କିଛି ଏମିତି ଥିଲା ମହେଶ ବାବୁ-ନମ୍ରତାଙ୍କ ପ୍ରେମକାହାଣୀ

ମହେଶ ବାବୁ ଏବଂ ନମ୍ରତା ଶିରୋଦକରଙ୍କୁ ଶକ୍ତିଶାଳୀ ଦମ୍ପତି ଭାବେ ବିବେଚନା କରାଯାଏ। ୧୫ ବର୍ଷ ପୂର୍ବେ ମହେଶ ବାବୁ ବଲିଉଡ ଅଭିନେତ୍ରୀ ନମ୍ରତା ଶିରୋଦକରଙ୍କୁ ବିବାହ କରିଥିଲେ। ଉଭୟଙ୍କର ପ୍ରେମ ବିବାହ ହୋଇଥିଲା। ପ୍ରଶଂସକମାନେ ସର୍ବଦା ଉଭୟଙ୍କ ପ୍ରେମ ସମ୍ପର୍କ ବିଷୟରେ ଜାଣିବାକୁ ଚାହାଁନ୍ତି। ବର୍ତ୍ତମାନ ସୋସିଆଲ ମିଡିଆରେ ମହେଶ ବାବୁଙ୍କ ପତ୍ନୀ ନମ୍ରତା ବହୁତ ସକ୍ରିୟ ଅଛନ୍ତି।

ନିକଟରେ ନମ୍ରତା ଇନଷ୍ଟାଗ୍ରାମରେ ଲାଇଭ ଚାଟ କରିଥିଲେ ଏବଂ ପ୍ରଶଂସକଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଥିଲେ। ଜଣେ ୟୁଜର ତାଙ୍କୁ ପଚାରିଲେ, ମହେଶ ବାବୁ ମରାଠୀ କୁହନ୍ତି କି? ଯାହାର ଉତ୍ତର ଦେଇ ସେ କହିଥିଲେ ଏପରି ହୋଇଥାନ୍ତାକି? ସେହି ସମୟରେ ଜଣେ ପଚାରିଛନ୍ତି ତୁମେ କେବେ ଜାଣିଲ ଯେ ତୁମେ ମହେଶ ସାର୍‌ଙ୍କ ପ୍ରେମରେ ପଡିଛ? ନମ୍ରତା କହିଛନ୍ତି, ନ୍ୟୁଜଲ୍ୟାଣ୍ଡରେ ୫୨ ଦିନିଆ କାର୍ଯ୍ୟ ପାଇଁ ଯାଇଥିବାର ଶେଷ ଦିନରେ। ଜଣେ ଟାଟୁ ଦେଖାଇବାକୁ ମଧ୍ୟ ତାଙ୍କୁ କହିଛନ୍ତି। ଯେଉଁଥିରେ ମହେଶ ବାବୁ, ଝିଅ ସୀତାରା ଏବଂ ପୁଅ ଗୌତମଙ୍କ ନାମ ଲେଖାଯାଇଛି।

ନମ୍ରତା ଏବଂ ମହେଶ ବାବୁଙ୍କର ପ୍ରଥମେ ୨୦୦୦ ମସିହାରେ ‘ଭାମସି’ ଚଳଚ୍ଚିତ୍ରର ଶୁଟିଂ ସମୟରେ ଦେଖା ହୋଇଥିଲା। ପରେ ଦୁହେଁ ଦୁହିଁଙ୍କ ନିକଟତର ହୋଇଥିଲେ। ଫିଲ୍ମ ଶୁଟିଂ ଶେଷ ହେବା ବେଳକୁ ଦୁହେଁ ପରସ୍ପରକୁ ଭଲ ପାଇସାରିଥିଲେ।

ଏହି ସମ୍ପର୍କକୁ ସେ ଗଣମାଧ୍ୟମଠାରୁ ଦୂରେଇ ରଖିବାକୁ ଚାହିଁଥିଲେ। ଏପରିକି ମହେଶ ତାଙ୍କ ମା’ବାପାଙ୍କୁ ସେମାନଙ୍କ ସମ୍ପର୍କ ବିଷୟରେ କହି ନ ଥିଲେ। ମହେଶ ପ୍ରଥମେ ନିଜ ଭଉଣୀଙ୍କୁ ନମ୍ରତାଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ କହିଥିଲେ।

ପ୍ରାୟ ଚାରି ବର୍ଷ ଧରି ମହେଶ ଏବଂ ନମ୍ରତାଙ୍କର ପ୍ରେମ ସମ୍ପର୍କ ରହିଥିଲା। ପରେ ସେମାନେ ୧୦ ଫେବୃଆରୀ ୨୦୦୫ରେ ବିବାହ କରିଥିଲେ। ନମ୍ରତା ଏବଂ ମହେଶଙ୍କର ଦୁଇଟି ସନ୍ତାନ ଅଛନ୍ତି। ପୁଅର ନାମ ଗୌତମ ଏବଂ ଝିଅର ସୀତାରା। ନମ୍ରତା ଶିରୋଦକର, ଜଣେ ମଡେଲ ଅଭିନେତ୍ରୀ, ତାଙ୍କର କଚେ ଧାଗେ, ବାସ୍ତବ ଏବଂ ପୁକାର ଭଳି ଚଳଚ୍ଚିତ୍ର ହିଟ୍‌ ହୋଇଥିଲା। ମାତ୍ର ପରେ ସେ ଚଳଚ୍ଚିତ୍ର ଦୁନିଆରୁ ଦୂରରେ ଯାଇଥିଲେ। ବର୍ତ୍ତମାନ ସେ ବିବାହିତ ଜୀବନରେ ବ୍ୟସ୍ତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୋଇଥିବାବେଳେ ସ୍ବାମୀଙ୍କ ତଣ୍ଟି ଉପରେ ଚଢ଼ି ଜୀବନ ନେଇଗଲେ ସ୍ତ୍ରୀ, ଘର ବାହାରେ…

ଆଳି,୮ା୧୦(ବନମାଳୀ ସେନାପତି): ସ୍ବାମୀଙ୍କ ତଣ୍ଟି ଉପରେ ଛିଡ଼ା ହୋଇ ହତ୍ୟା କରିଛନ୍ତି ସ୍ତ୍ରୀ। ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ…

ଆନ୍ଦୋଳନରେ ବସିଛନ୍ତି ଟାଟା ପାୱାର ଠିକା କର୍ମଚାରୀ: ଅନ୍ଧାରରେ ଉପଭୋକ୍ତା

ଭଞ୍ଜନଗର, ୮।୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାୱାର ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଦାବି ନେଇ ଠିକା ବିଦ୍ୟୁତ କର୍ମଚାରୀଙ୍କ ଧାରଣା ଆଜି…

ଚର୍ଚ୍ଚାରେ ଶ୍ରୀଲଙ୍କା କ୍ରିକେଟ୍‌: ଟେଷ୍ଟ ଅଧିନାୟକ ପଦ ଛାଡ଼ିଲେ ଧନଞ୍ଜୟ, ତିନି ଫର୍ମାଟ୍‌ର ଅଧିନାୟକ ହେଲେ ମେଣ୍ଡିସ୍

କଲମ୍ବୋ,୮।୧୦: ଶେଷରେ ସେହିଆ ହିଁ ହେଲା, ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା। ଶ୍ରୀଲଙ୍କା ଟେଷ୍ଟ ଦଳର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ଧନଞ୍ଜୟ ଡି’ସିଲ୍ଭା। ନିକଟରେ…

ମୃତ୍ୟୁର ୪ ଦିନ ପୂର୍ବରୁ ଗୋଆରେ ନାଚୁଥିଲେ ନାନା ପାଟେକର, କହିଥିଲେ ଏଭଳି କଥା

ମୁମ୍ବାଇ,୮ା୧୦: ବଲିଉଡ୍‌ର ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ପରଲୋକ ପରେ ତାଙ୍କର ଶେଷ ପବ୍ଲିକ୍ ଅପିୟରାନ୍ସର ଭିଡିଓ ଏବେ ଚର୍ଚ୍ଚାରେ ରହିଛି । ମୃତ୍ୟୁର ମାତ୍ର ୪…

ଗେମ୍ ବି ମାନିଲା ହାର୍! କ୍ୟାଣ୍ଡି କ୍ରଶ୍‌ର ‘The End’ କରି ବିଶ୍ୱ ରେକର୍ଡ କଲେ ବିହାର ଯୁବକ

ସିୱାନ୍: ସାଧାରଣତଃ ଘରେ ପିଲାମାନେ ମୋବାଇଲ୍‌ରେ ଗେମ୍ ଖେଳିଲେ ଅଭିଭାବକମାନେ ଗାଳିଗୁଲଜ କରିବା ସହ “ପାଠ ନପଢ଼ି ଗେମ୍ ଖେଳିଲେ ଭବିଷ୍ୟତ ନଷ୍ଟ ହୋଇଯିବ” ବୋଲି ତାଚ୍ଛଲ୍ୟ…

ଗଛ ମୂଳରେ ପଡ଼ିଛି ଚପଲ, ଉପରେ ଝୁଲୁଛି ଅଜଣା ଯୁବକଙ୍କ ମୃତଦେହ

ବଲାଙ୍ଗୀର,୮ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ କୁସମେଲପଞ୍ଚାୟତର ଜାମୁଟିଆ ଗାଁ ନିକଟ ଏକ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଗୁରୁବାର ଜବତ ହୋଇଛି।…

ଇଣ୍ଡି ମେଣ୍ଟର ବନ୍ଦ ଡାକରା: ଗାଡ଼ିମୋଟର ଫେରାଇଦେଲେ ବିକ୍ଷୋଭକାରୀ

ପାଟଣା,୮ା୧୦(ବୀର କିଶୋର ଦାଶ): ଇଣ୍ଡିମେଣ୍ଟର ଭାରତ ବନ୍ଦ ଡାକରାକୁ ସମର୍ଥନ କରି ପାଟଣା ଓ ସାହାର ପଡ଼ା ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ କଂଗ୍ରେସ ପକ୍ଷରୁ ପିକେଟିଂ…

୨୩ ଦିନରେ ବଦଳିବ ଭାଗ୍ୟ! ଗୁରୁ-ବୁଧଙ୍କ କୃପାରେ ଲାଭବାନ ହେବେ ୫ ରାଶି

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ଚଳନକୁ ବେଶ୍ ଗୁରୁତ୍ୱ ଦିଆଯାଏ । ବିଶେଷକରି ଦେବଗୁରୁ ବୃହସ୍ପତି ବା ଗୁରୁ ଗ୍ରହଙ୍କ ସ୍ଥିତିରେ ପରିବର୍ତ୍ତନ ଆସିଲେ ଏହାର ପ୍ରଭାବ ରାଶିଚକ୍ରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?