‘ସୌଭାଗ୍ୟ ଯୋଜନା ଦୁର୍ଭାଗ୍ୟରେ ପରିଣତ ହୋଇଛି’

ଭୋଗରାଇ, ୨୧।୫ (ଡି.ଏନ.ଏ.) ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସମ୍ମିଳନୀ କକ୍ଷରେ ଶୁକ୍ରବାର ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କ ପ୍ରଥମ ବୈଠକ ବ୍ଲକ ଚେୟାରମ୍ୟାନ୍‌ ପ୍ରବୀର କୁମାର ଗିରିଙ୍କ ପୌରୋହିତ୍ୟରେ କୃଷି, ସ୍ବାସ୍ଥ୍ୟ, ପାନୀୟଜଳ ଓ ବିଦ୍ୟୁତ୍‌ ସମସ୍ୟା ସମ୍ପର୍କିତ ଆଲୋଚନା ସଭାଗୃହକୁ ସରଗରମ କରିଥିଲା। ଭୋଗରାଇରେ ଚଳିତ ଖରିଫ୍‌ ଋତୁରେ ୧୭୬୬୩ ହେକ୍ଟର ଜମିରେ ଧାନ ଓ ୧୩୧୦ ଅଣ-ଧାନ ଚାଷ ହେବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ବିହନ ଧାନର କୁଇଣ୍ଟାଲ ପିଛା ୩୫ଶହ ୭ଟଙ୍କା ମୂଲ୍ୟ ବୃଦ୍ଧି ହୋଇଥିବା କୃଷି ବିଭାଗର ଅଧିକାରୀ କୁଶ ଚନ୍ଦ ନାୟକ ସୂଚନା ଦେଇଥିଲେ। ଧାନର ମୂଲ୍ୟ ବୃଦ୍ଧି ସହିତ କାଳିଆ, ବଳିଆ ଯୋଜନା ବାଟବଣା ସହିତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କୃଷିମାରଣ ନୀତି ବୋଲି ବିରୋଧୀ କଂଗ୍ରେସ ସଦସ୍ୟ ସନ୍ତୋଷ କୁମାର ଜେନା, ସୁମନ୍ତ କୁମାର ବେହେରା, ରାଜେନ୍ଦ୍ର ଦଳାଇ ପ୍ରମୁଖ କୃଷି ବିଭାଗକୁ ସମାଲୋଚନା କରିଥିଲେ। ସେହିପରି ଭୋଗରାଇରେ ସାଢ଼େ ୩ଲକ୍ଷରୁ ଊର୍ଦ୍ଧ୍ୱ ଜନସଂଖ୍ୟା ଥିବା ବେଳେ ଶ୍ରଦ୍ଧାପୁର, କଖଡ଼ା, ଜଳସୋହରିଆ, ଦହମୁଣ୍ଡା, ଭୋଗରାଇ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନ ଥିବାରୁ ସ୍ବାସ୍ଥ୍ୟସେବା ବେହାଲ ହୋଇଥିବା ବିରୋଧୀ ସଦସ୍ୟମାନେ ସ୍ବାସ୍ଥ୍ୟ ସେବା ଉପରେ ଲୋକଙ୍କ ଭରସା ତୁଟିଛି ବୋଲି ଅଭିଯୋଗ କରିଥିଲେ। ଭୋଗରାଇ ଜଳେଶ୍ୱରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୮ଜଣ ଡାକ୍ତରଙ୍କୁ ନିଯୁକ୍ତି ମିଳିଥିବା ବେଳେ ସେମାନେ କେହି ଆସୁ ନ ଥିବାରୁ ସ୍ବାସ୍ଥ୍ୟସେବାରେ ସମସ୍ୟା ଉପୁଜିଛି ବୋଲି ଚିକିତ୍ସାଧିକାରୀ ଡା. କମଳାକାନ୍ତ ଜେନା ସୂଚନା ଦେଇଥିଲେ। ବିଭିନ୍ନ ପଞ୍ଚାୟତରେ ପାନୀୟଜଳ ସମସ୍ୟା ଦେଖାଦେଇଥିବା ଓ ମନ୍ଦାରସାହି ପଞ୍ଚାୟତରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି ବୋଲି ସରପଞ୍ଚ ମମତା ସାହୁ ଅଭିଯୋଗ କରି ଖୁବ୍‌ଶୀଘ୍ର ସମସ୍ୟାର ସମାଧାନ କରିବାକୁ ବିଭାଗୀୟଙ୍କଠାରେ ଦାବି ରଖିଥିଲେ। ଭୋଗରାଇରେ ଅଘୋଷିତ ଘନଘନ ବିଦ୍ୟୁତ୍‌କାଟ୍‌ ସାଙ୍ଗକୁ ସୌଭାଗ୍ୟ ଯୋଜନାରେ ଲୋକଙ୍କୁ ଟାଟା କମ୍ପାନୀ ଜିଜିଆ କର ଦେବା ଭଳି ସ୍ଥିତି କରୁଥିବା ଶାସକ ଓ ବିରୋଧୀ ମିଳିତ ଭାବେ ବିଭାଗୀୟ ଅଧିକାରୀଙ୍କୁ ଘାଇଲା କରିଥିଲେ। ଭୋଗରାଇରେ ୧୬ହଜାର ସୌଭାଗ୍ୟ ଯୋଜନାରେ ବିଦ୍ୟୁତ୍‌ ଉପଭୋକ୍ତା ଥିବା ଦର୍ଶାଯାଇଥିବା ବେଳେ ପ୍ରକୃତ ହିତାଧିକାରୀ ବାସ୍ତବ ଚିତ୍ର ଓଲଟା ବୋଲି ବହୁ ସଦସ୍ୟ ଅଭିଯୋଗ କରିଥିଲେ। ସୌଭାଗ୍ୟ ଯୋଜନାରେ ଜିଲାରେ ୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଦୁର୍ନୀତି ହୋଇଥିବା ସହ ଟାଟା କମ୍ପାନୀର ଦାଦାଗିରିରେ ବିଦ୍ୟୁତ୍‌ ଉପଭୋକ୍ତା ଅତିଷ୍ଠ ହେଲେଣି ବୋଲି ସଦସ୍ୟମାନେ କହିବା ସହିତ ସୌଭାଗ୍ୟ ଯୋଜନା ଏଣିକି ଦୁର୍ଭାଗ୍ୟ ଯୋଜନାରେ ପରିଣତ ହୋଇଛି ବୋଲି ଶାସକ ଓ ବିରୋଧୀ ବିଭାଗୀୟଙ୍କୁ ତୀବ୍ର ସମାଲୋଚନା କରିଥିଲେ ।
ଏହି ପଞ୍ଚାୟତ ସମିତି ବୈଠକରେ ଜିଲା ଯୋଜନା ବୋର୍ଡ଼ର ସଭାପତି ତଥା ବିଧାୟକ ଅନନ୍ତ ଦାସ, ବିଡିଓ ଶଙ୍କର ପଟ୍ଟନାୟକ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ମୀନାରାଣୀ ସାସମଲ, ଏମ୍‌ପି ପ୍ରତିନିଧି ଅଂଶୁମାନ ମହାନ୍ତି, ପଞ୍ଚାୟତ ଅଧିକାରୀଙ୍କ ସହ ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନଳିନୀଙ୍କ ହାତରେ କେସିଙ୍ଗା ବିଜେଡିର ମଙ୍ଗ: ଗୁରୁଦାୟିତ୍ୱ ଦଲେ ନବୀନ

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ (ବିଜେଡି)ର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ…

ରାସ୍ତା ଭାଙ୍ଗୁଛି ବାହାଘର: ମୌଳିକ ସୁବିଧାରୁ ବଞ୍ଚତ୍ତ କୁଆଡ଼ବାସୀ

ହାଟଡିହୀ,୬।୯(ଶୁଭକାନ୍ତ ନାୟକ):: ସ୍ବାଧୀନତାର ୮୦ ବର୍ଷ ପରେ ବି ଗାଁକୁ ଭଲ ରାସ୍ତା ନାହିଁ। ରାସ୍ତା ଯୋଗୁ ଗ୍ରାମବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ମୁଖ୍ୟତଃ…

ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ସମ୍ୱଲପୁର, ୬ା୯ (ବି.ଶଙ୍କର): ପରମ୍ପରା ଓ ରୀତିନୀତି ଅନୁସାରେ ପଶ୍ଚିମଓଡ଼ିଶାର କୃଷିଭିତ୍ତିକ ଗଣପର୍ୱ ନୂଆଁଖାଇ ପାଇଁ ଶନିବାର ଲଗ୍ନ ଧାର୍ଯ୍ୟ ହୋଇଛି। ଇଷ୍ଟ ଦେବୀ ସମଲେଇଙ୍କ ରାଶି…

୬ କ୍ଷୁଦ୍ର ଦଳ ପାଇଛନ୍ତି ୧୭୦୦ କୋଟି

ଭୁବନେଶ୍ୱର, ୬ା୯(ଜିତେନ୍ଦ୍ର କୁମାର ନାୟକ):ଭାରତରେ ରାଜନୈତିକ ଦଳ ଠୁଳ କରିଥିବା ଅର୍ଥ ପରିମାଣ ଓ ଉପାୟ ବିଷୟରେ ଦେଶରେ ଆଖିଦୃଶିଆ ଆଲୋଚନା ହୁଏନି। ଏବେ ବିବିସି ହିନ୍ଦୀର…

ଦାରିଙ୍ଗବାଡ଼ିରେ ବର୍ଷା ଛାଡ଼ିବା ପରେ ସକାଳୁଆ ଶୀତ ସହ ଘନ କୁହୁଡ଼ି

ଦାରିଙ୍ଗବାଡ଼ି, ୬/୯ (ଅରୁଣ ସାହୁ): ଲଘୁଚାପଜନିତ ବର୍ଷା ଛାଡ଼ିବା ପରେ ଏବେ ଦାରିଙ୍ଗବାଡ଼ି ଅଞ୍ଚଳରେ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିଛି। ଗତ ୨ ଦିନ ହେଲା ଦିନ…

୩ ବର୍ଷରେ ପୂରଣ ହେବ ୪୫ ହଜାର ଶିକ୍ଷକ ପଦବୀ: ମୁଖ୍ୟମନ୍ତ୍ରୀ

କଟକ,୬।୯(କାର୍ତ୍ତିକ ସାହୁ): ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସୁଧାର ଆଣିବା ପାଇଁ ସରକାର ‘କେଜିରୁ ପିଜି’ ନିଃଶୁଳ୍କ ଶିକ୍ଷା ଯୋଜନା କରିଛନ୍ତି। ସାରା ଭାରତରେ ଓଡ଼ିଶା ପ୍ରଥମ…

ମାର୍ଚ୍ଚ କିମ୍ୱା ଏପ୍ରିଲରେ ପଞ୍ଚାୟତ ଭୋଟ: ନିର୍ବାଚନ କମିଶନର

ଭୁବନେଶ୍ୱର,୬ା୯(ସୁନିତ୍‌ ମିଶ୍ର): ଆସନ୍ତା ମାର୍ଚ୍ଚ ଶେଷ କିମ୍ୱା ଏପ୍ରିଲ ପ୍ରଥମ ସପ୍ତାହରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ୱାଚନ ହୋଇପାରେ। ପଞ୍ଚାୟତ ନିର୍ୱାଚନ ଲାଗି ରାଜ୍ୟ ନିର୍ୱାଚନ କମିଶନ ଜୋର୍‌ଦାର…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri