ବିଏମ୍‌ସି ଅବସରପ୍ରାପ୍ତ କର୍ମଚାରୀ ଅବହେଳିତ

ଭୁବନେଶ୍ୱର,୨୧ା୫ (ବ୍ୟୁରୋ): ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୀତ ଆଇନ୍‌ ଅଧୀନରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପରିଚାଳିତ ହେଉଛି। ବିଏମ୍‌ସି କର୍ମଚାରୀମାନେ ସରକାରୀ କର୍ମଚାରୀଙ୍କ ଭଳି ସମସ୍ତ ସୁବିଧା ପାଉଛନ୍ତି। ସେହିପରି ସରକାରୀ ନିୟମ ଅନୁଯାୟୀ ସମସ୍ତ ଦଣ୍ଡବିଧାନ ଓ ଅନ୍ୟାନ୍ୟ ବ୍ୟବସ୍ଥା ରହିଛି। ମାତ୍ର ଗ୍ରାଚ୍ୟୁଟି ଓ ପେନ୍‌ଶନ କ୍ଷେତ୍ରରେ ଅବହେଳା କରାଯାଉଥିବା ଅଭିଯୋଗ ହେଉଛି। ଅନ୍ୟ ସରକାରୀ କର୍ମଚାରୀ ଅବସର ତଥା ମୃତ୍ୟୁକାଳୀନ ଗ୍ରାଚ୍ୟୁଇଟି ସର୍ବାଧିକ ୧୫ଲକ୍ଷ ଟଙ୍କା ପାଉଥିବାବେଳେ ଏମାନଙ୍କୁ ମାତ୍ର ୮ଲକ୍ଷ ଟଙ୍କା ଦିଆଯାଉଛି। ଏହାକୁ ନେଇ ବିଏମ୍‌ସିରେ କାର୍ଯ୍ୟରତ ଓ ଅବସରପ୍ରାପ୍ତ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି। ଏହି ଅସଙ୍ଗତିକୁ ଦୂର କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ବାରମ୍ବାର ସରକାରଙ୍କୁ ଦାବି କରାଯାଉଥିଲେ ବି କୌଣସି ସୁଫଳ ମିଳୁନାହିଁ। ଏ ବାବଦରେ ସରକାରଙ୍କୁ ଚିଠି ମଧ୍ୟ ଲେଖା ସରିଛି। ଅପରପକ୍ଷେ ଗ୍ରାଚ୍ୟୁଟି ଟଙ୍କା ବୃଦ୍ଧି କରିବା ନିମନ୍ତେ ଜାନୁୟାରୀରେ ବସିଥିବା ବିଏମ୍‌ସି କର୍ପୋରେଶନ ବୈଠକରେ ମଧ୍ୟ ଅନୁମୋଦିତ ହୋଇଛି। କର୍ପରେଟରମାନେ ଏହାକୁ ସର୍ବସମ୍ମତିକ୍ରମେ ପାସ୍‌ କରିଛନ୍ତି। କେବଳ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହାକୁ ଅନୁମୋଦନ କରିବା ପରେ ବିଏମ୍‌ସି ତା’ ନିଜ ପାଣ୍ଠିରୁ ଗ୍ରାଚ୍ୟୁଟି ପ୍ରଦାନ କରିବ। ବିଏମ୍‌ସି ପକ୍ଷରୁ ଇତି ମଧ୍ୟରେ ଉକ୍ତ ବିଭାଗକୁ ବାରମ୍ବାର ଚିଠି କରାଯାଇଥିଲେ ବି କୌଣସି ଉତ୍ତର ମିଳୁନାହଁ। ପୂର୍ବରୁ ସଂଘ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀଙ୍କୁ ଭେଟିଥିବାବେଳେ ଶନିବାର ପୁନର୍ବାର ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଏଥିସହ ସୋମବାର ମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଥିବା ସଂଘ ପକ୍ଷରୁ ସୂଚନା ଦିଆଯାଇଛି।
ସେହିପରି ଅବସରପ୍ରାପ୍ତ ବିଏମ୍‌ସି କର୍ମଚାରୀଙ୍କୁ ପେନ୍‌ସନ୍‌ ବହି ମିଳୁନାହିଁ। ଫଳରେ ସେମାନଙ୍କୁ କେଉଁଠାରୁ ଋଣ ମିଳିପାରୁନାହିଁ। ରାଜ୍ୟର ଏତେବଡ଼ ପୌର ସଂସ୍ଥାରେ କାମ କରି ଏଭଳି ସମସ୍ୟା ଦେଇ ଗତି କରିବା ନିହାତି ପକ୍ଷେ ଲଜ୍ଜାର ବିଷୟ ବୋଲି ସଂଘ ସମ୍ପାଦକ ବ୍ରଜ ପଣ୍ଡା କହିଛନ୍ତି। ରାଜ୍ୟ ସରକାରଙ୍କ ଓଡ଼ିଶା ସିଭିଲ ସର୍ଭିସ ଆକ୍ଟ ୨୦୧୬ ସେକ୍ସନ ୧୮ ଅନୁଯାୟୀ, ମ୍ୟୁନିସିପାଲ କର୍ମଚାରୀମାନେ ସରକାରୀ କର୍ମଚାରୀଙ୍କ ପରି ସମସ୍ତ ସୁବିଧା ପାଇବେ। ମାତ୍ର ପୌର କର୍ମଚାରୀଙ୍କ କ୍ଷେତ୍ରରେ ଗ୍ରାଚ୍ୟୁଇଟି ୮ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ୨୦୨୦ ଜାନୁୟାରୀ ୧୬ରେ ନଗର ଉନ୍ନୟନ ବିଭାଗର ରେଜୁଲେଶନ ନଂ. ୧୪୧୪ରେ ପ୍ରକାଶ ପାଇଥିଲା। ଏହାକୁ ପୌର କର୍ମଚାରୀ ବିରୋଧ କରିବା ସହ ଏହାର ସଂଶୋଧନ ଦାବି କରୁଥିବାବେଳେ ଏନେଇ କୌଣସି ସମାଧାନ ବାହାରି ପାରୁନାହିଁ। ଦାବି ସମ୍ପର୍କରେ ବିଏମ୍‌ସି ବିଭାଗୀୟ ଅଧିକାରୀଙ୍କଠାରୁ ଆରମ୍ଭ କରି ମେୟର ପର୍ଯ୍ୟନ୍ତ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରାଯାଇଛି। ଗୋଟେପଟେ ନଗର ଉନ୍ନୟନ ବିଭାଗ ହାତ ବାନ୍ଧି ବସିଥିବାବେଳେ ବିଏମ୍‌ସି ଅଧିକାରୀ ଚିଠି କରିଦେଇ ନିଜ ମୁଣ୍ଡରୁ ଦୋଷ ଖସାଇ ଦେଉଥିବା ସଂଘ ସମ୍ପାଦକ ପଣ୍ଡା କ୍ଷୋଭର ସହ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?