Posted inଖେଳ

ପୁଣିଥରେ ସ୍ମିଥ୍‌ଙ୍କୁ ମିଳିପାରେ ଅଷ୍ଟ୍ରେଲିଆ ଦାୟିତ୍ୱ: କୋଚ୍‌ ଲାଙ୍ଗର ଦେଲେ ଏଭଳି ସଙ୍କେତ

ନୂଆଦିଲ୍ଲୀ,୭।୧୨: ଅଷ୍ଟ୍ରେଲିଆ କୋଚ୍‌ ଜଷ୍ଟିନ ଲାଙ୍ଗର ଦଳର ଅଧିନାୟକ ପଦ ଷ୍ଟିଭ ସ୍ମିଥ୍‌କୁ ଦେବାକୁ ସଙ୍କେତ ଦେଇଛନ୍ତି। ଭାରତ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଆରୋନ ଫିଞ୍ଚଙ୍କ ସ୍ଥାନରେ ଅଷ୍ଟ୍ରେଲିଆ ମ୍ୟାନେଜମେଣ୍ଟ ସ୍ମିଥ୍‌ଙ୍କ ନୁହେଁ ବରଂ ମାଥ୍ୟୁ ଓ୍ବେଡ୍‌ଙ୍କୁ ଦାୟିତ୍ୱ ଦେଇଥିଲା। ଫିଞ୍ଚଙ୍କୁ ଆଘାତ ଲାଗିଥିବାରୁ ସେ ମ୍ୟାଚ୍‌ ଖେଳିପାରି ନ ଥିଲେ। ମାତ୍ର ତାଙ୍କ ସ୍ଥାନରେ ଓ୍ବେଡ୍‌ଙ୍କୁ ଦାୟିତ୍ୱ ଦେବା ବିଷୟ ଏବେ ବିବାଦ ଘେରକୁ ଆସିଛି। ଏହାକୁ ନେଇ କୋଚ୍‌ ସ୍ମିଥ୍‌ଙ୍କୁ ପୁଣିଥରେ ଅଷ୍ଟ୍ରେଲିଆର ନେତୃତ୍ୱ ନେବା ସମ୍ଭାବନା କଥାକୁ ଏଡାଇ ନାହାନ୍ତି।

ସେ କହିଛନ୍ତି, ଏହା ପୂର୍ବରୁ ସ୍ମିଥ୍‌ଙ୍କୁ କିଛି ପ୍ରକ୍ରିୟା ଦେଇ ଗତି କରିବାକୁ ହେବ। ପ୍ରଥମ ଟି୨୦ ସମୟରେ ଓ୍ବେଡ୍‌ଙ୍କୁ ଉପଅଧିନାୟକ ଦାୟିତ୍ୱ ଦିଆଯାଇଥିଲା। କାରଣବଶତଃ ଫିଞ୍ଚ ନ ଖେଳିପାରିଲେ ଓ୍ବେଡ୍‌ ତାଙ୍କ ସ୍ଥାନରେ ଭଲ ବିକଳ୍ପ ହେବେ ବୋଲି ଆଶା ଥିଲା। ସ୍ମିଥଙ୍କ ବିଷୟରେ ମଧ୍ୟ ଚିନ୍ତା କରାଯାଇଥିଲା।

ବଲ ଟାମ୍ପରିଂ ମାମଲା ପରେ କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ସ୍ମିଥଙ୍କ ଉପରେ ୨୪ ମାସ ପର୍ଯ୍ୟନ୍ତ ବ୍ୟାନ୍‌ ଲଗାଯାଇଥିଲା। ମାର୍ଚ୍ଚରୁ ଏହି ସମୟସୀମା ଶେଷ ହୋଇଛି। ସ୍ମିଥଙ୍କ ସ୍ଥାନରେ ବହୁତ ବିକଳ୍ପ ମିଳିଛି। ହେଲେ ସେ ଅତିତରେ ଭଲ ପ୍ରଦର୍ଶନ କରିଛନ୍ତି। ତାଙ୍କୁ ପୁଣିଥରେ ଅଧିନାୟକ ହେବା ଲାଗି କିଛି ସର୍ତ୍ତ ପାଇଁ ପ୍ରସ୍ତୁତ ହେବାକୁ ହେବ ବୋଲି ସେ ମଧ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଡେଭିସ୍‌ କପ୍‌ ଦଳକୁ ଫେରିଲେ ପେସ୍‌

ନୂଆଦିଲ୍ଲୀ, ୨୬।୧୦(ପି.ଟି.)- ଅଭିଜ୍ଞ ଟେନିସ ତାରକା ଲିଆଣ୍ଡର ପେସ୍‌ ଭାରତୀୟ ଡେଭିସ କପ୍‌ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ୨୦୧୮ ଏପ୍ରିଲ ପରେ ପ୍ରଥମଥର ପାଇଁ ସେ...

ବଡ଼ ଭାଇଙ୍କୁ ନେଇ ଧୋନୀ ମୁହଁ ଖୋଲନ୍ତି ନାହିଁ କାହିଁକି

ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବେ କ୍ରିକେଟରୁ କିଛିଦିନ ପାଇଁ ଦୂରେଇ ଯାଇଛନ୍ତି। ଏହି ସମୟ ମଧ୍ୟରେ ନିଜକୁ ସେନାରେ ସାମିଲ...

ମହିଳା ଫିଫା ବିଶ୍ୱକପ୍‌:ନକ୍‌ଆଉଟ୍‌ ପର୍ଯ୍ୟାୟରେ କାମେରୁନ

ପ୍ୟାରିସ,୨୧।୬(ଏଏଫ୍‌ପି)- ମ୍ୟାଚ୍‌ର ଅତିରିକ୍ତ ମିନିଟ୍‌ରେ ଆଜାରା ନଚଟଙ୍କ ଗୋଲ ଯୋଗୁ କାମେରୁନ ୨-୧ ଗୋଲରେ ନ୍ୟୁଜିଲାଣ୍ଡକୁ ହରାଇ ଦେଇଛି। ଏହି ରୋମାଞ୍ଚକ ବିଜୟ ସହ କାମେରୁନ...

ଜିମ୍ନାଷ୍ଟିକ୍ସ: ଫାଇନାଲରେ ପ୍ରଣତି

ନୂଆଦିଲ୍ଳୀ,୨୬।୯: ଏସିଆନ୍‌ ଗେମ୍ସ ଜିମ୍ନାଷ୍ଟିକ୍ସ ଫାଇନାଲରେ ପ୍ରବେଶ କରିଛନ୍ତି ପ୍ରଣତି ନାୟକ। ସୋମବାର ଭଲ୍ଟ ଓ ଅଲରାଉଣ୍ଡ ଜିମ୍ନାଷ୍ଟିକ ପ୍ରତିଯୋଗିତାର ଯୋଗ୍ୟତା ପର୍ଯ୍ୟାୟ ଅନୁଷ୍ଠିତ ହୋଇଥିଲା।...

ଆରମ୍ଭ ପୂର୍ବରୁ ବାତିଲ ହେଲା ଦ. ଆଫ୍ରିକା-ଇଂଲଣ୍ଡ ମଧ୍ୟରେ ପ୍ରଥମ ଏକଦିବସୀୟ ମ୍ୟାଚ୍‌

ନୂଆଦିଲ୍ଲୀ,୬।୧୨: ଦକ୍ଷିଣ ଆଫ୍ରିକା-ଇଂଲଣ୍ଡ ମଧ୍ୟରେ ରବିବାର ଖେଳାଯିବାକୁ ଥିବା ମ୍ୟାଚ୍‌କୁ ବାତିଲ କରି ଦିଆଯାଇଛି। ଇଂଲଣ୍ଡ ଟିମ୍‌ ଥିବା ହୋଟେଲର କର୍ମଚାରୀ କୋଭିଡ୍‌ ପଜିଟିଭ୍‌ ଆସିବା...

ଇଂଲଣ୍ଡ ଦଳକୁ ଫେରିବା ନେଇ ରୟ ଆଶାବାଦୀ

ଲିଡ୍ସ, ୨୧।୬ (ଏଏଫ୍‌ପି)-ଆଘାତପ୍ରାପ୍ତ ଖେଳାଳି ଜାସନ ରୟ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ ବେଳକୁ ଇଂଲଣ୍ଡ କ୍ରିକେଟ ଦଳକୁ ଫେରିବା ନେଇ ଆଶାବାଦୀ ଅଛନ୍ତି। ଚଳିତ ଆଇସିସି...

ଫୋଲର ୪ ମ୍ୟାଚ୍‌ରୁ ବାସନ୍ଦ

କୋଲକାତା,୪।୨(ପି.ଟି.): ଇଷ୍ଟ ବେଙ୍ଗଲ ଫୁଟ୍‌ବଲ କ୍ଲବର ହାଇପ୍ରୋଫାଇଲ କୋଚ୍‌ ରୋବି ଫୋଲର ଚଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଭାରତୀୟ ରେଫରିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ...

ଅଲିମ୍ପିକ୍ସରେ ପ୍ରଥମ ଭାରତୀୟ ଜିମ୍ନାଷ୍ଟିକ୍‌ ଜଜ୍‌

ନୂଆଦିଲ୍ଲୀ,୧୪।୭(ପି.ଟି.): ଆଗାମୀ ଟୋକିଓ ଅଲିମ୍ପିକ୍ସରେ ଦୀପକ କାବ୍ରା ପ୍ରଥମ ଭାରତୀୟ ଜିମ୍ନାଷ୍ଟିକ୍‌ ଜଜ୍‌ ଭାବେ ଦାୟିତ୍ୱ ତୁଲାଇବେ। ଜଣେ ଜିମ୍ନାଷ୍ଟ ଭାବେ ଅଲିମ୍ପିକ୍ସରେ ଅଂଶଗ୍ରହଣ କରି...

Advertisement
Archives

Model This Week