କାକଟପୁରକୁ ଶଟ୍‌ଡାଉନ୍‌ ଘୋଷଣା କଲେ ସରପଞ୍ଚ

କାକଟପୁର,୨ା୮(ଡି.ଏନ୍‌.ଏ.): ପୁରୀ ଜିଲାରେ ଏବେ କରୋନା କାୟାବିସ୍ତାର କରିଚାଲିଛି। ପ୍ରତିଦିନ ବହୁମାତ୍ରାରେ ରୋଗୀଙ୍କ ସଂଖ୍ୟା ବଢୁଛି। ସହରରୁ ଏବେ ଗାଁ ମୁହାଁ ହୋଇଛି ଏହି ଭୂତାଣୁ। କାକଟପୁର ଓ ଅସ୍ତରଙ୍ଗ ବ୍ଲକରେ କରୋନା ସଂକ୍ରମଣରେ ରୋକ ଲଗାଇବା ପାଇଁ କାକଟପୁର ଅଞ୍ଚଳକୁ ଶଟ୍‌ଡାଉନ ଘୋଷଣା କରିଛନ୍ତି ସରପଞ୍ଚ ସୌଦାମିନୀ ବରାଳ। ଏହି ଅଞ୍ଚଳରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏଭଳି ନିଷ୍ପତ୍ତି ନେଇଛନ୍ତି। ରବିବାର ଏନେଇ କାକଟପୁର ପଞ୍ଚାୟତ କାର୍ଯ୍ୟାଳୟରେ ଏକ ଜରୁରିକାଳୀନ ବୈଠକ ବସିଥିଲା। ପରେ ଶଟ୍‌ଡାଉନ୍‌ ନିଷ୍ପତ୍ତି ନିଆଯାଇଥିଲା। ତେବେ ସରପଞ୍ଚ ଜିଲାପାଳ କ୍ଷମତା ବ୍ୟବହାର କରି କାକଟପୁର ବଜାରକୁ ରବିବାର ସନ୍ଧ୍ୟା ୫ଟାରୁ ୫ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଶଟ୍‌ଡାଉନ୍‌ ରହିବ। ପରେ ସ୍ଥିତି ଦେଖି ୬ ତାରିଖ ବୈଠକରେ ଆଉ ଯାହା ନିଷ୍ପତ୍ତି ନିଆଯିବ। ସେହିପରି ଲତାହାରଣ ପଞ୍ଚାୟତରେ ୫ ଜଣଙ୍କ ପଜିଟିଭ୍‌ ରିପୋର୍ଟ ଆସିଛି। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁରକୁ ମ୍ୟୁନିସିପାଲିଟି ମାନ୍ୟତା ପ୍ରକ୍ରିୟା ଆରମ୍ଭ : ଜିଏନ୍‌ପାଲମ୍‌, ପୁରୁଣା ଛତ୍ରପୁର ଗଁ। ମିଶିବାକୁ ରାଜି

ଛତ୍ରପୁର,୧୪ା୧(ଡି.ଏନ.ଏ.)-ଗଞ୍ଜାମ ଜିଲା ସଦରମହକୁମା ଛତ୍ରପୁର ଏନ୍‌ଏସିକୁ ମ୍ୟୁନିସିପାଲିଟି ମାନ୍ୟତା ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଛତ୍ରପୁର ବ୍ଲକ ଅଧୀନ ଅଗସ୍ତିନୂଆଗଁ। ପଞ୍ଚାୟତ ଜିଏନ୍‌ପାଲମ୍‌ ଓ...

ସରିଲା ଲଗ୍ନଧରା,କନ୍ୟା ଘରକୁ ଗଲା ଚିଟାଉ

ତିହିଡ଼ି, ୨୮।୫(ଡି.ଏନ୍‌.ଏ.)- ଭଦ୍ରକ ଜିଲାରେ ଶୀତଳଷଷ୍ଠୀ ପର୍ବ ପାଳନ ସାଂସ୍କୃତିକ ଜୀନଧାରାରେ ଏକ ଅବିଚ୍ଛେଦ ଅଙ୍ଗ ପାଲଟିଛି। ଏହି ପର୍ବ ଲାଗି ବିଭିନ୍ନ ଶୈବପୀଠରେ ପ୍ରସ୍ତୁତି...

ଅବକାରୀ ଭ୍ୟାନ୍‌କୁ ଧକ୍କା ଲଗାଇ ଖସିଗଲେ ମଦ ବେପାରୀ, ଡ୍ରାଇଭର

ଭଦ୍ରକ ଅଫିସ, ୧୬।୭ – କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗର ଏକ ସ୍ବତନ୍ତ୍ର ଟିମ୍‌ ସୋମବାର ଭୋର ସମୟରେ ଚଢ଼ାଉ କରି ୧୬ ନମ୍ବର ଜାତୀୟ...

ଭୂତ ଖାଉଛି ପିଡିଏସ୍‌ ସାମଗ୍ରୀ

ସଜନାଗଡ଼,୨୪।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବ୍ଲକର ବିଭିନ୍ନ ପଞ୍ଚାୟତରେ ମୃତ ହିତାଧିକାରୀଙ୍କୁ ଜୀବିତ ଦର୍ଶାଇ ପିଡିଏସ୍‌ ସାମଗ୍ରୀ ହରିଲୁଟ୍‌ କରାଯାଇଛି। ବର୍ଷ ବର୍ଷ ଧରି ଅନେକ ଭୂତ...

ଆଇଆଇଏମ୍‌ସିରେ ଆରମ୍ଭ ହେଲା ‘ଫିଲ୍ମଚକ୍କର-୩’: ‘ଜୀବନକୁ ପ୍ରଭାବିତକରେ ପ୍ରଯୁକ୍ତିବିଦ୍ୟା’

ଢେଙ୍କାନାଳ ଅଫିସ, ୧୫।୧-ପୂର୍ବରୁ ଚଳଚ୍ଚିତ୍ର ନିର୍ମାଣ ଯେତିକି କଷ୍ଟକର ଥିଲା ସେଥିକି କଷ୍ଟ ଥିଲା ତାହାର ପ୍ରଦର୍ଶନ ଏବଂ ସାଇତି ରଖିବା ପଦ୍ଧତି। ଧୀରେ ଧୀରେ...

ଗଞ୍ଜାମ ଜିଲା ୨୦୧୯ ନିର୍ବାଚନ: ଦଳବଦଳ ପ୍ରାର୍ଥୀଙ୍କ ବଢ଼ିଛି ଚିନ୍ତା

ବ୍ରହ୍ମପୁର ଅଫିସ,୨୮ା୪-ଗଞ୍ଜାମ ଜିଲାରେ ୨୦୧୯ ସାଧାରଣ ନିର୍ବାଚନ ଦୁଇ ପର୍ଯ୍ୟାୟରେ ସରିଯାଇଛି। ଫଳାଫଳ ଘୋଷଣାକୁ ୨୫ ଦିନ ବାକି ରହିଛି। ଦଳ ବଦଳ କରି ମଇଦାନକୁ...

ଅବ୍ୟବସ୍ଥାରେ ଆଇସୋଲେଶନ ସେଣ୍ଟର

ଏରସମା, ୧୬।୪ (ସ୍ବ.ପ୍ର.)-ଏରସମା ବ୍ଲକ ଅଧୀନ ଜିରୋଇଲୋ ପଞ୍ଚାୟତରେ ହୋଇଥିବା ଆଇସୋଲେଶନ ସେଣ୍ଟରରେ ନାନା ଅବ୍ୟବସ୍ଥା ଥିବା ଅଭିଯୋଗ ହୋଇଛି। ଏଥିରେ ରହିଥିବା ଜଣେ ମହିଳାଙ୍କ...

ଲକ୍‌ଡାଉନ୍‌ ନିୟମକୁ ଫୁ: ମାଛ ମାର୍କେଟରେ ଭିଡ଼

ପୁରୀ ଅଫିସ,୩୦ା୩: ସମଗ୍ର ଦେଶରେ ଏବେ ୨୧ ଦିନିଆ ଲକ୍‌ଡାଉନ ଚାଲିଛି। କରୋନା ଭାଇରସ୍‌ ମୁକାବିଲା ପାଇଁ ଏଭଳି ଏକ ପଦକ୍ଷେପ ନିଆଯାଇଛି। ପୁରୀ ଜିଲା...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *