ପିଭି ବିକ୍ରିରେ ୪% ହ୍ରାସ

ନୂଆଦିଲ୍ଲୀ,୧୨।୫: ଗତ ଏପ୍ରିଲରେ ଦେଶରେ ପାସେଞ୍ଜର ଭେହିକିଲ୍‌(ପିଭି) ବିକ୍ରିରେ ୪% ହ୍ରାସ ଦେଖିବାକୁ ମିଳିଛି। ସୋସାଇଟି ଅଫ୍‌ ଇଣ୍ଡିଆନ୍‌ ଅଟୋମୋବାଇଲ୍‌ ମ୍ୟାନୁଫ୍ୟାକ୍‌ଚରର୍ସ (ସିୟାମ) ପକ୍ଷରୁ ବୁଧବାର ଦିଆଯାଇଥିବା ସୂଚନା ଅନୁସାରେ, ସପ୍ଲାଇ ଚେନ୍‌ରେ ବିଭିନ୍ନ ଚ୍ୟାଲେଞ୍ଜ ଦେଖାଦେଇଥିବା କାରଣରୁ ଏହି ହ୍ରାସ ପରିଲକ୍ଷିତ ହୋଇଛି। ଘରୋଇ ବଜାରରେ ୨୦୨୧ ଏପ୍ରିଲରେ ପିଭି ବିକ୍ରି ୨,୬୧,୬୩୩ ୟୁନିଟ୍‌ ଥିବା ବେଳେ ଚଳିତ ବର୍ଷ ଉକ୍ତ ଅବଧି ମଧ୍ୟରେ ତାହା ହ୍ରାସ ଘଟି ୨,୫୧,୫୮୧ରେ ପହଞ୍ଚିଛି। ତେବେ ଗତ ଏପ୍ରିଲରେ କେବଳ ପାସେଞ୍ଜର କାର୍‌ ବିକ୍ରି ୧,୧୨,୮୫୭ ଥିବା ବେଳେ ପୂର୍ବ ବର୍ଷ ଏପ୍ରିଲରେ ଏହା ୧,୪୧,୧୯୪ ରହିଥିଲା। ତେବେ ଏହି ସମୟରେ ୟୁଟିଲିଟି ଭେହିକିଲ୍‌ ବିକ୍ରି ବୃଦ୍ଧି ପାଇ ୧,୨୭,୨୧୩ ରେ ପହଞ୍ଚିଛି। ଏହା ପୂର୍ବ ବର୍ଷ ଉକ୍ତ ଅବଧି ମଧ୍ୟରେ ୧,୦୮,୮୭୧ ରହିଥିଲା। ସେହିପରି ୨୦୨୧ ଏବଂ ୨୨ ଏପ୍ରିଲରେ ଭ୍ୟାନ୍‌ ବିକ୍ରି ଯଥାକ୍ରମେ ୧୧,୫୬୮ ଏବଂ ୧୧,୫୧୧ୟୁନିଟ୍‌ ରହିଛି। ଦୁଇଚକିଆ ଏବଂ ତିନିଚକିଆ ଯାନ ବିକ୍ରିରେ ବୃଦ୍ଧି ପରିଲକ୍ଷିତ ହୋଇଛି। ଦୁଇଚକିଆ ଯାନ ବିକ୍ରି ୧୫% ବୃଦ୍ଧି ଘଟି ୧୧,୪୮,୬୯୬ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସଙ୍କଟ ସ୍ଥିତିରେ ଅର୍ଥନୀତି: ମନମୋହନ ସିଂ

ନୂଆଦିଲ୍ଲୀ,୧୮-୧୦: ଦେଶର ପ୍ରତି ଅର୍ଥନୈତିକ ଅସୁବିଧା ଲାଗି ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧିନ ସରକାର ଉପା ସରକାରଙ୍କୁ ନିନ୍ଦା କରିବା ବନ୍ଦ କରନ୍ତୁ ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ...

କରୋନା ମହାମାରୀ ଯୋଗୁ ବିଶ୍ୱ ଅର୍ଥନୀତି ପ୍ରଭାବିତ ହୋଇଛି: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ, ୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ ଉପସ୍ଥାପନ କରିବା ପୂର୍ବରୁ ନିଜର ବକ୍ତବ୍ୟରେ କହିଛନ୍ତି ଯେ, ଗତବର୍ଷ ଦେଶର ଅର୍ଥନୀତି ପାଇଁ ସମୟ ଆହ୍ବାନମୂଳକ...

ଦୀପ୍ତିଙ୍କୁ ୨ କୋଟିର ପ୍ୟାକେଜ

ହାଇଦ୍ରାବାଦ: ହାଇଦ୍ରାବାଦର ମେଧାବୀ ଛାତ୍ରୀ ଦୀପ୍ତି ନାରକୁଟୀ ଆମେରିକାର ଅଗ୍ରଣୀ ସଫ୍ଟଓ୍ବେୟାର କମ୍ପାନୀ ମାଇକ୍ରୋସଫ୍ଟ ପକ୍ଷରୁ ଗ୍ରେଡ୍‌-୨ ପୋଷ୍ଟ ପାଇଁ ମନୋନୀତ ହୋଇଛନ୍ତି। ସେ ବାର୍ଷିକ...

ଖାଉଟି ସୁରକ୍ଷା ବିଲ୍‌ ପାର୍ଲାମେଣ୍ଟରେ ଅନୁମୋଦିତ

ନୂଆଦିଲ୍ଲୀ,୭-୮: ବହୁ ପ୍ରତୀକ୍ଷିତ ଖାଉଟି ସୁରକ୍ଷା ବିଲ୍‌ ୨୦୧୯ ମଙ୍ଗଳବାର ପାର୍ଲାମେଣ୍ଟରେ ଅନୁମୋଦନ ଲାଭ କରିଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ଫଳପ୍ରଦ ପ୍ରଶାସନିକ ପଦକ୍ଷେପ ଜରିଆରେ...

୩,୫୦୦ କୋଟିର ଚିନି ରପ୍ତାନି ସବ୍‌ସିଡିକୁ ଅନୁମୋଦନ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବୁଧବାର ୩,୫୦୦ କୋଟି ଟଙ୍କାର ଚିନି ରପ୍ତାନି ସବ୍‌ସିଡିକୁ ଅନୁମୋଦନ ପ୍ରଦାନ କରିଛନ୍ତି। ଚିନି ମିଲ୍‌ଗୁଡିକୁ ଏହି ସବ୍‌ସିଡି ପ୍ରଦାନ କରାଯିବାର...

୨୦୪୭ ବେଳକୁ ଭାରତ ହେବ ଧନୀ ରାଷ୍ଟ୍ର

ଭୁବନେଶ୍ୱର,୨୬।୭: ଭାରତରେ ଗତ ୩ ଦଶକ ମଧ୍ୟରେ ହୋଇଥିବା ଆର୍ଥିକ ସୁଧାରର ଲାଭ ଦେଶର ସବୁ ନାଗରିକଙ୍କୁ ସମାନ ଭାବେ ମିଳିନାହିଁ ବୋଲି ଆଶଙ୍କା କରିଛନ୍ତି...

ଏଣିକି ବିଳମ୍ବିତ ହେବନି ବିମାନ ଉଡ଼ାଣ

ନୂଆଦିଲ୍ଲୀ,୨୩-୬: ଦେଶରେ ବିମାନ ଉଡ଼ାଣ ବିଳମ୍ବିତ ହେବା ଏକ ସାଧାରଣ ଘଟଣା। ଏଥିପାଇଁ ବିଭିନ୍ନ କାରଣ ରହିଛି। ତେବେ କେନ୍ଦ୍ର ସରକାର ଏଭଳି ଏକ ନୂଆ...

ପାର୍ଲାମେଣ୍ଟରେ ବିଲ୍‌ ଗୃହୀତ : ଆମେରିକାରେ ଗ୍ରୀନ୍‌ କାର୍ଡ ସୀମା ହଟିବ

ଓ୍ବାଶିଂଟନ,୧୨।୭:  ଗ୍ରୀନ୍‌ କାର୍ଡ ଜାରି ରଖିବାର ବର୍ତ୍ତମାନର ୭ ପ୍ରତିଶତ ସୀମାକୁ ହଟାଇବା ଲାଗି ଆଗତ ଏକ ବିଲ୍‌କୁ ଆମେରିକା ପାର୍ଲାମେଣ୍ଟ ବୁଧବାର ଅନୁମୋଦନ କରିଛି।...

Advertisement
Archives

Model This Week