀ ଚିଠି କରିଦେଇ ନିଜ ମୁଣ୍ଡରୁ ଦୋଷ ଖସାଇ ଦେଉଥିବା ସଂଘ ସମ୍ପାଦକ ପଣ୍ଡା କ୍ଷୋଭର ସହ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri