କଡ଼ାକଡ଼ି ହେବ ଆବର୍ଜନା କଟକଣା

ଅନୁଗୋଳ ଅଫିସ, ୫।୪: ଅନୁଗୋଳ ସହରକୁ ସ୍ବଚ୍ଛ, ସୁନ୍ଦର ସହ ପ୍ରଦୂଷଣମୁକ୍ତ କରିବାକୁ ପୌର ପ୍ରଶାସନ ପକ୍ଷରୁ ବିଭିନ୍ନ ଯୋଜନା ହାତକୁ ନିଆଯାଇଛି। ନୂଆକରି ‘ମୋ ଓ୍ବାର୍ଡ’ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି। ଘର ଘର ବୁଲି ଆବର୍ଜନା ସଂଗ୍ରହ କରାଯାଇ ସେଥିରୁ ଖତ ପ୍ରସ୍ତୁତ କରି ବିକ୍ରି କରାଯାଉଛି। ପଲିଥିନ, ସୋଲ ଜାତୀୟ ଆବର୍ଜନା ନ ଜାଳିବାକୁ ବ୍ୟବସାୟୀମାନଙ୍କୁ ତାଗିଦ୍‌ କରାଯିବା ସହ ଅମାନିଆଙ୍କଠାରୁ ଜରିମାନା ଆଦାୟ କରାଯାଉଛି। ହେଲେ ସହରର କେତେଜଣ ବ୍ୟବସାୟୀ ନିୟମିତ ଭାବେ ଆବର୍ଜନାରେ ନିଅଁା ଲଗାଉଥିବା ଅନୁଗୋଳସ୍ଥିତ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଫିସ ପକ୍ଷରୁ ପୌର ପ୍ରଶାସନର ଦଷ୍ଟି ଆକର୍ଷଣ କରାଯାଇଛି। ଫଳରେ ଆବର୍ଜନା କଟକଣାକୁ ପୌର ପ୍ରଶାସନ କଡ଼ାକଡ଼ି କରିବା ସହ ଅମାନିଆ ବ୍ୟବସାୟୀଙ୍କ ବିରୋଧରେ ଥାନାରେ ଏତଲା ଦିଆଯିବାକୁ ଯୋଜନା କରାଯାଇଛି।
ଅନୁଗୋଳ ସହରର ବଜାର ଛକ, ଅମଲାପଡ଼ା, ହରିମହୁରୀ ଛକ, ହୁଲୁରିସିଂହା ଛକ, ଗାନ୍ଧୀମାର୍ଗ, ହନୁମାନ ବଜାର ଛକ, ବସ୍‌ଷ୍ଟାଣ୍ଡ, ଶିମିଳିପଡ଼ା ଆଦିରେ ଥିବା ବ୍ୟବସାୟୀଙ୍କ ମଧ୍ୟରୁ କେତେଜଣ ବ୍ୟବସାୟୀ ରାତିରେ ଓ ସକାଳେ ଆବର୍ଜନାରେ ନିଅଁା ଲଗାଉଛନ୍ତି। ପୌରପାଳିକା ନଜରରେ ଯେଉଁମାନେ ପଡ଼ୁଛନ୍ତି, ସେମାନଙ୍କୁ ନୋଟିସ ଦିଆଯାଇ ଜରିମାନା ଆଦାୟ କରାଯାଉଛି। ଇତିମଧ୍ୟରେ ୫୦ ହଜାରରୁ ଅଧିକ ଟଙ୍କା ଜରିମାନା ଆଦାୟ କରାଯାଇ ସାରିଲାଣି। କିନ୍ତୁ ସମ୍ପୃକ୍ତ ବ୍ୟବସାୟୀମାନେ ଏଥିରେ ଚେତୁନାହାନ୍ତି। ପୂର୍ବପରି ଆବର୍ଜନା ପୋଡ଼ୁଥିବାରୁ ସହର ପରିବେଶ ପ୍ରଦୂଷିତ ହେଉଛି। ବିଶେଷକରି ପଲିଥିନ ଓ ସୋଲ ଆବର୍ଜନା ପୋଡ଼ିବାବେଳେ ନିର୍ଗତ ହେଉଥିବା ବିଷାକ୍ତ ଧୂଅଁା ବାୟୁମଣ୍ଡଳକୁ ବିଷାକ୍ତ କରିବାରେ ଲାଗିଛି। ଏହି ପ୍ରକ୍ରିୟା ଜାରି ରହିଲେ ଆଗାମୀ ଦିନରେ ସହରବାସୀ ନାନା ରୋଗରେ ପଡ଼ିବେ। ମୁଣ୍ଡବିନ୍ଧା, ଆଖି ପୋଡ଼ିବା, ଚର୍ମ ଓ ଶ୍ୱାସ ଜନିତ ରୋଗ ଅଧିକରୁ ଅଧିକ ଲୋକଙ୍କଠାରେ ଦେଖାଦେବ ବୋଲି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁଗୋଳ ଅଫିସ ପକ୍ଷରୁ ପୌରପାଳିକାକୁ ସତର୍କ କରାଇ ଦିଆଯାଇଛି। ତଦନୁଯାୟୀ ଆବର୍ଜନା କଟକଣାକୁ ଅଧିକ କଡ଼ାକଡ଼ି କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଣିକି ଆବର୍ଜନା ପୋଡ଼ୁଥିବା ବ୍ୟବସାୟୀମାନଙ୍କଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯିବା। ଯଦି ଏଥିରେ ନ ଚେତିଲେ ସେମାନଙ୍କ ନାମରେ ଥାନାରେ ଅଭିଯୋଗ କରାଯିବ ବୋଲି ସୂଚନା ମିଳିଛି।

ନିୟମ ନ ମାନିଲେ ଏତଲା
ବ୍ୟବସାୟୀଙ୍କୁ ପଲିଥିନ କିମ୍ବା ସୋଲ ଆବର୍ଜନା ନ ଜାଳିବା ପାଇଁ ବାରମ୍ବାର କୁହାଯାଉଛି। ବଡ଼ ଦୋକାନୀମାନେ ନିଜ ଆବର୍ଜନା ନିଜେ ନଷ୍ଟ କରିବାର ନିୟମ ରହିଛି। ଯଦି ସେମାନେ ଏପରି କରିପାରୁ ନାହାନ୍ତି, ପୌରପାଳିକା ସହ ଚୁକ୍ତି କରିବା ଆବଶ୍ୟକ। ଏଣେ ତେଣେ ପକାଇଲେ କି ପୋଡ଼ିଲେ ଜରିମାନା ଆଦାୟ କରାଯାଉଛି। ନିୟମ ନ ମାନିଲେ ଏତଲା ଦିଆଯିବ।
-ଗିରିଜା ଶଙ୍କର ମଲ୍ଲିକ
ଅନୁଗୋଳ ପୌର ନିର୍ବାହୀ ଅଧିକାରୀ

ବାୟୁମଣ୍ଡଳ ବିଷାକ୍ତ ହେଉଛି
ପଲିଥିନ୍‌ କି ସୋଲ ଆବର୍ଜନା ଜାଳିଲେ ସେଥିରୁ ବାହାରୁଥିବା ବିଷାକ୍ତ ଗ୍ୟାସ୍‌ ଯୋଗୁ କ୍ୟାନସର ପରି ରୋଗ ହେବାର ସମ୍ଭାବନା ରହିଛି। ପୂର୍ବରୁ ସଫେଇ କର୍ମଚାରୀମାନେ ଅଳିଆ ପୋଡ଼ୁଥିଲେ। ଏବେ କେତେଜଣ ବ୍ୟବସାୟୀ ଏପରି କରୁଛନ୍ତି। ଏ ନେଇ ପୌରପାଳିକାକୁ ଅବଗତ କରାଯାଇଛି। ଏପରି ଆବର୍ଜନା ବରଗଡ଼ସ୍ଥିତ ସିମେଣ୍ଟ କାରଖାନାକୁ ପଠାଇବାକୁ ପରାମର୍ଶ ଦିଆଯାଇଛି।
-ଅନୁପ ମଲ୍ଲିକ
ଅଧିକାରୀ, ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ

ବ୍ୟବସାୟ ପ୍ରତିଷ୍ଠାନ ସିଲ୍‌ କରାଯାଉ
ଅମାନିଆ ବ୍ୟବସାୟୀମାନଙ୍କ ଯୋଗୁ ସହରବାସୀ ରୋଗରେ ପଡ଼ିବା ଆଶଙ୍କା ରହିଛି। ତେଣୁ ପୌରପାଳିକା ଏ ଦିଗରେ କଠୋର ହେଉ। କେବଳ ସେମାନଙ୍କ ନିକଟରୁ ଜରିମାନା ଆଦାୟ ନ କରି ନିୟମ ଖିଲାପ କରୁଥିବା ବ୍ୟବସାୟ ପ୍ରତିଷ୍ଠାନରେ ତାଲା ପକାଉ। ଏ ଦିଗରେ ପ୍ରଶାସନ ତ୍ୱରିତ ପଦକ୍ଷେପ ନେଲେ ଅମାନିଆ ବ୍ୟବସାୟୀମାନଙ୍କ ଚେତା ଉଦୟ ହେବ।
-ଶିବାଜୀ ଦାଶ, ଅନୁଗୋଳବାସୀ

ଲୋକ ଦେଖାଣିଆ କାର୍ଯ୍ୟାନୁଷ୍ଠାନ
ପୌରପାଳିକା ପକ୍ଷରୁ କରାଯାଉଥିବା ଜରିମାନା ଆଦାୟ କେବଳ ଲୋକ ଦେଖାଣିଆ। ଦୈନିକ ସହରର ବିଭିନ୍ନ ସ୍ଥାନରେ ଆବର୍ଜନା ପୋଡ଼ାଯାଉଥିବା ବେଳେ ଅଳ୍ପ କେତେଜଣଙ୍କଠାରୁ ଜରିମାନା ଆଦାୟ କରାଯାଉଛି। ସହରର ପ୍ରତି ଚାରି ହାତରେ ଗୋଟିଏ ଲେଖାଏ କୋଇଲା ଭାଟି ରହିଛି। ତେଣୁ ଏ ଦିଗରେ ପୌର ପ୍ରଶାସନ ଅଧିକ ଦୃଷ୍ଟି ଦେବା ସହ କଠୋର ହେବା ଆବଶ୍ୟକ।
-ସୂର୍ଯ୍ୟ ନାରାୟଣ ନାଥ, ଅନୁଗୋଳବାସୀ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri