Posted inଫୁରସତ

ବିବାହ ପାଇଁ ଭାରତୀୟଙ୍କ ନୂଆ ପସନ୍ଦ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୩ା୭(ପି.ଟି.): ଭାରତୀୟମାନଙ୍କ ମଧ୍ୟରେ ବିଦେଶରେ ବିବାହ ଉତ୍ସବ ବା ଡେଷ୍ଟିନେଶନ ୱେଡିଂ କରିବାର ଆଗ୍ରହ ବଢ଼ୁଥିବା ବେଳେ ଏହି ଦୌଡ଼ରେ ଶ୍ରୀଲଙ୍କା ନୂଆ ପସନ୍ଦର ସ୍ଥାନ ପାଲଟିଛି। ୨୦୨୫ରେ ଭାରତୀୟ ଦମ୍ପତିଙ୍କ ପାଇଁ ଶ୍ରୀଲଙ୍କା ସବୁଠାରୁ ଆକର୍ଷଣୀୟ ବିବାହ ପେଣ୍ଠସ୍ଥଳୀ ଭାବେ ଉଭା ହୋଇଛି। ସେଠାରେ ବାର୍ଷିକ ଭାରତୀୟ ବିବାହ ପ୍ରାୟ ୨୫ ପ୍ରତିଶତ ବୃଦ୍ଧି ପାଇଛି। ଦେଶର ଅଗ୍ରଣୀ ବିବାହ ପ୍ଲାନିଂ ସଂସ୍ଥା ‘ୱେଡ୍‌ମିଗୁଡ୍‌’ ପକ୍ଷରୁ ଜାରି ରିପୋର୍ଟ ଅନୁଯାୟୀ, ୨୦୨୬ରେ ମଧ୍ୟପ୍ରାଚ୍ୟ (ପଶ୍ଚିମ ଏସିଆ)ରେ ଚାଲିଥିବା ଭୟଙ୍କର ସାମରିକ ସଙ୍କଟ ସତ୍ତ୍ୱେ ଭାରତୀୟ ପରିବାରଗୁଡ଼ିକ ନିଜର ବଡ଼ ଉତ୍ସବର ଯୋଜନାରେ କୌଣସି କାଟଛାଣ୍ଟ କରିବାର ସମ୍ଭାବନା ନାହିଁ। ଭାରତ ସହ ନିକଟ, ସହଜ ପରିବହନ ଏବଂ ବିଳାସପୂର୍ଣ୍ଣ ହୋଟେଲ ଭିତ୍ତିଭୂମି ଯୋଗୁ ଶ୍ରୀଲଙ୍କା ଭାରତୀୟ ବଜାରରେ ଏକ ପ୍ରମୁଖ ସ୍ଥାନ ଗ୍ରହଣ କରିଛି।
ଶ୍ରୀଲଙ୍କାର ପର୍ଯ୍ୟଟନ ବିକାଶ ପ୍ରାଧିକରଣର ତଥ୍ୟ ଅନୁଯାୟୀ, ଶ୍ରୀଲଙ୍କା ପାଇଁ ଭାରତ ସବୁଠାରୁ ବଡ଼ ପର୍ଯ୍ୟଟନ ବଜାର ହୋଇ ରହିଛି। ଭାରତରୁ ଶ୍ରୀଲଙ୍କା ଯାଉଥିବା ଯାତ୍ରୀଙ୍କ ସଂଖ୍ୟା ୨୦୨୩ରେ ପ୍ରାୟ ୩ ଲକ୍ଷ ୨ ହଜାର ଥିବାବେଳେ ୨୦୨୪ରେ ଏହା ୪ ଲକ୍ଷ ୧୬ ହଜାର ଏବଂ ୨୦୨୫ରେ ୫ ଲକ୍ଷ ୩୦ ହଜାରରୁ ଅଧିକ ଛୁଇଁଛି। ଶ୍ରୀଲଙ୍କାର ପ୍ରସିଦ୍ଧ ହୋଟେଲ ଗ୍ରୁପ୍‌ ‘ସାଙ୍ଗ୍ରି-ଲା’ର ଯୋଗାଯୋଗ ନିର୍ଦ୍ଦେଶିକା ଚେରଙ୍କା ମେଣ୍ଡିସ୍‌ କହିଛନ୍ତି, ଶ୍ରୀଲଙ୍କା ଏବେ କେବଳ ଏକ ବିକଳ୍ପ ନୁହେଁ, ବରଂ ଭାରତୀୟ ପରିବାର ପାଇଁ ଏକ ପ୍ରମୁଖ ବିଳାସପୂର୍ଣ୍ଣ ସ୍ବଳ୍ପ ଦୂରତ୍ୱର ବିବାହ ପେଣ୍ଠସ୍ଥଳୀରେ ପରିଣତ ହୋଇଛି। ଗତବର୍ଷ ଶ୍ରୀଲଙ୍କାର ହାମ୍ବନଟୋଟା, କଲମ୍ବୋ, କାଣ୍ଡି ଏବଂ ନୁୱାରା ଏଲିୟା ଭଳି ସହରରେ ଥିବା ପ୍ରମୁଖ ବିଳାସପୂର୍ଣ୍ଣ ରିସର୍ଟଗୁଡ଼ିକରେ ସର୍ବାଧିକ ଭାରତୀୟ ବିବାହ ବୁକିଂ ହୋଇଛି। ଗତ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ପକ୍ଷରୁ ଇରାନ୍‌ ଉପରେ ହୋଇଥିବା ଆକ୍ରମଣ ଏବଂ ଏହାର ପାଲଟା ଜବାବ ଯୋଗୁ ମଧ୍ୟପ୍ରାଚ୍ୟରେ ଅସ୍ଥିରତା ଲାଗି ରହିଛି। ଏହି କାରଣରୁ ବିମାନ ଚଳାଚଳ ବାଧାପ୍ରାପ୍ତ ହେବା ସହ ବିମାନ ଇନ୍ଧନ ଦର ବୃଦ୍ଧି ପାଇଛି, ଯାହା ଅନ୍ତର୍ଜାତୀୟ ବିମାନ ଭଡ଼ାକୁ ମହଙ୍ଗା କରିଛି। ପ୍ରତିରକ୍ଷା ଓ ସାମରିକ ଜଟିଳତା ଯୋଗୁ ପୂର୍ବରୁ ଆକର୍ଷଣୀୟ ଥିବା ମଧ୍ୟପ୍ରାଚ୍ୟ ବଜାର (ଦୁବାଇ ବା ଓମାନ) ପରିବର୍ତ୍ତେ ଭାରତୀୟ ପରିବାର ଏବଂ ୱେଡିଂ ପ୍ଲାନରମାନେ ଶ୍ରୀଲଙ୍କା, ଥାଇଲାଣ୍ଡ୍‌, ବାଲି (ଇଣ୍ଡୋନେସିଆ), ଭିଏଟ୍‌ନାମ ଏବଂ ମାଲେସିଆ ଭଳି ସୁରକ୍ଷିତ ଏବଂ ସହଜ ଯୋଗାଯୋଗ ଥିବା ଏସୀୟ ଦେଶଗୁଡ଼ିକୁ ପସନ୍ଦ କରୁଛନ୍ତି। ‘ଟେଲରମେଡ୍‌ ଏକ୍ସପେରିଏନ୍ସେସ’ର ମୁଖ୍ୟ ଶଶାଙ୍କ ଗୁପ୍ତା କହିଛନ୍ତି, ଆଞ୍ଚଳିକ ସ୍ଥିରତା ଓ ଅତିଥିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଶ୍ରୀଲଙ୍କା ପାଇଁ ଭାରତୀୟଙ୍କ ପକ୍ଷରୁ ଅନୁସନ୍ଧାନ ଓ ସାଇଟ୍‌ ଭିଜିଟ ବହୁ ପରିମାଣରେ ବୃଦ୍ଧି ପାଇଛି।
ରିପୋର୍ଟ ଅନୁଯାୟୀ, ବ୍ୟବସାୟରୁ ଗ୍ରାହକ (ବି୨ସି) ନେଟୱର୍କର ପ୍ରାୟ ୨.୫ ଲକ୍ଷ ଉପଭୋକ୍ତା ଏବଂ ୨୪,୦୦୦ ବିବାହ ବ୍ୟବସାୟୀଙ୍କୁ ନେଇ କରାଯାଇଥିବା ସର୍ଭେରୁ ଜଣାପଡ଼ିଛି ଯେ, ବିବାହ ବଜେଟ୍‌ରେ ବ୍ୟାପକ ବୃଦ୍ଧି ଘଟିଛି। ଗତ ବର୍ଷ ଭାରତ ଭିତରେ ହେଉଥିବା ଡେଷ୍ଟିନେଶନ ୱେଡିଂର ହାରାହାରି ବଜେଟ ୫୮ ଲକ୍ଷ ଟଙ୍କା ରହିଥିବା ବେଳେ ଅନ୍ତର୍ଜାତୀୟ ବିବାହ ପାଇଁ ଏହି ବଜେଟ ହାରାହାରି ୧.୫ କୋଟି ଟଙ୍କା ଛୁଇଁଛି। ଏଥିସହ ପୂର୍ବରୁ ବିବାହ ଉତ୍ସବ ହାରାହାରି ୧.୮ ଦିନ ଚାଲୁଥିବା ବେଳେ ଏବେ ତାହା ବୃଦ୍ଧି ପାଇ ୩.୨ ଦିନ ହୋଇଛି। ବିଦେଶୀ ମାଟିରେ ବିବାହ ହେଉଥିଲେ ମଧ୍ୟ ଖାଦ୍ୟପେୟ କ୍ଷେତ୍ରରେ ଭାରତୀୟ ଶୈଳୀ ଓ ସ୍ବାଦକୁ ସର୍ବାଧିକ ପ୍ରାଧାନ୍ୟ ଦିଆଯାଉଛି। ୟୁରୋପରେ ଇଟାଲୀ, ଫ୍ରାନ୍ସ, ଗ୍ରୀସ୍‌, ସ୍ପେନ୍‌ ଓ ପର୍ତ୍ତୁଗାଲ ଏବଂ ଭାରତ ଭିତରେ ଡେରାଡୁନ, ମସୌରି, ଋଷିକେଶ, ଶିମ୍‌ଲା, ଜିମ୍‌ କରବେଟ ଏବଂ ରାଜସ୍ଥାନର ଉଦୟପୁର ଓ ଜୟପୁର ଭାରତୀୟଙ୍କ ଶୀର୍ଷ ପସନ୍ଦ ହୋଇଛି।

Dharitri – Odisha’s No.1, Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?