ରାଜନଗର ସଇରାତରେ ଲାଗିବ ସୀମା ନିର୍ଦ୍ଧାରଣ ଖୁଣ୍ଟି

ଜଳେଶ୍ୱର, ୧୨।୫(ଡି.ଏନ.ଏ.): ଏନ୍‌ଜିଟିରେ ଆଗତ ଦୁଇ ମାମଲାରେ ନିଷ୍ପତ୍ତି ଅନୁଯାୟୀ ବୁଧବାର ରାଜ୍ୟ ପ୍ରଦୂଷଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଓ ବାଲେଶ୍ୱର ଅତିରିକ୍ତ ଜିଲାପାଳଙ୍କ ଉପସ୍ଥିତିରେ ସୁବର୍ଣ୍ଣରେଖା ନଦୀ ଜଳେଶ୍ୱର ତହସିଲ ଅନ୍ତର୍ଗତ ରାଜନଗର ବାଲିଘାଟ ସଇରାତ୍‌ରେ ଜନଶୁଣାଣି ଶେଷ ହୋଇଛି। ଏହାର ରେକର୍ଡିଂ କରାଯାଇ ସରକାରଙ୍କୁ ଜଣାଇବା ପରେ ନିର୍ଦ୍ଦେଶ ଅନୁଯାୟୀ ବାଲିଖାଦାନ ନୀତିଗତ ଗତ ଭାବେ କାର୍ଯ୍ୟକ୍ଷମ ହେବ ବୋଲି ଜଣାଯାଇଛି।
ନୂଆଦିଲ୍ଲୀସ୍ଥିତ କେନ୍ଦ୍ରୀୟ ଗ୍ରୀନ ଟ୍ରିବ୍ୟୁନାଲରେ ପୂର୍ବରୁ ଆଗତ ମାମଲା(ନଂ.୧୮୬/୨୦୧୬ ଓ ୧୭୩/୨୦୧୮)ର ବିଚାର କରି ଗତ ୪ା୯ା୧୮ ଓ ୧୭ା୯ା୧୮ରେ ରାୟ ପ୍ରକାଶ ପାଇଥିଲା। ନୀତିଗତ ଭାବେ ବାଲି ସଇରାତର ୫ ହେକ୍ଟରରୁ ଅଧିକ ସ୍ଥାନରେ ଲିଜ୍‌ ଦିଆଯିବାର ହୋଇଥିଲେ ସେଠାରେ ପରିବେଶ ମଞ୍ଜୁର ହେବା ଲାଗି ଜନଶୁଣାଣିର ଆବଶ୍ୟକତା ରହିଛି ା ପୂର୍ବରୁ ସମସ୍ତ ନୀତିନିୟମ ଊଲ୍ଲଂଘନ କରି ପ୍ରଶାସନ ପକ୍ଷରୁ ଖୁଲମଖୁଲା ନିଲାମ ଦିଆଯାଇ କୋଟି କୋଟି ଟଙ୍କା ରାଜସ୍ବ ହଡପ କରାଯାଇ ଆସୁଥିଲା। ଏଥିରେ ପୂର୍ବରୁ ଥିବା ସମସ୍ତ ତହସିଲଦାର, ବାଲେଶ୍ୱରର ଜିଲାପାଳ, ଉପଜିଲାପାଳ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ସିଆ ବାଲି ସଇରାତଗୁଡିକର ସୀମା ନିର୍ଦ୍ଧାରଣ କରିନାହାନ୍ତି ା ଖୁଣ୍ଟି ପୋତା ନ ଯିବା, ସମସ୍ତ ତଥ୍ୟର ବୋର୍ଡ ଲଗା ନ ଯିବା, ସମସ୍ତ ବିବରଣୀ ଜନସାଧାରଣଙ୍କ ଲାଗି ଜଣାଇ ଦିଆ ନ ଯାଇ ଜଳେଶ୍ୱର ତହସିଲର ୨୩ଟି ବାଲି ସଇରାତ୍‌ ଦୀର୍ଘବର୍ଷ ଧରି କାର୍ଯ୍ୟ କରିଆସୁଛି। ରାଜନଗର ବାଲିଘାଟ ସଇରାତ୍‌ ଲାଗି ଏନ୍‌ଜିଟିରେ ମାମଲା ରୁଜୁ ହୋଇଥିବାରୁ ଗତ କିଛିଦିନ ତଳେ ଏନ୍‌ଜିଟିର ଏକ ଟିମ୍‌ ବାଲି ସଇରାତ୍‌କୁ ପରିଦର୍ଶନ କରିଥିଲେ। ବୁଧବାର ଜନଶୁଣାଣି ଲାଗି ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା। ବୈଠକରେ ରାଜ୍ୟ ପ୍ରଦୂଷଣ ବୋର୍ଡର ଆଞ୍ଚଳିକ ଅଧିକାରୀ ମିତ୍ରସେନ୍‌ ମାଝି ଓ ଅତିରିକ୍ତ ଜିଲାପାଳ ଭବେଶ ଚନ୍ଦ୍ର ନାୟକ, ତହସିଲଦାର ସ୍ମୃତିରଞ୍ଜନ ମଲ୍ଲିକ, ସୁପରଭାଇଜର ଶୁଭେନ୍ଦୁ ସାହୁ, ଆର୍‌ଆଇ ସରୋଜ ବେହେରା, ଦିଲୀପ ଚନ୍ଦ ପ୍ରମୁଖ ଘଟଣାସ୍ଥଳରେ ଉପସ୍ଥିତ ରହି ଜନଶୁଣାଣିରେ ଭାଗ ନେଇଥିଲେ।
ସଇରାତରୁ ଶହ ଶହ ଟ୍ରାକ୍ଟର ଓ ଡମ୍ପର ପ୍ରତିଦିନ ବାଲି ଧରି ବିଦ୍ୟାଳୟ, ମନ୍ଦିର, ଅଙ୍ଗନୱାଡି କେନ୍ଦ୍ର, ସ୍ବାସ୍ଥ୍ୟସେବା କେନ୍ଦ୍ର ନିକଟ ଦେଇ ଯାତାୟାତ କରୁଥିବାରୁ ସ୍ଥାନୀୟ ଲୋକେ ବିରୋଧ କରି ଆସୁଥିଲେ।
ରାଜନଗର ଗ୍ରାମର ଖାତା ନଂ. ୩୭୭, ପ୍ଲଟ ନଂ.୧୨୯୫ ଓ ୧୩୦୦ରୁ ୧୩ ଏକର ୫୫ ଡିସିମିଲ ରହିଛି। ସରକାରଙ୍କ ନୀତି ଅନୁଯାୟୀ ୫ବର୍ଷ ନିମନ୍ତେ ୨ଲକ୍ଷ କ୍ୟୁବିକ୍‌ ମିଟର ବାଲି ଉଠାଇବାର ନିୟମ ଥିବା ବେଳେ ବର୍ଷକୁ ୪୦ ହଜାର କ୍ୟୁବିକ୍‌ ମିଟର ବାଲି ଉତ୍ତୋଳନ କରାଯିବା ନିୟମ ରହିଛି।
ପ୍ରତିଦିନ ୬୬ ଟ୍ରାକ୍ଟର ବାଲି ଉତ୍ତୋଳନ ହୋଇପାରିବ। ୪୮ଜଣ ମଜୁରି ଓ ଗୋଟିଏ ମେଶିନ ଏଥିରେ ବ୍ୟବହାର କରାଯିବାର ନିୟମ ରହିଛି। କିନ୍ତୁ ପୂର୍ବରୁ ସମସ୍ତ ନିୟମ ଊଲ୍ଲଙ୍ଘନ କରାଯାଇଥିବାରୁ ଅସନ୍ତୋଷ ଦେଖା ଦେଇଆସୁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାଶନକାର୍ଡଧାରୀଙ୍କୁ ଅର୍ଥ ବାଣ୍ଟିଲେ ମନ୍ତ୍ରୀ

ଖଇରା,୮।୪(ଡି.ଏନ୍‌.ଏ.)- ଖାଉଟି ସୁରକ୍ଷା ଯୋଜନାରେ ସାମିଲ ସମସ୍ତ ହିତାଧିକାରୀଙ୍କ ପାଇଁ ସରକାର ଅଗ୍ରୀମ ୩ମାସର ରାଶନ ସାମଗ୍ରୀ ସହିତ ଅତିରିକ୍ତ ୧ହଜାର ଟଙ୍କା ଲେଖାଏଁ ଅର୍ଥ...

ବୋଲ ବମ୍‌ ଧ୍ୱନିରେ କମ୍ପିଲା ପଞ୍ଚଲିଙ୍ଗେଶ୍ୱର ପୀଠ

ସଜନାଗଡ଼,୨୨।୭(ଡି.ଏନ.ଏ.): ଶ୍ରାବଣ ମାସର ପ୍ରଥମ ସୋମବାର ଉତ୍ତରଓଡ଼ିଶାର ଅନ୍ୟତମ ଶୈବପୀଠ ନୀଳଗିରିସ୍ଥିତ ବାବା ପଞ୍ଚଲିଙ୍ଗେଶ୍ୱର ପୀଠରେ କାଉଡ଼ିଆମାନେ ଜଳାଭିଷେକ କରି ପୂଜାର୍ଚ୍ଚନା କରିଛନ୍ତି। ହଜାର ହଜାର...

ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କା ସହାୟତା

ଖଇରା, ୨୧।୪(ଡି.ଏନ.ଏ.)-ଖଇରା ବ୍ଲକ ବର୍ତ୍ତନା ପଞ୍ଚାୟତ ଅଧୀନ ତୁମ୍ବାପଦି ଗ୍ରାମର ଚାଷୀ ସୂର୍ଯ୍ୟମଣୀ ପାଢୀଙ୍କର ଦୁର୍ଘଟଣାରେ ମୃତ୍ୟୁବରଣ କରିବା ପରେ ଏବେ ତାଙ୍କ ପରିବାରକୁ ବୀମା...

ଜୋର ଧରିଲା ଉନ୍ନତ ସ୍ବାସ୍ଥ୍ୟସେବା, ସ୍ବାସ୍ଥ୍ୟକର୍ମୀଙ୍କ ନିଯୁକ୍ତି ଦାବି: ୨୮ରେ ବିଧାନସଭା ଆଗରେ ଧାରଣା

ବାଲେଶ୍ୱର ଅଫିସ,୨୧।୧୧: ବାଲେଶ୍ୱର ଜିଲାବାସୀଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା ଏବଂ ମେଡିକାଲ କଲେଜ ସମେତ ସମସ୍ତ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକୀୟ ବିଶେଷଜ୍ଞ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ନିଯୁକ୍ତି...

ପାଣି ପାଇଁ ଗରା, ବାଲ୍‌ଟି ଧରି ବିକ୍ଷୋଭ

ଖଇରା,୨୨।୬(ଡି.ଏନ୍‌.ଏ.): ବାଲେଶ୍ବର ଜିଲା ଖଇରା ବ୍ଲକ ବାଉଁଶଗଡ଼ିଆ ପଞ୍ଚାୟତ ୩ନଂ ଓ୍ବାର୍ଡ କୋହ୍ଲସାହିରେ ପାନୀୟ ଜଳ ଯୋଗାଣର ସ୍ଥାୟୀ ବ୍ୟବସ୍ଥା ନ ହେବା ପ୍ରତିବାଦରେ ବିକ୍ଷୋଭ...

‘ଯୋଗ୍ୟ ହିତଧିକାରୀଙ୍କୁ ରାଶନ କାର୍ଡ ମିଳୁନି’

ସଜନାଗଡ଼,୧୬।୪(ଡି.ଏନ.ଏ.)- ବାଲେଶ୍ୱର ଜିଲା ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ ଗୁରୁବାର ପୂର୍ବାହ୍ନ ୧୧ଟା ସମୟରେ ରାଶନକାର୍ଡ଼ ସମ୍ବନ୍ଧୀୟ ଏକ ଦାବିପତ୍ର ନୀଳଗିରିର ଉପଜିଲାପାଳ ହରିଶ୍ଚନ୍ଦ୍ର...

ହାତୀକୁ ସୁରକ୍ଷା ଦେବା ଲାଗି ଖଣିକମ୍ପାନୀକୁ ତାଗିଦ: ଜୁରୁଡ଼ି ଅଞ୍ଚଳରେ ବୁଲୁଛନ୍ତି ୧୭ ହାତୀ

ଯୋଡ଼ା, ୩୦।୫ (ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡ଼ା ବନପାଳଙ୍କ ଅଞ୍ଚଳରେ ୧୭ଟି ହାତୀ ଘୁରିବୁଲୁଥିବା ଖବର ହସ୍ତଗତ ହୋଇଛି। ଯୋଡ଼ା ବନପାଳ ପିଅନ ନାଏକଙ୍କ ସୂଚନା ମୁତାବିକ...

ଖନ୍ତାପଡ଼ା ଗ୍ରାମ୍ୟ ବ୍ୟାଙ୍କରୁ ଚୋରି ଉଦ୍ୟମ ବିଫଳ:ଭଙ୍ଗା ଚାବି, ଶାବଳ ଜବତ

ବାହାନଗା, ୫।୬(ଡି.ଏନ.ଏ.)-ବାହାନଗା ବ୍ଲକ ଖନ୍ତାପଡା ବଜାରରେ ଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କରୁ ସୋମବାର ବିଳମ୍ବିତ ରାତିରେ କେତେଜଣ ଯୁବକ ଚୋରି ଉଦ୍ୟମ କରୁଥିବା ବଳେ ପୋଲିସ...

Advertisement
Archives

Model This Week