ଏଯାଏ ସୁଧୁରିନି ଜୀବନଜୀବିକା

କେନ୍ଦୁଝର, ୨୧ା୭(ସ୍ବ.ପ୍ର.)- କେନ୍ଦୁଝର ଜିଲାର ଗରିବ ଓ ବନବାସୀ କରୋନା କଟକଣାରେ ପେଷି ହୋଇ ପଡ଼ିଛନ୍ତି। କଟକଣା କୋହଳ କରାଯାଉଥିଲେ ହେଁ ଉପଯୁକ୍ତ ଯାତାୟାତ ସୁବିଧା ନ ଥିବା ଏବଂ ପ୍ରଶାସନିକ ନିଷ୍ପତ୍ତି ବିଷୟରେ ଜାଣିପାରୁ ନ ଥିବା କାରଣରୁ ସେମାନଙ୍କ ଜୀବନଜୀବିକା ସୁଧୁରୁନି। ଏବେ ଶନିବାର ଓ ରବିବାର ଶଟ୍‌ଡାଉନ ଘୋଷଣା ହେବା ପରେ ଚାଲି ଚାଲି ଆସି ବିକ୍ରିବଟା କରୁଥିବା ବନବାସୀଙ୍କ ରୋଜଗାର ଠପ୍‌ ହୋଇ ଯାଇଛି ା ପ୍ରତ୍ୟେକ ଦିନ ଏହି ବନବାସୀମାନେ ବିଭିନ୍ନ ପ୍ରକାର ବନଜାତ ଦ୍ରବ୍ୟ ଯଥା କାଠ, ଦାନ୍ତକାଠି, ପତ୍ର, ଫଳମୂଳ, କୋଳି, ପାହାଡ଼ିଆ ପନିପରିବା, ଛତୁ, ଫୁଲ, ଝୁଣା, ମହୁଲ, ଶାଳ ମଞ୍ଜି, ଟୁଳ, କାଇ, କୁରୁକୁଟି ଭଳି ଖାଦ୍ୟ ଉପେଯାଗୀ କୀଟପତଙ୍ଗ ଆଣି ସହର ଓ ଗ୍ରାମାଞ୍ଚଳ ହାଟବଜାରରେ ବିକି ଦି’ପଇସା ରୋଜଗାର କରିଥାନ୍ତି। ସେଥିରେ ତେଲ, ଲୁଣ, ଲୁଗାପଟା ଆଦି କିଣି ନେଇ ଚଳନ୍ତି। ତେବେ କରୋନା କଟକଣା ଯୋଗୁ ସେମାନେ ବିକ୍ରିବଟା କରିପାରୁ ନ ଥିବାରୁ ଆର୍ଥିକ ସଙ୍କଟ ମଧ୍ୟରେ ରହୁଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, କେନ୍ଦୁଝର ଜିଲାର ୧୩ଟି ବ୍ଲକ ମଧ୍ୟରୁ ୧୦ଟି ବ୍ଲକ ଆଦିବାସୀ ବହୁଳ। ବଣପାହାଡ଼ ଘେରା ଗ୍ରାମର ଅଧିବାସୀମାନେ ଜୀବନଜୀବିକା ପାଇଁ ବିଶେଷ କରି ଜଙ୍ଗଲ ଓ ପାହାଡ଼ ଉପରେ ନିର୍ଭରଶୀଳ। ବହୁ ଲୋକ ଚାଲି ଚାଲି ଆସନ୍ତି କିନ୍ତୁ ଅନେକ ଲୋକ ବସ୍‌, ଅଟୋ ଆଦି ଉପରେ ନିର୍ଭରଶୀଳ। ତେବେ ସେସବୁ ଚଳାଚଳ ହେଉ ନ ଥିବାରୁ ଅନେକ ସେମାନଙ୍କ ଉତ୍ପାଦିତ ବା ସଂଗୃହୀତ ସାମଗ୍ରୀ ଧରି ହାଟବଜାରକୁ ଆସି ପାରୁ ନାହାନ୍ତି। ଏଣୁ ଅନେକ ଫଳମୂଳ, ପନିପରିବା ବିକ୍ରିବଟା ହୋଇ ନ ପାରି ନଷ୍ଟ ହେଉଛି। ଅନେକ ସମୟରେ ବେପାରୀ ପହଞ୍ଚତ୍ ବହୁତ କମ୍‌ ଦରରେ ଆଣି ହାଟବଜାରରେ ଚଢା ଦରରେ ବିକୁଛନ୍ତି। ବେପାରୀ ମାଲାମାଲ ହେଉଥିବା ବେଳେ ବନବାସୀମାନେ ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହେଉଛନ୍ତି। ପ୍ରଶାସନ ସେମାନଙ୍କ ସମସ୍ୟାକୁ ଅଣଦେଖା କରୁଛି ବୋଲି ଖବରଦାତା ତଥା ସାମାଜିକ କର୍ମୀ ପ୍ରଦୀପ ମହାନ୍ତି କହିଛନ୍ତି ା
ଆଦିବାସୀମାନେ ସବୁବେଳେ ଅବହେଳିତ ହୋଇ ରହୁଛନ୍ତି ା କରୋନା ସମୟରେ ସେମାନଙ୍କ ସମସ୍ୟା ଓ ଦୁଃଖ ବୁଝିବାକୁ କେହିନାହିଁ। ଏପରିକି ଲୋକ ପ୍ରତିନିଧିମାନେ ପରିଦର୍ଶନ କରୁ ନ ଥିବାରୁ ଜିଲା ପ୍ରଶାସନ ଏନେଇ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକତା ରହିଛି ବୋଲି ଆଦିବାସୀ ନେତା ତଥା ବରିଷ୍ଠ ଆଇନଜୀବୀ କୈଳାସ ନାୟକ କହିଛନ୍ତି। ଆଦିବାସୀମାନେ ହେଉଛନ୍ତି ସରଳ ଲୋକ ା ସରକାରୀ ନୀତିନିୟମକୁ ମାନିଥାନ୍ତି ା ଏଣୁ ଭୋକ ଉପାସରେ ରହୁଥିଲେ ହେଁ କଟକଣାକୁ ମାନି ଘରେ ରହିଛନ୍ତି। ଏଣୁ ସେମାନଙ୍କ ସମସ୍ୟାକୁ ପ୍ରଶାସନ ଗୁରୁତ୍ୱ ଦେଇ ଅନୁଧ୍ୟାନ କରିବା ଉଚିତ ବୋଲି ସାମାଜିକ କର୍ମୀ ଦୀପକ କୁମାର ପତି କହିଛନ୍ତି ା
କରୋନା କଟକଣା ଯୋଗୁ ଦୁର୍ଗମ ଅଞ୍ଚଳରେ ରହୁଥିବା ଆଦିବାସୀ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି ା ଗାଡ଼ି ଚଳାଚଳ ହେଉ ନ ଥିବା ଏବଂ କଟକଣା ଲାଗି ଯାତାୟତ କରି ପାରୁନାହାନ୍ତି। କରୋନା କଟକଣା ଆଳରେ ସରକାରୀ ବାବୁମାନେ ଗ୍ରସ୍ତ କରୁ ନ ଥିବାରୁ ସେମାନଙ୍କ ସମସ୍ୟା ଅପହଞ୍ଚ ହୋଇ ରହିଛି ବୋଲି ବରିଷ୍ଠ ଆଇନଜୀବୀ ଚନ୍ଦନ ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ଭୁବନେଶ୍ୱରରେ କାମ ବନ୍ଦ ଘୋଷଣା କଲେ ସଫେଇ କର୍ମଚାରୀ

ଭୁବନେଶ୍ୱର,୨୦।୪: କାମ ବନ୍ଦ କଲେ ସଫେଇ କର୍ମଚାରୀ । ରାଜଧାନୀରେ ଆଉ ସଫେଇ କାମ କରିବେନି ବୋଲି ଘୋଷଣା କରିଛନ୍ତି କର୍ମଚାରୀ। ଭୁବନେଶ୍ୱର ୬୪ ନମ୍ବର...

ଅସହ୍ୟ ହେଲାଣି ପାଓ୍ବାର କଟ୍‌, ବିଦ୍ୟୁତ ବିତରଣ କମ୍ପାନୀକୁ କଡା ନିର୍ଦ୍ଦେଶ ଦେଲେ ସରକାର

ଭୁବନେଶ୍ୱର,୨୦।୪: ଅସହ୍ୟ ଗ୍ରୀଷ୍ମ ସହ ଗୁଳୁଗୁଳି ଭିତରେ ପାୱାର୍‌ କଟ୍‌ ସମସ୍ୟା ପରେ ତତ୍ପର ହୋଇଛନ୍ତି ରାଜ୍ୟ ସରକାର। ଏନେଇ ତୁରନ୍ତ ଦୃଷ୍ଟି ଦେବାକୁ ବିଦ୍ୟୁତ...

ଏବେଠାରୁ କୋହଲା ପାଗ, ଏହିସବୁ ଜିଲାକୁ କାଳବୈଶାଖୀ ବର୍ଷା ଆଲର୍ଟ!

ଭୁବନେଶ୍ୱର,୨୦।୪: ଆଜି ତାତିରୁ ମିଳିପାରେ ଆଶ୍ୱସ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି । ବିଶେଷ କରି ବାଲେଶ୍ବର,...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri