ମହାକାଶ ସଫେଇ ଅଭିଯାନ: ୨୦୨୫ରେ ପଠାଯିବ ସ୍ବତନ୍ତ୍ର ଉପଗ୍ରହ

ବେର୍ନ,୨୮।୧୧: ମହାକାଶରେ ଧୀରେଧୀରେ ଆବଜର୍ନା ବଢ଼ିବାରେ ଲାଗିଛି। ବିଭିନ୍ନ ଦେଶର ମହାକାଶ ଯୋଜନା ଅନ୍ତର୍ଗତ ପଠାଯାଉଥିବା ଉପଗ୍ରହ ଏବଂ ଅନ୍ୟ ସର୍ଭେଲାନ୍ସ୍‌ ପଦାର୍ଥ ଅକାମୀ ହେବା ପରେ ଏଠାରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଫଳରେ ନୂଆ ମହାକାଶ ଗବେଷଣା କ୍ଷେତ୍ରରେ ଅଗାମୀ ଦିନରେ ବାଧା ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି। ତେବେ ସୁଇଜରଲାଣ୍ଡର କ୍ଲିୟରସ୍ପେସ୍‌ ନାମକ ଏକ କମ୍ପାନୀ ମହାକାଶ ସଫେଇ କାର୍ଯ୍ୟ କରିବା ଲାଗି ଅଣ୍ଟା ଭିଡ଼ିଛି। କମ୍ପାନୀର ଏଭଳି କାର୍ଯ୍ୟକୁ ୟୁରୋପୀୟ ସ୍ପେଶ୍‌ ଏଜେନ୍ସି ପକ୍ଷରୁ ସମର୍ଥନ କରାଯାଇଛି। ସଫେଇ କାର୍ଯ୍ୟ ୨୦୨୫ରୁ ଆରମ୍ଭ ହେବ। ଏଥିପାଇଁ ଏକ ସ୍ବତନ୍ତ୍ର ଉପଗ୍ରହ ମହାକାଶକୁ ପଠାଯିବ। ଏହି ସଫେଇ ଅଭିଯାନ ପାଇଁ ୮.୬ କୋଟି ୟୁରୋ ଖର୍ଚ୍ଚ ହେବ ବୋଲି ବ୍ୟୟ ଅଟକଳ ପ୍ରସ୍ତୁତ କରାଯାଇଛି। ୟୁରୋପୀୟ ସ୍ପେସ୍‌ ଏଜେନ୍ସିର ମହାନିର୍ଦ୍ଦେଶକ ୟାନ୍‌ ଓ୍ବେନର ଗତ ଡିସେମ୍ବରରେ ଏହି କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ଦେଇଥିଲେ। ଇତିମଧ୍ୟରେ ଗୋଟିଏ ବର୍ଷ ବିତିବାକୁ ଯାଉଛି। କ୍ଲିୟରସ୍ପେସ୍‌ ପକ୍ଷରୁ ଛଡ଼ା ଯିବାକୁ ଥିବା ଉପଗ୍ରହ ମହାକାଶରେ ଭାସି ବୁଲୁଥିବା ଅଦରକାରୀ ପଦାର୍ଥକୁ ସଂଗ୍ରହ କରି ଠୁଳ କରିବା ସହିତ ଏହାକୁ ଟାଣି ପୃଥିବୀର ବାୟୁମଣ୍ଡଳ ଭିତରକୁ ଆଣିବ। ଏସବୁ ପଦାର୍ଥ ପ୍ରବଳ ବେଗରେ ଭୂପୃଷ୍ଠ ମୁହାଁ ହେବ। ବାୟୁମଣ୍ଡଳରେ ଘଷର୍ଣ ଯୋଗୁ ଉତ୍ପନ୍ନ ହେଉଥିବା ତାପମାତ୍ରାରେ ଏସବୁ ଆଧାବାଟରେ ଜଳି ପାଉଁଶ ହୋଇଯିବ। କ୍ଲିୟରସ୍ପେସ୍‌ର ପ୍ରଥମ ମିଶନରେ ୧୧୨ କିଲୋଗ୍ରାମ୍‌ ଅବାର୍ଜନା ସଫା କରାଯିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାରେ ମୋଦିଙ୍କ ଭଳି ନେତାଙ୍କର ଆବଶ୍ୟକତା ରହିଛି, କିଏ କଲେ ଏମିତି ପ୍ରଶଂସା

ନୂଆଦିଲ୍ଲୀ,୨୪।୪: ସମଗ୍ର ବିଶ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା କେତେ ବଢୁଛି ତାହା ଆକଳନ କରାଯାଇପାରିବ ଯେ ଲୋକମାନେ ତାଙ୍କ ଭଳି ଜଣେ ନେତା ମଧ୍ୟ...

ଇଣ୍ଡୋନେସିଆରେ ଜ୍ୱାଳାମୁଖି ଦେଖିବା ଚାଇନା ମହିଳାଙ୍କୁ ପଡିଲା ମହଙ୍ଗା

ଜାକର୍ତ୍ତା,୨୪।୪: ଇଣ୍ଡୋନେସିଆର ଆଗ୍ନେୟଗିରି ଦେଖିବା ଚାଇନାର ଜଣେ ମହିଳାଙ୍କ ପାଇଁ ମୃତ୍ୟୁର କାରଣ ପାଲଟିଥିଲା ଯେତେବେଳେ ସେ ଜ୍ୱଳନ୍ତ ଆଗ୍ନେୟଗିରି ନିକଟରେ ଫଟୋ ଉଠାଉଥିଲେ। ଏହି...

ପାକିସ୍ତାନ ମାଟିରୁ ଇସ୍ରାଏଲକୁ ଧମକ ଦେଲେ ଇରାନ ରାଷ୍ଟ୍ରପତି

ଇସଲାମାବାଦ୍‌,୨୪।୪: ପାକିସ୍ତାନ ଗସ୍ତରେ ଆସୁଥିବା ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସି ଇସ୍ରାଏଲ ପାଇଁ ଏକ ବଡ଼ ଧମକ ଦେଇଛନ୍ତି। ସେ କହିଛନ୍ତି, ଯଦି ଇସ୍ରାଏଲ କୌଣସି...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

ଏସିଆ ବିଶ୍ୱର ସବୁଠାରୁ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳ

ଜେନେଭା, ୨୪।୪: ଜଳବାୟୁ ପରିବର୍ତ୍ତନର ପ୍ରଭାବ ଉପରେ ସାରା ବିଶ୍ୱର ନଜର ରହିଛି। ତେବେ ଗତ କିଛି ବର୍ଷ ଧରି ଏହାର ସର୍ବାଧିକ ପ୍ରଭାବ ବିଭିନ୍ନ...

ଏସିଆ ଦେଶରେ ଅଧିକ ପଡିଲା ଜଳବାୟୁ ପରିବର୍ତ୍ତନର ପ୍ରଭାବ, ୨ ମାସରେ ଭାରତରେ ୧୦୦ରୁ ଅଧିକ ମୃତ୍ୟୁ: ରିପୋର୍ଟ

ନୂଆଦିଲ୍ଲୀ/ଜେନେଭା,୨୩।୪: ସର୍ବାଧିକ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ ସମ୍ପର୍କରେ ମିଳିତ ଜାତିସଂଘ (ଜାତିସଂଘ) ରିପୋର୍ଟ ପ୍ରକାଶ ପାଇଛି। ଏହି ଅନୁଯାୟୀ, ୨୦୨୩ରେ ପାଗ, ଜଳବାୟୁ ଏବଂ ଜଳ...

ମଝି ଆକାଶରେ ପରସ୍ପର ସହ ଧକ୍କା ହେଲା ଦୁଇ ବିମାନ: ଆଉ ତା’ପରେ ଘଟିଲା ଏମିତି, ଦେଖନ୍ତୁ ଭିଡିଓ

କ୍ୱାଲାଲାମ୍ପପୁର,୨୩।୪: ମାଲେସିଆରେ ଏକ ଦୁଃଖଦ ଘଟଣା ଘଟିଛି। ଏଠାରେ ଦୁଇଟି ନୌସେନା ହେଲିକପ୍ଟର ପରସ୍ପର ସହ ମୁହାଁମୁହିଁ ଧକ୍କା ହୋଇଯାଇଥିଲା। ଏହି ହେଲିକପ୍ଟରଗୁଡ଼ିକ ରୟାଲ ମାଲେସିଆ...

ଏଲନ ମସ୍କଙ୍କୁ ‘ଅହଂକାରୀ’ କହିଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

ସିଡନୀ,୨୩।୪: ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନି ମଙ୍ଗଳବାର ବିଲିୟନେୟାର ବ୍ୟବସାୟୀ ଏଲନ ମସ୍କଙ୍କୁ ‘ଅହଂକାରୀ’ ବୋଲି ବର୍ଣ୍ଣନା କରିଛନ୍ତି। ପ୍ରକାଶ ଯେ, ଅଷ୍ଟ୍ରେଲିଆର ସିଡନୀରେ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri