ଭାରିଯାନ ବଢ଼ାଉଛି ପ୍ରଦୂଷଣ

ପାରାଦୀପ,୨୮ା୧୧(ସ୍ବ.ପ୍ର.): ପାରାଦୀପର ବିସ୍ତୀର୍ଣ୍ଣ ସମୁଦ୍ର ବେଳାଭୂମି ସବୁବେଳେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ଏଠାରେ ଥିବା ବେଳାଭୂମି ରାସ୍ତାରେ ସବୁବେଳେ ଲୋକ ଓ ପର୍ଯ୍ୟଟକଙ୍କ ଗହଳି ପରଲିକ୍ଷିତ ହୋଇଥାଏ। ଏହାସତ୍ତ୍ୱେ ରାସ୍ତାରେ ଭାରିଯାନ ରଖାଯାଉଛି। ଫଳରେ ଅଧିକ ସମୟ ଯାନଗୁଡିକ ଷ୍ଟାଟ ଅବସ୍ଥାରେ ରହୁଥିବାରୁ ଏଥିରୁ ବାହାରୁ ଥିବା ଧୂୂଆଁ ଯୋଗୁ ପରିବେଶ ପ୍ରଦୂଷିତ ହେଉଛି। ଏ ନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଅଗଷ୍ଟ ୨୧ରେ ଚିଠି କରାଯାଇ ଉକ୍ତ ସ୍ଥାନରୁ ଭାରିଯାନ ପାର୍କିଂ ଓ ଚଳାଚଳ ଉପରେ ଅଙ୍କୁଶ ଲଗାଇବାକୁ ପ୍ରଶାନସିକ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମାତ୍ର ଚିଠି ଆସିବାର ୨ ମାସରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ବୋର୍ଡର ଆଞ୍ଚଳିକ ଅଧିକାରୀ ଦିଲୀପ ଦାସ ଅଗଷ୍ଟ ୨୧ରେ ଅତିରିକ୍ତ ଜିଲାପାଳ, ବନ୍ଦର କର୍ତ୍ତୃପକ୍ଷ ଓ ପାର୍କିଂ କରୁଥିବା ବନ୍ଦର ବ୍ୟବହାରକାରୀ ସଂସ୍ଥାଗୁଡିକ ନିକଟକୁ ଚିଠି (ନଂ.୭୫୨/୨୦) ପଠାଇଥିଲେ। ସେଥିରେ ସେ ଦର୍ଶାଇଥିଲେ ଯେ, ବେଳାଭୂମି ରାସ୍ତାରେ ପଣ୍ୟବାହୀ ଭାରିଯାନ ରହୁଥିବାରୁ ଏଠାରେ ପ୍ରଦୂଷଣ ମାତ୍ରା ଦିନକୁଦିନ ବଢ଼ି ଚାଲିଛି। ଫଳରେ ସକାଳେ ଓ ସନ୍ଧ୍ୟାରେ ଭ୍ରମଣ କରୁଥିବା ଲୋକଙ୍କ ପାଇଁ ହିତକର ନୁହେଁ। ରାସ୍ତାର ଉଭୟପାଶର୍‌ବରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ ପର୍ଯ୍ୟଟନ ସ୍ଥାନ ଆଦି ରହିଛି। ସେଗୁଡିକ ମଧ୍ୟରେ ହନୁମାନ ମନ୍ଦିର, ବିଜୁ ବିଜ୍ଞାନ ପାର୍କ, ପାନ୍ଥନିବାସ, ସର୍କିଟ୍‌ ହାଉସ, ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟ, ବତିଘର, ଜଳଜୀବ ସଂଗ୍ରହାଳୟ, ବିଜୁ ମିନାର ଓ କୋଭିଡ୍‌ ହସ୍ପିଟାଲ ପ୍ରମୁଖ ରହିଛି। ପୌରପାଳିକା ପକ୍ଷରୁ ସୌନ୍ଦର୍ଯ୍ୟକରଣ କାମ କରାଯାଇଛି। ଏ ନେଇ ସରକାରୀସ୍ତରରେ ଅନେକ ଅର୍ଥ ଖର୍ଚ୍ଚ ହୋଇଛି। ଏସବୁର ସୁରକ୍ଷା ଓ ଲୋକଙ୍କ ନିରାପତ୍ତା ଦୃଷ୍ଟିରେ ରଖି ଉକ୍ତ ସ୍ଥାନରୁ ଭାରିଯାନ ପାର୍କିଂ ହଟାଯାଉ। ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

ସମ୍ବଲପୁର କଂଗ୍ରେସ ଯୁବନେତା ବିଜେଡି ମୁହାଁ

ସମ୍ବଲପୁର,୨୬ା୪(ଭବାନୀ ଶଙ୍କର ଭୋଇ):ରାଜ୍ୟରେ କଂଗ୍ରେସ ଦଳର ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡୁଛନ୍ତି। ରାଜ୍ୟ କିମ୍ବା କେନ୍ଦ୍ରୀୟ ନେତୃତ୍ୱ ନିଜର କର୍ମୀମାନଙ୍କ ଭିତରେ ଉତ୍ସାହ...

ବାପାଙ୍କ ବଦଳରେ ଲଢିବେ ଝିଅ: ୨୭ରେ ଘୋଷଣା କରିପାରେ କଂଗ୍ରେସ

କଟକ,୨୬।୪(ଶିଳ୍ପା ପ୍ରିୟଦର୍ଶିନୀ):କଂଗ୍ରେସ ପକ୍ଷରୁ ଆସନ୍ତା ୨୭ ତାରିଖରେ ବାଲିଯାତ୍ରା ଉପର ପଡ଼ିଆରେ ଏକ ବଡ଼ ସଭା ହେବ ଏବଂ ସେଥିରେ ଦଳ ମହମ୍ମଦ ମୋକିମଙ୍କ ବଡ଼...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

୫୫ନଂ. ରାଜପଥ କାର୍ଯ୍ୟ ସମ୍ପୂର୍ଣ୍ଣ ନେଇ ଅନିଶ୍ଚିତତା

ଢେଙ୍କାନାଳ,୨୬ା୪(ରତନ ନାୟାର): କଟକର ମଙ୍ଗୁଳି ଛକରୁ ଢେଙ୍କାନାଳ ଓ ଅନୁଗୋଳ ଜିଲା ଦେଇ ସମ୍ବଲପୁରକୁ ଯାଇଥିବା ୫୫ନଂ. ଜାତୀୟ ରାଜପଥର ଉନ୍ନତୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ବିଜେଡିରୁ ପ୍ରାର୍ଥୀ ଦୌଡ଼ରେ ୪ ମହିଳା

ଖୋର୍ଦ୍ଧା,୨୬ା୪(ପ୍ରଭାତ ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆସନ୍ତା ମେ’୨୫ତାରିଖରେ ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri