Posted inଖେଳ

ଖଣ୍ଡେ ରୁଟି ଖାଇ ଦିନ କାଟୁଥିଲେ, ଏବେ ବିଶ୍ୱର ଘାତକ ଅଲରାଉଣ୍ଡର

ୱେଷ୍ଟଇଣ୍ଡିଜର ଘାତକ ଅଲରାଉଣ୍ଡର କିରନ ପୋଲାର୍ଡ ଆଜି ୩୫ ବର୍ଷରେ ପଦାର୍ପଣ କରିଛନ୍ତି। ଟି-୨୦ କ୍ରିକେଟର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ମାନଙ୍କ ମଧ୍ୟରୁ ପୋଲାର୍ଡ ଅନ୍ୟତମ। କ୍ରିକେଟର ଏହି ଫର୍ମାଟରେ ସେ ମୋଟ ୧୧,୫୭୧ ରନ କରିଛନ୍ତି। ଟି -୨୦ କ୍ରିକେଟରେ ଗୋଟିଏ ଶତକ ଏବଂ ୫୬ ଅର୍ଦ୍ଧଶତକ ହାସଲ କରିବାର ରେକର୍ଡ ରଖିଛନ୍ତି। ବିଶ୍ୱର ଜଣେ ଲୋକପ୍ରିୟ କ୍ରିକେଟର୍‌ ହେବା ତାଙ୍କ ପକ୍ଷେ ସହଜ ନ ଥିଲା। ଏଥିପାଇଁ ତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡ଼ିଥିଲା।
କିରନ ପୋଲାର୍ଡଙ୍କ ଜନ୍ମ ପରେ ପିତା ତାଙ୍କୁ ଏବଂ ମା’ଙ୍କୁ ଏକାକୀ ଛାଡି ପଳାଇଥିଲେ। ଏହା ପରେ, ମା’ ହିଁ ପୋଲାର୍ଡଙ୍କୁ ଲାଳନପାଳନ କରିଥିଲେ। ଘରର ଅବସ୍ଥା ଏତେ ଖରାପ ଥିଲା ଯେ ପୋଲାର୍ଡ ଏବଂ ତାଙ୍କ ମାଙ୍କୁ ଖଣ୍ଡେ ରୁଟି ଖାଇ ଦିନ କଟାଇବାକୁ ପଡୁଥିଲା।
ପୋଲାର୍ଡ ପିଲାଦିନେ ପୋର୍ଟ ଅଫ୍‌ ସ୍ପେନର ଟକାରିଗୁଆ ଅଞ୍ଚଳରେ ରହୁଥିଲେ। ଏହି ଅଞ୍ଚଳ ସର୍ବଦା ଅପରାଧୀଙ୍କ ପେଣ୍ଠସ୍ଥଳ ରହିଥିଲା। କିନ୍ତୁ ପୋଲାର୍ଡ ହାର ମାନି ନ ଥିଲେ। ସେହି ପରିବେଶରେ ରହି ଜଣେ ସଫଳ କ୍ରିକେଟର ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜୋକୋଭିଚ୍‌, ଫେଡରର, ନାଡାଲ ଓ ଟିଆଫୋଙ୍କୁ ଏଟିପି ପୁରସ୍କାର

ଲଣ୍ଡନ,୨୩ା୧୨(ଏପି)-୨୦୨୦ବର୍ଷ ପାଇଁ ଏଟିପିର ଟପ୍‌ ପୁରସ୍କାର ବିଜେତାଙ୍କ ମଧ୍ୟରେ ନୋଭାକ ଜୋକୋଭିଚ୍‌, ରୋଜର ଫେଡରର, ରାଫାଲ ନାଡାଲ ଓ ଫ୍ରାନ୍‌ସେସ୍‌ ଟିଆଫୋ ପ୍ରମୁଖ ରହିଛନ୍ତି। ଜୋକୋଭିଚ୍‌...

ଲାଇଭ୍‌ ରେସ୍‌ରେ ଚାଲିଗଲା ରେସର୍‌ଙ୍କ ଜୀବନ

ଫ୍ଲୋରେନ୍ସ, ୩୦ା୫- ଇଟାଲିଆନ ଗ୍ରାଁ ପ୍ରି ଇଭେଣ୍ଟର ମୋଟୋ-୩ କ୍ୱାଲିଫାଇଂ ରେସ୍‌ବେଳେ ଦୁର୍ଘଟଣା ଯୋଗୁ ଚାଲିଯାଇଛି ସୁଇଜରଲାଣ୍ଡର ୧୯ ବର୍ଷୀୟ ବାଇକ୍‌ ରାଇଡର ଜାସନ ଡୁପାସ୍କ୍ବିଅର୍‌ଙ୍କ...

ସେଦିନ କାହିଁକି ହାତ ଯୋଡି ଥିଲେ ସଚିନ ତେନ୍ଦୁଲକର

କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ରମେଶ ତେନ୍ଦୁଲକରଙ୍କୁ କ୍ରିକେଟରେ ସର୍ବଶ୍ରେଷ୍ଠ ହେବା ପାଇଁ ଅନେକ ସଂଘର୍ଷ କରିବାକୁ ପଡିଥିଲା। ଏକଦା କ୍ରିକେଟ୍‌ ଦୁନିଆରେ ରାଜ୍‌ କରୁଥିବା...

ଶ୍ରୀଲଙ୍କା ଉପରେ ବିଜୟ ପରେ ପାକିସ୍ତାନକୁ ଫାଇଦା: ୩ନଂ ସ୍ଥାନକୁ ଉଠିଲା, ୪ର୍ଥରେ ଭାରତ

ଦୁବାଇ,୨୦।୭: ଗାଲେ ଟେଷ୍ଟରେ ବୁଧବାର ଶ୍ରୀଲଙ୍କାକୁ ପରାଜିତ କରିବା ପରେ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ୩ନଂ ସ୍ଥାନରେ ପହଞ୍ଚି ଯାଇଛି ପାକିସ୍ତାନ। ଶ୍ରୀଲଙ୍କା ଦ୍ୱିତୀୟ...

ଦିଲ୍ଲୀକୁ ହରାଇ ମୁମ୍ବାଇ ଫାଇନାଲରେ

ଦୁବାଇ: ସୂର୍ଯ୍ୟକୁମାର ଯାଦବ ଓ ଇଶାନ କିଶନଙ୍କ ଦ୍ରୁତ ଅର୍ଦ୍ଧଶତକ ଏବଂ ଟ୍ରେଣ୍ଟ ବୋଲ୍ଟ ଓ ଯଶପ୍ରୀତ୍‌ ବୁମ୍‌ରାଙ୍କ ଘାତକ ବୋଲିଂ ସହାୟତାରେ ମୁମ୍ବାଇ ଇଣ୍ଡିଆନ୍ସ...

ଫେବୃୟାରୀ ୧୮ରେ ହୋଇପାରେ ଆଇପିଏଲ ଅକ୍‌ଶନ

ନୂଆଦିଲ୍ଲୀ,୨୨।୧: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ୨୦୨୧ ସଂସ୍କରଣ ପୂର୍ବରୁ ହେବାକୁ ଥିବା ଖେଳାଳିଙ୍କ ନିଲାମ ପ୍ରକ୍ରିୟା (ଅକ୍‌ଶନ) ଆସନ୍ତା ଫେବୃୟାରୀ ୧୮ ତାରିଖରେ ହୋଇପାରେ। ଏ...

ପିକେଙ୍କ ଜନ୍ମଦିନରେ ଏଆଇଏଫ୍‌ଏଫ୍‌ ଗ୍ରାସ୍‌ରୁଟ୍‌ ଡେ

ନୂଆଦିଲ୍ଲୀ, ୧୩ା୫ (ପି.ଟି.): ଭାରତୀୟ ଫୁଟ୍‌ବଲ ଆଇକନ ପ୍ରଦୀପ କୁମାର ବାନାର୍ଜୀଙ୍କ ଜନ୍ମଦିନ ଜୁନ ୨୩ ତାରିଖକୁ ‘ଏଆଇଏଫ୍‌ଏଫ୍‌ ଗ୍ରାସ୍‌ରୁଟ୍‌ ଡେ’ ରୂପେ ଘୋଷଣା କରିଛି...

‘ଅନ୍ୟ ଜଣେ ନେଇଗଲେ ମୋ ସଫଳତାର ଶ୍ରେୟ’

ନୂଆଦିଲ୍ଲୀ,୧୦।୨: ଅଷ୍ଟ୍ରେଲିଆରେ ୨୦୨୦-୨୧ରେ ଭାରତ ଐତିହାସିକ ସିରିଜ୍‌ ଜିତିଥିଲା। ପ୍ରଥମ ମ୍ୟାଚ୍‌ରେ ୩୬ ରନ୍‌ରେ ଅଲଆଉଟ୍‌ ହେବା ପରେ ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆକୁ ୪ ମ୍ୟାଚ୍‌...

Advertisement
Archives

Model This Week