ମହଙ୍ଗା ପଡିଲା ଲକ୍‌ଡାଉନ ଅନୁଭୂତି ଶେୟାର କରିବା!

ବେଜିଂ,୨୮ ।୧୧: କରୋନା ମହାମାରୀ ଏବେ ସାରା ବିଶ୍ୱକୁ ଚିନ୍ତାରେ ପକାଇ ଦେଇଥିବା ବେଳେ ଏହା ପ୍ରଥମେ ଚାଇନାର ଉହାନ ସହରରୁ ଆରମ୍ଭ ହୋଇଥିବା କୁହାଯାଏ । ଜାନୁୟାରୀ ମାସରେ ଏହା ପୃଥିବୀର ବିଭିନ୍ନ ଦେଶକୁ ବ୍ୟାପିଥିବା ବେଳେ ଡିସେମ୍ବର ୨୦୧୯ରେ ପ୍ରଥମେ ଏହା ଚାଇନାରେ ଦେଖାଯାଇଥିଲା ବୋଲି କୁହାଯାଉଛି । ଯେତେବେଳେ ଚାଇନାରେ ଏହି ମହାମରୀ ଅଣାୟତ୍ତ ହେଲା ସେତେବେଳେ ସେଠାରେ ଲକ୍‌ଡାଉନ ଘୋଷଣା କରାଯାଇଥିଲା । ଆଉ ଏହି ଲକ୍‌ଡାଉନକୁ ନେଇ ଜଣେ ଲେଖିକା ଫାଙ୍ଗ ଫାଙ୍ଗ ନିଜର ଅନୁଭୂତି ଶେୟାର କରିଥିଲେ । ଏବେ କିନ୍ତୁ ସେ ଏହି ଅନୁଭୂତିକୁ ନେଇ ବିବାଦ ମଧ୍ୟକୁ ଚାଲି ଆସିଛନ୍ତି । ଫାଙ୍ଗ ଫାଙ୍ଗ ଯେତେବେଳେ ଲକ୍‌ଡାଉନ ସମୟରେ ଏକା ଏକା ସମୟ କାଟୁଥିଲେ ସେ ପ୍ରତ୍ୟେକ ଦିନ ତାଙ୍କ ଅନୁଭୂତି ସୋସିଆଲ ମିଡିଆ ଡାଏରୀରେ ଲେଖୁଥିଲେ । ଏହି ଲେଖା ଅନ୍ୟମାନଙ୍କୁ ସାହସ ବି ଯେଗୋଉଥିଲା । ଏଥିରେ ସେ ସରକାର ଓ ପ୍ରଶାସନ କିପରି କରୋନା ମୁକାବିଲା କରିବାରେ ଫେଲ୍ ମାରିଛି ତାହା ମଧ୍ୟ ଉଲ୍ଲେଖ କରିଥିଲେ । ପ୍ରଥମେ ପ୍ରଥମେ ଏହାକୁ ଏତେ ଗୁରୁତ୍ୱ ଦିଆଯାଉ ନ ଥିବା ବେଳେ ଏବେ କିନ୍ତୁ ତାଙ୍କୁ ଦେଶଦ୍ରୋହୀ ବୋଲି କୁହାଯାଇଛି । ଫାଙ୍ଗ ଫାଙ୍ଗଙ୍କ ପ୍ରକୃତ ନାମ ହେଉଛି ୱାଙ୍ଗ ଫାଙ୍ଗ । ୬୫ ବର୍ଷୀୟା ଏହି ଲେଖିକା ନିଜର ଅନୁଭବ ୱିବୋ ୱେବ ଆକାଉଣ୍ଟରେ ଲେଖୁଥିଲେ । ଏହାକୁ ଚାଇନାର ଟୁଇଟର ବୋଲି ମଧ୍ୟ କୁହାଯାଏ ।


Enter your email to get our daily news in your inbox.

All Right Reserved By Dharitri.Com

ମାନିଲା ରୁଷିଆ, ଯୁଦ୍ଧରେ ହୋଇଛି ବହୁ କ୍ଷତି…

ମସ୍କୋ, ୯।୪ : ରୁଷିଆ ୟୁକ୍ରେନ୍‌ ଯୁଦ୍ଧକୁ ଦେଢ଼ମାସ ବିତିଛି। ପୂର୍ବରୁ ୟୁକ୍ରେନ୍‌ ବାରମ୍ବାର ରୁଷିଆର କ୍ଷତି ହୋଇଥିବା ଦାବି କରୁଥିଲା। ଏହା ସହିତ ଆମେରିକାର...

ବଦଳିପାରେ ମାକ୍ସ ୭୩୭ ବୋଇଂ ବିମାନର ନାମ

ନ୍ୟୁୟର୍କ,୧୮।୬: ବିମାନ ନିର୍ମାଣକାରୀ କମ୍ପାନୀ ବୋଇଂ ଏବେ ମାକ୍ସ ୭୩୭ ବିମାନର ନାମ ପରିବର୍ତ୍ତନ କରିପାରେ ବୋଲି କୁହାଯାଉଛି। ଦୁଇଟି ବଡ଼ ଦୁର୍ଘଟଣା ପରେ କେହି...

କ୍ଷମତା ଦଖଲ ଭୟ, ୨୦ ମାସ ହେଲା ଚାଇନା ବାହାରକୁ ଯାଇ ନାହାନ୍ତି ଜିନ୍‌ପିଙ୍ଗ୍‌…

ବେଜିଂ,୧।୧୧: ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କୁ ଏବେ କ୍ଷମତାରୁ ହଟିବା ଭୟ ଘାରିଛି। ତେଣୁ ସେ ବେଶ୍‌ ଚିନ୍ତିତ ରହୁଛନ୍ତି। ଜିନପିଙ୍ଗ ଗତ ୨୦ ମାସ...

ବାଇଡେନଙ୍କ ଶପଥ ଗ୍ରହଣର ୩ ଘଣ୍ଟା ପୂର୍ବରୁ ହ୍ବାଇଟ୍‌ ହାଉସ୍‌ ଛାଡ଼ିଲେ ଟ୍ରମ୍ପ

ଓ୍ବାଶିଂଟନ,୨୦।୧: ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି ଜୋ ବାଇଡେନ। ଏହି ଉତ୍ସବର ମାତ୍ର ୩ ଘଣ୍ଟା ପୂର୍ବରୁ ବିଦାୟୀ ରାଷ୍ଟ୍ରପତି...

ଲୋକଙ୍କଠାରୁ ବନ୍ଧୁକ କିଣୁଛନ୍ତି ନ୍ୟୁଜିଲାଣ୍ଡ ସରକାର: ୫୦ ଦିନରେ କିଣିଲେ ୧୨ ହଜାର ବନ୍ଧୁକ

କ୍ରାଏଷ୍ଟ୍‌ଚର୍ଚ୍ଚ,୧୯।୮: ଦେଶରେ ଆପରାଧୀକ ମାମଲା ବୃଦ୍ଧି ପାଉଥିବାରୁ ନ୍ୟୁଜିଲାଣ୍ଡ୍‌ ସରକାର ଲୋକଙ୍କଠାରୁ ବନ୍ଧୁକ କିଣିବା ଆରମ୍ଭ କରିଛନ୍ତି। ଗତ କିଛି ଦିନ ତଳେ କ୍ରାଏଷ୍ଟ୍‌ଚର୍ଚ୍ଚରେ ହୋଇଥିବା...

ପାକିସ୍ତାନରେ ବଡ଼ ବିସ୍ଫୋରଣ

ଇସଲାମାବାଦ୍‌,୧୩।୫: ପାକିସ୍ତାନର କରାଚିରେ ଗୁରୁବାର ବିଳମ୍ବିତ ରାତିରେ ବୋମା ବିସ୍ଫୋରଣ ହୋଇଛି। ଏହି ବୋମା ବିସ୍ଫୋରଣରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆହତଙ୍କ ସଂଖ୍ୟା ୧୩ରୁ...

ଯୁଦ୍ଧ ମଧ୍ୟରେ ୟୁକ୍ରେନର ବଡ଼ ଦାବି: ରୁଷିଆ ସହ ଲଢ଼ିବେ ୧୬ହଜାର ବିଦେଶୀ ସୈନ୍ୟ

କ୍ୱିଭ୍‌,୩।୩: ରୁଷିଆ ଓ ୟକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଅଷ୍ଟମ ଦିନରେ ପହଞ୍ଚିଛି। ରୁଷିଆ ପକ୍ଷରୁ ଲଗାତର ଭାବେ ୟୁକ୍ରେନର ବିଭିନ୍ନ ସହରରେ ବୋମାମାଡ଼...

ଚାଇନାରେ ହୁ ହୁ ହୋଇ ବଢ଼ୁଛି କରୋନା

ବେଜିଂ,୧୫।୩: କରୋନା ମହାମାରୀର ଏନ୍ତୁଡିଶାଳ କୁହାଯାଉଥିବା ଚାଇନାରେ ପୁଣି ଥରେ କରୋନା ପ୍ରକୋପ ଦେଖିବାକୁ ମିଳିଛି। ଚାଇନାରେ ଏବେ କରୋନା ସମସ୍ତ ରେକର୍ଡ ଭାଙ୍ଗିବାରେ ଲାଗିଛି।...

Advertisement
Archives

Model This Week