Posted inଫୁରସତ

ସୁନ୍ଦର ଦେଶର କଥା

ଆମ ପୃଥିବୀ ବଡ଼ ବିଚିତ୍ର। ଏ ପୃଥିବୀରେ ବିଭିନ୍ନ ଦେଶ ରହିଛି। ଆଉ ପ୍ରତ୍ୟେକ ଦେଶରେ କିଛି ନା କିଛି ଭିନ୍ନକଥା ଦେଖିବାକୁ ମିଳିଥାଏ। ସେହିସବୁ ଦେଶର ଇତିହାସ ମଧ୍ୟ ବଡ଼ ବିଚିତ୍ର। ସେସବୁ ଇତିହାସମାନଙ୍କରେ ଏଭଳି ଅନେକ ଘଟଣା ଲୁଚି ରହିଥାଏ, ଯାହାକୁ ଜାଣି ଆମେ ବିସ୍ମିତ ହୋଇଯାଉ। ସେହିଭଳି ଏକ ରାଷ୍ଟ୍ର ହେଉଛି ମେକ୍ସିକୋ। ଏକ ଉତ୍ତର ଆମେରିକୀୟ ରାଷ୍ଟ୍ର। ଏହାର ଇତିହାସ ଆଶ୍ଚର୍ଯ୍ୟଜନକ ଘଟଣା ଓ କାର୍ଯ୍ୟକଳାପରେ ଭରପୂର। ମେକ୍ସିକୋକୁ ବିଶ୍ୱର ୧୪ତମ ବଡ଼ ରାଷ୍ଟ୍ର ଭାବରେ ବିବେଚନା କରାଯାଇଥାଏ। ସେତିକିନୁହେଁ, ଏହାକୁ ସବୁଠୁ ସୁନ୍ଦରତମ ଦେଶ ଭାବରେ ମଧ୍ୟ ମାନ୍ୟତା ଦିଆଯାଏ। ଏଠାରେ ଏମିତି କିଛି କଥା, ଘଟଣା, କୀର୍ତ୍ତିରାଜି ରହିଛି; ଯାହା ମେକ୍ସିକୋକୁ ବିଶ୍ୱ ଇତିହାସରେ ନିଆରା ସ୍ଥାନ ପ୍ରଦାନ କରିଛି।
ଘଣ୍ଟାକରେ ତିନି ରାଷ୍ଟ୍ରପତି: ଆଜିକୁ ପ୍ରାୟ ୧୦୭ ବର୍ଷ ପୂର୍ବେ ମେକ୍ସିକୋରେ ଘଟିଥିଲା ଏମିତି ଏକ ଘଟଣା, ଯାହା ଏବେ ସୁଦ୍ଧା ଏକ ଆଶ୍ଚର୍ଯ୍ୟଜନକ ଘଟଣା ହୋଇ ରହିଛି। ନା ସେମିତି ଘଟଣା ଆଗରୁ କେଉଁଠି ଘଟିଥିଲା। ନା ସେଭଳି ଘଟଣା ପରେ କେଉଁଠି ଘଟିଛି। ଗୋଟିଏ ଘଣ୍ଟା ମଧ୍ୟରେ ତିନିତିନିଜଣ ବ୍ୟକ୍ତି ଏହି ରାଷ୍ଟ୍ରର ରାଷ୍ଟ୍ରପତି ଆସନରେ ବସିଥିଲେ। ଏହି ଘଟଣାକୁ ବିଶ୍ୱର ରାଜନୀତି ସମୀକ୍ଷକମାନେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଭାବରେ ଅଭିହିତ କରନ୍ତି। ୧୯୧୩ ମସିହା। ଫେବୟାରୀ ମାସ। ସେତେବେଳେ ରାଷ୍ଟ୍ରପତି ଥିଲେ ଫ୍ରାନ୍‌ସିସ୍କୋ ଆଇ ମୈଡେରୋ। ତାଙ୍କର କାର୍ଯ୍ୟକାଳ ଶେଷ ହୋଇଗଲା। ସେ ରାଷ୍ଟ୍ରପତି ପଦରୁ ହଟିଗଲେ। ଏହାପରେ ଖାଲି ସ୍ଥାନ ପୂରଣ କରିବାର ପାଳି। ତାଙ୍କ ପରେ ପେଡ୍ରୋ ଲସ୍କୁରିନ୍‌ ରାଷ୍ଟ୍ରପତି ଆସନରେ ବସିଲେ। ମାତ୍ର ରାଷ୍ଟ୍ରପତି ଆସନ ପେଡ୍ରୋଙ୍କ ପାଇଁ ଆଦୌ ସହଜସାଧ୍ୟ ନ ଥିଲା। ଆଶ୍ଚର୍ଯ୍ୟଜନକ ଭାବରେ ମାତ୍ର କିଛି ମିନିଟ୍‌ ମଧ୍ୟରେ ପେଡ୍ରୋ ରାଷ୍ଟ୍ରପତି ଆସନରୁ ଇସ୍ତଫା ଦେଇଦେଲେ। ତଥ୍ୟ ଅନୁଯାୟୀ, ପେଡ୍ରୋ ମାତ୍ର ୨୬ମିନିଟ୍‌ ପାଇଁ ରାଷ୍ଟ୍ରପତି ଆସନରେ ବସି ଏକ ବିଶ୍ୱରେକର୍ଡ଼ କରିଥିଲେ। ନା ତାଙ୍କ ପୂର୍ବରୁ କେହି ଏତେ କମ୍‌ ସମୟ ପାଇଁ ରାଷ୍ଟ୍ରପତି ହୋଇଥିଲେ ନା ତାଙ୍କ ପରେ ଆଉ କେହି ଏତେ କମ୍‌ ସମୟ ଲାଗି ରାଷ୍ଟ୍ରପତି ହୋଇଛନ୍ତି। ସେଥିଲାଗି ପେଡ୍ରୋଙ୍କର ରେକର୍ଡ଼ଟି ଏବେ ସୁଦ୍ଧା ଅକ୍ଷୁଣ୍ଣ ରହିଛି। ସେ ଯା’ହେଉ ଏହାପରେ ପୁଣି ରାଷ୍ଟ୍ରପତି ପଦ ଖାଲିପଡ଼ିଲା। ସେହି ଆସନରେ ବସିଲେ ଭିକ୍ଟୋରିଆନୋ ହୁଏର୍ଟା।
୨ହଜାର ବର୍ଷର ଗଛ : ମେକ୍ସିକୋ ଇତିହାସର ଆଉ ଏକ ବିସ୍ମୟ ହେଉଛି ଏହାର ୨ହଜାର ବର୍ଷର ପୁରୁଣା ମୋଣ୍ଟେଜୁମା ସାଇପ୍ରସ୍‌ ବୃକ୍ଷ। ମେକ୍ସିକୋର ଲୋକମାନେ ଏହି ଗଛକୁ ଦେବତାମାନଙ୍କର ଗଛ ବୋଲି ମଧ୍ୟ ମାନିଥାନ୍ତି। ସେଠାରେ ଏହି ଗଛ ରହିଥିବା ସ୍ଥଳକୁ ଏକ ଦର୍ଶନୀୟ ସ୍ଥାନ ବୋଲି କହିଲେ ମଧ୍ୟ ଭୁଲ୍‌ ହେବନାହିଁ। ପିଢ଼ି ପରେ ପିଢ଼ି ଏହି ଗଛକୁ ଲୋକମାନେ ଏକ ମିରାକ୍ଲ ବୋଲି ଭାବି ଆସିଛନ୍ତି। ଏହି ଗଛ ଦୁଇହଜାର ବର୍ଷର ମେକ୍ସିକୋକୁ ଦେଖିଛି। ଏହାର ଉଚ୍ଚତା ୪୦ଫୁଟରୁ ବହୁ ଅଧିକ। ଏବେ ମଧ୍ୟ ଏହି ଗଛର ସତେଜତା ଉଦ୍ଭିଦ ବିଜ୍ଞାନୀମାନଙ୍କୁ ବିସ୍ମିତ କରିଦେଇଥାଏ।
ସାନ ଜ୍ୱାଳାମୁଖୀ : ଜ୍ୱାଳାମୁଖୀ ବା ଆଗ୍ନେୟଗିରି କହିଲେ ଆମମାନଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଯାଏ। ଆଗ୍ନେୟଗିରି ହେଉଛି ପ୍ରକୃତିର ଏକ ବିସ୍ମୟ। ପୃଥିବୀର ଅଭ୍ୟନ୍ତରରେ ଭୌଗୋଳିକ ସନ୍ତୁଳନ ହ୍ରାସ ପାଇଲେ ଏହି ଜ୍ୱାଳାମୁଖୀମାନେ ପୃଥିବୀ ଉପରକୁ ଉଠି ଆସିଥାନ୍ତି। ପୃଥିବୀର ବହୁ ସ୍ଥାନରେ ଅନେକ ଜ୍ୱାଳାମୁଖୀ ରହିଛି। ତେବେ ଜାଣନ୍ତି କି ପୃଥିବୀର ସବୁଠୁ ଛୋଟ ଜ୍ୱାଳାମୁଖୀ କେଉଁଠି ରହିଛି? ତାହା ମଧ୍ୟ ରହିଛି ଏଇ ମେକ୍ସିକୋରେ। ଏହାର ନାମ କ୍ୟୁସ୍କୋମେଟ୍‌। ଏହା ୧୩ଫୁଟ ଲମ୍ବା ଏବଂ ୨୩ ମିଟର ଚଉଡ଼ା।
ଚିଚେନ ଇଜ୍ଜା : ମଣିଷ ପାଇଁ ସବୁଠୁ ରହସ୍ୟମୟ କଳାକୃତି ହେଉଛି ପିରାମିଡ୍‌। ପିରାମିଡ୍‌କୁ ନେଇ ଅନେକ ଇତିହାସ, ଅନେକ କଥା କାହାଣୀ ଅଛି। ମେକ୍ସିକୋରେ ରହିଥିବା ପିରାମିଡ୍‌ ବିଷୟରେ କୁହାଯାଏ ଯେ, ଏହାକୁ ମାୟା ସଭ୍ୟତା କାଳରେ ନିର୍ମାଣ କରାଯାଇଥିଲା। ମେକ୍ସିକୋର ଏହି ପିରାମିଡ୍‌ର ନାମ ଚିଚେନ ଇଜ୍ଜା। ଏହି ପିରାମିଡ୍‌କୁ ନେଇ ମେକ୍ସିକୋର ଇତିହାସ ବେଶ୍‌ ସମୃଦ୍ଧ।


Enter your email to get our daily news in your inbox.

All Right Reserved By Dharitri.Com

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ...

୨.୨୬ ଲକ୍ଷ ଟଙ୍କାରେ ନିଲାମ ହେଲା ଗୋଟିଏ ଅଣ୍ଡା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୬।୪: ସମସ୍ତେ ଶୁଣିଛନ୍ତି ଯେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ଆପଣ ଜାଣିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ଲକ୍ଷ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri