କଡ଼ାକଡ଼ି ହେବ ଆବର୍ଜନା କଟକଣା

ଅନୁଗୋଳ ଅଫିସ, ୫।୪: ଅନୁଗୋଳ ସହରକୁ ସ୍ବଚ୍ଛ, ସୁନ୍ଦର ସହ ପ୍ରଦୂଷଣମୁକ୍ତ କରିବାକୁ ପୌର ପ୍ରଶାସନ ପକ୍ଷରୁ ବିଭିନ୍ନ ଯୋଜନା ହାତକୁ ନିଆଯାଇଛି। ନୂଆକରି ‘ମୋ ଓ୍ବାର୍ଡ’ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି। ଘର ଘର ବୁଲି ଆବର୍ଜନା ସଂଗ୍ରହ କରାଯାଇ ସେଥିରୁ ଖତ ପ୍ରସ୍ତୁତ କରି ବିକ୍ରି କରାଯାଉଛି। ପଲିଥିନ, ସୋଲ ଜାତୀୟ ଆବର୍ଜନା ନ ଜାଳିବାକୁ ବ୍ୟବସାୟୀମାନଙ୍କୁ ତାଗିଦ୍‌ କରାଯିବା ସହ ଅମାନିଆଙ୍କଠାରୁ ଜରିମାନା ଆଦାୟ କରାଯାଉଛି। ହେଲେ ସହରର କେତେଜଣ ବ୍ୟବସାୟୀ ନିୟମିତ ଭାବେ ଆବର୍ଜନାରେ ନିଅଁା ଲଗାଉଥିବା ଅନୁଗୋଳସ୍ଥିତ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଫିସ ପକ୍ଷରୁ ପୌର ପ୍ରଶାସନର ଦଷ୍ଟି ଆକର୍ଷଣ କରାଯାଇଛି। ଫଳରେ ଆବର୍ଜନା କଟକଣାକୁ ପୌର ପ୍ରଶାସନ କଡ଼ାକଡ଼ି କରିବା ସହ ଅମାନିଆ ବ୍ୟବସାୟୀଙ୍କ ବିରୋଧରେ ଥାନାରେ ଏତଲା ଦିଆଯିବାକୁ ଯୋଜନା କରାଯାଇଛି।
ଅନୁଗୋଳ ସହରର ବଜାର ଛକ, ଅମଲାପଡ଼ା, ହରିମହୁରୀ ଛକ, ହୁଲୁରିସିଂହା ଛକ, ଗାନ୍ଧୀମାର୍ଗ, ହନୁମାନ ବଜାର ଛକ, ବସ୍‌ଷ୍ଟାଣ୍ଡ, ଶିମିଳିପଡ଼ା ଆଦିରେ ଥିବା ବ୍ୟବସାୟୀଙ୍କ ମଧ୍ୟରୁ କେତେଜଣ ବ୍ୟବସାୟୀ ରାତିରେ ଓ ସକାଳେ ଆବର୍ଜନାରେ ନିଅଁା ଲଗାଉଛନ୍ତି। ପୌରପାଳିକା ନଜରରେ ଯେଉଁମାନେ ପଡ଼ୁଛନ୍ତି, ସେମାନଙ୍କୁ ନୋଟିସ ଦିଆଯାଇ ଜରିମାନା ଆଦାୟ କରାଯାଉଛି। ଇତିମଧ୍ୟରେ ୫୦ ହଜାରରୁ ଅଧିକ ଟଙ୍କା ଜରିମାନା ଆଦାୟ କରାଯାଇ ସାରିଲାଣି। କିନ୍ତୁ ସମ୍ପୃକ୍ତ ବ୍ୟବସାୟୀମାନେ ଏଥିରେ ଚେତୁନାହାନ୍ତି। ପୂର୍ବପରି ଆବର୍ଜନା ପୋଡ଼ୁଥିବାରୁ ସହର ପରିବେଶ ପ୍ରଦୂଷିତ ହେଉଛି। ବିଶେଷକରି ପଲିଥିନ ଓ ସୋଲ ଆବର୍ଜନା ପୋଡ଼ିବାବେଳେ ନିର୍ଗତ ହେଉଥିବା ବିଷାକ୍ତ ଧୂଅଁା ବାୟୁମଣ୍ଡଳକୁ ବିଷାକ୍ତ କରିବାରେ ଲାଗିଛି। ଏହି ପ୍ରକ୍ରିୟା ଜାରି ରହିଲେ ଆଗାମୀ ଦିନରେ ସହରବାସୀ ନାନା ରୋଗରେ ପଡ଼ିବେ। ମୁଣ୍ଡବିନ୍ଧା, ଆଖି ପୋଡ଼ିବା, ଚର୍ମ ଓ ଶ୍ୱାସ ଜନିତ ରୋଗ ଅଧିକରୁ ଅଧିକ ଲୋକଙ୍କଠାରେ ଦେଖାଦେବ ବୋଲି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁଗୋଳ ଅଫିସ ପକ୍ଷରୁ ପୌରପାଳିକାକୁ ସତର୍କ କରାଇ ଦିଆଯାଇଛି। ତଦନୁଯାୟୀ ଆବର୍ଜନା କଟକଣାକୁ ଅଧିକ କଡ଼ାକଡ଼ି କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଣିକି ଆବର୍ଜନା ପୋଡ଼ୁଥିବା ବ୍ୟବସାୟୀମାନଙ୍କଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯିବା। ଯଦି ଏଥିରେ ନ ଚେତିଲେ ସେମାନଙ୍କ ନାମରେ ଥାନାରେ ଅଭିଯୋଗ କରାଯିବ ବୋଲି ସୂଚନା ମିଳିଛି।

ନିୟମ ନ ମାନିଲେ ଏତଲା
ବ୍ୟବସାୟୀଙ୍କୁ ପଲିଥିନ କିମ୍ବା ସୋଲ ଆବର୍ଜନା ନ ଜାଳିବା ପାଇଁ ବାରମ୍ବାର କୁହାଯାଉଛି। ବଡ଼ ଦୋକାନୀମାନେ ନିଜ ଆବର୍ଜନା ନିଜେ ନଷ୍ଟ କରିବାର ନିୟମ ରହିଛି। ଯଦି ସେମାନେ ଏପରି କରିପାରୁ ନାହାନ୍ତି, ପୌରପାଳିକା ସହ ଚୁକ୍ତି କରିବା ଆବଶ୍ୟକ। ଏଣେ ତେଣେ ପକାଇଲେ କି ପୋଡ଼ିଲେ ଜରିମାନା ଆଦାୟ କରାଯାଉଛି। ନିୟମ ନ ମାନିଲେ ଏତଲା ଦିଆଯିବ।
-ଗିରିଜା ଶଙ୍କର ମଲ୍ଲିକ
ଅନୁଗୋଳ ପୌର ନିର୍ବାହୀ ଅଧିକାରୀ

ବାୟୁମଣ୍ଡଳ ବିଷାକ୍ତ ହେଉଛି
ପଲିଥିନ୍‌ କି ସୋଲ ଆବର୍ଜନା ଜାଳିଲେ ସେଥିରୁ ବାହାରୁଥିବା ବିଷାକ୍ତ ଗ୍ୟାସ୍‌ ଯୋଗୁ କ୍ୟାନସର ପରି ରୋଗ ହେବାର ସମ୍ଭାବନା ରହିଛି। ପୂର୍ବରୁ ସଫେଇ କର୍ମଚାରୀମାନେ ଅଳିଆ ପୋଡ଼ୁଥିଲେ। ଏବେ କେତେଜଣ ବ୍ୟବସାୟୀ ଏପରି କରୁଛନ୍ତି। ଏ ନେଇ ପୌରପାଳିକାକୁ ଅବଗତ କରାଯାଇଛି। ଏପରି ଆବର୍ଜନା ବରଗଡ଼ସ୍ଥିତ ସିମେଣ୍ଟ କାରଖାନାକୁ ପଠାଇବାକୁ ପରାମର୍ଶ ଦିଆଯାଇଛି।
-ଅନୁପ ମଲ୍ଲିକ
ଅଧିକାରୀ, ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ

ବ୍ୟବସାୟ ପ୍ରତିଷ୍ଠାନ ସିଲ୍‌ କରାଯାଉ
ଅମାନିଆ ବ୍ୟବସାୟୀମାନଙ୍କ ଯୋଗୁ ସହରବାସୀ ରୋଗରେ ପଡ଼ିବା ଆଶଙ୍କା ରହିଛି। ତେଣୁ ପୌରପାଳିକା ଏ ଦିଗରେ କଠୋର ହେଉ। କେବଳ ସେମାନଙ୍କ ନିକଟରୁ ଜରିମାନା ଆଦାୟ ନ କରି ନିୟମ ଖିଲାପ କରୁଥିବା ବ୍ୟବସାୟ ପ୍ରତିଷ୍ଠାନରେ ତାଲା ପକାଉ। ଏ ଦିଗରେ ପ୍ରଶାସନ ତ୍ୱରିତ ପଦକ୍ଷେପ ନେଲେ ଅମାନିଆ ବ୍ୟବସାୟୀମାନଙ୍କ ଚେତା ଉଦୟ ହେବ।
-ଶିବାଜୀ ଦାଶ, ଅନୁଗୋଳବାସୀ

ଲୋକ ଦେଖାଣିଆ କାର୍ଯ୍ୟାନୁଷ୍ଠାନ
ପୌରପାଳିକା ପକ୍ଷରୁ କରାଯାଉଥିବା ଜରିମାନା ଆଦାୟ କେବଳ ଲୋକ ଦେଖାଣିଆ। ଦୈନିକ ସହରର ବିଭିନ୍ନ ସ୍ଥାନରେ ଆବର୍ଜନା ପୋଡ଼ାଯାଉଥିବା ବେଳେ ଅଳ୍ପ କେତେଜଣଙ୍କଠାରୁ ଜରିମାନା ଆଦାୟ କରାଯାଉଛି। ସହରର ପ୍ରତି ଚାରି ହାତରେ ଗୋଟିଏ ଲେଖାଏ କୋଇଲା ଭାଟି ରହିଛି। ତେଣୁ ଏ ଦିଗରେ ପୌର ପ୍ରଶାସନ ଅଧିକ ଦୃଷ୍ଟି ଦେବା ସହ କଠୋର ହେବା ଆବଶ୍ୟକ।
-ସୂର୍ଯ୍ୟ ନାରାୟଣ ନାଥ, ଅନୁଗୋଳବାସୀ


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

ବିଧାନସଭା ନିର୍ବାଚନକୁ ଫେରିପାରନ୍ତି ମହେଶ

ଅନୁଗୋଳ,୨୯ା୩ (ଅମିତ କୁମାର ସାମଲ): ଢେଙ୍କାନାଳ ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ଡା. ଅବିନାଶ ସାମଲଙ୍କ ନାମ ଘୋଷଣା କରିବା ପରେ ଅନୁଗୋଳ ଜିଲାର ପୁରୁଖା...

ଝୁଲିଲା ଅନୁଗୋଳ, ତାଳଚେର, ଆଠମଲ୍ଲିକ

ଅନୁଗୋଳ, ୨୮ା୩ (ଅମିତ କୁମାର ସାମଲ)ବିଜୁ ଜନତା ଦଳ ପକ୍ଷରୁ ବୁଧବାର ପ୍ରଥମ ପର୍ଯ୍ୟାୟରେ ୭୧ଟି ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ଏଥିରେ...

ରାସ୍ତା ପାର୍ଶ୍ୱରେ ବିପଜ୍ଜନକ ଅବସ୍ଥାରେ ଚାଲୁଛି ପରିବା ବଜାର

ବଅଁରପାଳ/ଅନୁଗୋଳ,୨୫ା୩(ଅମିତ କୁମାର ସାମଲ): ବଅଁରପାଳ ବ୍ଲକ କୁଲା଼ଡ ଏଫ୍‌ସିଆଇ ଛକରୁ ନାଲ୍‌କୋ ସିପିପିକୁ ସଂଯୋଗ କରୁଥିବା ରାସ୍ତାର ଉଭୟ ପାଖରେ ଚାଲିଛି ପରିବା ବଜାର। କରୋନା...

ଲୁଚାଚୋରାରେ ଘରୋଇ ଜାଗାରେ ପଡ଼ୁଛି ଅଳିଆ

ଅନୁଗୋଳ, ୨୨ା୩ (ଅମିତ କୁମାର ସାମଲ): ଅନୁଗୋଳ ସହରରୁ ବାହାରୁଥିବା ଆବର୍ଜନା କେଉଁଠାରେ ପକାଯିବ ତାହାକୁ ନେଇ ସୃଷ୍ଟି ହୋଇଥିବା ସମସ୍ୟାର ଏଯାଏ ସମାଧାନ ହୋଇପାରୁ...

ରାଜନୈତିକ ସମୀକରଣ ଦେଖି ରଣନୀତି

ଆଠମଲ୍ଲିକ,୨୨।୩(ଉଦୀପ୍ତ ପୁରୋହିତ): ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ପରଠାରୁ ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ନେଇ ସାଧାରଣରେ ବହୁ ଆଲୋଚନା ଚାଲିଛି। ଅନୁଗୋଳ ଜିଲାର ୫ଟି ବିଧାନସଭା...

ଜଙ୍ଗଲ ନିଆଁ ଆୟତ୍ତ କଲେ ଗାଁ ପିଲା

ପାଲଲହଡ଼ା,୨୦ା୩ (ଦିବ୍ୟଜ୍ୟୋତି ଦାଶ): ଖେଳକୁଦ କରିବା ବୟସରେ ୭ ଜଣ ପିଲା ଦେଖାଇଛନ୍ତି ସାହସିକତା। ସଚେତନ ମଣିଷଙ୍କ ପରି ସେମାନେ ବୁଦ୍ଧି ଖଟାଇ ଜଙ୍ଗଲ ନିଅଁାକୁ...

ଅନୁଗୋଳରେ ୨୭, ୬୨୫ ନୂଆ, ୭, ୭୪୮ ବରିଷ୍ଠ ମତଦାତା

ଅନୁଗୋଳ, ୧୮ା୩ (ଅମିତ କୁମାର ସାମଲ): ଅନୁଗୋଳ ଜିଲାରେ ଥିବା ବିଧାନସଭା ଆସନ ଏବଂ ଢେଙ୍କାନାଳ ଓ ସମ୍ବଲପୁର ଲୋକ ସଭା ଅଧୀନରେ ଆସୁଥିବା ନିର୍ବାଚନମଣ୍ଡଳୀରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri