ସୁଦୃଢ଼ ହେଉଛି ସ୍ବାସ୍ଥ୍ୟ ଭିତ୍ତିଭୂମି

ଅନୁଗୋଳ ଅଫିସ, ୫ା୬ ମହାମାରୀର ଦ୍ୱିତୀୟ ଲହର ଅତି ମାରାତ୍ମକ ସାବ୍ୟସ୍ତ ହେଉଥିବାରୁ ଏହାର ଉଚିତ ମୁକାବିଲା ନିମନ୍ତେ ସ୍ବାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ଇତିମଧ୍ୟରେ ଅନୁଗୋଳ ଜିଲାରେ ଅଧିକ କୋଭିଡ୍‌ ହସ୍ପିଟାଲ, କରୋନା କେୟାର ସେଣ୍ଟର (ସିସିସି) ଖୋଲାଯିବା ସହ ଶଯ୍ୟା ସଂଖ୍ୟା, ଆଇସିୟୁ, ଅକ୍ସିଜେନ ସଂଲଗ୍ନ ବେଡ୍‌ ଓ ଭେଣ୍ଟିଲେଟର ବେଡ୍‌ ସଂଖ୍ୟା ବୃଦ୍ଧି କରାଯାଉଛି। କୋଭିଡ୍‌ ପ୍ରଥମ ଲହର ବେଳେ ଜିଲାରେ ଯେତିକି ଶଯ୍ୟା ଥିଲା, ଦ୍ୱିତୀୟ ଲହର ସମୟରେ ତାହାର ୭ ଗୁଣା ବଢ଼ାଯାଇସାରିଛି। ଆମ୍ବୁଲାନ୍ସ ଠାରୁ ଅକ୍ସିଜେନ ଉପଲବ୍ଧ ଯାଏ ସବୁକିଛି ଉପରେ ନଜର ରଖିବାକୁ ଜିଲା ପ୍ରଶାସନ ପକ୍ଷରୁ କୋଭିଡ୍‌ ମ୍ୟାନେଜମେଣ୍ଟ ସିଷ୍ଟମ(ସିଏମ୍‌ଏସ୍‌) ଖୋଲାଯାଇ ଏହାକୁ ନିୟନ୍ତ୍ରଣ କରାଯାଉଛି। ତଥାପି ଜିଲାରେ ମୃତ୍ୟୁ ସଂଖ୍ୟାରେ ରୋକ୍‌ ଲାଗିପାରୁ ନ ଥିବାରୁ ଏ ନେଇ ସାଧାରଣରେ ଅସନ୍ତୋଷ ରହିଛି।

ଅନୁଗୋଳ ଜିଲାରେ ଟେଷ୍ଟ ପଜିଟିଭ୍‌ ରେଟ୍‌ (ଟିପିଆର୍‌) ପାଖାପାଖି ୧୦ ପ୍ରତିଶତ ରହିଥିବା କୁହାଯାଉଥିଲେ ମଧ୍ୟ କୋଭିଡ୍‌ ବିପଦ ଟଳିନି। ଆଗକୁ ତୃତୀୟ ଲହର ଆସିବା ଆଶଙ୍କା ଥିବାରୁ ପ୍ରଶାସନ ଏ ନେଇ ପ୍ରସ୍ତୁତି କାର୍ଯ୍ୟରେ ଲାଗିପଡ଼ିଛି। ପ୍ରଥମ ଲହର ସମୟରେ ଜିଲାରେ କେବଳ ଗୋଟିଏ କୋଭିଡ୍‌ ହସ୍ପିଟାଲ ତାଳଚେରଠାରେ ଖୋଲାଯାଇଥିଲା। ସେହିପରି ଅନୁଗୋଳଠାରେ ଗୋଟିଏ ସିସିସି ରହିଥିଲା। ଏସବୁରେ ମୋଟ୍‌ ୪୭୫ଟି ସାଧାରଣ ଶଯ୍ୟା ଥିବାବେଳେ ମାତ୍ର ୬ଟି ଆଇସିୟୁ ବେଡ୍‌, ୮୦ଟି ଅକ୍ସିଜେନ୍‌ ସଂଲଗ୍ନ ଓ ୬ଟି ଭେଣ୍ଟିଲେଟର ଶଯ୍ୟା ରହିଥିଲା। ବର୍ତ୍ତମାନ ଜିଲାରେ ପ୍ରାୟ ୫ ହଜାର ସଂକ୍ରମିତ ଚିକିତ୍ସାଧୀନ ଥିବା ଓ ଆଗାମୀ ତୃତୀୟ ଲହର ଭୟାନକ ସାବ୍ୟସ୍ତ ହେବ ବୋଲି କୁହାଯାଉଥିବାରୁ ଜିଲାରେ ୨ଟି କୋଭିଡ୍‌ ହସ୍ପିଟାଲ ପ୍ରସ୍ତୁତ କରାଯାଇଛି। ଗୋଟିଏ ତାଳଚେରରେ ଓ ଅନ୍ୟଟି ବଅଁରପାଳସ୍ଥିତ ଇଏସ୍‌ଆଇ ହସ୍ପିଟାଲରେ ଖୋଲାଯାଇଛି। ଏଥିସହ ଅନୁଗୋଳ, ତାଳଚେର, ବଅଁରପାଳ, ଆଠମଲ୍ଲିକ ଓ ପାଲଲହଡ଼ାରେ ସିସିସି ବ୍ୟବସ୍ଥା ହୋଇଛି। ଜେଏସ୍‌ପିଏଲ୍‌ ଠାରେ ଖୋଲାଯାଇଥିବା ସିସିସିକୁ ଏଯାଏ ପ୍ରଶାସନ ହିସାବକୁ ନେଇନାହିଁ। ଜିଲା ମୁଖ୍ୟ ଚିକିତ୍ସାଳୟ, ଉପଖଣ୍ଡ ଚିକିତ୍ସାଳୟ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଆଇସୋଲେଶନ୍‌ ୱାର୍ଡ ଖୋଲାଯାଇଛି। ତେଣୁ ମୋଟ୍‌ ଉପରେ ୧୧୭୩ ସାଧାରଣ ଶଯ୍ୟା, ୬୦ ଆଇସିୟୁ ବେଡ୍‌, ୫୩୮ ଅକି୍ସଜେନ୍‌ ସଂଲଗ୍ନ ବେଡ୍‌ ଓ ୨୧ଟି ଭେଣ୍ଟିଲେଟର ବେଡ୍‌ ପ୍ରସ୍ତୁତ ସରିଛି। ଆଗକୁ ଆହୁରି ୨୩୦ଟି ଶଯ୍ୟା ଓ ୧୦ ଭେଣ୍ଟିଲେଟର ପାଇଁ ଅନୁମୋଦନ ହୋଇଛି। ଏଥିସହ ଜିଲାରେ ପାଖାପାଖି ୩୨ ଟନ୍‌ ଅକ୍ସିଜେନ୍‌ ମହଜୁଦ୍‌ ରହିଛି। ଜିଲାରେ ଏକାଧିକ ଅକ୍ସିଜେନ୍‌ ପ୍ଲାଣ୍ଟ ଥିବାରୁ ଏ ନେଇ ସମସ୍ୟ ନାହିଁ। ପ୍ରତିଦିନ ପାଖାପାଖି ୩ରୁ ୩.୫ ଟନ୍‌ ବ୍ୟବହାର ହେଉଛି। ତେଣୁ ଆଗାମୀ ଦିନରେ ଅକ୍ସିଜେନ ସଙ୍କଟ ଜିଲାରେ ଦେଖାଦେବ ନାହିଁ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ଟିମ୍‌ ଅନୁଗୋଳ ଜୋରଦାର ଉଦ୍ୟମ ଚଳାଇଛି
ଅନୁଗୋଳ ଜିଲାରେ କୋଭିଡ୍‌ ମୁକାବିଲା ପାଇଁ ଟିମ୍‌ ଅନୁଗୋଳ ଅନବରତ କାର୍ଯ୍ୟ କରୁଛି। ଆଗକୁ ଏହା ଆହୁରି ଜୋରଦାର କରାଯିବ। କୋଭିଡ୍‌ର ଦ୍ୱିତୀୟ ଲହର ଆସିବା ପରେ ବିଭିନ୍ନ ରାଜ୍ୟ ଓ ଜିଲା ଉପରେ ନଜର ରଖାଯାଇଥିଲା। ସେ ନେଇ ପ୍ରସ୍ତୁତି ସହ ଯୋଜନା ଆରମ୍ଭ ହୋଇଥିଲା। ତେଣୁ ଖୁବ୍‌ କମ୍‌ ସମୟ ମଧ୍ୟରେ ଜିଲାର ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବାର ଚେଷ୍ଟା ଚାଲିଛି।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ

ଅପପ୍ରଚାର ନ ହେଉ
ଜିଲାରେ କୋଭିଡ୍‌ ସଂକ୍ରମଣ ବଢ଼ିବାକୁ ନେଇ କେତେଜଣ ଲୋକ ପ୍ରଶାସନକୁ ସମାଲୋଚନା କରୁଛନ୍ତି। କିନ୍ତୁ ବାସ୍ତବ ଘଟଣାକୁ ସେମାନେ ଅନୁଧ୍ୟାନ କରୁନାହାନ୍ତି। ଜିଲାରେ ସ୍କ୍ରିନିଂ ଠାରୁ ଆରମ୍ଭ କରି ଟେଷ୍ଟିଂ ଓ ଯାଞ୍ଚ ଉପରେ ଅଧିକ ଧ୍ୟାନ ଦିଆଯାଉଛି। ଏହାଦ୍ୱାରା ଶୀଘ୍ର ସଂକ୍ରମିତ ଚିହ୍ନଟ ସହ ସୁସ୍ଥ ହେବେ। ତେଣୁ ଏଥିରେ ଭୟଭୀତ ନ ହୋଇ କି ଅପପ୍ରଚାର ନ କରି ସହଯୋଗ କରନ୍ତୁ।
-ବଇତୁରା ଦୀପ, ଜିଲା କୋଭିଡ୍‌ ନୋଡାଲ ଅଧିକାରୀ

ଯୁବବର୍ଗଙ୍କ ଟିକାକରଣ ଶୀଘ୍ର ହେଉ
ଜିଲାରେ ସ୍ବାସ୍ଥ୍ୟ ଭିତ୍ତିଭୂମି ବଢ଼ୁଥିଲେ ମଧ୍ୟ ଟିକାକରଣକୁ ନେଇ ଲୋକେ ସନ୍ତୁଷ୍ଟ ନୁହନ୍ତି। ବିଶେଷକରି ଜିଲାରେ ଏଯାଏ ୧୮ରୁ ୪୪ ବର୍ଷର ଲୋକଙ୍କ ଟିକାକରଣ ଆରମ୍ଭ ହୋଇପାରି ନାହିଁ। ତେଣୁ ଯେତେଶୀଘ୍ର ଏହା ଉପରେ ଗୁରୁତ୍ୱ ଦିଆଯିବ, ସେତେ ଭଲ। କାରଣ ଟିକା ହିଁ କରୋନା ବିରୋଧରେ ଏଯାଏ ସଞ୍ଜୀବନୀ ସାଜିଆସିଛି। ତେଣୁ ଜିଲା ପ୍ରଶାସନ ସରକାରଙ୍କ ନିକଟରେ ଅଧିକ ଟିକା ଦାବି କରନ୍ତୁ।
-ଦେବାଶିଷ ମିଶ୍ର, ଅନୁଗୋଳ

ଅକ୍ସିଜେନ୍‌ ମହଜୁଦ୍‌ ରହିବା ବଡ଼ ଆଶ୍ୱାସନା
ଅନୁଗୋଳ ଜିଲାରେ ଅକ୍ସିଜେନ ଉତ୍ପାଦନ ହେଉଛି। ଦେଶର ବିଭିନ୍ନ ରାଜ୍ୟକୁ ଏଠାରୁ ବହୁ ଟନ୍‌ ଅକ୍ସିଜେନ ଟ୍ୟାଙ୍କର ମାଧ୍ୟମରେ ପଠାଯାଉଛି। ତେଣୁ କୋଭିଡ୍‌ ସଂକ୍ରମିତଙ୍କ ପାଇଁ ଅକ୍ସିଜେନର ଅଭାବ ଅନୁଗୋଳରେ ପରିଲକ୍ଷିତ ହେବ ନାହିଁ ବୋଲି ପ୍ରଶାସନ କହୁଛି। ଏହା ସମସ୍ତଙ୍କ ପାଇଁ ଏକ ବଡ଼ ଆଶ୍ୱାସନା ହୋଇପାରିଛି।
-ପ୍ରତାପ ମହାପାତ୍ର, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ନବବିବାହିତ ଯୁବକଙ୍କୁ ଗଳାକାଟି ହତ୍ୟା

ଗଜପତି,୨୯।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋସାଣି ବ୍ଲକ ଗୁରାଣ୍ଡି ଥାନା ଅଧୀନ ତୋଟାଗୁମ୍ବୁଡା ଗାଁରେ ଏକ ଅଘଟଣ ଘଟିଛି। ଜଣେ ନବବିବାହିତ ଯୁବକଙ୍କୁ ଗଳାକାଟି ଅତି...

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଶୀର୍ବାଦ କାମନା କଲେ ଦେବେଶ ଆଚାର୍ଯ୍ୟ

ବରଗଡ଼,୨୯ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରମାଗତ ତୃତୀୟଥର ପାଇଁ ଦେବେଶ ଆଚାର୍ଯ୍ୟଙ୍କ ନାମ...

ଗୁଡ୍‌ ଫ୍ରାଇଡେରେ ପ୍ରାର୍ଥନା କରି ନିର୍ବାଚନ ପ୍ରଚାର ଆରମ୍ଭ କଲେ ଦିଲୀପ ତିର୍କୀ

ସୁନ୍ଦରଗଡ,୨୭ା୩(ଜୟ ନାରାୟଣ ମେଣ୍ଡୁଳି): ଚର୍ଚ୍ଚରେ ପ୍ରାର୍ଥନା କରି ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ଲୋକସଭା ପ୍ରାର୍ଥୀ ଦିଲୀପ ତିର୍କୀ। ପ୍ରାର୍ଥୀ ଘୋଷଣା ହେବା ପରେ ଶୁକ୍ରବାର...

ଭାଜପା ଛାଡ଼ିବା କାରଣ କହିଲେ ପ୍ରକାଶ

ଭୁବନେଶ୍ୱର,୨୯।୩: ଭାଜପା ଛାଡ଼ିବା ପରେ ମୁହଁ ଖୋଲିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ କହିଛନ୍ତି, ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜଭୁତ...

ଭାଜପା ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ହୋଇପାରନ୍ତି ସାମିଲ

ନୀଳଗିରି, ୨୯।୩(ପ୍ରଶାନ୍ତ କୁମାର ବିଶ୍ବାଳ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ଛାଡିଲେ ସୁକାନ୍ତ। ଶୁକ୍ରବାର...

ନିର୍ବାଚନ ପୂର୍ବରୁ ବିବାଦୀୟ କୋଟିଆରେ ଡିଜିଟାଲ ମିଟର ବଣ୍ଟନ ଆରମ୍ଭ କଲା ଆନ୍ଧ୍ର

ଭୁବନେଶ୍ୱର,୨୯।୩: ଓଡ଼ିଶାର କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ ବିବାଦୀୟ ଅଞ୍ଚଳରେ କ୍ରମାଗତ ଭାବରେ ଅନୁପ୍ରବେଶ କରୁଛି ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ...

ବିଜେଡିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ

ଭୁବନେଶ୍ୱର/ବଲାଙ୍ଗୀର,୨୯ା୩: ବିଧାନସଭା ନିର୍ବାଚନ ପୂର୍ବରୁ ବଲାଙ୍ଗୀର ଜିଲା ଟିଟିଲାଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରୁ ଇସ୍ତଫା ଦେଇ ଗୁରୁବାର ଶଙ୍ଖଭବନରେ ବିଜେଡିରେ ସାମିଲ...

ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବବି

ସମ୍ବଲପୁର,୨୯ା୩: ସମ୍ବଲପୁର ଲୋକ ସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri