Posted inଜାତୀୟ

ଆଜି ଉପରାଷ୍ଟ୍ରପତି ନିର୍ବାଚନ

ନୂଆଦିଲ୍ଲୀ,୬ା୮: ଭାରତର ପରବର୍ତ୍ତୀ ଉପରାଷ୍ଟ୍ରପତି କିଏ ହେବେ ତାହା ଶନିବାର ସ୍ଥିର ହେବ। ଦେଶର ଦ୍ୱିତୀୟ ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ପାଇଁ ହେବାକୁ ଥିବା ନିର୍ବାଚନରେ ଦୁଇଜଣ ପୂର୍ବତନ ରାଜ୍ୟପାଳ ପରସ୍ପର ସହ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ପକ୍ଷରୁ ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଜଗଦୀପ ଧନକରଙ୍କୁ ପ୍ରାର୍ଥୀ କରାଯାଇଥିବାବେଳେ ବିରୋଧୀ ଦଳଗୁଡ଼ିକ ରାଜସ୍ଥାନର ପୂର୍ବତନ ରାଜ୍ୟପାଳ ମାର୍ଗାରେଟ ଆଲ୍‌ଭାଙ୍କୁ ଛିଡ଼ା କରାଇଛନ୍ତି। ବିଦାୟୀ ଉପରାଷ୍ଟ୍ରପତି ତଥା ରାଜ୍ୟ ସଭା ଅଧ୍ୟକ୍ଷ ଏମ୍‌. ଭେଙ୍କାୟା ନାଇଡୁଙ୍କ କାର୍ଯ୍ୟକାଳ ଆସନ୍ତା ୧୦ରେ ଶେଷ ହେବ। ନୂଆ ଉପରାଷ୍ଟ୍ରପତି ୧୧ ତାରିଖରେ ଶପଥ ନେବେ। ଏଥିପାଇଁ ନୂଆ ଉପରାଷ୍ଟ୍ରପତି ଚୟନ ନିମନ୍ତେ ଶନିବାର ପାର୍ଲାମେଣ୍ଟ ହାଉସ୍‌ରେ ନିର୍ବାଚନ ହେବ। ଏଥିରେ ସଂସଦର ଉଭୟ ଗୃହର ମୋଟ ୭୯୦ ସଦସ୍ୟ ଭୋଟ ଦେଇପାରିବେ। ଇଲେକ୍ଟୋରାଲ କଲେଜର ସମସ୍ତ ମତଦାତା ପାର୍ଲାମେଣ୍ଟର ସଦସ୍ୟ ହୋଇଥିବାରୁ ପ୍ରତ୍ୟେକ ଏମ୍‌ପିଙ୍କ ଭୋଟର ମୂଲ୍ୟ ୧ ରହିବ। ବାଲଟ ପେପରରେ ଗୁପ୍ତ ମତଦାନ କରାଯିବ। ମତଦାତା କାହାକୁ ଭୋଟ ଦେଇଛନ୍ତି ତାହା କହିଲେ କିମ୍ବା ବାଲଟ ପେପର ଦେଖାଇଦେଲେ ତାଙ୍କ ଭୋଟ ରଦ୍ଦ ହୋଇଯିବ। ଏପରି କି କୌଣସି ଦଳ ନିଜ ଏମ୍‌ପିମାନଙ୍କ ଉପରେ ହୁଇପ୍‌ ଜାରି କରିପାରିବେ ନାହିଁ ବୋଲି ପୂର୍ବରୁ ନିର୍ବାଚନ କମିଶନ ସ୍ପଷ୍ଟ କରିଛନ୍ତି। ମତଦାନ ଶେଷ ହେବା ପରେ ଭୋଟ ଗଣତି କରାଯିବ। ସରକାରୀ ତଥ୍ୟାନୁସାରେ ୨୦୨୨ ଉପରାଷ୍ଟ୍ରପତି ନିର୍ବାଚନରେ ଇଲେକ୍ଟୋରାଲ କଲେଜରେ ରାଜ୍ୟ ସଭାର ୨୩୩ ନିର୍ବାଚିତ ଓ ୧୨ ମନୋନୀତ ସଦସ୍ୟଙ୍କ ସମେତ ଲୋକ ସଭାର ୫୪୩ ନିର୍ବାଚିତ ଓ ୨ ମନୋନୀତ ସଦସ୍ୟ ଅଛନ୍ତି। ନିର୍ବାଚନରେ ବିଜୟୀ ହେବା ପାଇଁ ପ୍ରାର୍ଥୀଙ୍କୁ ୩୯୫ ଭୋଟ ଆବଶ୍ୟକ। ଧନକରଙ୍କୁ ୨୦ ଦଳ ସମର୍ଥନ କରୁଥିବାବେଳେ ଆଲ୍‌ଭାଙ୍କ ସପକ୍ଷରେ ୧୮ ଦଳ ଥିବା କୁହାଯାଉଛି। ତେଣୁ ଧନକରଙ୍କ ବିଜୟ ସମ୍ଭାବନା ଅଧିକ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବେରୋଜଗାର ଚିନ୍ତା ବଢ଼ାଇଛି

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ବିଭିନ୍ନ ସମସ୍ୟା ସାମ୍ନାକୁ ଆସିଛି। ଏହି ମହାମାରୀ ଯୋଗୁ କେବଳ ଲୋକଙ୍କ ଜୀବନ ଯାଇନାହିଁ, ଜୀବିକା ମଧ୍ୟ ଛଡ଼ାଇ ନେଇଛି। ସରକାରଙ୍କ...

ବିଏସ୍‌ପି ଛାଡ଼ିପାରନ୍ତି ୬ ବିଧାୟକ

ଲକ୍ଷ୍ନୌ,୨୯।୧୦: ରାଜ୍ୟ ସଭା ନିର୍ବାଚନ ପୂର୍ବରୁ ମାୟାବତୀଙ୍କ କ୍ୟାମ୍ପରେ ବିଦ୍ରୋହ ଦେଖାଦେଇଛି। ବହୁଜନ ସମାଜ ପାର୍ଟି(ବିଏସ୍‌ପି)ର ରାଜ୍ୟ ସଭା ପ୍ରାର୍ଥୀ ରାମଜୀ ଗୌତମଙ୍କଠାରୁ ଦଳର ୪...

ମାନିନେଲେ ପାକିସ୍ତାନ ସରକାର

ନୂଆଦିଲ୍ଲୀ,୧୬।୭: ପାକିସ୍ତାନ ଜେଲରେ ବନ୍ଦିଥିବା କୁଳଭୂଷଣ ଯାଦବ ମାମଲାରେ ଭାରତକୁ ଦ୍ୱିତୀୟ କନସୁଲାର ଆକ୍ସେସ ଦେକାବୁ ଶେଷରେ ରାଜି ହୋଇଛନ୍ତି ପାକିସ୍ତାନ ସରକାର। କୁଳଭୂଷଣଙ୍କ ମାମଲାରେ...

ଧର୍ମାଶକ୍ତୁଙ୍କୁ ଅନ୍ତର୍ଜାତୀୟ ଗାନ୍ଧୀ ପୁରସ୍କାର

ନୂଆଦିଲ୍ଲୀ,୬।୨: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୁରୁବାର ଡ.ଏନ୍‌.ଏସ୍‌. ଧର୍ମାଶକ୍ତୁଙ୍କୁ ଅନ୍ତର୍ଜାତୀୟ ଗାନ୍ଧୀ ପୁରସ୍କାରରେ ସମ୍ମାନୀତ କରିଛନ୍ତି। ଲେପର୍ସି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତାଙ୍କୁ ଏହି...

‘ଚାଷୀ ଆନ୍ଦୋଳନ ଶେଷ ହେଲେ ଭାଜପା ସହ ମେଣ୍ଟ’

ନୂଆଦିଲ୍ଲୀ,୨୦।୧୦: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ମଙ୍ଗଳବାର ନୂଆ ରାଜନୈତିକ ଦଳ ଗଠନ କରିବେ। ଯଦି ଚାଷୀ ଆନ୍ଦୋଳନର ସମାଧାନ ହୋଇଯାଏ, ତେବେ ସେ...

ରାଜନୀତି ଛାଡିଲେ ରଜନୀକାନ୍ତ

ଚେନ୍ନାଇ,୧୨ ।୭: ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ରଜନୀ ମକ୍କଲ ମନ୍ଦ୍ରମର ଅଧିକାରୀଙ୍କ ସହ କଥା ହେବା ପରେ କେବେବି ରାଜନୀତିକୁ ଆସିବେ ନାହିଁ ବୋଲି ନିଷ୍ପତ୍ତି...

ସୁପ୍ରିମକୋର୍ଟ ଗଲେ ସିନ୍ଦେ ଗୋଷ୍ଠୀ

ମୁମ୍ବାଇ,୨୬।୬: ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ମଧ୍ୟରେ ଶିବସେନା ବିଦ୍ରୋହୀ ଏକନାଥ ସିନ୍ଦେ ଗୋଷ୍ଠୀ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। ବିଦ୍ରୋହୀ ଶିବସେନା ବିଧାୟକଙ୍କ ବିରୋଧରେ ଉପବାଚସ୍ପତି ପଠାଇଥିବା ଅଯୋଗ୍ୟ...

ଚିନ୍ତାବ୍ୟକ୍ତ କଲା ଚାଇନା

ନୂଆଦିଲ୍ଲୀ/ବେଜିଂ,୧।୭: କେନ୍ଦ୍ର ସରକାର ଦେଶରେ ଚାଇନା ଭିଡିଓ ଆପ୍‌ ଟିକ୍‌ଟକ୍‌ ସମେତ ୫୯ଟି ଆପ୍ଲିକେଶନ ଉପରେ ସୋମବାର କଟକଣା ଜାରି କରିଛନ୍ତି। ଟିକ୍‌ଟକ୍‌କୁ ଗୁଗଲ ପ୍ଲେ...

Advertisement
Archives

Model This Week