Posted inଫୁରସତ

ଖେଳ ଦେଖାଉଥିବାବେଳେ କେଳାକୁ ଦଂଶିଲା ନାଗ

ବୋକାରୋ, ୧୮।୮: ଝାଡ଼ଖଣ୍ଡର ବୋକାରୋ ଜିଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଖେଳ ଦେଖାଉଥିବାବେଳେ ନାଗ ସାପ ଦଂଶିବାରୁ ଜଣେ କେଳାର ମୃତ୍ୟୁ ହୋଇଛି। ଜିଲାର ବଗଦା ଗ୍ରାମରେ ଏହି ଘଟଣା ଘଟିଛି। ଟେକ୍‌ଲାଲ ଡୋମ ନାମକ ଜଣେ ୫୦ ବର୍ଷୀୟ କେଳା ଘର ବାହାରେ ପେଡ଼ିରୁ ଗୋଟିଏ ନାଗ ସାପ ବାହାର କରି ଖେଳ ଦେଖାଉଥିଲେ। ଏହି ସମୟରେ ନାଗ ସାପଟି ୩ଥର ତାଙ୍କ ବାମହାତକୁ ଦଂଶି ଦେଇଥିଲା। ଏହାପରେ ଟେକ୍‌ଲାଲ ଚମତ୍କାର କରିବା ଲକ୍ଷ୍ୟରେ ଝଡ଼ାଫୁଙ୍କା ଆରମ୍ଭ କରିଦେଇଥିଲେ। ଏପରିକି ଯେଉଁ ସ୍ଥାନକୁ ନାଗ ଦଂଶନ କରିଥିଲା ସେଠାରୁ ପାଟିରେ ଚୁସି ରକ୍ତ ବାହାର କରିଦେଇଥିଲେ। ଫଳରେ ସେ ଅଧିକ ଗୁରୁତର ହୋଇପଡ଼ିଥିଲେ। ଏହାପରେ ପରିବାର ଲୋକେ ତାଙ୍କୁ ହସ୍ପିଟାଲ ନେଇଯାଇଥିଲେ। କିନ୍ତୁ ଅଧା ବାଟରେ ଟେକ୍‌ଲାଲର ମୃତ୍ୟୁ ହୋଇଥିବା ଭାବି ଫେରାଇ ଆଣିଥିଲେ। ପରିବାର ଲୋକ ପରେ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିବାବେଳେ ହଠାତ୍‌ ଟେକ୍‌ଲାଲର ନିଶ୍ୱାସ ପ୍ରଶ୍ୱାସ ଚାଲୁଥିବା ଅନୁଭବ କଲେ। ତେଣୁ ପୁନର୍ବାର ସେମାନେ ତାକୁ ହସ୍ପିଟାଲ ନେଇଯାଇଥିଲେ। କିନ୍ତୁ ଡାକ୍ତର ଟେକ୍‌ଲାଲଙ୍କୁ ମୃତ ଘୋଷଣା କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ, ଟେକ୍‌ଲାଲଙ୍କ ବାପା ଜଣେ ପ୍ରସିଦ୍ଧ କେଳା ଥିଲେ। ଟେକ୍‌ଲାଲ ମଧ୍ୟ ବାଜା ବଜାଇବାରେ ବେଶ୍‌ ପାରଙ୍ଗମ ଥିଲେ। ଦୂରଦର୍ଶନରେ ସେ ତାଙ୍କ ସାଥୀଙ୍କ ସହ ଅନେକ କାର୍ଯ୍ୟକ୍ରମ ପରିବେଷଣ କରିଛନ୍ତି। କିନ୍ତୁ ପେଟ ପୋଷିବା ପାଇଁ ସେ ସାପ ଖେଳ ଦେଖାବାକୁ ବାଧ୍ୟ ହେଉଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଏ ଟଙ୍କାର ଲଟେରୀ ଜିଣିଲେ ପକେଟକୁ ଆସିବ କେତେ…

ନୂଆଦିଲ୍ଲୀ, ୭।୧୨: କେତେକ ଲୋକେ ଲଟେରୀ କିଣି ରାତାରାତି ଲକ୍ଷପତି ଅବା କୋଟିପତି ହେବାର ସ୍ବପ୍ନ ଦେଖିଥାନ୍ତି। ତେବେ ଲଟେରୀ ଜିଣିଲେ ଏହା ଉପରେ ୧୯୬୧...

ପ୍ଲାଷ୍ଟିକ ବଦଳରେ କାଚ, ମେଟାଲ ବୋତଲରେ ସପ୍ଲାଏ ହେବ କ୍ଷୀର

ଓ୍ବାଶିଂଟନ୍‌,୧୩ା୩ : ପ୍ଲାଷ୍ଟିକ ମୁକ୍ତ ପାଇଁ ଆମେରିକା ଏକ ନୂଆ ପଦକ୍ଷେପ ଗ୍ରହଣ କରିଛି। ଏଣିକି କ୍ଷୀର ପ୍ଲାଷ୍ଟିକ ବଦଳରେ କାଚ ଏବଂ ମେଟାଲ ବୋତଲରେ...

୨୧ ବର୍ଷରେ ୧୯୬ଟି ଦେଶ ବୁଲି ରେକର୍ଡ କଲେ ଯୁବତୀ

ଆମେରିକାର ୨୧ ବର୍ଷୀୟା ଯୁବତୀ ଲେକ୍ସି ଅଲଫର୍ଡ଼ ୧୯୬ଟି ଦେଶ ବୁଲି ରେକର୍ଡ ସୃଷ୍ଟି କରିଛନ୍ତି। ଲେକ୍ସିଙ୍କ ଏହି ଯାତ୍ରା ଗିନିଜ୍‌ ବୁକ୍‌ରେ ସ୍ଥାନ ପାଇଛି।...

ଦୁଇ ସିଂହୀ ମିଶି ବିଶାଳକାୟ ସିଂହ ଉପରେ କଲେ ଭୟଙ୍କର ଆକ୍ରମଣ, ଲୋମଟାଙ୍କୁରା ଭିଡିଓ ଦେଖିଲେ…

ଯେତେବେଳେ ‘ଜଙ୍ଗଲର ରାଜା’ ସିଂହ କାହା ଉପରେ ଆକ୍ରମଣ କରେ, ସେତେବେଳେ ତା କବଳରୁ ବଞ୍ଚିବା କଷ୍ଟକର। କିନ୍ତୁ ଯେତେବେଳେ ସିଂହ ଶିକାର ପାଲଟେ ତେବେ...

ଚାରିଜଣ ଯୁବକଙ୍କୁ ପ୍ରେମଜାଲରେ ଫସାଇଥିଲେ ଯୁବତୀ, ଘରୁ ଫେରାର ହେବା ପରେ କାହାକୁ ବିବାହ କରିବେ ନେଇ ପଡ଼ିଲେ ଚିନ୍ତାରେ; ତା’ ପରେ…

ଆମ୍ବେଦକରନଗର: ଜଣେ କି ଦୁଇଜଣ ଯୁବକ ନୁହେଁ, ଚାରିଜଣ ଯୁବକଙ୍କ ସହ ଘରଛାଡ଼ି ଫେରାର ହୋଇଥିଲେ ଯୁବତୀ। ବିବାହ କରିବାକୁ ଇଚ୍ଛା ଥିଲେ ହେଁ ସେମାନଙ୍କ...

ଏହି ମନ୍ଦିରରେ ଶୋଇବା ଅବସ୍ଥାରେଥିବା ହନୁମାନଙ୍କୁ କରାଯାଏ ପୂଜା…

ଆହ୍ଲାବାଦରେ ଥିବା ହନୁମାନ ମନ୍ଦିର ଏହାର ସ୍ବତନ୍ତ୍ର ନିର୍ମାଣଶୈଳୀ ପାଇଁ ପ୍ରସିଦ୍ଧ । ଏହା ପୃଥିବୀର ଏକମାତ୍ର ଏପରି ମନ୍ଦିର ଯେଉଁଠି ହନୁମାନଙ୍କ ମୂର୍ତ୍ତି ଶୋଇରହିଥିବା...

ମମତାର ପ୍ରତିମୂର୍ତ୍ତି

ଯଦି ଈଶ୍ୱରଙ୍କୁ ଖୋଜିବାର ଅଛି ତେବେ ପ୍ରଥମେ ମାଆ ଭିତରେ ତାଙ୍କର ସ୍ବରୂପ ଖୋଜିବା ଜରୁରୀ। ଜୀବନର ଅଜ୍ଞାତ ସ୍ରଷ୍ଟା କିଏ ଅଛନ୍ତି କି ନାହିଁ...

ବିଶ୍ୱର ସବୁଠାରୁ ଦାୟିତ୍ୱବାନ ପିତା!

ନୂଆଦିଲ୍ଲୀ,୧୦।୨: ଟୁଇଟରରେ ଏବେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଏହା କୌଣସି ସେଲିବ୍ରିଟିଙ୍କର ନୁହେଁ ବରଂ ଏକ ଘଡିଆଲ କୁମ୍ଭୀରର। ଏହି ଫଟୋରେ ଦେଖାଯାଇଛି...

Advertisement
Archives

Model This Week